ରାସନ କାର୍ଡ କେଳେଙ୍କାରୀ: ବ୍ରହ୍ମପୁର, କେନ୍ଦ୍ରାପଡା ଓ ଭଦ୍ରକରେ ଜନପ୍ରତିନିଧିଙ୍କ ନାଁରେ ରହିଛି କାର୍ଡ

ଭୁବନେଶ୍ୱର: କଟକ ପୌରାଧ୍ୟକ୍ଷାଙ୍କ ନାଁରେ ରାସନ କାର୍ଡ ଥିବା ଜଣାପଡିବାର ଦିନଟିଏ ପରେ ଏବେ ସମାନ ଅଭିଯୋଗ ଆସିଛି ବ୍ରହ୍ମପୁର, କେନ୍ଦ୍ରାପଡା ଓ ଭଦ୍ରକ ଜିଲ୍ଲାରୁ। ବ୍ରହ୍ମପୁର ମହାନଗର ନିଗମର କିଛି କର୍ପୋରେଟର, କେନ୍ଦ୍ରାପଡା ପୌର ଉପାଧ୍ୟକ୍ଷା ଏବଂ ଭଦ୍ରକ ପଞ୍ଚାୟତ ସମିତି ଅଧ୍ୟକ୍ଷାଙ୍କ ନାମରେ ଆସିଛି ଏହି ଅଭିଯୋଗ। ବ୍ରହ୍ମପୁର ମହାନଗର ନିଗମର ୪ କର୍ପୋରେଟରଙ୍କ ନାଁ ମଧ୍ୟ ରାସନ୍ କାର୍ଡ ତାଲିକାରେ ରହିଛି। ଆର୍ଥିକ ସ୍ଥିତି ଭଲ ନ ଥିବାରୁ ସେମାନେ କାର୍ଡ ପାଇଁ […]

kendrapada

kendrapada

Rakesh Mallick
  • Published: Wednesday, 30 December 2015
  • Updated: 30 December 2015, 02:21 PM IST

Sports

Latest News

kendrapada

ଭୁବନେଶ୍ୱର: କଟକ ପୌରାଧ୍ୟକ୍ଷାଙ୍କ ନାଁରେ ରାସନ କାର୍ଡ ଥିବା ଜଣାପଡିବାର ଦିନଟିଏ ପରେ ଏବେ ସମାନ ଅଭିଯୋଗ ଆସିଛି ବ୍ରହ୍ମପୁର, କେନ୍ଦ୍ରାପଡା ଓ ଭଦ୍ରକ ଜିଲ୍ଲାରୁ। ବ୍ରହ୍ମପୁର ମହାନଗର ନିଗମର କିଛି କର୍ପୋରେଟର, କେନ୍ଦ୍ରାପଡା ପୌର ଉପାଧ୍ୟକ୍ଷା ଏବଂ ଭଦ୍ରକ ପଞ୍ଚାୟତ ସମିତି ଅଧ୍ୟକ୍ଷାଙ୍କ ନାମରେ ଆସିଛି ଏହି ଅଭିଯୋଗ।

ବ୍ରହ୍ମପୁର ମହାନଗର ନିଗମର ୪ କର୍ପୋରେଟରଙ୍କ ନାଁ ମଧ୍ୟ ରାସନ୍ କାର୍ଡ ତାଲିକାରେ ରହିଛି। ଆର୍ଥିକ ସ୍ଥିତି ଭଲ ନ ଥିବାରୁ ସେମାନେ କାର୍ଡ ପାଇଁ ଆବେଦନ କରିଥିବା ଦୁଇ କର୍ପୋରେଟର୍ ପାର୍ବତୀ ପ୍ରଧାନ ଓ ରାଜେଶ୍ୱର ବେହେରା କହିଛନ୍ତି। କର୍ପୋରେଟର ଭାବେ କିଛି ଆର୍ଥୀକ ସହାୟତା ପାଉନାହିଁ। ତାଙ୍କ ସ୍ୱାମୀ ବିପିଏଲ ତାଲିକା ଭୁକ୍ତ। ରାସନ କାର୍ଡ ଲାଗି ଆବେଦନ କରିଥିଲେ। ପରିବାର ଭରଣ ପୋଷଣ ଲାଗି ସେମାନଙ୍କ ଲାଗି ରାସନ କାର୍ଡର ଆବଶ୍ୟକତା ରହିଛି। ତେଣୁ ରାସନ କାର୍ଡ ତାଲିକାରୁ ତାଙ୍କୁ ବାଦ ଦେବାକୁ ଆବେଦନ କରିବେ ନାହିଁ ବୋଲି କର୍ପୋରେଟର ପାର୍ବତୀ ପ୍ରଧାନ କହିଛନ୍ତି।

କେନ୍ଦ୍ରାପଡା ପୌର ଉପାଧ୍ୟକ୍ଷା ଜୟନ୍ତୀ ଲେଙ୍କା ନାଁରେ ରହିଛି ରାସନ କାର୍ଡ। ଜୟନ୍ତୀଙ୍କ ଘରେ ୧୦ଜଣ ସଦସ୍ୟ ଅଛନ୍ତି। ସେମାନଙ୍କ ମଧ୍ୟରୁ ୮ଜଣଙ୍କ ନାମରେ ଆଧାର କାର୍ଡ ରହିଛି। ସବୁଠାରୁ ଗୁରୁତ୍ୱପୂର୍ଣ୍ଣ କଥା ହେଲା ଉପାଧ୍ୟକ୍ଷାଙ୍କର ଏକ ବସ୍ ଓ ପକ୍କା ଘର ରହିଛି। ତାଙ୍କ ବସ୍ କେନ୍ଦ୍ରାପଡାରୁ କଟକ ଯାତାୟାତ କରୁଛି। ଏହା ଜଣାପଡିବା ପରେ ସ୍ଥାନୀୟ କଂଗ୍ରେସ ଶାଖା ପକ୍ଷରୁ ତାଙ୍କର ଇସ୍ତଫା ଦାବି କରାଯାଇଛି।

କେନ୍ଦ୍ରାପଡା ପୌର ଉପାଧ୍ୟକ୍ଷା ଜୟନ୍ତୀ କହିଛନ୍ତି ୪୦ ପ୍ରତିଶତ ଭିନ୍ନକ୍ଷମମାନେ ରାସନ କାର୍ଡ ତାଲିକାରେ ସାମିଲ ହୋଇପାରିବେ ବୋଲି ଜାଣିଥିଲି। ମୋର ୪୫ ପ୍ରତିଶତ ଭିନ୍ନକ୍ଷମ ପ୍ରମାଣପତ୍ର ରହିଛି। ତେଣୁ ରାସାନ କାର୍ଡ ପାଇଁ ଆବେଦନ କରି ଦେଇଥିଲି। ମଙ୍ଗଳବାର କଟକ ମେୟରଙ୍କ ସମ୍ପର୍କରେ ଜାଣିବା ପରେ ଆଜି ତାଲିକାରୁ ମୋ ନାଁ ବାଦ ଦେବାକୁ ଅନଲାଇନରେ ଆବେଦନ କରିଛି।

ସେହିପରି ଭଦ୍ରକ ପଞ୍ଚାୟତ ସମିତି ଅଧ୍ୟକ୍ଷା ଚନ୍ଦ୍ରକାନ୍ତି ମଲ୍ଲିକଙ୍କ ନାଁରେ ମଧ୍ୟ ରାସନ କାର୍ଡ ଥିବା ଅଭିଯୋଗ ହୋଇଛି। ଏହାକୁ ନେଇ ସ୍ଥାନୀୟ କେଦାରପୁରରେ ଉତ୍ତେଜନା ଦେଖା ଦେଇଛି।

କେଦାରପୁର ପଞ୍ଚାୟତର ବାସିନ୍ଦା ଅଭିଯୋଗ କରିଛନ୍ତି, ପଞ୍ଚାୟତରେ ୫୦ ପ୍ରତିଶତରୁ ଅଧିକ କାର୍ଡରେ ଅନିୟମିତତା ହୋଇଛି। ଏହି ଜୋନର ଜିଲ୍ଲା ପାରିଷଦ ସଭ୍ୟ ଯୋଗେନ୍ଦ୍ର ଘଡେଇଙ୍କ ଦୁଇ ଭାଇ ଚାକିରି କରିଥିଲେ ମଧ୍ୟ ସେମାନଙ୍କ ନାଁରେ କାର୍ଡ ହୋଇଛି। ସେହିପରି ବ୍ଲକ ଅଧ୍ୟକ୍ଷା ଚନ୍ଦ୍ରକାନ୍ତୀ ମଲ୍ଲିକଙ୍କ ନାମରେ ମଧ୍ୟ କାର୍ଡ କରାଯାଇଛି। ମଙ୍ଗବାର ସେ କାର୍ଡ ଇସ୍ୟୁ କରି ନେଇଯାଇଥିବା ମଧ୍ୟ ପଞ୍ଚାୟତବାସୀ ଅଭିଯୋଗ କରିଛନ୍ତି।bhadrak

ଆଜି କେଦାରପୁର ପଞ୍ଚାୟତ କାର୍ଯ୍ୟାଳୟକୁ କାର୍ଡ ନେବାକୁ ଆସିଥିବା ହିତାଧିକାରୀଙ୍କ ମଧ୍ୟରେ ଉତ୍ତେଜନା ଦେଖା ଦେଇଥିଲା। ଉତ୍ତ୍ୟକ୍ତ ଲୋକେ ରାସ୍ତାରୋକ କରିଥିଲେ। ଖବର ପାଇ ସ୍ଥାନୀୟ ତହସିଲଦାର ଓ ପୋଲିସ ପ୍ରଶାସନ ପହଞ୍ଚି ବୁଝାଶୁଝା କରିବା ସହ ଅନିୟମିତତା ଅଭିଯୋଗ ଆସିଥିବା କାର୍ଡର ଯାଞ୍ଚ କରାଯିବ ବୋଲି ପ୍ରତିଶ୍ରୁତି ଦେବା ପରେ ରାସ୍ତାରୋକ ହଟିଥିଲା। ପରେ ଅନ୍ୟ ହିତାଧିକାରୀଙ୍କୁ କାର୍ଡ ବଣ୍ଟନ କରାଯାଇଥିଲା।

ଅନ୍ୟପକ୍ଷେ କଟକ ଜିଲ୍ଲାପାଳଙ୍କୁ ସିଏମସି କମିଶନର ଚିଠି ଲେଖି ୭ଜଣ କର୍ପୋରେଟର ଓ ଆଉ ୨ଜଣ ପୂର୍ବତନ କର୍ପୋରେଟରଙ୍କ ରାସନକାର୍ଡ ବାତିଲ ପାଇଁ ନିର୍ଦ୍ଦେଶ ଦେଇଛନ୍ତି। ରାସନକାର୍ଡରେ କଟକ ମେୟରଙ୍କ ନାମ ଥିବା ଜଣାପଡିବା ପରେ ମଙ୍ଗଳବାର ଉଭୟ କଂଗ୍ରେସ ଓ ବିଜେପି ରାଜରାସ୍ତାକୁ ଓହ୍ଲାଇ ଥିଲେ। କଂଗ୍ରେସ ପକ୍ଷରୁ କଟକ ମେୟରଙ୍କ ବିରୋଧରେ ଫୌଜଦାରୀ ମାମଲା ରୁଜୁ କରାଯିବାକୁ ଦାବି କରାଯାଇଥିଲା। ଆନ୍ଦୋଳନ ତେଜୁବାରୁ କଟକ ମେୟର ଅନିତା ବେହେରା ତାଙ୍କ ପଦରୁ ଇସ୍ତଫା ଦେଲେ। ଏହାସହ ତାଙ୍କୁ କର୍ପୋରେଟ ପଦବୀରୁ ମଧ୍ୟ ଇସ୍ତଫା ଦେବାକୁ ପଡିଲା।

ସିଏମସି କମିଶନର ଜ୍ଞାନରଞ୍ଜନ ଦାସ କହିଛନ୍ତି ଗତକାଲି ଜିଲ୍ଲାପାଳଙ୍କୁ ୪୫ଟି କାର୍ଡ ବାତିଲ କରିବାକୁ ନିର୍ଦ୍ଦେଶ ଦିଆଯାଇଛି। ଏହାବାଦ ୭ଜଣ କର୍ପୋରେଟର ଓ ୨ଜଣ ପୂର୍ବତନ କର୍ପୋରେଟରଙ୍କ ନାମ ତାଲିକାରୁ ବାଦ ଦେବାକୁ କୁହାଯାଇଛି। ବର୍ତ୍ତମାନର ୭ କର୍ପୋରେଟରଙ୍କ ମଧ୍ୟରୁ ୪ ଜଣ  ବିଜେଡିର ହୋଇଥିବା ବେଳେ, କଂଗ୍ରେସ ଓ ବିଜେପିର ଜଣେ ଲେଖାଏଁ ଏବଂ ଜଣେ ସ୍ୱାଧୀନ କର୍ପୋରେଟର ଅଛନ୍ତି।

କର୍ପୋରେଟର ମମତା ବେହେରା କହିଛନ୍ତି, ଆମେ ବିପିଏଲ ତାଲିକାଭୁକ୍ତ। ଭବିଷ୍ୟତରେ ଏହା ବିପିଏଲଧାରୀଙ୍କ କାର୍ଯ୍ୟରେ ଆସିବ ବୋଲି ମୁଁ ଜାଣିଥିଲି। ତେଣୁ ଆବେଦନ କରିଥିଲି। ତେବେ ୧୫ଦିନ ହେବ ତାଲିକାରୁ ମୋ ନାଁ ବାଦ ଦେବାକୁ ଡେପୁଟି କମିଶନରଙ୍କୁ କହିସାରିଛି।

ଏହି ଘଟଣାକୁ ନେଇ ସାରାଦିନ ଶାସକ ଦଳକୁ ନାକେଦମ ଦେବାକୁ ପଡିଥିଲା। ମେୟରଙ୍କ ଇସ୍ତଫା ପରେ ପାଳି ପଡିଥିଲା ପ୍ରଶାସନିକ ଅଧିକାରୀଙ୍କ। କାର୍ଯ୍ୟର ଅନିୟମିତତା କରିଥିବା ଅଭିଯୋଗରେ ଦୁଇଜଣ ସରକାରୀ କର୍ମଚାରୀଙ୍କୁ ମଧ୍ୟ ନିଲମ୍ବନ କରିଦିଆଯାଇଥିଲା। ସିଏମସି କମିଶନର ଏହି ନିଲମ୍ବନ କରିଥିଲେ। ନିଲମ୍ବିତ କର୍ମଚାରୀମାନେ ହେଲେ ସିଏମସି କମ୍ୟୁନିଟି ଅଫିସର ଅର୍ଘ୍ୟ ପ୍ରତାପ ମହାନ୍ତି ଏବଂ ତାଲିକା ପ୍ରସ୍ତୁତ କରିଥିବା ମ୍ୟୁନିସପାଲଟି ହାଇସ୍କୁଲର ଶିକ୍ଷକ ସରୋଜ କୁମାର ପ୍ରତାପ।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos

Next Story