ପ୍ରସ୍ତାବିତ ସିମେଣ୍ଟ କାରଖାନାକୁ ନେଇ ଖମାର ନୂଆଗାଁରେ ଉତ୍ତେଜନା, ଜନଶୁଣାଣି ସ୍ଥଗିତ

<p>ଆଠଗଡ: ଆଠଗଡ଼ ଖମାର ନୂଆଗାଁରେ ପ୍ରସ୍ତାବିତ ସିମେଣ୍ଟ କାରଖାନାକୁ ବିରୋଧ ଜନଶୁଣାଣି ବେଳେ ଉତ୍ତେଜନା।&nbsp; ଜନଶୁଣାଣି ବେଳେ ସପକ୍ଷବାଦୀ ଏବଂ ବିପକ୍ଷବାଦୀ ମଧ୍ୟରେ ମୁହାଁମୁହିଁ ପରିସ୍ଥିତି ସୃଷ୍ଟି ହୋଇଥିଲା। &nbsp;ଘଟଣା ସ୍ଥଳରେ ପୋଲିସ ଉପସ୍ଥିତି ଥିଲେ ମଧ୍ୟ ଲୋକଙ୍କୁ ଆୟତ୍ତ କରିବାରେ ବିଫଳ ହୋଇଥିଲା। ଏହାପରେ ପରିସ୍ଥିତିକୁ ନିୟନ୍ତ୍ରଣାଧୀନ କରିବା ପାଇଁ ପୋଲିସ୍&zwnj;କୁ ଲାଠି ଚାର୍ଜ କରିବାକୁ ପଡ଼ିଥିଲା।</p> <p>ସୂଚନା ଅନୁସାରେ ଆଠଗଡ଼ ବ୍ଳକ ରାଧାକିଶୋପୁର ଓ ଗୁରୁଡିଝାଟିଆ ଫଞ୍ଚାୟତର ଖମାର ନୂଆଗାଁରେ ଏକ ସିମେଣ୍ଟ କାରଖାନା ହେବାର ଅଛି। &nbsp;ଏନେଇ ଆଜି ଜନଶୁଣାଣି ଚାଲିଥିବାବେଳେ ଏଭଳି ପରିସ୍ଥିତି ସୃଷ୍ଟି ହୋଇଥିଲା। &nbsp;ଘଟଣା ସ୍ଥଳରେ କଟକ ଏଡିଏମ ରଘୁରାମ ଆୟର ଓ ଆଠଗଡ଼ ଉପଜିଲ୍ଲାପାଳ ହରିଶଚନ୍ଦ୍ର ନାୟକ ପ୍ରମୁଖ ଉପସ୍ଥିତ ରହି ଲୋକଙ୍କୁ ବୁଝାସୁଝା କରିଥିଲେ।&nbsp; ତେବେ ଏଥିରେ କୌଣସି ସୁଫଳ ମିଳିନଥିଲା । ଘଟଣା ପରେ ଜନଶୁଣାଣିକୁ ସ୍ଥଗିତ ରଖାଯାଇଛି।</p>

Ordigital Desk
  • Published: Thursday, 12 October 2017
  • Updated: 12 October 2017, 12:39 PM IST

Sports

Latest News

<p>ଆଠଗଡ: ଆଠଗଡ଼ ଖମାର ନୂଆଗାଁରେ ପ୍ରସ୍ତାବିତ ସିମେଣ୍ଟ କାରଖାନାକୁ ବିରୋଧ ଜନଶୁଣାଣି ବେଳେ ଉତ୍ତେଜନା।&nbsp; ଜନଶୁଣାଣି ବେଳେ ସପକ୍ଷବାଦୀ ଏବଂ ବିପକ୍ଷବାଦୀ ମଧ୍ୟରେ ମୁହାଁମୁହିଁ ପରିସ୍ଥିତି ସୃଷ୍ଟି ହୋଇଥିଲା। &nbsp;ଘଟଣା ସ୍ଥଳରେ ପୋଲିସ ଉପସ୍ଥିତି ଥିଲେ ମଧ୍ୟ ଲୋକଙ୍କୁ ଆୟତ୍ତ କରିବାରେ ବିଫଳ ହୋଇଥିଲା। ଏହାପରେ ପରିସ୍ଥିତିକୁ ନିୟନ୍ତ୍ରଣାଧୀନ କରିବା ପାଇଁ ପୋଲିସ୍&zwnj;କୁ ଲାଠି ଚାର୍ଜ କରିବାକୁ ପଡ଼ିଥିଲା।</p><p>ସୂଚନା ଅନୁସାରେ ଆଠଗଡ଼ ବ୍ଳକ ରାଧାକିଶୋପୁର ଓ ଗୁରୁଡିଝାଟିଆ ଫଞ୍ଚାୟତର ଖମାର ନୂଆଗାଁରେ ଏକ ସିମେଣ୍ଟ କାରଖାନା ହେବାର ଅଛି। &nbsp;ଏନେଇ ଆଜି ଜନଶୁଣାଣି ଚାଲିଥିବାବେଳେ ଏଭଳି ପରିସ୍ଥିତି ସୃଷ୍ଟି ହୋଇଥିଲା। &nbsp;ଘଟଣା ସ୍ଥଳରେ କଟକ ଏଡିଏମ ରଘୁରାମ ଆୟର ଓ ଆଠଗଡ଼ ଉପଜିଲ୍ଲାପାଳ ହରିଶଚନ୍ଦ୍ର ନାୟକ ପ୍ରମୁଖ ଉପସ୍ଥିତ ରହି ଲୋକଙ୍କୁ ବୁଝାସୁଝା କରିଥିଲେ।&nbsp; ତେବେ ଏଥିରେ କୌଣସି ସୁଫଳ ମିଳିନଥିଲା । ଘଟଣା ପରେ ଜନଶୁଣାଣିକୁ ସ୍ଥଗିତ ରଖାଯାଇଛି।</p>

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos