ଏକନାଥ ସିନ୍ଦେ ହେବେ କି ମୁଖ୍ୟମନ୍ତ୍ରୀ ?

ମୁମ୍ବାଇ: ମହାରାଷ୍ଟ୍ର ରାଜନୀତିରେ ହଟଚମଟ ଜାରି । ଗୋଟିଏ ପଟେ ବଢୁଛି ବରିଷ୍ଠ ମନ୍ତ୍ରୀ ଏକନାଥ ସିନ୍ଦେଙ୍କ ନେତୃତ୍ୱରେ ବିଦ୍ରୋହୀ ଗୋଷ୍ଠୀଙ୍କ ବଳ  ସିନ୍ଦେ କ୍ୟାମ୍ପରେ ସାମିଲ ହେଉଛନ୍ତି ଜଣଙ୍କ ପରେ ଜଣେ ବିଧାୟକ।  ଏହାସତ୍ତ୍ୱେ ହାର ମାନିବେ ନାହିଁ ବୋଲି କହିଛନ୍ତି ମୁଖ୍ୟମନ୍ତ୍ରୀ ଉଦ୍ଧବ ଠାକରେ।  ବାଲ୍ ଠାକରେଙ୍କ ଶିବସେନା ଏବେବି ଜୀବିତ ଅଛି ଓ ସେ ଶେଷ ପର୍ଯ୍ୟନ୍ତ ଲଢିବେ ବୋଲି ଦୃଢୋକ୍ତି କରିଛନ୍ତି ।  ଅନ୍ୟପକ୍ଷରେ ଫ୍ଲୋର ଟେଷ୍ଟ ହେଲେ ସରକାର ନିଶ୍ଚିତ […]

iop

iop

Tapas Behera
  • Published: Friday, 24 June 2022
  • Updated: 24 June 2022, 09:36 PM IST

Sports

Latest News

ମୁମ୍ବାଇ: ମହାରାଷ୍ଟ୍ର ରାଜନୀତିରେ ହଟଚମଟ ଜାରି । ଗୋଟିଏ ପଟେ ବଢୁଛି ବରିଷ୍ଠ ମନ୍ତ୍ରୀ ଏକନାଥ ସିନ୍ଦେଙ୍କ ନେତୃତ୍ୱରେ ବିଦ୍ରୋହୀ ଗୋଷ୍ଠୀଙ୍କ ବଳ  ସିନ୍ଦେ କ୍ୟାମ୍ପରେ ସାମିଲ ହେଉଛନ୍ତି ଜଣଙ୍କ ପରେ ଜଣେ ବିଧାୟକ।  ଏହାସତ୍ତ୍ୱେ ହାର ମାନିବେ ନାହିଁ ବୋଲି କହିଛନ୍ତି ମୁଖ୍ୟମନ୍ତ୍ରୀ ଉଦ୍ଧବ ଠାକରେ।  ବାଲ୍ ଠାକରେଙ୍କ ଶିବସେନା ଏବେବି ଜୀବିତ ଅଛି ଓ ସେ ଶେଷ ପର୍ଯ୍ୟନ୍ତ ଲଢିବେ ବୋଲି ଦୃଢୋକ୍ତି କରିଛନ୍ତି ।  ଅନ୍ୟପକ୍ଷରେ ଫ୍ଲୋର ଟେଷ୍ଟ ହେଲେ ସରକାର ନିଶ୍ଚିତ ବିଜୟୀ ହେବେ ବୋଲି କହିଛନ୍ତି ଦଳର ପ୍ରମୁଖ ନେତା ସଂଜୟ ରାଉତ।

ଉଦ୍ଧବ କହିଛନ୍ତି ଯେ, ଶେଷ ପର୍ଯ୍ୟନ୍ତ ଲଢିବି । ଶିବସେନାର ଅଧିକାଂଶ ବିଧାୟକ ବିଦ୍ରୋହ ଘୋଷଣା କରି ଆସାମରେ ଡେରା ପକାଇଥିବା ବେଳେ ଆଜି ଜିଲ୍ଲା ସଭାପତିମାନଙ୍କ ବୈଠକ ଅବସରରେ ଏହା କହିଥିଲେ ମୁଖ୍ୟମନ୍ତ୍ରୀ ଉଦ୍ଧବ ଠାକରେ। ଏଥିସହିତ ତାଙ୍କ ଖରାପ ସ୍ୱାସ୍ଥ୍ୟ ବିଷୟରେ ବଖାଣି ବିଦ୍ରୋହୀଙ୍କୁ  ଭାବପ୍ରବଣ ଅପିଲ୍ କରିଥିଲେ ।  ସର୍ଜିରୀ ଯୋଗୁ ତାଙ୍କ ହାତଗୋଡରେ ଜୀବନ ନଥିଲା ଭଳି ଲାଗୁଛି, ଏହାସତ୍ତ୍ୱେ ସେ ହାର ମାନିବେ ନାହିଁ ବୋଲି କହିଥିଲେ । ତେବେ ତାଙ୍କ ଦୃଢତା ଓ ଭାବପ୍ରବଣତା ମୁଖ୍ୟମନ୍ତ୍ରୀ ଗାଦି ଓ ଶିବସେନା ଉପରେ ନିୟନ୍ତ୍ରଣ, କୌଣସି ଗୋଟିଏ ବି ବଞ୍ଚାଇ ପାରିବା ଭଳି ଲାଗୁନି । କାରଣ ଦଳୀୟ ନେତୃତ୍ୱ ବିରୁଦ୍ଧରେ ବିଦ୍ରୋହ ଘୋଷଣା କରିଥିବା ଏକନାଥ ସିନ୍ଦେଙ୍କର ବଢିବାରେ ଲାଗିଛି ବଳ । ଜଣଙ୍କ ପରେ ଜଣେ ବିଧାୟକ ସିନ୍ଦେ କ୍ୟାମ୍ପରେ ସାମିଲ ହେଉଛନ୍ତି । ଏହାର ପ୍ରମାଣ ଦେବାକୁ ଯାଇ ତାଙ୍କୁ ସମର୍ଥନ କରୁଥିବା ବିଧାୟକମାନଙ୍କୁ ଗୌହାଟି ହୋଟେଲରେ ପରେଡ୍ କରାଇଛନ୍ତି ସିନ୍ଦେ । ଏଥିସହିତ ସିନ୍ଦେଙ୍କୁ ଶିବସେନା ନେତା ଭାବେ ଗୃହରେ ମାନ୍ୟତା ଦେବା ଲାଗି ୩୭ ବିଧାୟକଙ୍କ ହସ୍ତାକ୍ଷର ସମ୍ବଳିତ ଚିଠି ଉପବାଚସ୍ପତି ନରହରି ଜିରଓ୍ୱାଲଙ୍କୁ  ଦିଆଯାଇଛି । ଉପ ବାଚସ୍ପଚି, ଅଜୟ ଚୌଧୁରୀଙ୍କୁ ବିଧାନସଭାରେ ଶିବସେନା ବିଧାୟକ ଦଳର ନେତା ମାନ୍ୟତା ଦେବା ପରେ ବିଦ୍ରୋହୀ ଗୋଷ୍ଠୀ ପକ୍ଷରୁ ଏହି ପଦକ୍ଷେପ ନିଆଯାଇଛି।

ସେପଟେ ଉଦ୍ଧବ ସରକାରର ପତ୍ତନ ଅବସମ୍ଭାବୀ ଜାଣି ବିଚଳିତ ହୋଇପଡିଛନ୍ତି ବରିଷ୍ଠ ନେତା ସଂଜୟ ରାଉତ୍ । ମୁମ୍ବାଇ ଫେରିଆସି ଉଦ୍ଧବଙ୍କ ସହ ସେମାନଙ୍କ ଆପତ୍ତି ଅଭିଯୋଗ ସଂପର୍କରେ ଆଲୋଚନା ପାଇଁ ପ୍ରଥମେ ବିଦ୍ରୋହୀଙ୍କୁ ଅନୁରୋଧ କରିଥିଲେ ସଂଜୟ । ତେବେ ବିଦ୍ରୋହୀ ଏଥିପ୍ରତି କର୍ଣ୍ଣପାତ କରିନଥିଲେ । ପରେ ଚାପ ପ୍ରୟୋଗ ଲାଗି ଦଳୀୟ ହୁଇପ୍ ଅମାନ୍ୟ କିରଥିବା ଦର୍ଶାଇ ସିନ୍ଦେଙ୍କ ସମେତ ୧୨ ବିଧାୟକଙ୍କୁ ସସ୍ପେଣ୍ଡ ପାଇଁ ଶିବସେନା ପକ୍ଷରୁ ଉପବାଚସ୍ପତିଙ୍କୁ ଚିଠି ଲେଖାଯାଇଥିଲା।  ଏହାର ବି କିଛି ପ୍ରଭାବ ନପଡିବା ପରେ, ବିଦ୍ରୋହୀଙ୍କୁ ଭୟ ଦେଖାଇବାକୁ ଉଦ୍ୟମ କରିଛନ୍ତି ସଂଜୟ । ଶିବସୈନିକ ରାସ୍ତାକୁ ଓହ୍ଲାଇଲେ ବିଦ୍ରୋହୀଙ୍କ ମହାରାଷ୍ଟ୍ର ଫେରିବା ରାସ୍ତା ବନ୍ଦ ହୋଇଯିବ ବୋଲି ସେ କହିଛନ୍ତି । ଅନ୍ୟପକ୍ଷରେ ଫ୍ଲୋର ଟେଷ୍ଟ ହିଁ ଏକମାତ୍ର ବିକଳ୍ପ ଓ ଉଦ୍ଧବ ସରକାର ଏଥିରେ ନିଶ୍ଚୟ ବିଜୟୀ ହେବ ବୋଲି ଦୃଢତାର ସହ କହିଛନ୍ତି । ଏପଟେ ସରକାର ବ଼ଞ୍ଚାଇବା ଲାଗି ଶିବସେନା ଓ ସହଯୋଗୀ ଏନସିପି ଏବଂ କଂଗ୍ରେସ ପକ୍ଷରୁ ଜୋରଦାର ଉଦ୍ୟମ ଜାରି ରହିଛି।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos

Next Story