ନୂଆଦିଲ୍ଲୀ: ଆଜିଠାରୁ ଲାଗୁ ହେବ ବର୍ଦ୍ଧିତ ସେବାକର। ଫଳରେ ସେବାକର ୧୨.୩୬%ରୁ ବଢ଼ି ୧୪% ପହଞ୍ଚିଯିବ। ଏହାଦ୍ୱାରା ଗ୍ରାହକଙ୍କୁ ମୋବାଇଲ୍, ହୋଟେଲ୍ ଚାର୍ଜ, ଏସି ଟ୍ରେନ୍ ଯାତ୍ରା, ବିମାନ ଯାତ୍ରା, କ୍ରେଡିଟ୍ କାର୍ଡ ଦେୟ ଆଦି ସେବା ବାବଦରେ ଅଧିକ ଖର୍ଚ୍ଚ କରିବାକୁ ପଡ଼ିବ। ସେହିପରି ବିଜ୍ଞାପନ, ବୀମା, ବ୍ୟାଙ୍କିଙ୍ଗ୍, ସ୍ଥାପତ୍ୟ, ଇଭେଣ୍ଟ ମ୍ୟାନେଜମେଣ୍ଟ, ନିର୍ମାଣ ଓ ଟ୍ରାଭେଲ ସଂସ୍ଥାଗୁଡ଼ିକରୁ ସରକାର ନୂତନ ଦରରେ ସେବା ଟିକସ ସଂଗ୍ରହ କରିବେ।
ସରକାର ବଜେଟରେ ସର୍ଭିସ୍ ଟ୍ୟାକ୍ସ ବା ସେବାକରକୁ ୧୪ପ୍ରତିଶତକୁ ବୃଦ୍ଧି କରିଥିଲେ। ଆଗାମୀ ଆର୍ଥିକ ବର୍ଷରୁ ସରକାର ଗୁଡ୍ସ ଆଣ୍ଡ୍ ସର୍ଭିସେସ୍ ଟ୍ୟାକ୍ସ ବା ଜିଏସଟି ଲାଗୁ କରିବାକୁ ଚାହୁଁଥିବାରୁ କ୍ରମଶଃ ସର୍ଭିସ୍ ଟ୍ୟାକ୍ସକୁ ବଢ଼ାଇବାକୁ ଚାହୁଁଛନ୍ତି। ଜିଏସଟି ଲାଗୁ ହେଲା ପରେ ସେବାକର, ଏକ୍ସାଇଜ୍ ଟ୍ୟାକ୍ସ ଓ ଅନ୍ୟାନ୍ୟ ସ୍ଥାନୀୟ କର ହଟିଯିବ।
ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।