ନୂଆଦିଲ୍ଲୀ: ପେଟ୍ରୋଲ, ଡିଜେଲ ଓ ରନ୍ଧନ ଗ୍ୟାସ୍ ଏଲପିଜି ପରେ ବୃଦ୍ଧି ପାଇଛି ସିଏନଜି ଗ୍ୟାସ। ରାଜଧାନୀ ଦିଲ୍ଲୀରେ ସିଏନଜି ଗ୍ୟାସ ଦର ବୃଦ୍ଧି ପାଇଛି। ଦିଲ୍ଲୀରେ ସିଏନଜି ଗ୍ୟାସ୍ ଏବଂ ପାଇପ ମାଧ୍ୟମରେ ରୋଷେଇ ପାଇଁ ପ୍ରଦାନ କରାଯାଉଥିବା (ପିଏନଜି)ଗ୍ୟାସ ଲିଟର ପ୍ରତି ଏକ ଟଙ୍କା ବୃଦ୍ଧି ପାଇଛି। ପୂର୍ବରୁ ଦିଲ୍ଲୀରେ ସିଏନଜି ଗ୍ୟାସ କେଜି ପ୍ରତି ୫୮.୦୧ ଥିବା ବେଳେ ଏବେ ଏହା ବୃଦ୍ଧି ପାଇ ୫୯.୦୧ ହୋଇଛି। ଚଳିତ ମାସରେ ତୃତୀୟଥର ଭାବେ ସିଏନଜି ଗ୍ୟାସ ଦର ବୃଦ୍ଧି ପାଇଛି।
ଅନ୍ତର୍ଜାତିକ ସ୍ତରରେ ଗ୍ୟାସ ଦର ବୃଦ୍ଧି ପାଉଥିବାରୁ ଚଳିତ ବର୍ଷ ଗ୍ୟାସ ଦର ପର୍ଯ୍ୟାୟକ୍ରମେ ବୃଦ୍ଧି ପାଇଁ ୫.୫୦ ଟଙ୍କା ଛୁଇଁଛି। ସେହିପରି ପାଇପଲାଇନ୍ରେ ଯୋଗାଣ ହେଉଥିବା ରୋଷେଇ ଗ୍ୟାସ ମଧ୍ୟ ଲିଟର ପ୍ରତି ୧ ଟଙ୍କା ବଢ଼ି ୩୬.୬୧ ଟଙ୍କା ହୋଇଛି। ଏହା ପୂର୍ବରୁ ଦିଲ୍ଲୀରେ ପେଟ୍ରୋଲ ଏବଂ ଡିଜେଲ ମିଶି ଲିଟର ୧.୬୦ ଟଙ୍କା ଏବଂ ଡିଜେଲ ବୃଦ୍ଧି ପାଇଥିଲା। ସେହିପରି ଏଲପିଜି ଗ୍ୟାସ ସିଲିଣ୍ଡର ପ୍ରତି ୫୦ ଟଙ୍କା ବୃଦ୍ଧି ଦିଲ୍ଲୀବାସୀଙ୍କୁ ପ୍ରଭାବିତ କରିଛି। ମାର୍ଚ୍ଚ ୨୨ରେ ପେଟ୍ରୋଲ ଲିଟର ପ୍ରତି ୮୦ ପଇସା ବୃଦ୍ଧି ପାଇଛି। ଏହା ପୂର୍ବରୁ ଦୀର୍ଘ ଦିନ ହେବ ତେଲ ଦର ଅପରିବର୍ତ୍ତିତ ଥିଲା । ସିଏନଜି ଦର ବୃଦ୍ଧି ଗ୍ରେଟର ନୋଏଡାରେ ମଧ୍ୟ ପ୍ରଭାବ ପକାଇଛି। ଗ୍ରେଟର ନୋଏଡାଓ ଗାଜିବାବାଦରେ ସିଏନଜି ଦର ବୃଦ୍ଧି ପାଇଁ ୬୧.୫୮ ଟଙ୍କାରେ ପହଞ୍ଚିଛି।
ଗୁରୁଗ୍ରାମରେ ୬୭.୩୭ ଟାଙ୍କା ପହଞ୍ଚିଛି। ଦର ବୃଦ୍ଧିକୁ ନେଇ ସଂସଦରେ ହୋହଲ୍ଲା ହୋଇଛି । ଉଭୟ ଲୋକ ସଭା ଏବଂ ରାଜ୍ୟ ସଭାରେ ବିରୋଧୀ ଦଳ ନେତା ସରକାରଙ୍କୁ ଘେରିଛନ୍ତି। ପୂର୍ବରୁ ଦରଦାମ ମହଙ୍ଗା ଥିବା ବେଳେ ତେଲ ଦର ବୃଦ୍ଧି ସାଧାରଣ ଲୋକଙ୍କ ଉପରେ ଅଜଥା ବୋଝ ବୋଲି ବିରୋଧୀ ଦଳମାନେ କହିଛନ୍ତ। ତେଲ, ଗ୍ୟାସ ଦରକୁ ନେଇ ବିରୋଧୀ ଦଳମାନେ ହୋହଲ୍ଲା ଓ ନାରାବାଜି କରିବାରୁ ଉଭୟ ଗୃହକୁ ମୁଲତବୀ ରଖାଯାଇଛି।
ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।