ଏହି ୫ ଜିଲ୍ଲା ହେଉଛି ମହାମାରୀ ଭୂତାଣୁର ଗଡ଼

ଭୁବନେଶ୍ୱର(ଓଡ଼ିଶା ରିପୋର୍ଟର):ଦିନକରେ ପୁଣି ୫୦୦ରୁ ଅଧିକ ନୂଆ ପଜିଟିଭ୍ କେଶ୍ ସହ ରାଜ୍ୟରେ ୧୪ ହଜାର ଟପିଛି। ମୋଟ୍ କରୋନା ସଂକ୍ରମିତଙ୍କ ସଂଖ୍ୟା ଦିନକ ଭିତରେ ୪ଟି ଜୀବନ ବି ଯାଇଛି।  ତେବେ ଆଶ୍ୱସ୍ତିକର ଖବର ହେଉଛି, ସଂକଟାପନ୍ନଙ୍କ ଚିକିତ୍ସା ପାଇଁ କାଲିଠୁ ୩ଟି ମେଡିକାଲରେ ଆରମ୍ଭ ହେଉଛି ପ୍ଲାଜମା ଥେରାପି । କୋଭିଡ୍ ସ୍ଥିତି ସମୀକ୍ଷା ପାଇଁ ମୁଖ୍ୟମନ୍ତ୍ରୀଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ଉଚ୍ଚସ୍ତରୀୟ ବୈଠକରେ ଏହି ସୂଚନା ଦିଆଯାଇଛି । ସମସ୍ତ ଜିଲ୍ଲାରେ କରୋନା କାୟା […]

corona

corona

Tapas Behera
  • Published: Tuesday, 14 July 2020
  • Updated: 14 July 2020, 08:09 PM IST

Sports

Latest News

ଭୁବନେଶ୍ୱର(ଓଡ଼ିଶା ରିପୋର୍ଟର):ଦିନକରେ ପୁଣି ୫୦୦ରୁ ଅଧିକ ନୂଆ ପଜିଟିଭ୍ କେଶ୍ ସହ ରାଜ୍ୟରେ ୧୪ ହଜାର ଟପିଛି। ମୋଟ୍ କରୋନା ସଂକ୍ରମିତଙ୍କ ସଂଖ୍ୟା ଦିନକ ଭିତରେ ୪ଟି ଜୀବନ ବି ଯାଇଛି।  ତେବେ ଆଶ୍ୱସ୍ତିକର ଖବର ହେଉଛି, ସଂକଟାପନ୍ନଙ୍କ ଚିକିତ୍ସା ପାଇଁ କାଲିଠୁ ୩ଟି ମେଡିକାଲରେ ଆରମ୍ଭ ହେଉଛି ପ୍ଲାଜମା ଥେରାପି । କୋଭିଡ୍ ସ୍ଥିତି ସମୀକ୍ଷା ପାଇଁ ମୁଖ୍ୟମନ୍ତ୍ରୀଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ଉଚ୍ଚସ୍ତରୀୟ ବୈଠକରେ ଏହି ସୂଚନା ଦିଆଯାଇଛି । ସମସ୍ତ ଜିଲ୍ଲାରେ କରୋନା କାୟା ମେଲାଇଥିଲେ ବି, ସଂକ୍ରମଣ ବେକାବୁ ହେଉଥିବାରୁ ଫୋକସ୍‌ରେ ରହିଛି ଟପ୍ ଫାଇଭ୍ ଜିଲ୍ଲା।

କରୋନା ରାକ୍ଷସର ୫ଟି ଗଡ଼ ହେଉଛି ଗଞ୍ଜାମ, ଖୋର୍ଦ୍ଧା, କଟକ, ଯାଜପୁର ଓ ସୁନ୍ଦରଗଡ଼ । ଏହି ଟପ୍ ଫାଇଭ୍ ଜିଲ୍ଲାରେ ଅଛନ୍ତି, ରାଜ୍ୟର ୫୯ ପ୍ରତିଶତ କନ୍‌ଫର୍ମଡ କେଶ୍ ଓ ୬୬ ପ୍ରତିଶତ ଆକ୍ଟିଭ୍ କେଶ୍।  ଅଧିକ ପ୍ରବାସୀ ଫେରିବା ଓ ଯାଆସ ବଢ଼ିବାରୁ ୫ଟି ଜିଲ୍ଲାରେ ସ୍ଥିତି ଚାଲେଞ୍ଚିଂ ଥିବା ମୁଖ୍ୟମନ୍ତ୍ରୀ କହିଛନ୍ତି । କୋଭିଡ୍ ସ୍ଥିତି ସମୀକ୍ଷା କରି, ଏହି ଜିଲ୍ଲାଗୁଡ଼ିକରେ ତଦାରଖ ବ୍ୟବସ୍ଥା ଓ ସ୍ୱାସ୍ଥ୍ୟ ଭିତ୍ତିଭୂମିକୁ ଆହୁରି ସୁଦୃଢ଼ କରିବା ଉପରେ ଗୁରୁତ୍ୱ ଦେଇଛନ୍ତି ନବୀନ । ସମୀକ୍ଷା ବୈଠକରେ ସ୍ୱାସ୍ଥ୍ୟ ବିଭାଗ କହିଛି, ରାଜ୍ୟରେ ଆଉ ସପ୍ତାହେ ଭିତରେ ଦୈନିକ କୋଭିଡ୍ ଟେଷ୍ଟ୍ ସଂଖ୍ୟା ୭ ହଜାରରୁ ୯ ହଜାରକୁ ବଢ଼ିବ।  କୋଭିଡ୍ ଟେଷ୍ଟ୍ ପାଇଁ ଅଧିକ ଘରୋଇ ମେଡିକାଲ୍କୁ ଅନୁମତି ଦିଆଯିବ।  ପୁରୀରେ ସେରୋ ସର୍ଭେଲାନ୍ସ ଓ ଭୁବନେଶ୍ୱରରେ କମ୍ୟୁନିଟି ସେରୋ ସର୍ଭେଲାନ୍ସ ସରିଛି।  କାଲିଠୁ ଭୁବନେଶ୍ୱର ସମ୍ ଓ କିମ୍ସ ଏବଂ କଟକ ଅଶ୍ୱିନୀ ହସ୍ପିଟାଲରେ ପ୍ଲାଜମା ଥେରାପି ଆରମ୍ଭ ହେବ । ଏସ୍‌ସିବି ମେଡିକାଲ୍ ଏହାର ନୋଡାଲ୍ ସେଣ୍ଟର ଭାବେ କାମ କରିବ । ସେପଟେ ଗଞ୍ଜାମ ଓ ଯାଜପୁରର ସ୍ଥିତି ନେଇ ILS ନିର୍ଦ୍ଦେଶକ ମଧ୍ୟ ଚିନ୍ତା ପ୍ରକଟ କରିଛନ୍ତି।

ଏପଟେ ରାଜ୍ୟରେ ୧୪ ହଜାର ଟପିଛି ଆକ୍ରାନ୍ତ ସଂଖ୍ୟା  । ଗତ ୨୪ ଘଣ୍ଟାରେ ୧୮୯ ଲୋକାଲ୍ କେଶ୍ ସମେତ ମୋଟ ୫୪୩ ଜଣ ପଜିଟିଭ୍ ଚିହ୍ନଟ ହୋଇଛନ୍ତି।  ଭୁବନେଶ୍ୱରରୁ ୫୧ ଓ କଟକ ସହରରୁ ୨୭ ନୂଆ ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି।  ଭୁବନେଶ୍ୱରର ୧୬ ଲୋକାଲ୍ କେଶ୍ ଭିତରେ ସରକାରୀ ହସ୍ପିଟାଲର ୨ କର୍ମଚାରୀ ଅଛନ୍ତି। ସୁନ୍ଦରଗଡ଼ ଜିଲ୍ଲାରେ ୫୨ ନୂଆ ଆକ୍ରାନ୍ତଙ୍କ ମଧ୍ୟରେ ୩୫ ଜଣ ପୋଲିସ, ଜଣେ ଡାକ୍ତର ଓ ଜଣେ ନର୍ସ ଅଛନ୍ତି । ମାଲକାନଗିରି ଜିଲ୍ଲାରେ ନୂଆ ୧୧ ପଜିଟିଭ୍ ଭିତରେ ମାଲକାନଗିରି ମୁଖ୍ୟ ଚିକିତ୍ସାଳୟ ଓ ମାଥିଲି ଉପଖଣ୍ଡ ଚିକିତ୍ସାଳୟରୁ ୭ ଜଣ ଡାକ୍ତର ଓ ଅନ୍ୟ କର୍ମଚାରୀ ଅଛନ୍ତି। କୋଭିଡ୍ ନିୟମ ଉଲ୍ଲଙ୍ଘନ ଅଭିଯୋଗରେ ଖୋର୍ଦ୍ଧା ପୌରାଞ୍ଚଳରେ ଥିବା ୨ଟି ଘରୋଇ ହସ୍ପିଟାଲ୍କୁ ୭ ଦିନ ପାଇଁ ସିଲ୍ କରାଯାଇଛି । ଗଜପତି ଜିଲ୍ଲା ପାରଳାଖେମୁଣ୍ଡି ପୌରାଞ୍ଚଳର ୧୪ଟି ସାହିକୁ କଣ୍ଟେନମେଣ୍ଟ ଘୋଷଣା କରାଯିବା ସହ ଜିଲ୍ଲା ମୁଖ୍ୟ ଡାକଘରକୁ ବନ୍ଦ କରାଯାଇଛି।

ଗତ ୨୪ ଘଣ୍ଟାରେ କରୋନାରେ ଭୁବନେଶ୍ୱର, କଟକ, ଗଞ୍ଜାମ ଓ ଖୋର୍ଦ୍ଧାରୁ ଜଣେ ଲେଖାଏଁ ସଂକ୍ରମିତଙ୍କ ମୃତ୍ୟୁ ଘଟିଛି । ଏଥିସହ ସୁନ୍ଦରଗଡ଼ରେ ଏକ ବର୍ଷେ ତିନି ମାସର ଶିଶୁ କରୋନା ପଜିଟିଭ୍ ଥିଲେ ବି ଅନ୍ୟ ରୋଗରେ ଜୀବନ ଯାଇଥିବା ସ୍ୱାସ୍ଥ୍ୟ ବିଭାଗ କହିଛି । ସେପଟେ ରାଜ୍ୟରେ ଆଜି ରେକର୍ଡ ସଂଖ୍ୟକ ୬୦୯ ଜଣ କରୋନା ଆକ୍ରାନ୍ତ ସୁସ୍ଥ ହୋଇଛନ୍ତି।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos