ଫାଗାସାହି ଲୁହାପଥର ଖଣି ନିଲାମ ନେଇ ଆଜି ବିଧିବଦ୍ଧ ଘୋଷଣା 

ଭୁବନେଶ୍ୱର: ସୁନ୍ଦରଗଡ଼ ଜିଲ୍ଲା ଘେରାବୁରାହାଣି ଫାଗାସାହି ଲୁହାପଥର ଖଣି ନିଲାମ ନେଇ ଆଜି ବିଧିବଦ୍ଧ ଘୋଷଣା ହେବ। ନିଲାମି ପ୍ରକ୍ରିୟାରେ ସାମିଲ ନେଇ ଆବେଦନ କରିଥିବା ୭ଟି କମ୍ପାନି ମଧ୍ୟରୁ ଏସଆଇ ଷ୍ଟିଲ ସବୁଠାରୁ ଆଗରେ ରହିଛି। ଏହି ଲୁହାପଥର ଖଣିର ସର୍ବାଧିକ ଲିଜଧାରୀ ଭାବେ ଏସଆର ଷ୍ଟିଲ ଥିବା ଖଣି ବିଭାଗ ପକ୍ଷରୁ ସୂଚନା ଦିଆଯାଇଛି। ଖଣି ନିଲାମି ପ୍ରକ୍ରିୟାରେ ସାମିଲ ହେବା ପୂର୍ବରୁ ବିଜ୍ଞପ୍ତି ପ୍ରକାଶ ପାଇଥିଲା। ଏଥିରେ ଜେଏସପିଏଲ, ଭୂଷଣ, ଆରଆଇଏନଏଲ, ଟାଟା […]

kani

kani

Rakesh Mallick
  • Published: Friday, 04 March 2016
  • Updated: 04 March 2016, 04:10 PM IST

Sports

Latest News

ଭୁବନେଶ୍ୱର: ସୁନ୍ଦରଗଡ଼ ଜିଲ୍ଲା ଘେରାବୁରାହାଣି ଫାଗାସାହି ଲୁହାପଥର ଖଣି ନିଲାମ ନେଇ ଆଜି ବିଧିବଦ୍ଧ ଘୋଷଣା ହେବ। ନିଲାମି ପ୍ରକ୍ରିୟାରେ ସାମିଲ ନେଇ ଆବେଦନ କରିଥିବା ୭ଟି କମ୍ପାନି ମଧ୍ୟରୁ ଏସଆଇ ଷ୍ଟିଲ ସବୁଠାରୁ ଆଗରେ ରହିଛି। ଏହି ଲୁହାପଥର ଖଣିର ସର୍ବାଧିକ ଲିଜଧାରୀ ଭାବେ ଏସଆର ଷ୍ଟିଲ ଥିବା ଖଣି ବିଭାଗ ପକ୍ଷରୁ ସୂଚନା ଦିଆଯାଇଛି।

ଖଣି ନିଲାମି ପ୍ରକ୍ରିୟାରେ ସାମିଲ ହେବା ପୂର୍ବରୁ ବିଜ୍ଞପ୍ତି ପ୍ରକାଶ ପାଇଥିଲା। ଏଥିରେ ଜେଏସପିଏଲ, ଭୂଷଣ, ଆରଆଇଏନଏଲ, ଟାଟା ଷ୍ଟିଲ ଓ ଏସଆର ଷ୍ଟିଲ ଅଂଶ ଗ୍ରହଣ କରିଥିଲେ। ଏହି ଲୁହାପଥର ଖଣି ଜି-୨ ଲେଭେଲର ହୋଇଥିବାରୁ ଲିଜଧାରୀ ଖଣିଜ ପଦାର୍ଥ ଉତ୍ତୋଳନ କରିବା ପ୍ରକ୍ରିୟା ସହଜ ହେବ। ଖଣିଟି ୧୩୯.୧୬ ହେକ୍ଟର ପରିମିତ ଅଞ୍ଚଳରେ ରହିଥିବା ବେଳେ ୯୧ ମିଲିୟନ  ଟନରୁ  ଅଧିକ ଖଣିଜ ପଦାର୍ଥ ଥିବା ଜଣାପଡିଛି।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos