ଭାରତୀୟ କ୍ରିକେଟରଙ୍କ ସୋଶାଲ ମିଡିଆ ଆକାଉଣ୍ଟ ଉପରେ ବିସିସିଆଇର ନଜର୍

ଲଣ୍ଡନ: କରୋନାଭାଇରସ୍ ଯୋଗୁ କ୍ରିକେଟ୍ ଜଗତ ଠପ୍ ପଡ଼ିଯାଇଛି। ଏପରିକି ଅଧିକାଂଶ ଦେଶରେ ଲକଡାଉନ୍ ଜାରି ରହିଛି ଏବଂ ଏହି ସମୟରେ ସବୁ କ୍ରିକେଟର୍ ନିଜ ନିଜର ଘରେ ଅଛନ୍ତି। କ୍ରିକେଟରମାନେ ମଧ୍ୟ ଏହି ଖାଲି ସମୟରେ ସୋଶାଲ ମିଡିଆରେ ଅଧିକ ସମୟ ବିତାଉଛନ୍ତି, ଯାହାକୁ ନେଇ ଚିନ୍ତାରେ ପଡ଼ିଯାଇଛି ଅନ୍ତର୍ଜାତୀୟ କ୍ରିକେଟ୍ ପରିଷଦ (ଆଇସିସି)। ଖେଳାଳିମାନେ ଯେତେ ସମୟ ସୋଶାଲ ମିଡିଆରେ ସମୟ ବିତାଇବେ, ସେତେ ଫିକ୍ସିଂର ସମ୍ଭାବନା ରହିଥିବା ଆଇସିସି ପକ୍ଷରୁ କୁହାଯାଇଛି। ତେଣୁ […]

india

india

Ranjit Kumar Jena
  • Published: Sunday, 19 April 2020
  • Updated: 19 April 2020, 07:25 PM IST

ଲଣ୍ଡନ: କରୋନାଭାଇରସ୍ ଯୋଗୁ କ୍ରିକେଟ୍ ଜଗତ ଠପ୍ ପଡ଼ିଯାଇଛି। ଏପରିକି ଅଧିକାଂଶ ଦେଶରେ ଲକଡାଉନ୍ ଜାରି ରହିଛି ଏବଂ ଏହି ସମୟରେ ସବୁ କ୍ରିକେଟର୍ ନିଜ ନିଜର ଘରେ ଅଛନ୍ତି। କ୍ରିକେଟରମାନେ ମଧ୍ୟ ଏହି ଖାଲି ସମୟରେ ସୋଶାଲ ମିଡିଆରେ ଅଧିକ ସମୟ ବିତାଉଛନ୍ତି, ଯାହାକୁ ନେଇ ଚିନ୍ତାରେ ପଡ଼ିଯାଇଛି ଅନ୍ତର୍ଜାତୀୟ କ୍ରିକେଟ୍ ପରିଷଦ (ଆଇସିସି)। ଖେଳାଳିମାନେ ଯେତେ ସମୟ ସୋଶାଲ ମିଡିଆରେ ସମୟ ବିତାଇବେ, ସେତେ ଫିକ୍ସିଂର ସମ୍ଭାବନା ରହିଥିବା ଆଇସିସି ପକ୍ଷରୁ କୁହାଯାଇଛି। ତେଣୁ ଏହାକୁ ନେଇ ଆଇସିସି ଚିନ୍ତାରେ ପଡ଼ିଯାଇଛି।

ଆଇସିସିର ଆଣ୍ଟି କରପସନ୍ ୟୁନିଟ୍ (ଏସିୟୁ)ର ମୁଖ୍ୟ ଆଲେକ୍ସ ମାର୍ଶାଲ୍ କହିଛନ୍ତି, ବୁକିମାନେ ସୋଶାଲ ମିଡିଆ ଜରିଆରେ ଖେଳାଳିଙ୍କୁ ଯୋଗାଯୋଗ କରିପାରନ୍ତି। ତେବେ ଆଇସିସି ଏସିୟୁ ମୁଖ୍ୟଙ୍କ ଏହି ଚେତାବନୀକୁ ନେଇ ବିସିସିଆଇ ଆଦୌ ଟେନସନରେ ନାହିଁ। ବିସିସିଆଇର ଆଣ୍ଟି କରପସନ୍ ୟୁନିଟ୍ (ଏସିୟୁ) ପକ୍ଷରୁ କୁହାଯାଇଛି, ଭାରତୀୟ ଖେଳାଳି ଫିକ୍ସିଂ କରୁଥିବା କାମ ପ୍ରତି ଅଧିକ ସଜାଗ ଏବଂ କିଛି ସନ୍ଦେହଜନକ ହେଲେ ସେମାନେ ଆମକୁ ତୁରନ୍ତ ରିପୋର୍ଟ କରିବେ।

ବିସିସିଆଇର ଏସିୟୁ ମୁଖ୍ୟ ଅଜିତ୍ ସିଂହ ଆଇସିସିର ସେହି ଚିନ୍ତା ଉପରେ କହିଛନ୍ତି, ଭାରତୀୟ ଖେଳାଳିଙ୍କ ଉପରେ ଆମର ପୂରା ଭରସା ରହିଛି। ଆମେ ନିଜ ଖେଳାଳିଙ୍କୁ ଭଲ ଭାବେ ବୁଝାଇଛୁ ଯେ ଲୋକେ ଆପଣଙ୍କୁ କିପରି ପ୍ରସ୍ତାବ ଦେଇପାରନ୍ତି ଏବଂ ସୋଶାଲ ମିଡିଆ ଜରିଆରେ ସେମାନଙ୍କର କାମ କରିବାର ତରିକା ଉପରେ ମଧ୍ୟ ଅବଗତ କରାଇ ଦେଇଛୁ। ଆମେ ସେମାନଙ୍କୁ କହିଛୁ ଯେ କିଛି ଫିକ୍ସର ଏବଂ ବୁକିମାନେ ଆପଣମାନଙ୍କୁ ପ୍ରଲୋଭନ ଦେଖାଇପାରନ୍ତି କିମ୍ବା ନୂଆ ନୂଆ ପ୍ରସ୍ତାବ ପାଇଁ ଉସୁକାଇବେ। ସେମାନେ (ଫିକ୍ସର ବା ବୁକି) ଏଭଳି ବ୍ୟବହାର କରିବେ, ଯେପରି ସେମାନେ ଆପଣଙ୍କର (ଖେଳାଳି) ବଡ଼ ପ୍ରଶଂସକ ଏବଂ କୌଣସି ଉପାୟରେ ଆପଣଙ୍କୁ ସାକ୍ଷାତ କରିବାକୁ କହିପାରନ୍ତି। ଏପରିକି ଆପଣଙ୍କୁ ନିଜ ସମ୍ପର୍କୀୟ ବୋଲି ମଧ୍ୟ କହିପାରନ୍ତି। ଯଦି ଏଭଳି କିଛି ଘଟେ, ତାହେଲେ ଏହି ରିପୋର୍ଟ କରିବାକୁ ଆମେ ଭାରତୀୟ ଖେଳାଳିଙ୍କୁ ସୂଚେଇ ଦେଇଛୁ।

ଅଜିତ୍ ସିଂହଙ୍କୁ ପଚରାଯାଇଥିଲା ଯେ ବଡ଼ ଖେଳାଳିଙ୍କ ଲକ୍ଷ ଲକ୍ଷ ପ୍ରଶଂସକ ଅଛନ୍ତି ଏବଂ ଏହି ଖେଳାଳିମାନେ ଅନଲାଇନରେ ଖୁବ୍ ସକ୍ରିୟ, ଯେଉଁମାନେ ଟ୍ୱିଟର୍‌, ଇନଷ୍ଟାଗ୍ରାମ ଏବଂ ଫେସବୁକ୍ ଲାଇଭରେ ବିଭିନ୍ନ ପ୍ରଶ୍ନର ଜବାବ ଦିଅନ୍ତି, ତାହେଲେ କ'ଣ ବିସିସିଆଇର ଏସିୟୁ ଟିମ୍ 'ଅନଲାଇନ୍ କଣ୍ଟେଣ୍ଟ' ଉପରେ ନଜର ରଖୁଛି କି? ଜବାବରେ ଅଜିତ୍ ସିଂହ କହିଛନ୍ତି, "ଯେଉଁମାନଙ୍କର ଅନଲଆଉନରେ ନଜର ରଖାଯିବା ଦରକାର, ଆମେ ସେମାନଙ୍କ ଉପରେ ତୀକ୍ଷ୍ମ ନଜର ରଖୁଛୁ। କିନ୍ତୁ ଲକଡାଉନ୍ ସମୟରେ ଯାଞ୍ଚ କରିବା ଏବଂ ସ୍ଥାନର ସନ୍ଧାନ କରିବା ସମ୍ଭବ ନୁହେଁ। ଯଦି ଆମ ନଜରକୁ କିଛି ବି ଆସେ, ତାହେଲେ ତାହା ଆପେ ଆପେ ଏହା ଆମ ଡାଟାବେସକୁ ଚାଲିଆସିବ ଏବଂ ଯେତେବେଳେ ଲକଡାଉନ୍ ଶେଷ ହେବ ଏବଂ ଆବଶ୍ୟକ ପଡ଼ିଲେ ଏହାର ଯାଞ୍ଚ ମଧ୍ୟ କରାଯିବ।"

ସୂଚନାଯୋଗ୍ୟ, ଆଇସିସିର ଏସିୟୁ ମୁଖ୍ୟ ମାର୍ଶାଲ୍ କହିଥିଲେ, "ଆମେ ଦେଖୁଛୁ ଯେ ଯେତେବେଳେ ଖେଳାଳିମାନେ ସୋଶାଲ ମିଡିଆରେ ଅଧିକ ସମୟ ବିତାଉଛନ୍ତି, ସେତେବେଳେ କିଛି ଜଣାଶୁଣା ବ୍ୟକ୍ତି ଏହି ସମୟର ଉପଯୋଗ କରି ଖେଳାଳିଙ୍କ ସହ ସମ୍ପର୍କ ସ୍ଥାପନ କରିବାକୁ ପ୍ରୟାସ କରିପାରନ୍ତି। ମାର୍ଶାଲ ଆହୁରି କହିଛନ୍ତି, କ୍ରିକେଟ୍ ଗତିବିଧି ବନ୍ଦ ହେବାର ଅର୍ଥ ନୁହେଁ ଯେ ଫିକ୍ସିଂ ମାମଲା କମିଯିବ। ଏହି ସମୟରେ ବୁକିମାନେ କ୍ରିକେଟରମାନଙ୍କୁ ଫିକ୍ସିଂ କରିବା ପାଇଁ ଅନେକ ପ୍ରଲୋଭନ ଦେଖାଇପାରନ୍ତି। କୋଭିଡ୍‌-୧୯ ମହାମାରୀ କାରଣରୁ ହୁଏତ ସାରା ବିଶ୍ୱରେ ଅନ୍ତର୍ଜାତୀୟ ଓ ଘରୋଇ କ୍ରିକେଟ୍ ଅସ୍ଥାୟୀ ଭାବେ ବନ୍ଦ ହୋଇଛି, କିନ୍ତୁ ଦୁର୍ନୀତି ଏବେବି ସକ୍ରିୟ ଅଛି। ତେଣୁ ଆମ ସମସ୍ତଙ୍କୁ ସତର୍କ ହୋଇ ରହିବାକୁ ପଡ଼ିବ।"

କରୋନା ଯୋଗୁ କ୍ରିକେଟ୍ ଗତିବିଧି ବନ୍ଦ ରହିଛି ଏବଂ କେବେ ସବୁକିଛି ଠିକ୍ ହେବ, ତାହା କହିହେବ ନାହିଁ । ଏ ନେଇ ମାର୍ଶାଲ୍ କହିଥିଲେ, ଏହି ସମସ୍ୟା ସମ୍ବନ୍ଧରେ ଅବଗତ କରାଇବା ପାଇଁ ଆମେ ନିଜ ସଦସ୍ୟ, ଖେଳାଳିଙ୍କ ସହ ଯୋଗାଯୋଗ କରିଛୁ, ଯଦ୍ଦ୍ୱାରା ଆମେ ସମସ୍ତଙ୍କୁ ଦୁର୍ନୀତିରୁ ଦୂରେଇ ରହିବାକୁ ପରାମର୍ଶ ଦେଉଛୁ।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos