ନୂଆଦିଲ୍ଲୀ: କୋଇଲା ସ୍କାମ ମାମଲାରେ ଇଡିର ସମନ ବିରୋଧରେ ସୁପ୍ରିମକୋର୍ଟରେ ଦ୍ୱାରସ୍ଥ ହୋଇଛନ୍ତି ଟିଏମସି ଏମପି ଅଭିଷେକ ବାନାର୍ଜୀ। ପଶ୍ଚିମବଙ୍ଗର କୋଇଲା ଦୁର୍ନୀତିରେ ମନରି ଲଣ୍ଡରିଂ ମାମଲାରେ ଅଭିଷେକ ଇଡି ଜାଲରେ ଫସିଛନ୍ତି। ଉଭୟ ସ୍ୱାମୀ ଅଭିଷେକ ଏବଂ ରୁଜିରା ମାର୍ଚ୍ଚ ୨୧ ଏବଂ ୨୨ରେ ଇଡି ନିକଟରେ ହାଜର ହେବାକୁ ନିର୍ଦ୍ଦେଶ ହୋଇଛି। ପୂର୍ବରୁ ଇଡିର ସମନ ବିରୋଧରେ ଦିଲ୍ଲୀ ହାଇକୋର୍ଟ ଯାଇଥିଲେ ଅଭିଷେକ। ଯେହେତୁ ଉଭୟଙ୍କ ଘର ପଶ୍ଚିମବଙ୍ଗରେ ତେଣୁ ତାଙ୍କୁ ଦିଲ୍ଲୀ ଅଫିସକୁ ଡାକି ହଇରାଣ କରାଯାଉ ଥିବା ସେ ଅଭିଯୋଗ କରିଥିଲେ। ତେବେ ଏହି ଆବେଦନଟି ମାର୍ଚ୍ଚ ୧୧ରେ ଦିଲ୍ଲୀ ହାଇକୋର୍ଟରେ ଖାରଜ ହୋଇ ଯାଇଥିଲା। ଏହା ପରେ ଇଡି ପକ୍ଷରୁ ଅଭିଷେକ ଏବଂ ତାଙ୍କ ପତ୍ନୀଙ୍କୁ ଏକ ଫ୍ରେସ୍ ସମନ କରାଯାଇଥିଲା। ଉଭୟଙ୍କୁ ପୁଣି ଦଲ୍ଲୀରେ ହାଜର ହେବା ପାଇଁ ନୋଟିସ ହୋଇଛି। ଅଭିଷେକ ହେଉଛନ୍ତ ପଶ୍ଚିମବଙ୍ଗ ମୁଖ୍ୟମନ୍ତ୍ରୀ ମମତା ବାନାର୍ଜୀଙ୍କ ପୁତୁରା। ଏବେ ସେ ଦିଲ୍ଲୀ ହାଇକୋର୍ଟ ଅର୍ଡ଼ର ବିରୋଧରେ ସୁପ୍ରିମକୋଟରେ ସେ ଏକ ସ୍ପଶାଲ ଲିଭ ପିଟିସନ୍ ଆବେଦନ କରିଛନ୍ତି।
୨୦୨୧ ମସିହା ସେପ୍ଟେମ୍ବର ୬ରେ ଅଭିଷେକ ଏହି ମାମଲାରେ ଇଡିରେ ହାଜର ହୋଇ ବୟାନ ରେକର୍ଡ କରାଇଥିଲେ। ଏହି ସମୟରେ ତାଙ୍କୁ ପ୍ରାୟ ୬ ଘଣ୍ଟା କାଳ ଜେରା କରାଯାଇଥିଲା। ତେବେ ଏହି ଜେରାରେ ଇଡି ସନ୍ତୁଷ୍ଟି ହୋଇନାହିଁ।
ସୂଚନାଯୋଗ୍ୟ, ବହୁ ଚର୍ଚ୍ଚିତ କୋଇଲା ଦୁର୍ନୀତି ଘଟଣାରେ ଉଭୟ ସିବିଆଇ ଓ ଇଡି ମିଳିତ ଭାବେ ତଦନ୍ତ କରୁଛନ୍ତି। ପ୍ରଥମେ ଘଟଣାର ତଦନ୍ତ ଆରମ୍ଭ କରିଥିଲା। ପଶ୍ଚିମବଙ୍ଗ ଅନ୍ତର୍ଗତ ଆସାନସୋଲ୍ ଚାରିପଟେ ଥିବା କୁନୁସ୍ତୋରିଆ ଏବଂ କାଜୋରା ଅଞ୍ଚଳରେ ଥିବା ‘ଇଷ୍ଟର୍ଣ୍ଣ କୋଲ୍ଫିଲ୍ଡ୍ସ୍ ଲିମିଟେଡ୍’ର ଖଣିଗୁଡ଼ିକରୁ କୋଟି କୋଟି ଟଙ୍କାର କୋଇଲା ଚୋରିର ଅଭିଯୋଗ ହୋଇଥିଲା।
ଏହି ମାମଲାରେ ୨୦୨୦ ନଭେମ୍ବରରେ ସିବିଆଇ ଫାଇଲ୍ କରିଥିବା ଏଫ୍ଆଇଆର୍ ଅନୁସାରେ ପ୍ରବର୍ତ୍ତନ ନିର୍ଦେଶାଳୟ ଅପରାଧିକ ମାମଲା ରୁଜୁ କରିଛି। କୋଇଲା ଚୋରା ଚାଲାଣ ଘଟଣାରେ ସିବିଆଇ ପ୍ରଥମେ ପଶ୍ଚିମବଙ୍ଗର ପୁରୁଲିଆ, ବଙ୍କୁରା, ପଶ୍ଚିମବର୍ଦ୍ଧମାନ ଓ କୋଲକାତାର ୧୩ଟି ସ୍ଥାନରେ ରେଡ କରିଥିଲା। ଅମୀୟ ଷ୍ଟିଲ ପ୍ରାଃଲିଃ ପରିସରରେ ବି ସିବିଆଇ ଟିମ ଯାଞ୍ଚ କରିଥିଲା। ପୂରା କୋଇଲା ଚାଲାଣର କିଙ୍ଗ ପିନ୍ ହେଉଛି ଅନୁପ ମାନଝୀ। ତାଙ୍କ ଡେପୁଟି କୁହାଯାଉଥିବା ଜୟଦେବ ମଣ୍ଡଳଙ୍କ ଠିକଣାରେ ସିବିଆଇ ଧରପଗଡ଼ କରିଥିଲା।
ଘଟଣାର ତଦନ୍ତ ବେଳେ ସିବିଆଇ ଅଭିଷେକ ବାନାର୍ଜୀଙ୍କ ପତ୍ନୀଙ୍କ ଭୂମିକା ବିଷୟରେ ଜାଣିବାକୁ ପାଇଥିଲା। ଏହି କାରଣରୁ ତାଙ୍କୁ ଜେରା କରିବାକୁ ସିବିଆଇ ନୋଟିସ୍ କରିଥିଲା। ତାଙ୍କୁ ଜେରା ପରେ ବ୍ୟାଙ୍କ ନେଣଦେଣ ସମ୍ପର୍କିତ ତଥ୍ୟ ଉପସ୍ଥାପନ କରିବାକୁ କୁହାଯାଇଥିଲା। ଉକ୍ତ ଘଟଣାରେ ଶୀଥିଳତା ପଡ଼ିଥିବା ବେଳେ ଇଡି ଗୋଟିଏ ମନି ଲଣ୍ଡିରିଂ ମାମଲାର ଉଭୟ ଅଭିଷେକ ଓ ରୁଜିରାଙ୍କୁ ସମନ କରିଛି।
ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।