ଦିଲ୍ଲୀ ଭଳି ଲଣ୍ଡା ହୋଇଯିବ ଭୁବନେଶ୍ୱର?

ରାସ୍ତା ବନିବ … ବିଲ୍ଡିଂ ବନିବ …. କଳକାରଖାନା ବନିବ… ଯାହା ହେବ ଆଗେ ଗଛ କାଟ ତା ପରେ ଦେଖିବା। ଆମ ରାଜ୍ୟ ସରକାର ପରିବେଶକୁ ନେଇ କେତେ ସମ୍ୱେଦନଶୀଳ ଏଇ କିଛି ବର୍ଷ ହେବ ତାଙ୍କ ହାବଭାବ ହିଁ ବତାଇ ଦେଉଛି। ଚଳିତ ବର୍ଷ ଜୁନ ମାସରେ ବିଧାୟକମାନଙ୍କ ରହଣି ପାଇଁ ବିଳାସବ୍ୟସନ ଭରା କୋଠା ନିର୍ମାଣ କରିବା ନିମନ୍ତେ ଶହ ଶହ ଗଛର ବଳି ଚଢ଼ାଇ ଦେଇଥିଲେ ଓଡ଼ିଶା ସରକାର।