ଫିଲ୍ମ ସୁଟିଂ ବେଳେ ଓଲିଉଡ୍‌ ସୁପରଷ୍ଟାର ଅନୁଭବ ମହାନ୍ତି ଆହତ

ଭୁବନେଶ୍ୱର(ଓଡ଼ିଶା ରିପୋର୍ଟର): ଫିଲ୍ମ ସୁଟିଂ ବେଳେ ପଡ଼ିଯାଇ ଆହତ ହୋଇଛନ୍ତି ଓଲିଉଡ୍‌ର ସୁପରଷ୍ଟାର ଅନୁଭବ ମହାନ୍ତି। ମିଳିଥିବା ଖବର ଅନୁଯାୟୀ, ତରଙ୍ଗ ସିନେ ପ୍ରଡକ୍‌ନ୍ସର ନିର୍ମାଣାଧୀନ ଫିଲ୍ମ ‘ପ୍ରେମ କୁମାର’ର ସୁଟିଂ ଜୋରସୋରରେ ଚାଲିଛି। ଆଜି ଏହି ଫିଲ୍ମର ଏକ ଫାଇଟିଂ ସିନ୍‌ ସୁଟିଂ ଚାଲିଥିଲା। ଫିଲ୍ମର ନାୟକ ଅନୁଭବ ମହାନ୍ତି ଫାଇଟିଂ କରୁଥିବା ବେଳେ ଭାରସାମ୍ୟ ହରାଇ ତଳେ ପଡ଼ି ଯାଇଥିଲେ। ଫଳରେ ତାଙ୍କ ପାଦରେ ସାମାନ୍ୟ ଆଘାତ ଲାଗିଥିବା ପ୍ରଯୋଜନା ସଂସ୍ଥା ତରଫରୁ ଜଣାପଡ଼ିଛି। ତାଙ୍କୁ ଏକ ଘରୋଇ ମେଡ଼ିକାଲରେ ଭର୍ତ୍ତି କରାଯାଇଛି।

Previous ArticleNext Article

Send this to a friend