ସକାଳୁ ସକାଳୁ ରାଜପଥରେ ଚାଲିଗଲା ୪ ଜୀବନ

accident

ଯାଜପୁର(ଓଡ଼ିଶା ରିପୋର୍ଟର): ଯାଜପୁର ଜିଲ୍ଲାର ଏନ୍‌ଏଚ୍‌ ୫୩ ବାଲିସାହି ନିକଟରେ ଆଜି ସକାଳେ ମର୍ମନ୍ତୁଦ ଦୁର୍ଘଟଣା ଘଟିଛି। ଏକ ଟ୍ରକ୍ ସହିତ ଟାଟା-ମ୍ୟାଜିକର ମୁହାଁମୁହିଁ ଧକ୍କା ହେବାରୁ ୪ ଜଣଙ୍କ ମୃତ୍ୟୁ ହୋଇଥିବା ବେଳେ ୫ ଜଣ ଗୁରୁତର ଆହତ ହୋଇଛନ୍ତି। ଆହତମାନଙ୍କୁ ଧର୍ମଶାଳା ଡାକ୍ତରଖାନାରେ ଭର୍ତ୍ତି କରାଯାଇଛି।

ସମସ୍ତ ମୃତାହତମାନେ ବ୍ୟବସାୟୀ ବୋଲି ଜଣାପଡ଼ିଛି।  ସେମାନେ ଏକ ଟାଟା ମ୍ୟାଜିକରେ ଡୁବୁରି ହାଟକୁ ଯାଉଥିବା ବେଳେ ଏହି ଦୁର୍ଘଟଣା ଘଟିଛି।

Previous ArticleNext Article

Send this to a friend