ଭାରତୀୟ କ୍ରିକେଟ ଟିମର ଅଧିନାୟକ ବିରାଟ କୋହଲିଙ୍କୁ ରାଜୀବ ଗାନ୍ଧି ଖେଳରତ୍ନ ପୁରସ୍କାର ଦେବାପାଇଁ ବିସିସିଆଇ ସୁପାରିସ କରିଛି। ପୂର୍ବରୁ ୨୦୧୬ରେ କୋହଲିଙ୍କ ନାଁ ସୁପାରିସ କରାଯାଇଥିଲା। କିନ୍ତୁ ସେହି ବର୍ଷ ରିଓ ଅଲିମ୍ପିକରେ ପଦକ ଜିତିଥିବା ପି.ଭି.ସିନ୍ଧୁ, ସାକ୍ଷୀ ମଲ୍ଲିକ ଓ ଦୀପା କର୍ମକାରଙ୍କୁ ରାଜୀବଗାନ୍ଧି ଖେଳରତ୍ନ ପୁରସ୍କାର ମିଳିବାରୁ ବିରାଟ ବାଦ ପଡିଥିଲେ। ୧୯ବର୍ଷରୁ କମ ଦଳର କୋଚ୍ ଥିବା ରାହୁଲ ଦ୍ରାବିଡଙ୍କୁ ଦ୍ରୋଣାଚାର୍ଯ୍ୟ ପୁରସ୍କାର ପାଇଁ ସୁପାରିସ ହୋଇଛି। ରାହୁଲଙ୍କ କୋଚିଂ ସହାୟତାରେ ଟିମ ଇଣ୍ଡିଆ ୧୯ବର୍ଷରୁ କମ ବିଶ୍ୱକପ୍ ଟାଇଟଲ ହାସଲ କରିଥିଲା। ଏଥିସହ ଅନେକ ଜୁନିୟର ଖେଳାଳି ସିନିୟର ଦଳରେ ସ୍ଥାନ ପାଇଛନ୍ତି। ଜୀବନ ବ୍ୟାପୀ ଅବଦାନ ପାଇଁ ଭାରତୀୟ କ୍ରିକେଟ ଦଳର ପୂର୍ବତନ ଅଧିନାୟକ ସୁନିଲ ଗାଭାସ୍କରଙ୍କ ନାଁ ଧ୍ୟାନଚାନ୍ଦ ପୁରସ୍କାର ପାଇଁ ସୁପାରିସ କରିଛି ବିସିସିଆଇ।
ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।