ଭୁବନେଶ୍ୱର: ଓଡ଼ିଶା କିକ୍ ବକ୍ସିଂ ଆସୋସିଏସନ୍ ପକ୍ଷରୁ ଆସନ୍ତା ଜାନୁଆରୀ ୫ ରୁ ୮ ତାରିଖ ପର୍ଯ୍ୟନ୍ତ ଭୁବନେଶ୍ୱର କଳିଙ୍ଗ ଷ୍ଟାଡିୟମରେ ଅନୁଷ୍ଠିତ ହେବ ଷଷ୍ଠ ଜାତୀୟ କିକ୍ ବକ୍ସିଂ ଚାମ୍ପିଅନ୍ସିପ୍। ଏଥିରେ ଦେଶର ବିଭିନ୍ନ ରାଜ୍ୟରୁ ପ୍ରାୟ ୭୦୦ ପୁରୁଷ ଓ ମହିଳା ପ୍ରତିଯୋଗୀ ଭାବ ନେବେ।
ଏହି ପ୍ରତିଯୋଗିତାରେ ଫୁଲ୍ କଣ୍ଟାକ୍ଟ, ସେମି କଣ୍ଟାକ୍ଟ, ଲାଇଟ୍ କଣ୍ଟାକ୍ଟ, ଲୋ କିକ୍, ଥାଇ କିକ୍ ବକ୍ସିଂ, ରୋ କିକ୍ ବକ୍ସିଂ ଇଭେଣ୍ଟରେ ସବ୍ ଜୁନିୟର, ଜୁନିୟର ଓ ସିନିୟର ବିଭାଗରେ ପ୍ରତିଯୋଗିତା ଅନୁଷ୍ଠିତ ହେବ। ଏହା ସହିତ ପେସାଦାର କିକ୍ ବକ୍ସରମାନଙ୍କର ପ୍ରତିଯୋଗିତା ମଧ୍ୟ ଅନୁଷ୍ଠିତ ହେବ।
ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।