ଦେବଗଡ: ଇନ୍ଦିରାଗାନ୍ଧୀ ଷ୍ଟାଡିୟମରେ ଜିଲ୍ଲାସ୍ତରୀୟ ମହିଳା କ୍ରୀଡା ବୁଧବାର ଉଦଘାଟିତ ହୋଇଛି । ଦେବଗଡ ଏସପି ସାରା ଶର୍ମା ଆନୁଷ୍ଠାନିକ ଭାବରେ ଏହାକୁ ଉଦଘାଟନ କରିଥିଲେ । ଦେବଗଡ ଜିଲ୍ଲା ସମାଜ ମଙ୍ଗଳ ଅଧିକାରୀ ଆର୍ଶୁ ଟୁଡୁ ସମ୍ମାନିତ ଅତିଥି ଭାବରେ ଯୋଗ ଦେଇଥିଲେ। ଏହି ଅବସରରେ କବାଡି, ଖୋ ଖୋ, ମହିଳା ହକି, ମହିଳା ହ୍ୟାଣ୍ଡବଲ ଆଦି ଖେଳରେ ଜିଲ୍ଲା ଦଳ ପାଇଁ ଖେଳାଳି ମନୋନୟନ ହେବ । ଏହି ମନୋନୀତ ଦଳ ଜିଲ୍ଲାସ୍ତରୀୟ ଖେଳରେ ଦେବଗଡର ପ୍ରତିନିଧିତ୍ୱ କରିବ। ଏହି ଖେଳରେ ଜିଲ୍ଲାରୁ ପ୍ରାୟ ଦୁଇଶହ ମହିଳା ଖେଳାଳି ଯୋଗ ଦେଇଛନ୍ତି।
ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।