ନୂଆଦିଲ୍ଲୀ: ଫିରୋଜ୍ ଶାହ କୋଟ୍ଲା ଷ୍ଟାଡିୟମରେ ଖେଳାଯାଇଥିବା ଆଇପିଏଲ୍ର ୫୫ ତମ ମ୍ୟାଚ୍ରେ ଦିଲ୍ଲୀ ଡେୟାର ଡେଭିଲ୍ସ ମୁମ୍ବାଇ ଇଣ୍ଡିଆନ୍ସକୁ ୧୧ ରନ୍ରେ ପରାସ୍ତ କରିଛି। ଏହି ପରାଜୟ ସହିତ ମୁମ୍ବାଇ ଆଇପିଏଲ୍୨୦୧୮ର ୧୧ତମ ସଂସ୍କରଣର ପ୍ଲେ ଅଫ୍ରୁ ବିଦା ହୋଇଛି।
ମ୍ୟାଚ୍ରେ ଦିଲ୍ଲୀ ଟସ୍ ଜିତି ପ୍ରଥମେ ବ୍ୟାଟିଂ କରି ୨୦ ଓଭରରେ ୪ ୱିକେଟ୍ ହରାଇ ୧୭୪ ରନ୍ ସଂଗ୍ରହ କରିଥିଲା। ଜବାବରେ ମୁମ୍ବାଇ ୧୯.୩ ବଲ୍ ଖେଳି ମାତ୍ର ୧୬୩ ରନ୍ କରିପାରିଥିଲା। ଦିଲ୍ଲୀ ପକ୍ଷରୁ ସନ୍ଦିପ ଲାମିଛାନେ, ହର୍ଷଲ ପଟେଲ ଓ ଅମିତ ମିଶ୍ରା ତିନୋଟି ଲେଖାଏଁ ୱିକେଟ୍ ନେଇଥିଲେ।
ସେହିଭଳି ଦିଲ୍ଲୀର ରିଷଭ ପନ୍ତ ୪ଟି ଚୌକା ଓ ୪ଟି ଛକା ସାହାଯ୍ୟରେ ୬୪ ରନ୍ କରିଥିବା ବେଳେ ମୁମ୍ବାଇର ଏଭିନ୍ ଲୁଇସ୍ ୪୮ ଓ ବେନ୍ କଟିଂ ୩୭ ରନ୍ କରିଥିଲେ।
ମୁମ୍ବାଇକୁ ମ୍ୟାଚ୍ ଜିତିବା ପାଇଁ ଶେଷ ଓଭରରେ ୧୮ ରନ୍ର ଆବଶ୍ୟକତା ଥିଲା। ଦିଲ୍ଲୀର ହର୍ଷଲ ପଟେଲ ଶେଷ ଓଭର ବୋଲିଂ କରୁଥିଲେ। ହର୍ଷଲଙ୍କ ପ୍ରଥମ ବଲ୍ରେ କଟିଙ୍ଗ୍ ଛକା ମାରିବା ପରେ ଦ୍ୱିତୀୟ ବଲ୍ରେ ଆଉଟ୍ ହୋଇଯାଇଥିଲେ। ତୃତୀୟ ବଲ୍ରେ ବୁମ୍ରାଙ୍କୁ ଆଉଟ୍ କରିଥିଲେ ହର୍ଷଲ। ଫଳରେ ମୁମ୍ବାଇ ୧୬୩ ରନ୍ରେ ହିଁ ସୀମିତ ହୋଇଯାଇଥିଲା।
ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।