ବିଦା ହେଲା ଆର୍‌ସିବି: ବିପକ୍ଷ ଦଳର ଘାତକ ବୋଲିଂ ଆଗରେ କୋହଲିଙ୍କ ଟିମ୍‌ ମାଟି କାମୁଡ଼ିଲା

(ଜୟପୁର): ରାଜସ୍ଥାନ ଠାରୁ ହାରି ପ୍ରତିଯୋଗିତାରୁ ବିଦା ହେଲା ବିରାଟ କୋହଲିଙ୍କ ଆର୍‌ସିବି। ପ୍ଲେଅଫ୍‌ ଖେଳିବାର ସ୍ୱପ୍ନ ଅଧା ରହିଗଲା ବିରାଟ କୋହଲିଙ୍କ ବାଙ୍ଗାଲୋର ଦଳର। ରାଜସ୍ଥାନ ବୋଲର୍‌ଙ୍କ ଘାତକ ବୋଲିଂକୁ ସାମ୍ନା କରିପାରିନଥିଲେ ଆର୍‌ସିବିର ବ୍ୟାଟ୍ସମ୍ୟାନ୍‌। ଫଳରେ ୩୦ ରନ୍‌ରେ ପରାସ୍ତ ହୋଇ ପ୍ରତିଯୋଗିତାରୁ ବିଦାୟ ନେଲା ବାଙ୍ଗାଲୋର। ଜୟପୁର ଠାରେ ଖେଳାଯାଇଥିବା ମ୍ୟାଚ୍‌ରେ ରାଜସ୍ଥାନ ପ୍ରଥମେ ବ୍ୟାଟିଂ କରି ନିର୍ଦ୍ଧାରିତ ୨୦ ଓଭରରେ ୧୬୪ ରନ୍‌ କରିପାରିଥିଲା। ଦଳ ପକ୍ଷରୁ ରାହୁଲ ତ୍ରିପାଠୀଙ୍କ ବ୍ୟାଟ୍‌ରୁ […]

4_1432443198

4_1432443198

Rakesh Mallick
  • Published: Saturday, 19 May 2018
  • Updated: 19 May 2018, 08:45 PM IST

(ଜୟପୁର): ରାଜସ୍ଥାନ ଠାରୁ ହାରି ପ୍ରତିଯୋଗିତାରୁ ବିଦା ହେଲା ବିରାଟ କୋହଲିଙ୍କ ଆର୍‌ସିବି। ପ୍ଲେଅଫ୍‌ ଖେଳିବାର ସ୍ୱପ୍ନ ଅଧା ରହିଗଲା ବିରାଟ କୋହଲିଙ୍କ ବାଙ୍ଗାଲୋର ଦଳର। ରାଜସ୍ଥାନ ବୋଲର୍‌ଙ୍କ ଘାତକ ବୋଲିଂକୁ ସାମ୍ନା କରିପାରିନଥିଲେ ଆର୍‌ସିବିର ବ୍ୟାଟ୍ସମ୍ୟାନ୍‌। ଫଳରେ ୩୦ ରନ୍‌ରେ ପରାସ୍ତ ହୋଇ ପ୍ରତିଯୋଗିତାରୁ ବିଦାୟ ନେଲା ବାଙ୍ଗାଲୋର।

ଜୟପୁର ଠାରେ ଖେଳାଯାଇଥିବା ମ୍ୟାଚ୍‌ରେ ରାଜସ୍ଥାନ ପ୍ରଥମେ ବ୍ୟାଟିଂ କରି ନିର୍ଦ୍ଧାରିତ ୨୦ ଓଭରରେ ୧୬୪ ରନ୍‌ କରିପାରିଥିଲା। ଦଳ ପକ୍ଷରୁ ରାହୁଲ ତ୍ରିପାଠୀଙ୍କ ବ୍ୟାଟ୍‌ରୁ ଆକର୍ଷଣୀୟ ୮୦ ରନ୍‌ର ଅପରାଜିତ ପାଳି ଦେଖିବାକୁ ମିଳିଥିଲା। ୧୬୫ ରନ୍‌ର ବିଜୟ ଲକ୍ଷ୍ୟକୁ ପଛା କରି ଆର୍‌ସିବି ୧୩୪ ରନ୍‌ରେ ଅଲ୍‌ ଆଉଟ୍ ହୋଇଯାଇଥିଲା। ଦଳ ପକ୍ଷରୁ ଡିଭିଲିୟର୍ସ ଏକମାତ୍ର ବ୍ୟାଟ୍ସମ୍ୟାନ୍‌ ଭାବେ ଅର୍ଦ୍ଧଶତକ ହାସଲ କରିଥିବା ବେଳେ ଅନ୍ୟ କୌଣସି ବ୍ୟାଟ୍ସମ୍ୟାନ୍‌ ରାଜସ୍ଥାନ ବୋଲିଂକୁ ସାମ୍ନା କରିପାରି ନ ଥିଲା।

ରାଜସ୍ଥାନ ପକ୍ଷରୁ ଶ୍ରେୟସ ଗୋପାଲ ୪ ଓଭରରେ ୧୬ ରନ୍‌ ଦେଇ ୪ଟି ମୂଲ୍ୟବାନ ୱିକେଟ୍‌ ହାସଲ କରି ଖେଳର ମୋଡ଼ ବଦଳାଇ ଦେଇଥିଲେ। ଫଳରେ ବାଙ୍ଗାଲୋର ଟିମ୍‌ର ପ୍ରଥମ ଥର ପାଇଁ ଆଇପିଏଲ ଚାମ୍ପିୟନ ହେବାର ଯେଉଁ ଆଶା ଥିଲା ତାହା ଅଧା ରହିଗାଲା। ଅନ୍ୟପଟେ ଆଜିର ମ୍ୟାଚ୍‌ ଜିତି ପ୍ଲେଅଫ୍‌ ଆଶା ଉଜ୍ଜୀବିତ ରଖିଛି ରାଜସ୍ଥାନ। ୧୪ଟି ମ୍ୟାଚ୍‌ରୁ ୭ଟିରେ ଜିତି ୧୪ ଅଙ୍କ ସହ ପ୍ଲେଅଫ୍‌ ରେସ୍‌ରେ ନିଜ ସ୍ଥିତିକୁ ଦୃଢ କରିଛି ରାଜସ୍ଥାନ। ଯେପର୍ଯ୍ୟନ୍ତ ଆଇପିଏଲର ସମସ୍ତ ଲିଗ୍‌ ମ୍ୟାଚ୍‌ ଶେଷ ହୋଇନାହିଁ ସେପର୍ଯ୍ୟନ୍ତ ରାଜସ୍ଥାନର ପ୍ଲେଅଫ୍‌ ଖେଳିବା ସମ୍ଭାବନା ନିଶ୍ଚିତ ନୁହେଁ ବୋଲି କୁହାଯାଉଛି।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos

Next Story