ଭୁବନେଶ୍ୱର (ଓଡ଼ିଶା ରିପୋର୍ଟର): ଭାରତୀୟ ଖେଳାଳି ପି.ଭି ସିନ୍ଧୁ ରୌପ୍ୟରେ ସନ୍ତୁଷ୍ଟ ହୋଇଛନ୍ତି। ଦୀର୍ଘ ସମୟ ଧରି ସଂଘର୍ଷ କରିବା ପରେ ଫାଇନାଲରେ ଜାପାନର ନୋଜୋମିଙ୍କ ଠାରୁ ପରାସ୍ତ ହୋଇଛନ୍ତି ସିନ୍ଧୁ। ଫାଇନାଲ ମ୍ୟାଚ୍ରେ ୧୯-୨୧, ୨୨-୨୦, ୨୦-୨୨ ପଏଣ୍ଟରେ ହାରି ସିନ୍ଧୁ ପରାସ୍ତ ହୋଇଛନ୍ତି। ବିଶ୍ୱ ବ୍ୟାଡ୍ମିଣ୍ଟନ ଚାମ୍ପିୟନସିପ୍ର ସେମିଫାଇନାଲ୍ରେ ଜିତି ଫାଇନାଲ୍ରେ ପ୍ରବେଶ କରିବା ପରେ ଭାରତ ପାଇଁ ସ୍ୱର୍ଣ୍ଣ ଆଶା ଆଣିଦେଇଥିଲେ ସିନ୍ଧୁ। ସ୍ୱର୍ଣ୍ଣ ଆଶା ଆଶାରେ ରହିଗଲା। ବିଶ୍ୱର ୪ ନମ୍ବର ଖେଳାଳି ସିନ୍ଧୁ ବିଶ୍ୱର ୬ ନମ୍ବର ଖେଳାଳି ନୋଜୋମିଙ୍କ ଠାରୁ ୨-୧ ସେଟ୍ରେ ପରାସ୍ତ ହୋଇଛନ୍ତି। ସିନ୍ଧୁ ଫାଇନାଲ୍ ମ୍ୟାଚ୍ରେ ପ୍ରଥମ ରାଉଣ୍ଡରେ ହାରିଥିବା ବେଳେ ଦ୍ୱିତୀୟ ରାଉଣ୍ଡରେ ଆକର୍ଷଣୀୟ ଖେଳ ଜାରି ରଖି ବିଜୟ ହାସଲ କରିଥିଲେ। ଏବଂ ଶେଷ ରାଉଣ୍ଡ ଉଭୟ ଖେଳାଳିଙ୍କ ପାଇଁ କର ବା ମର ପରିସ୍ଥିତି ଥିବା ବେଳେ ଜାପାନର ନୋଜୋମି ଓକୁହାରା ବିଜୟୀ ହୋଇଥିଲେ। ଫାଇନାଲ୍ ମ୍ୟାଚ୍ ବେଶ୍ ଚିତାକର୍ଷକ ହୋଇଥିଲା। ଶେଷ ରାଉଣ୍ଡରେ ଜାପାନର ନୋଜୋମି ପ୍ରଥମରୁ ହିଁ ଅଗ୍ରଣୀ ଥିଲେ କିନ୍ତୁ ପରେ ସିନ୍ଧୁ ଆକର୍ଷଣୀୟ ଖେଳ ଜାରି ରଖି ସମାନ ସ୍ଥିତିକୁ ଆସିଯାଇଥିଲେ। କିନ୍ତୁ ଶେଷରେ ସିନ୍ଧୁ ତାଙ୍କ ସନ୍ତୁଳନ ହରାଇ ପରାସ୍ତ ହୋଇଥିଲେ। ଏହାସହ ବିଶ୍ୱ ବ୍ୟାଡମିଣ୍ଟନରେ ଭାରତ ରୋପ୍ୟ ଓ ବ୍ରୋଞ୍ଜ ପଦକରେ ସନ୍ତୁଷ୍ଟ ହୋଇଛି। କାରଣ ପୂର୍ବରୁ ସେମିଫାଇନାଲ୍ରେ ସାଇନା ନେହୱାଲ ପରାସ୍ତ ହୋଇ ବୋଞ୍ଜ ପଦକ ପାଇଥିଲେ।
ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।