ଭୁବନେଶ୍ୱର(ଓଡ଼ିଶା ରିପୋର୍ଟର): କୋରିଆ ଗସ୍ତ ପାଇଁ ୨୦ ଜଣିଆ ମହିଳା ହକି ଦଳ ଘୋଷିତ ହୋଇଛି। ୨୦ ଜଣିଆ ଦଳରେ ଓଡ଼ିଶାର ୪ ଜଣ ଖେଳାଳି ସ୍ଥାନ ପାଇଛନ୍ତି। ଏହି ୪ଜଣ ହେଲେ ସୁନିତା ଲାକ୍ରା, ଦୀପଗ୍ରେସ୍ ଏକ୍କା, ନମିତା ଟପ୍ପୋ, ଲିଳିମା ମିଞ୍ଜ। ସୁନିତା ଲାକ୍ରାଙ୍କୁ ଭାରତୀୟ ଦଳର ଉପ ଅଧିନାୟକ ଦାୟିତ୍ୱ ମିଳିଛି। ଏହି ଖେଳାଳି ରିଓ ଅଲିମ୍ପିକରେ ମଧ୍ୟ ଭାରତ ପକ୍ଷରୁ ପ୍ରତିନିଧିତ୍ୱ କରିଥିଲେ। ଏହି ଗସ୍ତରେ ଭାରତ ୫ ଟି ମ୍ୟାଚ୍ ଖେଳିବ କୋରିଆ ସହ। ଯାହା ମାର୍ଚ୍ଚ ୩ ତାରିଖ ଠାରୁ ଚାଲିବ।
ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।