ପାଦର ଗଢ଼ଣ କହିବ ପୁରୁଷଙ୍କ ସ୍ୱଭାବ ଓ ଭବିଷ୍ୟତ

ଭୁବନେଶ୍ୱର( ଓଡ଼ିଶା ରିପୋର୍ଟର): ଜ୍ୟୋତିଷଶାସ୍ତ୍ରରେ ବ୍ୟକ୍ତିଙ୍କ ଶାରୀରିକ ଗଢ଼ଣକୁ ନେଇ ଅନେକ କଥା କୁହାଯାଏ। ଯେଉଁଥିରୁ ବ୍ୟକ୍ତିର ସ୍ୱଭାବ ଓ ଭବିଷ୍ୟତ ବିଷୟରେ ମଧ୍ୟ ଜାଣିବାକୁ ମିଳିଥାଏ। ସେମିତି ଏକ ଅଙ୍ଗ ହେଉଛି ପାଦ। ଶାସ୍ତ୍ରବିତ୍‌ଙ୍କ କହିବା ଅନୁଯାୟୀ ପୁରୁଷମାନଙ୍କ ପାଦର ଗଢ଼ଣରୁ ତାଙ୍କ ସ୍ୱଭାବ ଓ ଭବିଷ୍ୟତ ବିଷୟରେ ଜାଣିବାକୁ ମିଳିଥାଏ। ତେବେ ଚାଲନ୍ତୁ ଜାଣିବା ପାଦର ଗଢ଼ଣ ଅନୁଯାୟୀ କିଏ କେତେ ଭାଗ୍ୟଶାଳୀ।

-ଶାସ୍ତ୍ର ଅନୁଯାୟୀ ଯେଉଁ ପୁରୁଷଙ୍କ ପାଦ କୋମଳ, ମାଂସାଳୁ, ଲାଲ୍‌, ସୁନ୍ଦର ହୋଇଥାଏ ସେହି ବ୍ୟକ୍ତିଙ୍କ ଜୀବନ ଖୁବ୍‌ ସୁଖମୟ ହୋଇଥାଏ।

– ଯେଉଁ ପୁରୁଷର ପାଦ ମାଂସାଳୁ ହୋଇଥାଏ ଓ ଶିର ଦେଖା ଯାଉନଥାଏ, ସେହି ବ୍ୟକ୍ତି ଖୁବ୍‌ ଭାଗ୍ୟଶାଳୀ ହୋଇଥାନ୍ତି।

-ଯେଉଁ ପୁରୁଷଙ୍କ ପାଦ କୋମଳ ଓ ପାଦର ଆଙ୍ଗୁଳି ପରସ୍ପର ସହ ଲାଗି ରହିଥାଏ ସେମାନଙ୍କ ଭାଗ୍ୟ ସବୁବେଳେ ସେମାନଙ୍କ ସାଥ୍‌ ଦେଇଥାଏ।

– ଯେଉଁ ପୁରୁଷଙ୍କ ପାଦ ରୁଖା, ଧଳା ନଖ ଏବଂ ଆଙ୍ଗୁଳି ଅବ୍ୟବସ୍ଥିତ ହୋଇ ରହିଥାଏ ସେମାନଙ୍କ ଆର୍ଥିକ ସ୍ଥିତି ଏତେ ଭଲ ନଥାଏ।

– ଯେଉଁ ପୁରୁଷଙ୍କ ପାଦ ତଳ ଏକ୍‌ ଦମ୍‌ କଳା ଓ ଜଳି ଯାଇଥିବା ମାଟି ଭଳି ହୋଇଥାଏ। ସେମାନେ ଜୀବନରେ ଅଧିକ ସମୟ ଦୁଃଖରେ ରହିଥାନ୍ତି।

-ଯେଉଁ ବ୍ୟକ୍ତିର ପାଦ ତଳ ହଳଦିଆ ଦେଖାଯାଉଥାଏ, ସେମାନେ ତାଙ୍କ ଜୀବନରେ ଅଧିକାଂଶ ସମୟରେ ଭୁଲ୍‌ କାମ କରିବା ସହ ରୋଗରେ ଆକ୍ରାନ୍ତ ହୋଇଥାନ୍ତି।

-ଯେଉଁ ପୁରୁଷର ପାଦ ଆଙ୍ଗୁଠି ବହୁତ୍‌ ଅଧିକ ମୋଟା ହୋଇଥାଏ ସେମାନଙ୍କ ଆର୍ଥିକ ସ୍ଥିତି ଏତେ ଭଲ ନଥାଏ।