ଗୋଏୟାର ଛାଡ଼ିଲେ ୩୦ ପାଇଲଟ୍

ନୂଆଦିଲ୍ଲୀ: ୱାଡିଆ ଗ୍ରୁପର ଗୋଏୟାର ବିମାନ ସେବା କଂପାନୀ ସମସ୍ୟା ଦେଇ ଗତି କରୁଛି। ଗୋଏୟାରର ସିଇଓ ଗିଓରଗିଓ ଡି ରୋନି ଇସ୍ତଫା ଦେବାର କିଛି ସପ୍ତାହ ପରେ ଏହାର ୩୦ ଜଣ ପାଇଲଟ ମଧ୍ୟ ଇସ୍ତଫା ଦେଇ ଦେଇଛନ୍ତି। ଏହି ଏୟାରଲାଇନର ୧୯ଟି ବିମାନ ଅଛି। ଏଥିପାଇଁ ୨୦୦ ଜଣ ପାଇଲଟକୁ ନିଯୁକ୍ତି ଦିଆଯାଇଥିଲା। ଏହି ୩୦ ଜଣ ପାଇଲଟ ଇସ୍ତଫା ଦେବା ପରେ ମୋଟ ପାଇଲଟଙ୍କ ସଂଖ୍ୟା ୧୭୦କୁ ଖସି ଯାଇଛି। ପ୍ରଶିକ୍ଷଣ ପ୍ରସଙ୍ଗ […]

GoAir

GoAir

Rakesh Mallick
  • Published: Wednesday, 22 April 2015
  • Updated: 22 April 2015, 07:17 AM IST

Sports

Latest News

ନୂଆଦିଲ୍ଲୀ: ୱାଡିଆ ଗ୍ରୁପର ଗୋଏୟାର ବିମାନ ସେବା କଂପାନୀ ସମସ୍ୟା ଦେଇ ଗତି କରୁଛି। ଗୋଏୟାରର ସିଇଓ ଗିଓରଗିଓ ଡି ରୋନି ଇସ୍ତଫା ଦେବାର କିଛି ସପ୍ତାହ ପରେ ଏହାର ୩୦ ଜଣ ପାଇଲଟ ମଧ୍ୟ ଇସ୍ତଫା ଦେଇ ଦେଇଛନ୍ତି। ଏହି ଏୟାରଲାଇନର ୧୯ଟି ବିମାନ ଅଛି। ଏଥିପାଇଁ ୨୦୦ ଜଣ ପାଇଲଟକୁ ନିଯୁକ୍ତି ଦିଆଯାଇଥିଲା। ଏହି ୩୦ ଜଣ ପାଇଲଟ ଇସ୍ତଫା ଦେବା ପରେ ମୋଟ ପାଇଲଟଙ୍କ ସଂଖ୍ୟା ୧୭୦କୁ ଖସି ଯାଇଛି। ପ୍ରଶିକ୍ଷଣ ପ୍ରସଙ୍ଗ ଓ ଆବଶ୍ୟକ ସଂଖ୍ୟକ ଉଡ଼ାଣ ଭରିବାକୁ ସୁଯୋଗ ନପାଇବାରୁ ସେମାନେ ଇସ୍ତଫା ଦେଇଥିବା ଜଣାପଡ଼ିଛି। ଏହି ଏୟାର ଲାଇନ ଜଣେ ପାଇଲଟ ପାଇଁ ଦୁଇ ପ୍ରକାର ଦରମା ବ୍ୟବସ୍ଥା ରଖିଛି । ଗୋଟିଏ ହେଉଛି ଫିକ୍ସଡ୍ ଦରମା ଯାହା କି ଖୁବ୍ କମ୍। ଅନ୍ୟଟି ହେଲା ଯେତିକି ଉଡ଼ାଣ ଭରିବେ ସେହି ଅନୁସାରେ ଉଡାଣ ପିଛା ଟଙ୍କା ପାଇବେ। ତେଣୁ ଯେଉଁ ପାଇଲଟମାନେ ଉଡ଼ାଣ ଭରିବାକୁ ବିଶେଷ ସୁଯୋଗ ପାଉନଥିଲେ ସେମାନଙ୍କର ମାସିକ ଦରମା ଖୁବ୍ କମ୍ ଆସେ। ତେଣୁ ଏହି ୩୦ ଜଣ ପାଇଲଟ୍ ଚାକାରି ଛାଡ଼ି ଥିବା କୁହାଯାଉଛି। ତେବେ ଗୋଏୟାର ପକ୍ଷରୁ ଏ ନେଇ କିଛି ପ୍ରତିକ୍ରିୟା ଦେବାକୁ ମନା କରି ଦିଆଯାଇଛି।

ଗତ କିଛି ମାସ ହେଲାଣି ଗୋଏୟାର କଠିନ ସମୟ ଦେଇ ଗତି କରୁଛି। ଗତ ମାର୍ଚ୍ଚ ଶେଷ ଭାଗରେ ଏହାର ସିଇଓ ଗିଓରଗିଓ ଡି ରୋନି ଇସ୍ତଫା ଦେଇଥିଲେ। ସେ ସ୍ୱାସ୍ଥ୍ୟଗତ କାରଣରୁ ଇସ୍ତଫା ଦେଇଥିଲେ ବୋଲି ଗୋଏୟାର ପକ୍ଷରୁ କୁହାଯାଉଥିବା ବେଳେ କଂପାନୀ ସହିତ ମତଭେଦ କାରଣରୁ ସେ ଛାଡ଼ି ଚାଲିଯାଇଥିଲେ ବୋଲି କୁହାଯାଉଛି । ଗିଓରଗିଓ ଗୋଏୟାରକୁ ଏକ ଲାଭଜନକ ସଂସ୍ଥା କରି ପାରିଥିଲେ। ସେ ଛାଡ଼ି ଚାଲିଯିବା ପରେ ଗୋଏୟାରର ପୃଷ୍ଠପୋଷକ ତଥା ଏମଡି ଜେହ ୱାଡିଆ ଅଷ୍ଟ୍ରେଲିଆର ଟିମ୍ ଜୋଡୟାନଙ୍କୁ ସିସିଓ ଭାବେ ନିଯୁକ୍ତି ଦେଇ ଏୟାରଲାଇନକୁ ଚଳାଉଛନ୍ତି।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos