୬,୪୯୯ଟଙ୍କାରେ ବଜାରକୁ ଆସିଲା ‘ଇଣ୍ଟେକ୍ସ ଆକ୍ୱା ସିକ୍ୟୋର’ ସ୍ମାର୍ଟ ଫୋନ୍‌

ନୂଆଦିଲ୍ଲୀ: ସ୍ମାର୍ଟଫୋନ୍‌ ନିର୍ମାତା ଇଣ୍ଟେକ୍ସ ଶୁକ୍ରବାର 2ଟି ସିମ୍‌ରେ 4G ସେବା ଓ ଫିଙ୍ଗରପ୍ରିଣ୍ଟଯୁକ୍ତ ସ୍ମାର୍ଟଫୋନ ‘ଆକ୍ୱା ସିକ୍ୟୋର’କୁ ବଜାର ପ୍ରବେଶ କରାଇଛି। ଏହାର ଦର ରହିଛି ୬,୪୯୯ ଟଙ୍କା। ଏହି ସ୍ମାର୍ଟଫୋନ୍‌ ଆଜିଠାରୁ ସବୁ ରିଟେଲ୍‌ ମାର୍କେଟ ଓ ଇ-କମର୍ସ ସାଇଟ୍‌ରେ ଉଭୟ ଗୋଲ୍ଡେନ୍‌ ଓ ଗ୍ରେ ରଙ୍ଗରେ ଉପଲ୍‍ଧ ହେଉଛି। ଏଥିରେ ୪.୫୦ ଇଞ୍ଚର ଡିସ୍‌ପ୍ଲେ ରହିଥିବା ବେଳେ ଏହାର ୪୮୦X୮୫୪ ପିକ୍ସେଲ ରିଜୋଲ୍ୟୁସନ ରହିଛି। ଏଥିରେ 1GHzର ପ୍ରୋସେସର, 1GBର RAM ରହିଥିବା […]

intex_aqua_secure

intex_aqua_secure

Rakesh Mallick
  • Published: Friday, 20 May 2016
  • Updated: 20 May 2016, 01:00 PM IST

Sports

Latest News

ନୂଆଦିଲ୍ଲୀ: ସ୍ମାର୍ଟଫୋନ୍‌ ନିର୍ମାତା ଇଣ୍ଟେକ୍ସ ଶୁକ୍ରବାର 2ଟି ସିମ୍‌ରେ 4G ସେବା ଓ ଫିଙ୍ଗରପ୍ରିଣ୍ଟଯୁକ୍ତ ସ୍ମାର୍ଟଫୋନ ‘ଆକ୍ୱା ସିକ୍ୟୋର’କୁ ବଜାର ପ୍ରବେଶ କରାଇଛି। ଏହାର ଦର ରହିଛି ୬,୪୯୯ ଟଙ୍କା। ଏହି ସ୍ମାର୍ଟଫୋନ୍‌ ଆଜିଠାରୁ ସବୁ ରିଟେଲ୍‌ ମାର୍କେଟ ଓ ଇ-କମର୍ସ ସାଇଟ୍‌ରେ ଉଭୟ ଗୋଲ୍ଡେନ୍‌ ଓ ଗ୍ରେ ରଙ୍ଗରେ ଉପଲ୍‍ଧ ହେଉଛି।

ଏଥିରେ ୪.୫୦ ଇଞ୍ଚର ଡିସ୍‌ପ୍ଲେ ରହିଥିବା ବେଳେ ଏହାର ୪୮୦X୮୫୪ ପିକ୍ସେଲ ରିଜୋଲ୍ୟୁସନ ରହିଛି। ଏଥିରେ 1GHzର ପ୍ରୋସେସର, 1GBର RAM ରହିଥିବା ବେଳେ ଏଥିରେ ଆଣ୍ଡ୍ରୋଏଡ୍‌ ୫.୧ ଓଏସ୍‌ ପ୍ରି ଇନ୍ସଟାଲ ରହିଛି।

ଏହାସହ ଏଥିରେ 5MP ରିଅର କ୍ୟାମେରା ଓ 2MP ଫ୍ରଣ୍ଟ କ୍ୟାମେରା ରହିଥିବା ବେଳେ ଫିଙ୍ଗରପ୍ରିଣ୍ଟ ସେନସର ରହିଛି। ଏହାର ବ୍ୟାଟେରୀ କ୍ଷମତା ୧୯୦୦ mAh ରହିଛି।

ଏହାସହ ଏହି ସ୍ମାର୍ଟଫୋନ୍‌ରେ wi-Fi, GPS, Bluetooth, FM, proximity senser, accelerometer, Ambient light sensor ଓ Gyroscope ପରି ଅତ୍ୟାଧୁନିକ ସୁବିଧା ରହିଛି।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos