/odisha-reporter/media/post_attachments/uploads/2015/04/nalco-dividend-2015.jpg)
nalcodividend
ନୂଆଦିଲ୍ଲୀ: ନବରତ୍ନ ଆଲୁମିନିୟମ କଂପାନୀ ନାଲକୋ ପକ୍ଷରୁ କେନ୍ଦ୍ର ସରକାରଙ୍କୁ ୨୦୧୦-୧୫ ବର୍ଷ ପାଇଁ ୨୬୦ .୭୨ କୋଟି ଟଙ୍କାର ଅନ୍ତରୀଣ ଲାଭାଂଶ ପ୍ରଦାନ କରାଯାଇଛି। ନାଲକୋରେ ସରକାରଙ୍କ ଅଂଶ ବାବଦକୁ ଏହି ଲାଭାଂଶ ପ୍ରଦାନ କରାଯାଇଛି। ଗତକାଲି ନାଲକୋର ସିଏମଡି ଅଂଶୁମାନ ଦାସ ଏ ବାବଦ ଚେକ୍ କେନ୍ଦ୍ର ଖଣି ଓ ଇସ୍ପାତ ମନ୍ତ୍ରୀ ନରେନ୍ଦ୍ର ସିଂହ ତୋମାରଙ୍କୁ ପ୍ରଦାନ କରିଥିଲେ। ପ୍ରତି ୫ ଟଙ୍କା ମୂଲ୍ୟ ବିଶିଷ୍ଟ ସେୟାର ପ୍ରତି କଂପାନୀ ୧୨୫ ଟଙ୍କା ହାରରେ ୩୨୨.୧୬ କୋଟି ଟଙ୍କାର ଲାଭାଂଶ ପ୍ରଦାନ କରାଯିବ ବୋଲି ନାଲକୋ ଘୋଷଣା କରିଛି। ଏହା କଂପାନୀର ୧୨୮୮.୬୨ କୋଟି ଟଙ୍କା ପେଡ୍ ଅପ୍ ଇକୁ୍ୟଟି କ୍ୟାପିଟାଲର ୨୫ ପ୍ରତିଶତ।
ଏହି ଅବସରରେ ଖଣି ସଚିବ ଅନୁପ ପୂଜାରୀ, ଅତିରିକ୍ତ ସଚିବ ଆର୍ ଶ୍ରୀଧରନ, ଯୁଗ୍ମ ସଚିବ ଅରୁଣ କୁମାର, ଡ. ନିରଞ୍ଜନ କୁମାର ସିଂହ ଉପସ୍ଥିତ ଥିଲେ।
ଗତ ଆର୍ଥିକ ବର୍ଷ ଅର୍ଥାତ ୨୦୧୩-୧୪ରେ କଂପାନୀ ମୋଟ ୩୮୬.୫୯ କୋଟି ଟଙ୍କାର ଲାଭାଂଶ ଘୋଷଣା କରିଥିଲା। ଏପର୍ଯ୍ୟନ୍ତ କଂପାନୀ ୫,୨୨୮ କୋଟି ଟଙ୍କାର ଲାଭାଂଶ ଜମା କରି ସାରିଛି। ସେଥିରେ ସରକାରଙ୍କୁ ଦେଇଥିବା ୪୯୯୫ କୋଟି ବି ଅନ୍ତର୍ଭୁକ୍ତ ରହିଛି।
/odisha-reporter/media/agency_attachments/2025/09/10/2025-09-10t082211800z-640x480-or-sukant-rout-2025-09-10-13-52-11.png)
