ବ୍ରହ୍ମପୁର: କଞ୍ଚନା ଛକ ଇଣ୍ଡିଆନ ବ୍ୟାଙ୍କ ଶାଖାରୁ ୫ ଲକ୍ଷ ଟଙ୍କା ଲୁଟି ନେଲେ ୩ ଦୁର୍ବୃତ୍ତ

ବ୍ରହ୍ମପୁର: ଗଞ୍ଜାମ ଜିଲ୍ଲା କୋଦଳା ଥାନା ଅନ୍ତର୍ଗତ କଞ୍ଚନା ଛକରେ ଥିବା ଇଣ୍ଡିଆନ ବ୍ୟାଙ୍କ ଶାଖାରୁ ଆଜି ୫ ଲକ୍ଷ ଟଙ୍କା ଲୁଟ୍ ଅଭିଯୋଗ ହୋଇଛି।  ଅଭିଯୋଗ ଅନୁସାରେ  ଏକ ମୋଟର ସାଇକେଲରେ ଆସିଥିବା ୩ ଜଣ ଦୁର୍ବୃତ୍ତ ବ୍ୟାଙ୍କର ମ୍ୟାନେଜର ଓ କ୍ୟାସିୟରଙ୍କୁ ଖଣ୍ଡା ଦେଖାଇ ଟଙ୍କା ଲୁଟ୍ କରି ନେଇଛନ୍ତି ।  ପୋଲିସ ବ୍ୟାଙ୍କର ପହଞ୍ଚି ତଦନ୍ତ ଚଳାଇଛି ।