ବଲାଙ୍ଗିର: ପୁଇଁନ୍ତଲା ବ୍ଳକ୍ ଆସିଷ୍ଟାଣ୍ଟ୍ ଇଞ୍ଜିନିୟରଙ୍କ ଘରେ ଭିଜିଲାନ୍ସ ଚଢାଉ

ବଲାଙ୍ଗିର: ଆୟ ବର୍ହିଭୁତ ସମ୍ପତ୍ତି ଠୁଳ ଅଭିଯୋଗରେ ବଲାଙ୍ଗିର ପୁଇଁନ୍ତଲା ବ୍ଳକର ଆସିଷ୍ଟାଣ୍ଟ୍ ଇଞ୍ଜିନିୟର ଟଙ୍କଧର କାଲୋଙ୍କ ଘରେ ଆଜି ଭିଜିଲାନ୍ସ ଚଢାଉ ହୋଇଛି। ଭିଜିଲାନ୍ସର ଏକ ଟିମ୍ ଏକାସାଙ୍ଗରେ ବଲାଙ୍ଗିର ବାସଭବନ ସମେତ ବାମରା ଓ ସୁନ୍ଦରଗଡରେ ଚଢାଉ କରିଛି। ଖବର ଲେଖାଯିବା ସୁଦ୍ଧା ଚଢାଉ ଜାରି ରହିଥିବାରୁ  ସବିଶେଷ ତଥ୍ୟ ମିଳିପାରି ନାହିଁ।