ବଲାଙ୍ଗିର: ଜମି ବିବାଦକୁ ନେଇ ଶନିବାର ବଲାଙ୍ଗିର ସହର ସାଲେପାଲିରେ ଘଟିଯାଇଛି ଜଘନ୍ୟ ହତ୍ୟାକାଣ୍ଡ। ହତ୍ୟାକାଣ୍ଡର ଶିକାର ହୋଇଛନ୍ତି ୨୦ ବର୍ଷୀୟ ଯୁବକ ଧୋବେଇ ସାହୁ। ଧୋବେଇ ଓ ତାଙ୍କ ଘର ସମ୍ମୁଖରେ ରହୁଥିବା ସଂର୍ପକୀୟ ମାମୁଁ ଘର ଲୋକଙ୍କ ମଧ୍ୟରେ ଗତକାଲି ଜମି ବାଡିକୁ ନେଇ ବଚସା ହୋଇଥିଲା। ଆଜି ଦିନ ୧୦ ଟାରେ ମାମୁ ଘରର ପ୍ରାୟ ପାଞ୍ଚରୁ ଅଧିକ ଲୋକ ଏବଂ କିଛି ମହିଳା ହଠାତ୍ ଧୋବେଇଙ୍କୁ ବାଡିରେ ଆକ୍ରମଣ କରିଥିଲେ। ପରିବାର ଲୋକଙ୍କ ସମ୍ମୁଖରେ ଧୋବେଇଙ୍କୁ ମରଣାନ୍ତକ ଆକ୍ରମଣ କରି ଫେରାର୍ ମାରିଥିଲେ ଆକ୍ରମଣକାରୀ। ଗୁରୁତର ଧୋବେଇକୁ ପରିବାର ଲୋକେ ଚିକିତ୍ସା ପାଇଁ ବଲାଙ୍ଗିର ଜିଲ୍ଳା ମୁଖ୍ୟ ଚିକିତ୍ସାଳୟରେ ଭର୍ତ୍ତି କରିଥିଲେ। ଚିକିତ୍ସା ଚାଲିଥିବା ସମୟରେ ଧୋବେଇର ମୃତ୍ୟୁ ହୋଇଥିଲା। ପୋଲିସ୍ ଶବକୁ ବ୍ୟବଚ୍ଛେଦ ପାଇଁ ପଠାଇ ସାଇଣ୍ଟିଫିକ୍ ଟିମ୍ ସହିତ ତଦନ୍ତ ଜାରୀ ରଖିଛି। ଘଟଣାରେ ସଂପୃକ୍ତ ଜଣକୁ ପୋଲିସ୍ ଅଟକ ରଖିଥିବା ବେଳେ ଅନ୍ୟମାନେ ଫେରାର୍ ହୋଇଯାଇଛନ୍ତି।
ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।
Related Stories
Crime
ଜନ୍ମଦିନରେ ମୋବାଇଲ ଗିଫ୍ଟ ଦେବାକୁ ମନା କଲେ ମାଆ; ଜୀବନ ହାରିଲେ ନାବାଳକ
ଆର୍ଥିକ ଅସୁବିଧା କାରଣରୁ ପୁଅକୁ ମୋବାଇଲ କିଣିଦେବାକୁ ମନା କରିଥିଲେ ମାଆ।
Crime
ଅଭିନେତ୍ରୀଙ୍କୁ ଠକେଇ ମାମଲାରେ ଯାତ୍ରା ପାର୍ଟି ମାଲିକ ଗିରଫ
ଯାତ୍ରା ପାର୍ଟି ମାଲିକ ଅମରେଶ ଯେ ତାଙ୍କୁ ଠକୁଛନ୍ତି ତାହା ବୁଝିଲା ବେଳକୁ ବହୁ ବିଳମ୍ବ ହୋଇଯାଇଥିଲା।
Crime
ଅଙ୍ଗାରଖ ଗାଁରେ ସଶସ୍ତ୍ର ଡକାୟତି ଘଟଣାରେ ୭ ଗିରଫ
ଗୋଟିଏ ଦେଶୀ ବନ୍ଧୁକ ଓ ନଗଦ ୪୬ ହଜାର ଟଙ୍କା ସହିତ ସେମାନଙ୍କଠାରୁ ଅନ୍ୟାନ୍ୟ ଜିନିଷ ଜବତ କରାଯାଇଛି।
Crime
ମାରାଥନ୍ କାର୍ଯ୍ୟକ୍ରମ ବେଳେ ଫୁଟିଲା ଗୁଳି; ଯୁବକ ଗୁରୁତର
ତେବେ କିଏ ଓ କାହିଁକି ଯୁବକଙ୍କୁ ଗୁଳିମାଡ଼ କଲା ତାର କାରଣ ଅସ୍ପଷ୍ଟ ରହିଛି।