ଓଡିଶା ଏଭିଏସନ ପ୍ରାଇଭେଟ ଲିମିଟେଡର ନିର୍ଦ୍ଦେଶକଙ୍କ ବିରୋଧରେ ପତ୍ନୀଙ୍କୁ ଯୌତୁକ ନିର୍ଯାତନା ଓ ହତ୍ୟା ଧମକ ଅଭିଯୋଗ

ଭୁବନେଶ୍ୱର: ଓଡିଶା ପ୍ରିମିୟର ଲିଗ୍ ଜଗତସିଂହପୁର ସ୍ପାର୍କ ଟିମର କୋ ଓନର ତଥା ଏୟାର ଓଡିଶା ଏଭିଏସନ ପ୍ରାଇଭେଟ ଲିମିଟେଡର ନିର୍ଦ୍ଦେଶକ ତ୍ରିଦୀବ ରାଉତଙ୍କ ବିରୁଦ୍ଧରେ ଯୌତୁକ, ହତ୍ୟା ଉଦ୍ୟମ ଓ ଧମକ ଦେବା ଭଳି ସଙ୍ଗୀନ ଅଭିଯୋଗ ହୋଇଛି। ଏହି ଅଭିଯୋଗ ଆଣିଛନ୍ତି ତ୍ରିଦୀବଙ୍କ ସ୍ତ୍ରୀ ରାଜଲକ୍ଷ୍ମୀ ଦାସ। ମହିଳା ଜଣଙ୍କ ଏନେଇ ଥାନାରେ ଅଭିଯୋଗ କରିଥିଲେ ମଧ୍ୟ ପୋଲିସ ତ୍ରିଦୀବକୁ ଗିରଫ କରିନାହିଁ। ସ୍ୱାମୀ ତ୍ରିଦୀବଙ୍କୁ ଗିରଫ କରିବାସହ ନ୍ୟାୟ ଦେବାପାଇଁ ତାଙ୍କ ସ୍ତ୍ରୀ […]

vlcsnap-2015-09-28-07h49m45s856

vlcsnap-2015-09-28-07h49m45s856

Rakesh Mallick
  • Published: Monday, 28 September 2015
  • Updated: 28 September 2015, 04:10 AM IST

Sports

Latest News

ଭୁବନେଶ୍ୱର: ଓଡିଶା ପ୍ରିମିୟର ଲିଗ୍ ଜଗତସିଂହପୁର ସ୍ପାର୍କ ଟିମର କୋ ଓନର ତଥା ଏୟାର ଓଡିଶା ଏଭିଏସନ ପ୍ରାଇଭେଟ ଲିମିଟେଡର ନିର୍ଦ୍ଦେଶକ ତ୍ରିଦୀବ ରାଉତଙ୍କ ବିରୁଦ୍ଧରେ ଯୌତୁକ, ହତ୍ୟା ଉଦ୍ୟମ ଓ ଧମକ ଦେବା ଭଳି ସଙ୍ଗୀନ ଅଭିଯୋଗ ହୋଇଛି। ଏହି ଅଭିଯୋଗ ଆଣିଛନ୍ତି ତ୍ରିଦୀବଙ୍କ ସ୍ତ୍ରୀ ରାଜଲକ୍ଷ୍ମୀ ଦାସ। ମହିଳା ଜଣଙ୍କ ଏନେଇ ଥାନାରେ ଅଭିଯୋଗ କରିଥିଲେ ମଧ୍ୟ ପୋଲିସ ତ୍ରିଦୀବକୁ ଗିରଫ କରିନାହିଁ। ସ୍ୱାମୀ ତ୍ରିଦୀବଙ୍କୁ ଗିରଫ କରିବାସହ ନ୍ୟାୟ ଦେବାପାଇଁ ତାଙ୍କ ସ୍ତ୍ରୀ ରାଜଲକ୍ଷ୍ମୀ ଏକ ସାମ୍ୱାଦିକ ସମ୍ମିଳନୀରେ ଦାବି କରିଥିଲେ। ଏହି ଘଟଣାରେ ପୋଲିସ କମିଶନର କହିଛନ୍ତି ଯେ, ଅଭିଯୁକ୍ତ ଫେରାର ଅଛି। ତାକୁ ଧରିବାପାଇଁ ଏକ ଟିମ ଗଠନ ହୋଇଛି। ଖୁବଶୀଘ୍ର ଦୋଷୀକୁ ଗିରଫ କରାଯିବ ବୋଲି ପୋଲିସ କମିଶନର କହିଛନ୍ତି। ଜୁନ-୨୯ ୨୦୧୨ ମସିହାରେ ରାଜଲକ୍ଷ୍ମୀଙ୍କ ସହ ତ୍ରିଦୀବଙ୍କ ବିବାହ ହୋଇଥିଲା। ତେବେ ବିବାହ ପୂର୍ବରୁ ସ୍ୱାମୀ ତ୍ରିଦୀବ ଅନ୍ୟ ଜଣେ ମହିଳାଙ୍କୁ ବିବାହକରି ଛାଡପତ୍ର ଦେଇଥିଲେ। ଏକଥା ସେ ଲୁଚାଇବା ସହ ଦୁଇବର୍ଷର ପୁଅକୁ ମଧ୍ୟ ମାରିବାପାଇଁ ଉଦ୍ୟମ କରିଥିବା ସ୍ତ୍ରୀ ଅଭିଯୋଗ କରିଛନ୍ତି। ଏନେଇ ମହିଳାଥାନା ଓ ଚନ୍ଦ୍ରଶେଖରପୁର ଥାନାରେ ମାମଲା ଥିଲା।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos