ମୁମ୍ବାଇ: ‘ଶିବାୟ’ ଓ ‘ଏ ଦିଲ ହେ ମୁକ୍ସିଲ’କୁ ନେଇ ଦେଖା ଦେଇଥିବା ବିବାଦର ପ୍ରଭାବ କରଣ ଜୋହର ଓ କାଜଲଙ୍କ ବନ୍ଧୁତା ଉପରେ ପଡିଛି, ଯାହାକୁ ଅଜୟ ଦେବଗନଙ୍କ ମନ୍ତବ୍ୟ ପ୍ରମାଣିତ କରିଛି। ଅଜୟ କହିଛନ୍ତି,“କରଣ ମୋର ବନ୍ଧୁ ନୁହନ୍ତି। କାଜଲଙ୍କ ସହ ମଧ୍ୟ ତାଙ୍କ ସମ୍ପର୍କ ଖରାପ ହୋଇ ସାରିଛି।”
ପିଟିଆଇକୁ ଏକ ସାକ୍ଷାତକାର ଦେଇ ଅଜୟ ଦେବଗନ କହିଛନ୍ତି,“ଫିଲ୍ମକୁ ନେଇ କୌଣସି ଲଢେଇ ହେଉନାହିଁ। ମୁଁ କରଣଙ୍କ ବନ୍ଧୁ ନୁହେଁ। କାଜଲଙ୍କ ସହ ତାଙ୍କ ବନ୍ଧୁତା ଆଉ ପୂର୍ବ ଭଳି ନାହିଁ। କିଛି ବ୍ୟକ୍ତିଗତ କାରଣରୁ ଏପରି ହୋଇଛି। ଏଥିପାଇଁ ଆମ ପ୍ରଫେସନ୍ ଦାୟୀ ନୁହେଁ। ‘ଶିବାୟ’ ଓ ‘ଏ ଦିଲ ହେ ମୁକ୍ସିଲ’ ସହ ଏହାର କୌଣସି ସମ୍ପର୍କ ନାହିଁ।”
ସୂଚନାଯୋଗ୍ୟ, ‘ଦିଲୱାଲେ ଦୁଲହନିଆ ଲେ ଜାଏଙ୍ଗେ’ ସମୟରୁ କାଜଳ ଓ କରଣଙ୍କ ବନ୍ଧୁତା ରହିଛି। ‘କଭି ଅଲବିଦା ନା କେହେନା’ରେ ଅଭିନୟ କରିବାକୁ କାଜଲ ମନା କରିଦେବା ପରେ ଉଭୟଙ୍କ ବନ୍ଧୁତାରେ ଫାଟ ସୃଷ୍ଟି ହୋଇଥିଲା। ତେବେ ‘ମାଇଁ ନେମ୍ ଇଜ ଖାନ୍’ ଠାରୁ ସେମାନଙ୍କ ମଧ୍ୟରେ ବିବାଦର ସମାଧାନ ହୋଇ ଯାଇଥିଲା।
ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।
Related Stories
Entertainment
ଜାନୁଆରୀ ୨ରୁ ତରଙ୍ଗ ପ୍ଲସ୍ରେ ନୂଆ ୱେବ୍ ସିରିଜ୍ ‘ଚିଟ୍ ଫଣ୍ଡ’ର ଷ୍ଟ୍ରିମିଂ
ୱେବ୍ ସିରିଜ୍ ’ଚିଟ୍ ଫଣ୍ଡ’ର କାହାଣୀ ରଞ୍ଜନ ଶତପଥୀ ଲେଖିଥିବା ବେଳେ ନିର୍ଦ୍ଦେଶକ ମୟଙ୍କ ଶତପଥୀ ଚିତ୍ରନାଟ୍ୟ ଦାୟିତ୍ୱ ମଧ୍ୟ ସମ୍ଭାଳିଛନ୍ତି।
Bollywood
ପୁଷ୍ପା-୨ ଦଳାଚକଟା: ଫେରିଲା ପିଲାର ଚେତା, ପରିବାରକୁ ମିଳିଲା ୨ କୋଟି
ଅଲ୍ଲୁ ଅର୍ଜୁନଙ୍କ ପରିବାର ତରଫରୁ ନାବାଳକର ପରିବାରକୁ ୧ କୋଟି ଟଙ୍କା ଦିଆଯାଇଥିବା ବେଳେ ଫିଲ୍ମର ନିର୍ଦ୍ଦେଶକ ଓ ନିର୍ମାତା ୫୦ ଲକ୍ଷ ଟଙ୍କା ଲେଖାଏଁ ଦେଇଛନ୍ତି।
Tollywood
‘ପୁଷ୍ପା ୨’ ଦଳାଚକଟା ଘଟଣା: ମୃତ ମହିଳାଙ୍କ ପରିବାର ପାଇଁ ୨ କୋଟି ଘୋଷଣା କଲେ ଅଲ୍ଲୁ ଅର୍ଜୁନଙ୍କ ବାପା
ବିବାଦ ଥମି ନଥିବାରୁ ଆଜି ଅଲ୍ଲୁ ଅର୍ଜୁନଙ୍କ ବାପା ମୃତ ମହିଳାଙ୍କ ପରିବାର ପାଇଁ ୨ କୋଟି ଟଙ୍କାର ଆର୍ଥିକ କ୍ଷତିପୂରଣ ଘୋଷଣା କରିଛନ୍ତି। ଅଲ୍ଲୁ ଅର୍ଜୁନଙ୍କ ବାପା ଅଲ୍ଲୁ ଅରବିନ୍ଦ ଜଣେ ଫିଲ୍ମ ନିର୍ମାତା।
Entertainment
ଝିଅ ପାଇଁ ମଦ ଛାଡ଼ିଥିଲେ ବଲିଉଡର ଏହି ଜଣାଶୁଣା ଖଳନାୟକ
ସବୁବେଳେ ଭିଲିଆନ୍ ବା କମେଡିଆନ୍ ଭୂମିକାରେ ଆସୁଥିବା ଶକ୍ତି କପୁର “ବିଗ୍ ବସ୍ର ସିଜନ୍ 5” ରେ ଭାଗ ନେଇଥିଲେ।
Bollywood
ବଲିଉଡ ସିଙ୍ଗର୍ ସାନ୍ଙ୍କ ଘରେ ଲାଗିଲା ନିଆଁ
ଯେଉଁ ସମୟରେ ବିଲ୍ଡିଂରେ ନିଆଁ ଲାଗିଥିଲା ସେତେବେଳେ ବଲିଉଡ ସିଙ୍ଗର୍ ସାନ୍ ଘରେ ଥିଲେ।