ମୋ ପୋଷ୍ଟରରେ କ୍ଷୀର ନଢାଳି ଗରିବଙ୍କୁ ଦିଅ: ସଲମନ୍‌

ମୁମ୍ବାଇ: କରୋନା ପାଇଁ ସବୁ କିଛି ଶୂନଶାନ ଥିଲା। ଆଉ ଦୀର୍ଘ ଦିନର ପ୍ରତୀକ୍ଷା ପରେ ବଡ଼ ପରଦାକୁ ନିଜ ଫେବରିଟ୍‌ ଷ୍ଟାର ସଲମନ୍‌ଙ୍କ ସିନେମା ଆସିଥିବାରୁ ଫ୍ୟାନ୍‌ ମାନଙ୍କ ଭିତରେ ଉତ୍ସାହ କହିଲେ ନସରେ। ଶୁକ୍ରବାର ସଲମନ୍‌ଙ୍କ ଦମାଦାର ମୁଭି ‘ଅନ୍ତିମ : ଦ ଫାଇନାଲ ଟ୍ରୁଥ୍’ ରିଲିଜ୍‌ ହେବା ପରେ ହଲରେ ଅସମ୍ଭ ଭିଡ଼ ଲାଗି ରହିଛି। ଖାଲି ଭିଡ଼ ନୁହେଁ ସଲମନ୍‌ଙ୍କ ଫ୍ୟାନ୍‌ମାନେ ଖୁସିରେ ଉତଫୁଲ୍ଲିତ ହୋଇ ଅଜବ ଘଟଣାମାନ ଘଟାଉଛନ୍ତି। କେଉଁଠି […]

salman khan

salman khan

Tapas Behera
  • Published: Sunday, 28 November 2021
  • Updated: 28 November 2021, 04:59 PM IST

Sports

Latest News

ମୁମ୍ବାଇ: କରୋନା ପାଇଁ ସବୁ କିଛି ଶୂନଶାନ ଥିଲା। ଆଉ ଦୀର୍ଘ ଦିନର ପ୍ରତୀକ୍ଷା ପରେ ବଡ଼ ପରଦାକୁ ନିଜ ଫେବରିଟ୍‌ ଷ୍ଟାର ସଲମନ୍‌ଙ୍କ ସିନେମା ଆସିଥିବାରୁ ଫ୍ୟାନ୍‌ ମାନଙ୍କ ଭିତରେ ଉତ୍ସାହ କହିଲେ ନସରେ। ଶୁକ୍ରବାର ସଲମନ୍‌ଙ୍କ ଦମାଦାର ମୁଭି ‘ଅନ୍ତିମ : ଦ ଫାଇନାଲ ଟ୍ରୁଥ୍’ ରିଲିଜ୍‌ ହେବା ପରେ ହଲରେ ଅସମ୍ଭ ଭିଡ଼ ଲାଗି ରହିଛି। ଖାଲି ଭିଡ଼ ନୁହେଁ ସଲମନ୍‌ଙ୍କ ଫ୍ୟାନ୍‌ମାନେ ଖୁସିରେ ଉତଫୁଲ୍ଲିତ ହୋଇ ଅଜବ ଘଟଣାମାନ ଘଟାଉଛନ୍ତି। କେଉଁଠି ହଲରେ ବାଣ ଫୁଟୁଛି ତ ପୁଣି କେଉଁଠି ବାଜା ବଜାଇ ମତୁଆଲା ହେଉଛନ୍ତି ଫ୍ୟାନ୍।  ପୁଣି କେଉଁଠି ଫିଲ୍ମର ପୋଷ୍ଟର ଉପରେ କ୍ଷୀର ଢଳାଯାଉଛି। ହେଲେ ଏଥିରୁ ନିବୃତ୍ତ ରହିବାକୁ ନିବେଦନ କରିଛନ୍ତି ସଲମନ୍‌।

ପ୍ରଥମେ ବାଣ ଫୁଟିବା ଚିତ୍ର ଆସିବା ପରେ ଏବେ ତାଙ୍କ ପୋଷ୍ଟର ଉପରେ କ୍ଷୀର ଢଳାଯାଉଥିବା ଦୃଶ୍ୟ ସାମ୍ନାକୁ ଆସିଛି। ଯେଉଁ ଭିଡିଓକୁ ସଲମନ ତାଙ୍କ ଇନ୍‌ଷ୍ଟାଗ୍ରାମରେ ସେୟାର କରି କ୍ଷୀର ନଢ଼ାଳିବାକୁ ଅନୁରୋଧ କରିଛନ୍ତି । ସଲମନ୍‌ କହିଛନ୍ତି ଯେ, ଅନେକ ଲୋକଙ୍କ ଭାଗ୍ୟରେ ପାଣି ପିଇବାର ସୌଭାଗ୍ୟ ଜୁଟୁନି।  ଆଉ ଆପଣ ମାନେ ଏମିତି କ୍ଷୀର ନଷ୍ଠ କରୁଛନ୍ତି। ତେଣୁ ସେହି କ୍ଷୀରକୁ ଗରିବ ପିଲାଙ୍କୁ ଦେବାକୁ ଅନୁରୋଧ କରିଛନ୍ତି ସଲମନ୍।  ଯିଏ କ୍ଷୀର ଟିକେ ପାଉ ନାହାନ୍ତି ସେମାନଙ୍କୁ ଦେବାକୁ ସଲମନ ତାଙ୍କ ଫ୍ୟାନ୍‌ ମାନଙ୍କୁ ଅରୁରୋଧ କରିଛନ୍ତି।

ବର୍ତ୍ତମାନ ଏହି ଫିଲ୍ମ ଆଇଏମ୍‌ଡିବିରେ ସବୁଠାରୁ ବହୁପ୍ରତିକ୍ଷୀତ ଫିଲ୍ମ ତାଲିକାରେ ପ୍ରଥମ ସ୍ଥାନ ଅଧିକାର କରିଛି। ଆଇଏମ୍‌ଡିବିର ରିୟଲ ଟାଇମ୍ ପପୁଲାରିଟି ମିଟର ପେଜ୍ ଭ୍ୟୁଜ୍ ଅନୁସାରେ ପାଖାପାଖି ୧୫% ସ୍କୋର୍‌ ଟ୍ରାକ କରିଛି। ଏହା ସାଧାରଣ ଭାବରେ ଏକ ବଡ ସଂଖ୍ୟା ହୋଇଥିବା ବେଳେ ପ୍ରତିକ୍ଷୀତ ପ୍ରଶଂସକ ଏବଂ ଦର୍ଶକମାନଙ୍କ ମଧ୍ୟରେ ଫିଲ୍ମ ପାଇଁ ଏକ ଉତ୍ସୁକତାର ଉଲ୍ଲେଖନୀୟ ଓ ଉଚ୍ଚସ୍ତରୀୟ ସଙ୍କେତ ମଧ୍ୟ। ଏହି ଫିଲ୍ମରେ ସଲମାନଙ୍କ ସହିତ ଆୟୁଷ ଶର୍ମା ମଧ୍ୟ ଅଭିନୟ କରିଛନ୍ତି।

ଉଭୟ ବହୁତ ଅଦ୍ଭୁତ ଦେଖାଯାଉଥିଲେ ମଧ୍ୟ ଆକର୍ଷଣୀୟ ଲାଗୁଛନ୍ତି। ପୂର୍ବରୁ ଏହାର ଗୀତ ରିଲିଜ୍ ହୋଇସାରିଛି।  ଏହି ଫିଲ୍ମକୁ ମହେଶ ମାଞ୍ଜରେକର ନିର୍ଦ୍ଦେଶନା କରିଥିବା ବେଳେ ସଲମନ୍ ଖାନ ଦ୍ୱାରା ନିର୍ମିତ ଓ ସଲମାନ ଖାନ ଫିଲ୍ମ୍ସ ଦ୍ୱାରା ପ୍ରସ୍ତୁତ ହେଉଛି। ୨୦୧୮ରେ ରିଲିଜ୍ ହୋଇଥିବା ମରାଠୀ ଫିଲ୍ମ ‘ମୁଲ୍ଶୀ’ ଉପରେ ଆଧାରିତ ଏହି ଚଳଚ୍ଚିତ୍ର ଆରମ୍ଭରୁ ବକ୍ସଅଫିସ୍‌ରେ ହିଟ୍ କରିଛି। ପ୍ରଥମ ଦିନରେ ଏହି ଫିଲ୍ମ ୪.୨୫ କୋଟି ଟଙ୍କା ରୋଜଗାର କରିବା ପରେ ଦୁଇ ଦିନରେ ୧୦ କୋଟି ଟଙ୍କା ଆୟ କରିଛି।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos