ମିଳିଲା ଧମକ, କଡ଼ାକଡି ହେଲା ସୁପରଷ୍ଟାରଙ୍କ ସୁରକ୍ଷା

ଚେନ୍ନାଇ: ନିକଟରେ ରିଲିଜ ହୋଇଥିବା ତାମିଲ ଫିଲ୍ମ ‘ଜୟ ଭୀମ’କୁ ନେଇ ଥମୁନି ବିବାଦ। ଦିନକୁ ଦିନ ଏହା ବଢ଼ିବାରେ ଲାଗିଛି। ଏପରିକି ତାମିଲ ସୁପରଷ୍ଟାର ସୂର୍ଯ୍ୟାଙ୍କୁ ମିଳିଛି ଧମକ । କେବଳ ତାଙ୍କୁ ନୁହେଁ ତାଙ୍କ ପରିବାରକୁ ମଧ୍ୟ ଜଣେ ଦୁର୍ବୃତ୍ତ ଆକ୍ରମଣ କରିବ ବୋଲି ଧମକ ଦେଇଛି। ଏହାପରେ ତାଙ୍କ ସୁରକ୍ଷା ବଢ଼ାଇ ଦିଆଯାଇଛି। ଚେନ୍ନାଇ ପୁଲିସ ପକ୍ଷରୁ ଆଜି ଅଭିନେତା ସୂର୍ଯ୍ୟାଙ୍କ ଘରେ ୨୪ ଘଣ୍ଟିଆ ସୁରକ୍ଷା ପ୍ରଦାନ କରିବା ପାଇଁ ସଶସ୍ତ୍ର […]

suriya

suriya

Madhupriya Mistry
  • Published: Thursday, 18 November 2021
  • Updated: 18 November 2021, 01:12 PM IST

ଚେନ୍ନାଇ: ନିକଟରେ ରିଲିଜ ହୋଇଥିବା ତାମିଲ ଫିଲ୍ମ 'ଜୟ ଭୀମ'କୁ ନେଇ ଥମୁନି ବିବାଦ। ଦିନକୁ ଦିନ ଏହା ବଢ଼ିବାରେ ଲାଗିଛି। ଏପରିକି ତାମିଲ ସୁପରଷ୍ଟାର ସୂର୍ଯ୍ୟାଙ୍କୁ ମିଳିଛି ଧମକ । କେବଳ ତାଙ୍କୁ ନୁହେଁ ତାଙ୍କ ପରିବାରକୁ ମଧ୍ୟ ଜଣେ ଦୁର୍ବୃତ୍ତ ଆକ୍ରମଣ କରିବ ବୋଲି ଧମକ ଦେଇଛି। ଏହାପରେ ତାଙ୍କ ସୁରକ୍ଷା ବଢ଼ାଇ ଦିଆଯାଇଛି।

ଚେନ୍ନାଇ ପୁଲିସ ପକ୍ଷରୁ ଆଜି ଅଭିନେତା ସୂର୍ଯ୍ୟାଙ୍କ ଘରେ ୨୪ ଘଣ୍ଟିଆ ସୁରକ୍ଷା ପ୍ରଦାନ କରିବା ପାଇଁ ସଶସ୍ତ୍ର ପୁଲିସକର୍ମୀ  ନିୟୋଜିତ କରାଯାଇଛି। କେବଳ ସେତିକି ନୁହେଁ ଅଭିନେତାଙ୍କୁ ଧମକ ମିଳିବା ପରେ ବ୍ୟକ୍ତିଗତ ସୁରକ୍ଷା ଅଧିକାରୀ ମଧ୍ୟ ନିୟୋଜିତ କରାଯାଇଛି।

ଫିଲ୍ମକୁ ନେଇ ବିବାଦ ପରେ ଚାରିଜଣ ସଶସ୍ତ୍ର ରିଜର୍ଭ କନଷ୍ଟେବଳ ଜଣେ ଅଧିକାରୀଙ୍କ ତତ୍ତ୍ୱାବଧାନରେ ଟି- ନାଗରରେ ଅଭିନେତାଙ୍କ ଘରକୁ ଜଗି ରହିଛନ୍ତି। ଯେତେବେଳେ ବି ଅଭିନେତା ସୂର୍ଯ୍ୟ ବାହାରକୁ ଆସନ୍ତି, ସେତେବେଳେ ସୁରକ୍ଷା ପାଇଁ ତାଙ୍କ ସହିତ ଦୁଇଟି PSO ରହିବେ ବୋଲି ଚେନ୍ନାଇ ପୁଲିସ କହିଛି।

ସୂଚନା ମୁତାବକ, ଫିଲ୍ମ 'ଜୟ ଭୀମ'ର କିଛି ଦୃଶ୍ୟକୁ ନେଇ ବିବାଦ ସୃଷ୍ଟି ହୋଇଛି। ଏହାପରେ କ୍ଷେତ୍ରୀୟ ପାର୍ଟି ପଟ୍ଟାଲି ମକ୍କଲ କାଚ୍ଚି(PMK) ଯୁବ ମୋର୍ଚ୍ଚାର ଜଣେ ନେତା ଅଭିନେତାଙ୍କୁ ଯିଏ ଆକ୍ରମଣ କରିବ ତାଙ୍କୁ ନଗଦ ପୁରସ୍କାର ଦେବାକୁ ଘୋଷଣା କରିଥିଲେ। ଏହାପରେ ସୂର୍ଯ୍ୟା ଏବଂ ତାଙ୍କ ପରିବାରର ସଦସ୍ୟଙ୍କୁ ଧମକ ମିଳିଥିଲା। ଅଭିଯୋଗ ପରେ ସେହି ଧମକ ଦେଇଥିବା ବ୍ୟକ୍ତିଙ୍କୁ ଖୋଜିବା ପାଇଁ ପୁଲିସ ତଦନ୍ତ ଆରମ୍ଭ କରିଛି। ସେପଟେ ଅଭିନେତାଙ୍କ ଘର ଆଖପାଖରେ ମଧ୍ୟ ସୁରକ୍ଷା ବ୍ୟବସ୍ଥା କଡାକଡି କରାଯାଇଛି।

ଫିଲ୍ମରେ ଭ୍ୟାନିୟର ସମ୍ପ୍ରଦାୟ ବିଷୟରେ ଖରାପ ଚିତ୍ର ଦେଖାଇବାକୁ ନେଇ ବିବାଦ ଉଠିଥିଲା। ଏହାପରେ ପିଏମକେ ଜିଲ୍ଲା ସଚିବ ପଲାନିସାମି ଫିଲ୍ମ 'ଜୟ ଭୀମ' ଅଭିନେତା ସୂର୍ଯ୍ୟାଙ୍କୁ ଯିଏ ଆକ୍ରମଣ କରିବ, ସେହି ବ୍ୟକ୍ତିଙ୍କୁ ୧ ଲକ୍ଷ ଟଙ୍କା ନଗଦ ପୁରସ୍କାର ଘୋଷଣା କରିଥିଲେ। ଏହି ସମୟରେ, ପିଏମକେ 'ସୀତାମଲ୍ଲୀ'ର ମାୟିଲାଡୁଥୁରାଇ ଜିଲ୍ଲା ସଚିବ ଏ. ପଲାନିସାମିଙ୍କ ବିରୋଧରେ ଅଭିନେତା ସୂର୍ଯ୍ୟାଙ୍କୁ ଭୟଭୀତ କରିବା ଧମକାଇବା ଅଭିଯୋଗରେ ପୋଲିସ ମାମଲା ରୁଜୁ କରିଛି।

https://twitter.com/ANI/status/1461192122535604227?s=20

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos

Next Story