ଉବୁଟୁବୁ ଆନ୍ଧ୍ରପ୍ରଦେଶ, ଆଗକୁ ଆସିଲେ ସାଉଥ ସୁପରଷ୍ଟାର୍‌

ହାଇଦ୍ରାବାଦ: ଏବେ ଉବୁଟୁବୁ ଆନ୍ଧ୍ରପ୍ରଦେଶ। ଏଠି ବର୍ଷ ଓ ପରେ ବନ୍ୟାର ଜାରି ରହିଛି ତାଣ୍ଡବ। ଜୁଆଡେ ଦେଖିବ ସିଆଡେ କେବଳ ପାଣି ଆଉ ପାଣି। ବନ୍ୟା ଯୋଗୁଁ ଆନ୍ଧ୍ରପ୍ରଦେଶର ଅନେକ ଅଞ୍ଚଳରେ ବ୍ୟାପକ କ୍ଷୟକ୍ଷତି ହୋଇଛି। ଅନେକ ଲୋକେ ବାସ ହରା ହୋଇଛନ୍ତି। ଅଧିକାଂଶ ଅଞ୍ଚଳ ପାଣି ଘେରରେ ରହିଛି। ଏହାରି ଭିତରେ ଆଗେଇ ଆସିଛନ୍ତି ସାଉଥ ସୁପରଷ୍ଟାର। ବନ୍ୟା ପ୍ରପୀଡିତଙ୍କ ପାଇଁ ବଢ଼ାଇଛନ୍ତି ସହାୟତାର ହାତ। ସାଉଥ ସୁପରଷ୍ଟାର ଚିରଞ୍ଜୀବି ଠାରୁ ଆରମ୍ଭ କରି […]

Tollywood Stars on flood

Tollywood Stars on flood

Madhupriya Mistry
  • Published: Thursday, 02 December 2021
  • Updated: 02 December 2021, 01:17 PM IST

Sports

Latest News

ହାଇଦ୍ରାବାଦ: ଏବେ ଉବୁଟୁବୁ ଆନ୍ଧ୍ରପ୍ରଦେଶ। ଏଠି ବର୍ଷ ଓ ପରେ ବନ୍ୟାର ଜାରି ରହିଛି ତାଣ୍ଡବ। ଜୁଆଡେ ଦେଖିବ ସିଆଡେ କେବଳ ପାଣି ଆଉ ପାଣି। ବନ୍ୟା ଯୋଗୁଁ ଆନ୍ଧ୍ରପ୍ରଦେଶର ଅନେକ ଅଞ୍ଚଳରେ ବ୍ୟାପକ କ୍ଷୟକ୍ଷତି ହୋଇଛି। ଅନେକ ଲୋକେ ବାସ ହରା ହୋଇଛନ୍ତି। ଅଧିକାଂଶ ଅଞ୍ଚଳ ପାଣି ଘେରରେ ରହିଛି। ଏହାରି ଭିତରେ ଆଗେଇ ଆସିଛନ୍ତି ସାଉଥ ସୁପରଷ୍ଟାର। ବନ୍ୟା ପ୍ରପୀଡିତଙ୍କ ପାଇଁ ବଢ଼ାଇଛନ୍ତି ସହାୟତାର ହାତ।

ସାଉଥ ସୁପରଷ୍ଟାର ଚିରଞ୍ଜୀବି ଠାରୁ ଆରମ୍ଭ କରି ମହେଶ ବାବୁ, ଆଲ୍ଲୁ ଅର୍ଜୁନ, ରାମଚରଣ ଯାଏଁ ମୁଖ୍ୟମନ୍ତ୍ରୀ ରିଲିଫ ପାଣ୍ଠକୁ ନିଜ ତରଫରୁ ଟଙ୍କା ଦାନ କରିଛନ୍ତି। ଏଥିସହ ବନ୍ୟା ପ୍ରଭାବିତ ସହର ଏବଂ ଲୋକଙ୍କୁ ସହାୟତା କରିବା ପାଇଁ ସାଧାରଣ ଲୋକଙ୍କୁ ସେମାନେ ଅପିଲ କରିଛନ୍ତି।

ମେଗା ଷ୍ଟାର ଚିରଞ୍ଜୀବି ବନ୍ୟାରେ ପ୍ରଭାବିତ ଲୋକଙ୍କୁ ସାହାଯ୍ୟ କରିବା ପାଇଁ ସେ ମୁଖ୍ୟମନ୍ତ୍ରୀଙ୍କ ରିଲିଫ ପାଣ୍ଠିକୁ ୨୫ ଲକ୍ଷ ଟଙ୍କା ଦାନ କରିବାକୁ ଘୋଷଣା କରିଛନ୍ତି। ଟ୍ୱିଟରରେ ଆନ୍ଧ୍ରପ୍ରଦେଶର ମୁଖ୍ୟମନ୍ତ୍ରୀ ୱାଇଏସ୍‌ ଜଗନ୍ନ ମୋହନ ରେଡ୍ଡୀଙ୍କୁ ଟ୍ୟାଗ୍ କରି ଚିରଞ୍ଜୀବି ଲେଖିଛନ୍ତି, 'ଆନ୍ଧ୍ରପ୍ରଦେଶରେ ବନ୍ୟା ଏବଂ ପ୍ରବଳ ବର୍ଷା ହେତୁ ବ୍ୟାପକ କ୍ଷୟକ୍ଷତି ହୋଇଛି। ରିଲିଫ କାର୍ଯ୍ୟରେ ସହାୟତା କରିବାକୁ ମୁଁ ମୁଖ୍ୟମନ୍ତ୍ରୀଙ୍କ ରିଲିଫ ପାଣ୍ଠିକୁ ୨୫ଲକ୍ଷ ଟଙ୍କା ଦେଉଛି।'

https://twitter.com/KChiruTweets/status/1466019997537341443?s=20

ସେହିପରି ସୁପରଷ୍ଟାର ମହେଶ ବାବୁ ମଧ୍ୟ ମୁଖ୍ୟମନ୍ତ୍ରୀ ରିଲିଫ ପାଣ୍ଠିୁ ୨୫ ଲକ୍ଷ ଟଙ୍କା ଦାନ କରିଛନ୍ତି। ସେ ଟ୍ୱିଟ୍‌ କରି ଲେଖିଛନ୍ତି,'ଆନ୍ଧ୍ରପ୍ରଦେଶରେ ଭୟଙ୍କର ବନ୍ୟା ପରିସ୍ଥିତି ଯୋଗୁଁ ମୁଁ ମୁଖ୍ୟମନ୍ତ୍ରୀ ରିଲିଫ୍ ପାଣ୍ଠି ପାଇଁ ୨୫ ଲକ୍ଷ ଯୋଗଦାନ ଦେବାକୁ ଚାହୁଁଛି। ସମସ୍ତଙ୍କୁ ଅନୁରୋଧ ଏହି ସଙ୍କଟ ସମୟରେ ଆନ୍ଧ୍ରପ୍ରଦେଶକୁ ସାହାଯ୍ୟ କରନ୍ତୁ ବୋଲି ସେ ଅପିଲ୍‌ କରିଛନ୍ତି।'

https://twitter.com/urstrulyMahesh/status/1466016888056549377?s=20

ଅନ୍ୟପଟେ ଜୁନିଅର୍‌ ଏନ୍‌ଟିଆର୍‌, ଆଲ୍ଲୁ ଅର୍ଜୁନ, ରାମ ଚରଣ ମଧ୍ୟ ୨୫ ଲକ୍ଷ ଟଙ୍କା ଲେଖାଏଁ ମୁଖମନ୍ତ୍ରୀ ରିଲିଫ ପାଣ୍ଠିଙ୍କୁ ଦାନ କରିଥିବା ନେଇ ନିଜ ଟ୍ୱିଟ୍‌ର ହ୍ୟାଣ୍ଡେଲରେ ସୂଚନା ଦେଇଛନ୍ତି।

ଆନ୍ଧ୍ରପ୍ରଦେଶରେ ପ୍ରବଳ ବର୍ଷା ହେତୁ ବ୍ୟାପକ କ୍ଷୟକ୍ଷତି ହୋଇଛି। ଚାରିଆଡେ ବନ୍ୟା ପରିସ୍ଥିତି ସୃଷ୍ଟି ହୋଇଛି। ମୁଖ୍ୟମନ୍ତ୍ରୀ YS ଜଗନ୍ନ ମୋହନ ରେଡ୍ଡୀ ସୋମବାର କେନ୍ଦ୍ର ସରକାରଙ୍କୁ ରିଲିଫ୍ ପାଣ୍ଠି ଯୋଗାଇବାକୁ ଅନୁରୋଧ କରିଥିଲେ। ଜାତୀୟ ବିପର୍ଯ୍ୟୟ ପରିଚାଳନା ପ୍ରାଧିକରଣର ପରାମର୍ଶଦାତା କୁନାଲ ସତ୍ୟାର୍ଥୀଙ୍କ ନେତୃତ୍ୱରେ ଏକ କେନ୍ଦ୍ରୀୟ ଟିମ୍‌ ସୋମବାର ବନ୍ୟା ପ୍ରଭାବିତ ଅଞ୍ଚଳଗୁଡ଼ିକର ସମୀକ୍ଷା କରିବା ପରେ ମୁଖ୍ୟମନ୍ତ୍ରୀ ରେଡ୍ଡୀଙ୍କ ସହ ଆଲୋଚନା କରିଛନ୍ତି।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos