ଭିକଟ୍ରିନା ଦେବେ ଗ୍ରାଣ୍ଡ ରିସେପସନ; କୋଭିଡ ନେଗେଟିଭ ରିପୋର୍ଟ ବିନା ଏଣ୍ଟ୍ରି ମନା

ମୁମ୍ବାଇ: ରାଜସ୍ଥାନରେ ହାତଗଣ୍ଠି ପଡ଼ିବା ପରେ ମୁମ୍ବାଇ ଫେରି ଆସିଛନ୍ତି ନବ ଦମ୍ପତ୍ତି ଭିକଟ୍ରିନା । ଏବେ  ଖୁବ୍‌ ଶୀଘ୍ର ବଲିଉଡ ସେଲିବ୍ରିଟିଙ୍କୁ ଏକ ଗ୍ରାଣ୍ଡ ରିସେପସନ ପାର୍ଟିରେ ଆପାୟିତ କରିବେ ନବ ବିବାହିତ ଯୋଡ଼ି।  ଏଥିନିମନ୍ତେ ଫୁଲ୍‌ ଦମ୍‌ରେ ଚାଲିଛି ପ୍ରସ୍ତୁତି । ମେନ୍ୟୁ, ଭେନ୍ୟୁ ବି ଫାଇନାଲ ହୋଇ ସାରିଛି । ଗେଷ୍ଟ ଲିଷ୍ଟ ବି ଫାଇନାଲ୍‌ ସରିଛି।  ହେଲେ ମୁମ୍ବାଇରେ ଏବେ କରୋନା କାୟା ମେଲାଇ ଚାଲିଥିବା ବେଳେ  ସମସ୍ତଙ୍କୁ ଘାରିଛି କରୋନା […]

vicky-katrina

vicky-katrina

Niharika Rout
  • Published: Thursday, 16 December 2021
  • Updated: 16 December 2021, 02:31 PM IST

Sports

Latest News

ମୁମ୍ବାଇ: ରାଜସ୍ଥାନରେ ହାତଗଣ୍ଠି ପଡ଼ିବା ପରେ ମୁମ୍ବାଇ ଫେରି ଆସିଛନ୍ତି ନବ ଦମ୍ପତ୍ତି ଭିକଟ୍ରିନା । ଏବେ  ଖୁବ୍‌ ଶୀଘ୍ର ବଲିଉଡ ସେଲିବ୍ରିଟିଙ୍କୁ ଏକ ଗ୍ରାଣ୍ଡ ରିସେପସନ ପାର୍ଟିରେ ଆପାୟିତ କରିବେ ନବ ବିବାହିତ ଯୋଡ଼ି।  ଏଥିନିମନ୍ତେ ଫୁଲ୍‌ ଦମ୍‌ରେ ଚାଲିଛି ପ୍ରସ୍ତୁତି । ମେନ୍ୟୁ, ଭେନ୍ୟୁ ବି ଫାଇନାଲ ହୋଇ ସାରିଛି । ଗେଷ୍ଟ ଲିଷ୍ଟ ବି ଫାଇନାଲ୍‌ ସରିଛି।  ହେଲେ ମୁମ୍ବାଇରେ ଏବେ କରୋନା କାୟା ମେଲାଇ ଚାଲିଥିବା ବେଳେ  ସମସ୍ତଙ୍କୁ ଘାରିଛି କରୋନା ଭୟ ।  ତଥାପି କରୋନା ପ୍ରୋଟୋକଲ ମାନି ଏକ ଭବ୍ୟ ସମାରୋହ ନିମନ୍ତେ ନବଦମ୍ପତ୍ତି ପ୍ରସ୍ତୁତ ହେଉଥିବା ଜଣାଯାଇଛି।

ସୂତ୍ର ଅନୁଯାୟୀ, ଭିକି କ୍ୟାଟ୍ରିନାଙ୍କ ବିବାହ ଡିସେମ୍ବର ୯ ତାରିଖରେ ରାଜସ୍ଥାନର ସୱାଇ ମାଧୋପୁରର ସିକ୍ସ ସେନ୍ସ ଫୋର୍ଟରେ ସମ୍ପନ୍ନ ହୋଇଥିଲା। ଏହି ସେରିମନିରେ ଉଭୟଙ୍କ ପରିବାର ସଦସ୍ୟଙ୍କ ସମେତ ବଲିଉଡର ଖୁବ୍‌ କମ୍‌ କଳାକାର ଯୋଗ  ଦେଇଥିଲେ। ସେଠାରେ କେବଳ କବିର ଖାନ, ମିନି ମାଥୁର, ନେହା ଧୁପିଆ ଓ ଅଙ୍ଗଦ ବେଦୀ ସ୍ପଟ ହୋଇଥିଲେ। ତେଣୁ ବଲିଉଡ କଳାକାରଙ୍କ ପାଇଁ ଭିକି କ୍ୟାଟ୍ରିନା ଏକ ଭବ୍ୟ ସମାରୋହର ଆୟୋଜନ କରିବେ। ଆସନ୍ତା ୨୦ ତାରିଖରେ ତାରକା ହୋଟେଲ ଜେଡବ୍ଲ୍ୟୁ ମେରିୟଟରେ ଉଭୟଙ୍କ ରିସେପସନ ଆୟୋଜିତ ହେବ ।

[caption id="attachment_699504" align="aligncenter" width="650"]vicktrina ପତ୍ନୀଙ୍କ ସହ ମୁମ୍ବାଇ ଏୟାରପୋର୍ଟରେ ଭିକି କୌଶଲ ।[/caption]

ରିପୋର୍ଟ ଅନୁଯାୟୀ, ବଲିଉଡର ବଡ଼ ବଡ଼ ସେଲିବ୍ରିଟି ଏହି ରିସେପସନରେ ଯୋଗ ଦେବେ। ଏଥିନିମନ୍ତେ ସଲମାନ, ଅମୀର, ଶାହରୁଖ, ରଣବୀର କପୁର, ଅମିତାଭ ବଚ୍ଚନଙ୍କୁ ନିମନ୍ତ୍ରଣପତ୍ର ପଠାସରିଛି। କିନ୍ତୁ ଭିକି କ୍ୟାଟ୍ରିନାଙ୍କ ବିବାହରେ ଯୋଗ ଦେବାକୁ ରହିଛି ସର୍ତ୍ତ।  ଏହି ଉତ୍ସବରେ ଯୋଗ ଦେବାକୁ ଇଚ୍ଛୁକ ଥିବା ଅତିଥିଙ୍କୁ ଆରଟିପିସିଆର ପରୀକ୍ଷା କରିବାକୁ ପଡ଼ିବ । ଏଥିସହ କୋଭିଡ ନେଗେଟିଭ ରିପୋର୍ଟ ସାଙ୍ଗରେ ଆଣିବାକୁ ପଡ଼ିବ ।

କ୍ୟାଟ୍ରିନା ଖ୍ରୀଷ୍ଟ ମାସକୁ ଖୁବ୍‌ ଜାକଜମକରେ ନିଜ ପରିବାର ସହ ପାଳନ କରିଥାନ୍ତି। ତେଣୁ ତାହା ପୂର୍ବରୁ ସେ ରିସେନସପ ପାର୍ଟି ଆୟୋଜନ କରିବାକୁ ଫୁଲ୍‌ ଦମରେ ଲାଗି ପଡ଼ିଛନ୍ତି। ଏହାପରେ ଚଳିତ ବର୍ଷ ପ୍ରଥମ ଥର ପାଇଁ ସ୍ୱାମୀଙ୍କ ସହ ଖ୍ରୀଷ୍ଟ ମାସ ପାଳନ କରିବେ କ୍ୟାଟ୍ରିନା।

ଡିସେମ୍ବର ୯ ତାରିଖରେ ବିବାହ ବନ୍ଧନରେ ବାନ୍ଧି ହେବା ପରେ  ୧୦ ତାରିଖରେ କ୍ୟାଟ୍ରିନା ଏବଂ ବିକ୍କିଙ୍କ ପରିବାର ସଦସ୍ୟ ଏବଂ ଅତିଥିମାନେ ମୁମ୍ବାଇ ଫେରିଥିଲେ। ବିକ୍କି ଏବଂ କ୍ୟାଟ୍ରିନା  ହନିମୁନ୍‌ ପାଇଁ ମାଲଦ୍ୱୀପ ଯାଇଥିବା ନେଇ ଚର୍ଚ୍ଚା ହେଉଥିଲା।  ଏହାପରେ ସେମାନେ ହାତରେ ହାତ ଛନ୍ଦି ମୁମ୍ବାଇ ଫେରି ଆସିଥିଲେ। ମୁମ୍ବାଇ ବିମାନବନ୍ଦରରେ ସେମାନଙ୍କୁ ସ୍ପଟ କରାଯାଇଥିଲା। ସେଠାରେ ମଥାରେ ସିନ୍ଦୂର, ହାତରେ ନାଲି ଚୁଡି ପିନ୍ଧି ଖୁବ୍‌ ସୁନ୍ଦର ଲାଗୁଥିଲେ କ୍ୟାଟ୍‌। ଏପରିକି ପତିପତ୍ନୀ ଭାବେ ଉଭୟ ପ୍ରଥମ ଥର ମିଡିଆ ସମ୍ମୁଖରେ ପୋଜ ଦେଇଥିଲେ।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos