ଭିକି-କ୍ୟାଟ୍‌ଙ୍କ ରୟାଲ ୱେଡିଂରେ ଯୋଗ ଦେବେ କି ଦବଙ୍ଗ ଖାନ?

ମୁମ୍ବାଇ: ଖୁବ୍‌ଶୀଘ୍ର ବାଜିବ ଶାହାନାଇ। କନିଆ ବେଶରେ ଝଲସିବେ ବଲିଉଡର ବାର୍ବି ଡଲ୍‌ କ୍ୟାଟ୍ରିନା କୈଫ୍‌ । ସାଜିବେ ବୟଫ୍ରେଣ୍ଡ ଭିକି କୌଶଲଙ୍କ ଦୁଳହନିଆ। ଆସନ୍ତା ୯ ତାରିଖରେ  ହେବ ଏହି ରୟାଲ ୱେଡିଂ। ଏନେଇ ବିଭିନ୍ନ ଗଣମାଧ୍ୟମରେ ଜୋରସୋରରେ ଚର୍ଚ୍ଚା ଚାଲିଛି।

ଖବର ଅନୁଯାୟୀ ଏହି ଦମ୍ପତି  ରାଜସ୍ଥାନର ସୱାଇ ମାଧୋପୁରର ରିଜର୍ଟର ସିକ୍ସ ସେନ୍ସ ଫୋର୍ଟ ବରୱାରାରେ ବିବାହ କରିବେ। ସଂଗୀତ ଏବଂ ମେହେନ୍ଦି ଫଙ୍କସନ୍‌ ଡିସେମ୍ବର ୭-୮ ରେ ଅନୁଷ୍ଠିତ ହେବ। କ୍ୟାଟ୍ରିନା ଏବଂ ଭିକି ନିଜ ବିବାହ ପାଇଁ କୋଟି କୋଟି ଟଙ୍କା ଖର୍ଚ୍ଚ କରୁଛନ୍ତି । କ୍ୟାଟ୍‌ଙ୍କ ବିବାହରେ ବଲିଉଡର ବହୁ ନାମୀଦାମୀ ସେଲିବ୍ରିଟି ଯୋଗ ଦେବାର ସୂଚନା ମିଳିଛି।

ଏପରିକି ଏହି ଦୁଇ ସେଲେବ୍ରିଟି ନିଜ ବିବାହ ପାଇଁ ଏସ୍‌ଓପି ଜାରି କରିଥିବା ସୂଚନା ମିଳିଛି । ହୋଟେଲ ବୁକିଂ ଠାରୁ ଆରମ୍ଭ କରି ଅତିଥି ତାଲିକା। କିଏ କେଉଁଠି ରହିବ, କିଏ କେମିତି ଆସିବ ସବୁ କିଛି ଫାଇନାଲ୍‌ ହୋଇ ସରିଲାଣି। କେବଳ ବିବାହକୁ ଅପେକ୍ଷା।

 vicky-kaushal-and-katri
ଭିକି କୌଶଲ, କ୍ୟାଟ୍‌ ଓ ସଲମାନ ।

ହେଲେ କ୍ୟାଟ୍‌ଙ୍କ ବିବାହରେ ବଲିଉଡର ଦବଙ୍ଗ ଖାନ ଯୋଗ ଦେବେ ନା ନାହିଁ ସେ ନେଇ ଦେଖାଦେଇଛି ସସ୍‌ପେନ୍ସ। ଉଭୟ ଏବେ ଟାଇଗର-୩ରେ କାମ କରୁଥିବା ବେଳେ ସଲମାନଙ୍କ ପାଇଁ କ୍ୟାଟ୍‌ ହେଉଛନ୍ତି ବେଶ୍‌ ଖାସ୍‌। ହେଲେ ତାଙ୍କ ବିବାହରେ ସଲମାନଙ୍କ ଉପସ୍ଥିତ ରହିବେ ନା ନାହିଁ ସେ ନେଇ ବି-ଟାଉନ୍‌ରେ ଗସିପ୍‌ ଜୋରି ଧରିଥିବା ବେଳେ ମୁହଁ ଖୋଲିଛନ୍ତି ଭଉଣୀ ଅର୍ପିତା ଖାନ୍‌।

କ୍ୟାଟ୍ରିନା ସଲମାନଙ୍କ ଭଉଣୀ ଅର୍ପିତା,ଅଲଭିରା ଓ ତାଙ୍କ ପରିବାର ସଦସ୍ୟଙ୍କ  ସହ ମଧ୍ୟ ଭଲ ବଣ୍ଡ ଶେଆର କରନ୍ତି। ଭିକି-କ୍ୟାଟଙ୍କ ବିବାହରେ ଖାନ୍‌ ପରିବାରର କେଉଁ ସଦସ୍ୟ ଉପସ୍ଥିତ ରହିବେ ପଚରା ଯିବାରୁ ଏ ଯାଏ ସେମାନେ କୌଣସି ନିମନ୍ତ୍ରଣ ପାଇ ନ ଥିବା କହିଛନ୍ତି ଅର୍ପିତା। ଏପରିକି ସଲମାନଙ୍କ ଭଉଣୀ ଅଲଭିରାଙ୍କୁ ମଧ୍ୟ ଏ ଯାଏ କୌଣସି ନିମନ୍ତ୍ରଣପତ୍ର ମିଳିନି । ତେଣୁ ସେମାନେ ବିବାହରେ ଯୋଗ ଦେବା ନେଇ କିଛି ନିଷ୍ପତ୍ତି ହୋଇନି ବୋଲି କହିଛନ୍ତି ଅର୍ପିତା । ହେଲେ କ୍ୟାଟ୍‌ଙ୍କ  ବିବାହରେ ଯୋଗ ନ ଦେଇ ସଲମାନ କେବଳ ଶୁଭେଚ୍ଛା ପଠାଇବେ ବୋଲି ବିଶ୍ୱସ୍ତ ସୂତ୍ରରୁ ଜଣାଯାଇଛି।  

ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।