ବିବାଦ ସତ୍ତ୍ୱେ ଅକ୍ଟୋବର ୨୮ରେ ରିଲିଜ ହେବ ଫିଲ୍ମ ‘ଏ ଦିଲ ହେ ମୁସକିଲ’

ମୁମ୍ବାଇ: ଫିଲ୍ମ ‘ଏ ଦିଲ ହେ ମୁସକିଲ’ କିଛି ଦିନ ଧରି ବିବାଦ ଘେରରେ ଥିବା ସତ୍ତ୍ୱେ ଦିପାବଳୀରେ ସିନେମା ଘରେ ରିଲିଜ ହେବାକୁ ଯାଉଥିବା ଖବର ଫିଲ୍ମ ମେକର କରଣ ଜୋହର ଟ୍ୱିଟ୍ କରିଛନ୍ତି। ଫିଲ୍ମ ରିଲିଜକୁ ନେଇ କରଣ ବେଶ୍ ଉତ୍ସାହିତ ମଧ୍ୟ ଅଛନ୍ତି।

ସିନେମା ଓନର୍ସ ଏକ୍ସିବିଟର୍ସ ଅସୋସିଏସନ ଅଫ୍ ଇଣ୍ଡିଆ ଶୁକ୍ରବାର ଦେଶର ସ୍ଥିତି ଅନୁଧ୍ୟାନ କରି ଫିଲ୍ମଟି ମହାରାଷ୍ଟ୍ର, ଗୋଆ ଏବଂ ଗୁଜରାଟରେ ଥିବା ସିଙ୍ଗଲ ସ୍କ୍ରିନ୍ ସିନେମା ଘରେ ଚାଲିବ ନାହିଁ ବୋଲି ନିଷ୍ପତ୍ତି ନେଇଥିଲେ।