ଶେଷ ହେଲା ‘ସରକାର ଥ୍ରୀ’ ଫିଲ୍ମର ଷ୍ଟାର ଚୟନ ପ୍ରକ୍ରିୟା

ମୁମ୍ବାଇ: ନିର୍ଦ୍ଦେଶକ ରାମ ଗୋପାଳ ବର୍ମାଙ୍କ ଫିଲ୍ମ ‘ସରକାର ଥ୍ରୀ’ ର ଲିଡ ରୋଲ ପାଇଁ ଷ୍ଟାର ସିଲେକ୍ସନ ସରିଯାଇଛି। ରାମ ଫିଲ୍ମର ସବୁ ଷ୍ଟାରଙ୍କ ନାମ ସୋସିଆଲ ମିଡିଆ ମାଧ୍ୟମରେ ପ୍ରକାଶ କରିଛନ୍ତି। ଫିଲ୍ମରେ ସୁବାଷ ନାଗରେଙ୍କ ସହ କିଛି ଖାସ୍ ଚରିତ୍ର ଦେଖିବାକୁ ମିଳିବେ ଯେଉଁମାନେ ବର୍ତ୍ତମାନର ରାଜନୀତି ସହ ଜଡ଼ିତ ଅଛନ୍ତି।

ସୁଲତାନ ଫିଲ୍ମରେ ଥିବା ଅମୀତ୍ ସଢ଼ଙ୍କ ସମେତ ୟାମି ଗୌତମ ମଧ୍ୟ ଫିଲ୍ମରେ ନଜର ଆସିବେ। ୟାମି ଫିଲ୍ମରେ ଅନ୍ନୁ କରକରେ ଚରିତ୍ରରେ ଆସିବେ, ଯିଏ ନିଜ ବାପାଙ୍କ ହତ୍ୟାର ପ୍ରତିଶୋଧ ସରକାରଙ୍କ ଠାରୁ ନେବାକୁ ଚାହୁଁଛନ୍ତି। ରୋମାଣ୍ଟିକ ରୋଲ କରି ଆସୁଥିବା ୟାମି ପ୍ରଥମ ଥର ପାଇଁ ସରିୟସ ରୋଲ କରିବାକୁ ଯାଉଛନ୍ତି।