Advertisment

କାହିଁକି ପାଳନ ହୁଏ ଅନ୍ତର୍ଜାତୀୟ ଲୋକତନ୍ତ୍ର ଦିବସ, ଜାଣନ୍ତୁ ଇତିହାସ

ଯେଉଁ ରାଷ୍ଟ୍ର ଲୋକତନ୍ତ୍ରର ବିଚାରଧାରାରେ ପରିଚାଳିତ, ସେ ରାଷ୍ଟ୍ରର ଜନତା ସେତେ ସୁରକ୍ଷିତ।

author-image
Debibandita Barick
ଅଦ୍ୟତନ ହୋଇଛି
Vote

Vote

ଏକ ରାଷ୍ଟ୍ର ପାଇଁ ଲୋକତନ୍ତ୍ରର ଧାରଣାକୁ ଗ୍ରହଣ କରିବା ସବୁଠୁ ଗୁରୁତ୍ୱପୂର୍ଣ୍ଣ। ଯେଉଁ ରାଷ୍ଟ୍ର ଲୋକତନ୍ତ୍ରର ବିଚାରଧାରାରେ ପରିଚାଳିତ, ସେ ରାଷ୍ଟ୍ରର ଜନତା ସେତେ ସୁରକ୍ଷିତ। ତେଣୁ ଲୋକତନ୍ତ୍ରର ମହତ୍ୱ ବିଷୟରେ ସଚେତନତା ସୃଷ୍ଟି କରିବା ଏବଂ ଏଥିପ୍ରତି ଯତ୍ନବାନ ହେବା ଉଦ୍ଦେଶ୍ୟରେ ପ୍ରତିବର୍ଷ ଆଜିର ଦିନକୁ ଅର୍ଥାତ୍ 15 ସେପ୍ଟେମ୍ବରକୁ ସମଗ୍ର ବିଶ୍ୱରେ ଅନ୍ତର୍ଜାତୀୟ ଲୋକତନ୍ତ୍ର ଦିବସ ପାଳନ କରାଯାଏ।

Advertisment

ଆନ୍ତର୍ଜାତୀୟ ଲୋକତନ୍ତ୍ର ଦିବସର ଇତିହାସ 
ନଭେମ୍ବର 8, 2007ରେ ମିଳିତ ଜାତିସଂଘର ସାଧାରଣ ସଭାରେ ଏକ ସଂକଳ୍ପ ପାରିତ ହୋଇଥିଲା। ପ୍ରତିବର୍ଷ ସେପ୍ଟେମ୍ବର 15କୁ ଲୋକତନ୍ତ୍ର ଦିବସ ରୂପେ ପାଳନ କରାଯିବାକୁ ଏହି ସଭାରେ ନିଷ୍ପତ୍ତି ନିଆଯାଇଥିଲା। ସେବେଠାରୁ ସମଗ୍ର ବିଶ୍ୱରେ ଅନ୍ତର୍ଜାତୀୟ ଲୋକତନ୍ତ୍ର ଦିବସ ପାଳନ କରାଯାଉଛି। 

ଅନ୍ତର୍ଜାତୀୟ ଲୋକତନ୍ତ୍ର ଦିବସର ଗୁରୁତ୍ୱ
ଏହି ଦିବସ ଜନତା ଏବଂ ସରକାରଙ୍କ ଦାୟିତ୍ୱକୁ ବୁଝାଇଥାଏ। ଲୋକତନ୍ତ୍ରକୁ ସୁରକ୍ଷିତ ରଖିବା ପାଇଁ ସରକାର ଏବଂ ଜନତାଙ୍କ ଭୂମିକା କିପରି ହେବା ଦରକାର ତାହା ସୂଚାଏ। ଏହା ବ୍ୟତୀତ ସମଗ୍ର ବିଶ୍ୱରେ ସମସ୍ୟାର ସମାଧାନ ତଥା ମାନବବାଦକୁ ଦୃଢ କରିବା ପାଇଁ ଅନ୍ତର୍ଜାତୀୟ ଲୋକତନ୍ତ୍ର ଦିବସ ପାଳନ କରାଯାଏ।

Advertisment

ବିଭିନ୍ନ ସଂଗଠନ ତଥା ସାଧାରଣ ଜନତା ଭିନ୍ନ ଭିନ୍ନ ଉପାୟରେ ଅନ୍ତର୍ଜାତୀୟ ଲୋକତନ୍ତ୍ର ଦିବସ ପାଳନ କରନ୍ତି। ଲୋକମାନଙ୍କୁ ଗଣତନ୍ତ୍ର ବିଷୟରେ ଅବଗତ କରାଇବା ଏହି ଦିବସର ମୂଳ ଉଦ୍ଦେଶ୍ୟ। ଏଥିପାଇଁ ବିଭିନ୍ନ ସ୍ଥାନରେ ବିତର୍କ, ଆଲୋଚନା ଏବଂ ସମ୍ମିଳନୀର ଆୟୋଜନ କରାଯାଇଥାଏ। 

International Day Of Democracy Democracy Day