ଲୋକଙ୍କ ସହଯୋଗରେ ହାତୀ ସଂରକ୍ଷଣ ନୂଆ ଶିଖରକୁ ଛୁଇଁବ: କେନ୍ଦ୍ର ପରିବେଶ ମନ୍ତ୍ରୀ

ଆଜି ଭୁବନେଶ୍ୱରରେ ବିଶ୍ୱ ହସ୍ତୀ ଦିବସ ପାଳନ ଅବସରରେ କେନ୍ଦ୍ର ପରିବେଶ ଓ ଜଙ୍ଗଲ ମନ୍ତ୍ରୀ ଶ୍ରୀ ଯାଦବ କହିଛନ୍ତି ଯେ, ସବୁଠାରୁ ଅଧିକ ଏସୀୟ ବଣୁଆ ହାତୀ ଭାରତରେ ଥିବାରୁ ଭାରତ ଦୀର୍ଘମିଆଦୀ ଜୀବଜନ୍ତୁ ସଂରକ୍ଷଣର ମୁଖ୍ୟ ଆଶ୍ରୟସ୍ଥଳ ହୋଇଛି ।

Minister PhotoOR

କେନ୍ଦ୍ର ଓ ରାଜ୍ୟ ଜଙ୍ଗଲ ମନ୍ତ୍ରୀ

Ordigital Desk
  • Published: Saturday, 12 August 2023
  • Updated: 12 August 2023, 10:04 PM IST

Sports

Latest News

ସ୍ଥାନୀୟ ଜନସାଧାରଣଙ୍କ ସକ୍ରିୟ ଅଂଶଗ୍ରହଣ ଦ୍ୱାରା ହାତୀ ସଂରକ୍ଷଣ ନୂତନ ଶିଖରକୁ ଛୁଇଁପାରିବ ବୋଲି କେନ୍ଦ୍ର ପରିବେଶ,ଜଙ୍ଗଲ ଓ ଜଳବାୟୁ ପରିବର୍ତ୍ତନ ମନ୍ତ୍ର ଭୂପେନ୍ଦ୍ର ଯାଦବ କହିବା ସହ ଜୈବ ବିବିଧତା ସଂରକ୍ଷଣକୁ ଆର୍ଥିକ ବିକାଶ ସହ ମୁଖ୍ୟଧାରାରେ ସାମିଲ କରି ପରିବେଶର ସୁରକ୍ଷା ଓ ନିରନ୍ତରତା ସୁନିଶ୍ଚିତ କରିବା ଉପରେ ଗୁରୁତ୍ୱ ଦେଇଛନ୍ତି । ସେହିପରି ବନ କର୍ମଚାରୀଙ୍କ ପାଇଁ ଦେଶବ୍ୟାପୀ ସମାନ ନୀତି ଆଣିବାକୁ ରାଜ୍ୟ ଜଙ୍ଗଲ ଓ ପରିବେଶ ମନ୍ତ୍ରୀ ପ୍ରଦୀପ ଅମାତ୍ ଦାବି କରିଛନ୍ତି ।

ଆଜି ଭୁବନେଶ୍ୱରରେ ବିଶ୍ୱ ହସ୍ତୀ ଦିବସ ପାଳନ ଅବସରରେ କେନ୍ଦ୍ର ପରିବେଶ ଓ ଜଙ୍ଗଲ ମନ୍ତ୍ରୀ ଶ୍ରୀ ଯାଦବ କହିଛନ୍ତି ଯେ, ସବୁଠାରୁ ଅଧିକ ଏସୀୟ ବଣୁଆ ହାତୀ ଭାରତରେ ଥିବାରୁ ଭାରତ ଦୀର୍ଘମିଆଦୀ ଜୀବଜନ୍ତୁ ସଂରକ୍ଷଣର ମୁଖ୍ୟ ଆଶ୍ରୟସ୍ଥଳ ହୋଇଛି । ସ୍ଥାନୀୟ ଅଧିବାସୀଙ୍କ ସକ୍ରିୟ ଅଂଶଗ୍ରହଣ ଫଳରେ ହାତୀ ସଂରକ୍ଷଣ ଏକ ନୂତନ ଶିଖର ଛୁଇଁପାରିବ । ତାଙ୍କ ମନ୍ତ୍ରଣାଳୟ ଜନ କଲ୍ୟାଣ ସହ ହାତୀ ସଂରକ୍ଷଣକୁ ସାମିଲ କରିବା ପାଇଁ ବଦ୍ଧପରିକର । ଟ୍ରେନ-ହାତୀ ଦୁର୍ଘଟଣା ସମସ୍ୟାର ସମାଧାନ ଦିଗରେ ନିଆଯାଉଥିବା ପଦକ୍ଷେପ ଉପରେ ମନ୍ତ୍ରୀ ଶ୍ରୀ ଯାଦବ ଆଲୋକପାତ କରିଥିଲେ । ଦେଶରେ ହାତୀ ଚଲାପଥ ଥିବା ରେଳପଥର ୧୧୦ଟି ସମ୍ବେଦନଶୀଳ ସ୍ଥାନରେ ରେଳଗାଡ଼ି ଜନିତ ଦୁର୍ଘଟଣାକୁ ଯଥାସମ୍ଭବ ହ୍ରାସ କରିବା ପାଇଁ ରଣନୀତିକ ଯୋଜନାମାନ ହାତକୁ ନିଆଯାଇଛି । ରେଳ ବିଭାଗ ପ୍ରଯୁକ୍ତିଭିତ୍ତିକ ଦୁର୍ଘଟଣା ଏଡ଼ାଇବା ନିମନ୍ତେ ଚିହ୍ନଟ ପଦ୍ଧତି ଓଡ଼ିଶା ଓ ଅନ୍ୟାନ୍ୟ ରାଜ୍ୟର ରେଳଧାରଣାରେ ଖଞ୍ଜିବା ନେଇ ଚିନ୍ତା କରୁଥିବା ସେ କହିଛନ୍ତି ।

ଦେଶରେ ପୋଷା ହାତୀଗୁଡ଼ିକର ଜେନୋଟାଇପ ମାନଚିତ୍ର ପ୍ରସ୍ତୁତ କରିବାକୁ ମନ୍ତ୍ରଣାଳୟ ପଦକ୍ଷେପ ନେଇଛି, ଯାହାଫଳରେ ଅବୈଧ ହାତୀ ଚାଲାଣ ରୋକିହେବ । ପ୍ରଥମ ଥର ନିମନ୍ତେ ତାଙ୍କ ମନ୍ତ୍ରଣାଳୟ ଦେଶର ହାତୀ ସଂରକ୍ଷଣ ସ୍ଥଳୀଗୁଡ଼ିକ ମୂଲ୍ୟାୟନ ସହ ପରିଚାଳନାଗତ ସକ୍ରିୟତା ଉପରେ ଜୋର ଦେଉଛି । ଦେଶର ଚାରିଟି ହାତୀ ସଂରକ୍ଷିତ ଅଂଚଳକୁ ଚିହ୍ନଟ କରାଯାଇ ଆଗୁଆ ପରିଚାଳନାଗତ ସକ୍ରିୟତାର ମୂଲ୍ୟାୟନ କରାହେବ । ହାତୀ ସଂରକ୍ଷଣ ସ୍ଥଳୀଗୁଡ଼ିକ ମାନ ନିର୍ଦ୍ଧାରଣ ଓ ସର୍ବଶ୍ରେଷ୍ଠ ରଣନୀତି ଗ୍ରହଣ ପାଇଁ ଏହା ସର୍ବୋତ୍ତମ ପଦକ୍ଷେପ ବୋଲି ସେ କହିଥିଲେ । ଗତ ଦୁଇବର୍ଷ ମଧ୍ୟରେ ୩୩ଟି ହାତୀ ସଂରକ୍ଷଣ ସ୍ଥଳୀର ପରିସୀମା ୭୬,୫୦୮ କିଲୋମିଟରରୁ ୮୦,୭୭୭ କିଲୋମିଟରକୁ ବୃଦ୍ଧି ପାଇଥିବା ମନ୍ତ୍ରୀ କହିଛନ୍ତି । ସେ ଏହି ଅବସରରେ ଭାରତର ହସ୍ତୀ ଅଂଚଳ ଉପରେ ଏକ ରିପୋର୍ଟ ଉନ୍ମୋଚନ କରିଥିଲେ । ଦେଶରେ ଅଧିକ ହାତୀ ବାସସ୍ଥଳୀ ଥିବା ରାଜ୍ୟରେ ଚିହ୍ନିତ ହସ୍ତୀ ଅଂଚଳ ଓ ରାଜ୍ୟ ସରକାରଙ୍କ ଜଙ୍ଗଲ ବିଭାଗର ସମନ୍ୱୟରେ ଏହି ରିପୋର୍ଟ ପ୍ରସ୍ତୁତ ହୋଇଛି । ଏହି ରିପୋର୍ଟ ପ୍ରସ୍ତତ କରିବାକୁ ପ୍ରାୟ ଦୁଇ ବର୍ଷ ଲାଗିଛି ।

Also Read

ଦେଶରେ ୧୫୦ଟି ହସ୍ତୀ ଅଂଚଳ ସହ ତାହାର ମାନଚିତ୍ର ସମ୍ପର୍କରେ ମଧ୍ୟ ରିପୋର୍ଟରେ ସବିଶେଷ ବର୍ଣ୍ଣନା କରାଯାଇଛି । ଏହି ରିପୋର୍ଟ ରାଜ୍ୟ ସରକାରମାନଙ୍କୁ ହାତୀ କରିଡ଼ରଗୁଡ଼ିକର ସୁରକ୍ଷା ନେଇ କାର୍ଯ୍ୟ କରିବାକୁ ମାର୍ଗଦର୍ଶନ ଦେବ । ଏହା ମଧ୍ୟ ହାତୀପଲଙ୍କ ବାଧାହୀନ ଆତଯାତ ସହ ସ୍ଥାନୀୟ ଅଧିବାସୀଙ୍କମାନଙ୍କୁ କିଛି ମୁକାବିଲାଜନକ ଭୟରୁ ମଧ୍ୟ ରକ୍ଷା କରିବ । ଶ୍ରୀ ଯାଦବ ମଧ୍ୟ ଦେଶର ହସ୍ତୀ ସଂରକ୍ଷିତ ଜଙ୍ଗଲର ଏକ ଆଟଲାସର ଦ୍ୱିତୀୟ ସଂସ୍କରଣର ଉନ୍ମୋଚନ କରିଥିଲେ । ଏଥିରେ ଭାରତର ୩୩ଟି ଯାକ ହସ୍ତୀ ସଂରକ୍ଷଣ ସ୍ଥଳୀ ସମ୍ପର୍କରେ ମୌଳିକ ତଥ୍ୟ ମାନ ରହିଛି । ମନ୍ତ୍ରୀ ଶ୍ରୀ ଯାଦବ ଏହି ଅବସରରେ ହସ୍ତୀ ସଂରକ୍ଷଣ ଓ ପରିଚାଳନା କ୍ଷେତ୍ରରେ ଦୃଷ୍ଟାନ୍ତମୂଳକ କାର୍ଯ୍ୟ ନିମନ୍ତେ ମନ୍ତ୍ରୀ ଗଜ ଗୌରବ ସମ୍ମାନ ମଧ୍ୟ ପ୍ରଦାନ କରିଥିଲେ । (୧) ପଶ୍ଚିମବଙ୍ଗ ଆଲିଫନଗର ଯୁଗ୍ମ ଜଙ୍ଗଲ ପରିଚାଳନା କମିଟି, (୨) ପରଲୋକେଗତ ଓଡ଼ିଶା ଢେଙ୍କାନାଳ ବନଖଣ୍ଡ ନିରାପତ୍ତା ସ୍କ୍ୱାଡର ବିଶ୍ୱରଞ୍ଜନ ପାଣିଗ୍ରାହୀ, (୩) ଓଡ଼ିଶାର ରାୟଗଡ଼ା ବନଖଣ୍ଡ କୋରାପୁଟ ମଣ୍ଡଳର ରକ୍ଷୀ ପିତାମ୍ବର ଗୌଡ଼, (୪) ଛତିଶଗଡ଼ ମହାସମୁଣ୍ଡ ବନଖଣ୍ଡ ଗଜ ଯାତ୍ରା ଦଳର ସହକାରୀ ବନରକ୍ଷୀ ଦୀପକ ଶର୍ମା ଓ (୫) କର୍ଣ୍ଣାଟକ ବାନ୍ଦିପୁର ବ୍ୟାଘ୍ର ସଂରକ୍ଷଣ ଜଙ୍ଗଲର ପ୍ରାଣୀଧନ ଅଧିକାରୀ ଡକ୍ଟର ମୀର୍ଜା ଭାସୀମଙ୍କୁ ସମ୍ମାନଜନକ ଗଜ ଗୌରବ ସମ୍ମାନ ପ୍ରଦାନ କରାଯାଇଥିଲା ।

ଏହି ଅବସରରେ ରାଜ୍ୟ ଜଙ୍ଗଲ ଓ ପରିବେଶ ମନ୍ତ୍ରୀ ପ୍ରଦୀପ କୁମାର ଅମାତ୍ କହିଥିଲେ ଯେ, ବନ କର୍ମଚାରୀଙ୍କ ପାଇଁ ଦେଶତମାମ ଗୋଟିଏ ପ୍ରକାରର ନୀତି କାର୍ଯ୍ୟକାରୀ ହେବା ଆବଶ୍ୟକ । ବନକର୍ମଚାରୀମାନଙ୍କ ମୃତ୍ୟୁକାଳୀନ କ୍ଷତିପୂରଣ ଲାଗି ସମାନ ନୀତି ଆଣିବାକୁ ସେ ଦାବି କରିଥିଲେ । ଶିକାରୀଙ୍କ ଆକ୍ରମଣରେ ବହୁ ବନ କର୍ମଚାରୀଙ୍କ ଜୀବନ ଯାଉଛି । ମୃତ୍ୟୁକାଳୀନ ସହାୟତା ବିଭିନ୍ନ ରାଜ୍ୟରେ ଭିନ୍ନ ଭିନ୍ନ ରହୁଛି । ଏ ଦିଗରେ କେନ୍ଦ୍ର ସରକାର ପଦକ୍ଷେପ ନେବା ସହ ସବୁ ବନ କର୍ମଚାରୀଙ୍କ ପାଇଁ ଏକପ୍ରକାର ସହାୟତା ରାଶି ରହିବା ଉଚିତ୍ ବୋଲି କହିଥିଲେ ।

ଏହି କାର୍ଯ୍ୟକ୍ରମରେ ଅନ୍ୟମାନଙ୍କ ମଧ୍ୟରେ କେନ୍ଦ୍ର ରାଷ୍ଟ୍ରମନ୍ତ୍ରୀ ଅଶ୍ୱିନୀ କୁମାର ଚୌବେ, କେନ୍ଦ୍ର ଜଙ୍ଗଲ ମହାନିର୍ଦ୍ଦଶେକ ଓ ସ୍ୱତନ୍ତ୍ର ସଚିବ ଚନ୍ଦ୍ରପ୍ରକାଶ ଗୋୟଲ, ଏନଟିସିଏ ସଦସ୍ୟ ସଚିବ ଡକ୍ଟର ସତ୍ୟପ୍ରକାଶ ଯାଦବ, ରାଜ୍ୟ ଜଙ୍ଗଲ ଓ ପରିବେଶ ସଚିବ ସତ୍ୟବ୍ରତ ସାହୁଙ୍କ ସମେତ ଜଙ୍ଗଲ ଓ ପରିବେଶ ବିଭାଗ ସହ ଜଡ଼ିତ ଉଭୟ କେନ୍ଦ୍ର ଓ ରାଜ୍ୟ ସରକାରଙ୍କ ବରିଷ୍ଠ ଅଧିକାରୀମାନେ ଉପସ୍ଥିତ ଥିଲେ ।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos

Next Story