Advertisment

ବିଶ୍ୱ କର୍କଟ ଦିବସ: ସଠିକ୍ ସମୟରେ ରୋଗ ଚିହ୍ନଟ ଦୂର କରେ ବିପଦ

କର୍କଟକୁ ପରାସ୍ତ କରିବାର ମୁଖ୍ୟ ମାର୍ଗ ହେଉଛି ସଠିକ୍ ସମୟରେ ରୋଗ ଚିହ୍ନଟ ହେବା।

author-image
Debibandita Barick
ଅଦ୍ୟତନ ହୋଇଛି
Representative Image

Representative Image

କର୍କଟ ବା କ୍ୟାନସର ବିଶ୍ୱ ସ୍ୱାସ୍ଥ୍ୟ ପାଇଁ ଚିନ୍ତାର କାରଣ ପାଲଟିଛି। ପ୍ରତିବର୍ଷ ଲକ୍ଷ ଲକ୍ଷ ଲୋକ କର୍କଟରେ ପୀଡିତ ହୋଇ ପ୍ରାଣ ହରାଉଛନ୍ତି। କର୍କଟକୁ ପରାସ୍ତ କରିବାର ମୁଖ୍ୟ ମାର୍ଗ ହେଉଛି, ସଠିକ୍ ସମୟରେ ରୋଗ ଚିହ୍ନଟ ହେବା। ଏଥିପାଇଁ ପ୍ରତିଟି ଲୋକଙ୍କୁ ରୋଗ ବାବଦରେ ଅବଗତ ହେବାର ଆବଶ୍ୟକତା ରହିଛି। ଏହି ଆବଶ୍ୟକତାକୁ ଦୃଷ୍ଟିରେ ରଖି ପ୍ରତିବର୍ଷ ଫେବ୍ରୁଆରୀ ୪କୁ ବିଶ୍ୱ କର୍କଟ ଦିବସ ରୂପେ ପାଳନ କରାଯାଉଛି।

Advertisment

ବିଶ୍ୱ କର୍କଟ ଦିବସର ଇତିହାସ 
୨୦୦୦ ମସିହାରେ କର୍କଟ ବିରୋଧରେ ବିଶ୍ୱ ସମ୍ମିଳନୀର ଉଦଘାଟନୀ ଉତ୍ସବରେ ବିଶ୍ୱ କର୍କଟ ଦିବସ ପାଳନ ଆରମ୍ଭ କରାଯାଇଥିଲା। ପ୍ୟାରିସରେ ଆୟୋଜିତ ଏହି କାର୍ଯ୍ୟକ୍ରମରେ କର୍କଟ ସଂଗଠନର ବହୁ ପ୍ରତିନିଧୀ ତଥା ବିଶ୍ୱର ଅନେକ ଦେଶ ତଥା ସେମାନଙ୍କ ସରକାରର ଅନ୍ତର୍ଜାତୀୟ ନେତାମାନେ ଯୋଗ ଦେଇଥିଲେ।

ବିଶ୍ୱ କର୍କଟ ଦିବସର ଉଦ୍ଦେଶ୍ୟ 
କର୍କଟ ଦିବସ ପାଳନର ମୁଖ୍ୟ ଉଦ୍ଦେଶ୍ୟ ହେଉଛି ଲୋକଙ୍କୁ ରୋଗ ବାବଦରେ ସଚେତନତା କରିବା। କାରଣ ବିଜ୍ଞାନର ଅଗ୍ରଗତି ଫଳରେ କର୍କଟ ଚିକିତ୍ସା ଉପଲବ୍ଧ ହୋଇପାରିଛି। କିନ୍ତୁ ବିଳମ୍ବରେ ରୋଗ ଚିହ୍ନଟ ହେଲେ ଚିକିତ୍ସା ଫଳପ୍ରଦ ହେବାର ଆଶା କ୍ଷୀଣ ହୋଇଯାଏ। ତେଣୁ ଲୋକଙ୍କୁ ରୋଗ ବାବଦରେ ସଚେତନ କରାଇବା ପାଇଁ ବିଶ୍ୱ କର୍କଟ ଦିବସ ପାଳନ କରାଯାଏ।

Advertisment

ବିଶ୍ୱ କର୍କଟ ଦିବସର ବିଷୟବସ୍ତୁ
ପ୍ରତିବର୍ଷ ବିଶ୍ୱ କର୍କଟ ଦିବସ ଏକ ବିଷୟବସ୍ତୁ ବା ଥିମ୍ ଉପରେ ପାଳନ କରାଯାଏ। ଚଳିତ ବର୍ଷର ଥିମ୍ 'Close the Care Gap' ଅର୍ଥାତ୍ କର୍କଟ ଯତ୍ନ ବ୍ୟବଧାନକୁ ଏଡାନ୍ତୁ। ଏହି ବିଷୟବସ୍ତୁ କର୍କଟର ପ୍ରାରମ୍ଭିକ ଚିକିତ୍ସାକୁ ଆହ୍ୱାନ କରୁଛି। ରୋଗର ଲକ୍ଷଣ ପ୍ରତି ସଚେତନ ରହି ସଠିକ୍ ସମୟରେ ଚିକିତ୍ସା କରାଇପାରିଲେ କର୍କଟକୁ ମଧ୍ୟ ମାତ୍ ଦେଇ ହେବ।