Advertisment

ବିଶ୍ୱ ମାନସିକ ସ୍ୱାସ୍ଥ୍ୟ ଦିବସ: ଉଦାସୀନତାରେ ଦେଖାଯାଏ ଏହି ସବୁ ପ୍ରାରମ୍ଭିକ ଲକ୍ଷଣ

ମାନସିକ ସ୍ୱାସ୍ଥ୍ୟ ଖରାପ ଅଛି ବା ବିଗି\ଡ଼ିଯାଇଛି ବୋଲି କିପରି ଜାଣିବେ, କେଉଁସବୁ ଲକ୍ଷଣ ଦେଖିଲେ ଡାକ୍ତରଙ୍କ ପରାମର୍ଶ ନେବେ, ଜାଣନ୍ତୁ...

author-image
Debibandita Barick
ଅଦ୍ୟତନ ହୋଇଛି
Representative Image

Representative Image

ମାନିସକି ସ୍ୱାସ୍ଥ୍ୟର ଆବଶ୍ୟକତାକୁ ଦୃଷ୍ଟିରେ ରଖି ଆଜି ସମଗ୍ର ବିଶ୍ୱରେ ବିଶ୍ୱ ମାନସିକ ସ୍ୱାସ୍ଥ୍ୟ ଦିବସ ପାଳନ କରାଯାଉଛି। ଜଣେ ବ୍ୟକ୍ତିଙ୍କର ସାମଗ୍ରିକ ସ୍ୱାସ୍ଥ୍ୟ ପାଇଁ ମାନସିକ ସ୍ୱାସ୍ଥ୍ୟ ଭଲ ରହିବା କେତେ ଗୁରୁତ୍ୱପୂର୍ଣ୍ଣ ସେ ବାବଦରେ ସଚେତନ କରାଇବା ଉଦ୍ଦେଶ୍ୟରେ ଏହି ଦିବସ ପାଳନ କରାଯାଏ। ତେବେ ମାନସିକ ସ୍ୱାସ୍ଥ୍ୟ ଖରାପ ଅଛି ବା ବିଗିଡଯାଇଛି ବୋଲି କିପରି ଜାଣିବେ, କେଉଁସବୁ ଲକ୍ଷଣ ଦେଖିଲେ ଡାକ୍ତରଙ୍କ ପରାମର୍ଶ ନେବେ, ଜାଣନ୍ତୁ...  

Advertisment
  • ଦୁଃଖ ବା ଏକାକୀ ଭାବନା

ଉଦାସୀନତା ପ୍ରାୟତଃ ମନ ଖରାପ କିମ୍ବା ଏକାକୀପଣର ଭାବନାରୁ ଆରମ୍ଭ ହୁଏ। ନିଜକୁ ଏକୁଟିଆ ବୋଲି ଭାବିବା, ମନ ଦୁଃଖରେ ରହିବା ମାନସିକ ସ୍ୱାସ୍ଥ୍ୟ ବିଗିଡ଼ିବାର ଏକ ପ୍ରାରମ୍ଭିକ ଲକ୍ଷଣ। 

  • କାର୍ଯ୍ୟକଳାପରେ ଆଗ୍ରହ କିମ୍ବା ଉତ୍ସାହ ହରାଇବା 

ଯଦି ଜଣେ ବ୍ୟକ୍ତିଙ୍କର ମାନସିକ ସ୍ୱାସ୍ଥ୍ୟ ବିଗିଡ଼ିଥାଏ, ତେବେ ତାଙ୍କର କୌଣସି କାର୍ଯ୍ୟରେ ଆଗ୍ରହ ରହେନାହିଁ। ପୂର୍ବରୁ ସମାନ କାମ ପ୍ରତି ଯେଉଁ ଉତ୍ସାହ ଥାଏ, ସେପରି ଉତ୍ସାହ ଦେଖାଯାଏ ନାହିଁ।

Advertisment
  • ଭୋକ ଏବଂ ଓଜନରେ ପରିବର୍ତ୍ତନ

ଉଦାସୀନତା ଭୋକରେ ପରିବର୍ତ୍ତନ ଆଣିପାରେ, ଫଳସ୍ୱରୂପ ଓଜନ ହ୍ରାସ କିମ୍ବା ବୃଦ୍ଧି ହୋଇପାରେ। ଏପରିକି ଉଦ୍ଦେଶ୍ୟମୂଳକ ଡାଏଟିଂ କିମ୍ବା ବିନା ଖାଦ୍ୟ ଗ୍ରହଣରେ ବି ଏପରି ସମସ୍ୟା ଦେଖାଯାଏ।

  • ଶୋଇବା ବ୍ୟାଘାତ

ନିଦ୍ରାହୀନତା ମାନସିକ ସ୍ୱାସ୍ଥ୍ୟ ସମସ୍ୟାର ଏକ ପ୍ରମୁଖ ଲକ୍ଷଣ। ଅଧିକ ଶୋଇବା ଦ୍ୱାରା ମଧ୍ୟ ମାନସିକ ସ୍ୱାସ୍ଥ୍ୟ ବିଗିଡ଼ିଯାଏ। ତେଣୁ ଅଧିକ ସମୟ ଶୋଇବା କିମ୍ବା ଆଦୌ ନିଦ ନହେବା ମାନସିକ ସ୍ୱାସ୍ଥ୍ୟ ସମସ୍ୟାର ଏକ ସଙ୍କେତ ହୋଇଥାଏ।

  • ଥକ୍କା କିମ୍ବା ଶକ୍ତି ହରାଇବା

ସମ୍ପୂର୍ଣ୍ଣ ରାତିର ନିଦ ପରେ ମଧ୍ୟ କ୍ରମାଗତ ଭାବରେ କ୍ଳାନ୍ତ, ଦୁର୍ବଳ ଅନୁଭବ, ଅନାଗ୍ରହ ମନୋଭାବ ଉଦାସୀନତାର ଲକ୍ଷଣ।

  • ଏକାଗ୍ରତାର ଅଭାବ

ମାନସିକ ସ୍ୱାସ୍ଥ୍ୟ ଦୁର୍ବଳ ହୋଇଗଲେ ଏକାଗ୍ରତା ବା ସ୍ମୃତିଶକ୍ତି ପ୍ରଭାବିବତ ହୁଏ। ସାଧାରଣ କଥାଟିକୁ ମନେ ରଖିନପାରିବା, କୌଣସି ଘଟଣା ଉପରେ ନିଷ୍ପତ୍ତି ନେଇନପାରିବା, ଧ୍ୟାନର ଅଭାବ ମାନସିକ ସ୍ୱାସ୍ଥ୍ୟ ବିଗିଡ଼ିବାର ସଙ୍କେତ।

  • ନିରାଶ ମନୋଭାବ

ନକାରାତ୍ମକ ଚିନ୍ତାଧାରା, ନିଜକୁ ଦୋଷାରୋପ କରିବା, ଭବିଷ୍ୟତକୁ ନେଇ ନିରାଶ ହୋଇପଡିବ ମାନସିକ ସ୍ୱାସ୍ଥ୍ୟ ବିଗିବାର ସଙ୍କେତ ହୋଇଥାଏ। 

  • ଅତ୍ୟଧିକ ରାଗିବା

ମାନସିକ ସ୍ଥିତି ଠିକ୍ ନଥିଲେ, ପ୍ରଥମେ ମନକୁ ରାଗ ଆସେ। ନିହାତି ଛୋଟ ଛୋଟ କଥାରେ ରାଗି ଯାଉଥିବା ଲୋକେ ମାନସିକ ସ୍ତରରେ ଦୁର୍ବଳ ଥାଇପାରନ୍ତି।

  • ସାମାଜିକ କଥାବାର୍ତ୍ତାଠୁ ଦୂରେଇ ରହିବା

ଉଦାସୀନତା ଥିବା ବ୍ୟକ୍ତିମାନେ ଅନ୍ୟମାନଙ୍କଠାରୁ ନିଜକୁ ଅଲଗା ରଖନ୍ତି। ସାମାଜିକ କାର୍ଯ୍ୟକଳାପରୁ ଦୂରେଇ ଦିଅନ୍ତି ଏବଂ ବନ୍ଧୁ, ପରିବାର ଓ ପ୍ରିୟଜନଙ୍କ ସହି ମିଳାମିଶା କରନ୍ତି ନାହିଁ।

  • ମୃତ୍ୟୁ କିମ୍ବା ଆତ୍ମହତ୍ୟା ବିଷୟରେ ଅଧିକ ଭାବିବା

ମୃତ୍ୟୁ କିମ୍ବା ଆତ୍ମହତ୍ୟା ବିଷୟରେ ନିରନ୍ତର ଭାବିବା ଗମ୍ଭୀର ଉଦାସୀନତାର ଲକ୍ଷଣ। ଏହା ନିଶ୍ଚିତ ରୂପେ ଏକ ଚେତାବନୀ। ଏପରି ଭାବନା ଆସିବାର ଅର୍ଥ ଜଣେ ବ୍ୟକ୍ତିଙ୍କ ମାନସିକ ସ୍ୱାସ୍ଥ୍ୟ ସମ୍ପୂର୍ଣ୍ଣ ରୂପେ ବିଗିଡ଼ି ସାରିଛି। ତେଣୁ ଏସବୁ ଲକ୍ଷଣ ଥିବା ବ୍ୟକ୍ତି କିମ୍ବା ନିଜେ ଏହି ସବୁ ଲକ୍ଷଣ ଅନୁଭବ କରୁଥିଲେ, ତୁରନ୍ତ ଆତ୍ମୀୟ ସ୍ୱଜନ କିମ୍ବା ଡାକ୍ତରଙ୍କ ପରାମର୍ଶ ଗ୍ରହଣ କରନ୍ତୁ। 

ପ୍ରତିଟି ସମସ୍ୟାର ସମାଧାନ କରିବାକୁ ଚେଷ୍ଟା କରନ୍ତୁ। ମାନସିକ ସ୍ୱାସ୍ଥ୍ୟକୁ ଦୁର୍ବଳ କରି ସାମୂହିକ ସ୍ୱାସ୍ଥ୍ୟକୁ ନଷ୍ଟ କରନ୍ତୁ ନାହିଁ। 'ସ୍ୱାସ୍ଥ୍ୟ ହିଁ ସମ୍ପଦ', ଏ ପଂକ୍ତିକୁ ଭୁଲନ୍ତୁ ନାହିଁ।

Disclaimer: ଉପରସ୍ଥ ସମସ୍ତ ବିବରଣୀ ସାଧାରଣ ସୂଚନା ଉପରେ ଆଧାରିତ। କୌଣସି ସ୍ୱାସ୍ଥ୍ୟଗତ ସମସ୍ୟା ପାଇଁ ଡାକ୍ତରଙ୍କ ପରାମର୍ଶ ଗ୍ରହଣ କରିବା ଉପାଦେୟ।  

Mental Health Weak Symptoms Mental Health Day World Mental Health Day