ରାଷ୍ଟ୍ରୀୟ ଶିକ୍ଷାନୀତି ୨୦୨୦: ମାନସିକ ଦାସତ୍ୱରୁ ମୁକ୍ତିଯାତ୍ରା

ଅଭିଳାଷ ପଣ୍ଡା ବହୁ ପ୍ରତୀକ୍ଷିତ ରାଷ୍ଟ୍ରୀୟ ଶିକ୍ଷାନୀତି ୨୯ ଜୁଲାଇରେ କ୍ୟାବିନେଟ ମୋହର ପାଇଛି। ଏହି ଶିକ୍ଷାନୀତି ଲାଗୁହେବା ପୂର୍ବରୁ ଏହାକୁ ନେଇ ଏକ ଦୀର୍ଘ ଆଲୋଚନା ପର୍ଯ୍ୟାଲୋଚନାର ପର୍ବ ଚାଲିଥିଲା। ୨୦୧୯ ମସିହାରେ ଏହାର ପ୍ରସ୍ତାବନା (ଡ୍ରାଫ୍ଟ) ଆସିବା ପରେ ଏହା କିଛି ଦିନ ପାଇଁ ଆବଶ୍ୟକୀୟ ରାଷ୍ଟ୍ରୀୟ ବିତର୍କର ବିନ୍ଦୁ ପାଲଟି ଯାଇଥିଲା।ଶିକ୍ଷା କୌଣସି ଦେଶ ର ମାନବିନ୍ଦୁ ଅଟେ।ଏହା ଦେଶର ଭାଗ୍ୟ ଏବଂ ଦିଗ ନିର୍ଦ୍ଧାରଣ କରେ। ଆମ ଦେଶରେ ପ୍ରଚଳିତ ହୋଇ […]

EP2020

EP2020

Subrat Kumar Nayak
  • Published: Saturday, 01 August 2020
  • Updated: 01 August 2020, 12:47 PM IST
  • ଅଭିଳାଷ ପଣ୍ଡା

ହୁ ପ୍ରତୀକ୍ଷିତ ରାଷ୍ଟ୍ରୀୟ ଶିକ୍ଷାନୀତି ୨୯ ଜୁଲାଇରେ କ୍ୟାବିନେଟ ମୋହର ପାଇଛି। ଏହି ଶିକ୍ଷାନୀତି ଲାଗୁହେବା ପୂର୍ବରୁ ଏହାକୁ ନେଇ ଏକ ଦୀର୍ଘ ଆଲୋଚନା ପର୍ଯ୍ୟାଲୋଚନାର ପର୍ବ ଚାଲିଥିଲା। ୨୦୧୯ ମସିହାରେ ଏହାର ପ୍ରସ୍ତାବନା (ଡ୍ରାଫ୍ଟ) ଆସିବା ପରେ ଏହା କିଛି ଦିନ ପାଇଁ ଆବଶ୍ୟକୀୟ ରାଷ୍ଟ୍ରୀୟ ବିତର୍କର ବିନ୍ଦୁ ପାଲଟି ଯାଇଥିଲା।ଶିକ୍ଷା କୌଣସି ଦେଶ ର ମାନବିନ୍ଦୁ ଅଟେ।ଏହା ଦେଶର ଭାଗ୍ୟ ଏବଂ ଦିଗ ନିର୍ଦ୍ଧାରଣ କରେ।

ଆମ ଦେଶରେ ପ୍ରଚଳିତ ହୋଇ ଆସୁଥିବା ଶିକ୍ଷାନୀତିର ଇତିହାସକୁ ଯଦି ଆମେ ଦେଖୁ, ତାହାଲେ ପ୍ରାଚୀନ ଗୁରୁକୂଳ ଶିକ୍ଷା ବ୍ୟବସ୍ଥାଠାରୁ ଶିକ୍ଷାର ଆଧୁନିକ ସ୍ତମ୍ଭ ବିଶ୍ୱବିଦ୍ୟାଳୟର ଢାଞ୍ଚା ପର୍ଯ୍ୟନ୍ତ ସକଳ ବ୍ୟବସ୍ଥା ଆମ ଦେଶରେ ପ୍ରଥମେ ବିକଶିତ ହୋଇଥିଲା। ଶିକ୍ଷା କେବଳ ଶାସନ ଦ୍ୱାରା ପ୍ରତିପୋଷିତ ବିଷୟ ନଥିଲା, ପରନ୍ତୁ ସମାଜ ମଧ୍ୟ ଶିକ୍ଷା ପ୍ରତି ନିଜ ଉତ୍ତରଦାୟିତ୍ୱ ରଖିଥିଲା।
ପରବର୍ତ୍ତୀ ସମୟରେ ଆମ ଦେଶ ଉପରେ ବହୁ ବିଦେଶୀ ଆକ୍ରମଣ ହୋଇଛି। ଆମେ ପରାଧୀନ ହୋଇଛେ। ଆକ୍ରମଣକାରୀମାନେ ପରାଧୀନ ରାଷ୍ଟ୍ରର ମାନବିନ୍ଦୁଗୁଡିକୁ ଧ୍ୱଂସ କରିଛନ୍ତି। ଶିକ୍ଷା ବ୍ୟବସ୍ଥାକୁ କ୍ରମାଗତ ନଷ୍ଟ କରିବା ମଧ୍ୟ ଏକ ପ୍ରମୁଖ ବିଷୟ ପାଲଟିଛି।

ବିଶ୍ୱବିଦ୍ୟାଳୟଗୁଡିକ ଧ୍ୱଂସ କରାଯାଇଛି। ଶିକ୍ଷକମାନଙ୍କୁ ବାଛିବାଛି ହତ୍ୟା କରାଯାଇଛି। ଗ୍ରନ୍ଥଗୁଡିକୁ ନଷ୍ଟ କରାଯାଇଛି। ନାଳନ୍ଦା ବିଶ୍ୱବିଦ୍ୟାଳୟ ଉପରେ ୧୧୯୩ ମସିହାରେ ତୁର୍କୀ ଆକ୍ରମଣକାରୀ ବକ୍ତିଆର ଖିଲଜିର ତୃତୀୟ ଏବଂ ସବୁଠାରୁ ବର୍ବର ଆକ୍ରମଣ ପରେ ଲଗେଇଥିବା ନିଆଁରେ ବହିଗୁଡ଼ିକ ୬ ମାସ ପର୍ଯ୍ୟନ୍ତ ଜଳୁଥିଲା। ଏହିପରି ପାଖାପାଖି ୯୦୦ ବର୍ଷ ଆମ ଶିକ୍ଷା ବ୍ୟବସ୍ଥା ଅତି ସଙ୍କଟ ଦେଇ ଗତି କରିଛି। ଯଦିଓ ବ୍ୟବସ୍ଥାକୁ ବଞ୍ଚେଇରଖିବା ପାଇଁ ସଂଘର୍ଷ ହେଲା କିନ୍ତୁ ଶିକ୍ଷା ସର୍ଵସ୍ପର୍ଶୀ ହୋଇ ରହିବା ବଦଳରେ ସଙ୍କୁଚିତ ହୋଇଗଲା। ଅନେକ ସ୍ଥାନରେ ଶୃତି ମାଧ୍ୟମରେ କିଛି ଜ୍ଞାନ ବଞ୍ଚିରହିଲା।

ପରବର୍ତ୍ତୀ ସମୟରେ ଇଂରେଜମାନେ ୨୦୦ ବର୍ଷ ବ୍ୟାପାର କରିବା ପରେ ଲମ୍ବା ସମୟ ନିରଙ୍କୁଶ ବ୍ୟାପାର ପାଇଁ ଶାସନ ବ୍ୟବସ୍ଥା ହାତକୁ ନେଇଗଲେ। ଇତିହାସରୁ ସେମାନେ ଜାଣିଥିଲେ ଯେ ନିରଙ୍କୁଶ ଭାବେ ବିନା ପ୍ରତିରୋଧରେ ଭାରତୀୟ ଜନମାନସ ପରାଧୀନ କରି ଦୀର୍ଘସମୟ ଶାସନ ଚଲେଇବା ଏକ ଅସମ୍ଭବ ପ୍ରକ୍ରିୟା। ତେଣୁ ଯୋଜନାବଦ୍ଧ ଭାବେ ଭାରତୀୟମାନଙ୍କୁ ମାନସିକ ସ୍ତରରେ ସ୍ଥାଣୁକରି ପରାଧୀନତାକୁ ସ୍ୱୀକାର କରିନେବା ପାଇଁ ଶିକ୍ଷାବ୍ୟବସ୍ଥାକୁ ମାଧ୍ୟମ କରି ଖସଡ଼ା ପ୍ରସ୍ତୁତ କଲେ। ଏଥିପାଇଁ ଲର୍ଡ ମ୍ୟାକୁଲେଙ୍କୁ ଦାୟିତ୍ୱ ହସ୍ତାନ୍ତର କରାଗଲା। ଏହି ପ୍ରକ୍ରିୟାକୁ ବିଶ୍ୱକୋଷ ବ୍ରିଟାନିକା 'ଔପନିବେଶ ଏବଂ ଏହାର ପ୍ରଭାବ' ବିଷୟରେ ଏହିଭଳି ଭାବେ ବୁଝାଇଛି, "ନିଜ ଶାସନର ସ୍ଥିରତା ପାଇଁ, ଆବଶ୍ୟକୀୟ ସଂଖ୍ୟାର ମଧ୍ୟମ ସ୍ତରୀୟ ପଦବୀରେ ସ୍ଥାନୀୟ ଲୋକମାନଙ୍କୁ ପ୍ରଶାସନିକ ଅଧିକାରୀ ଭାବେ ନିଯୁକ୍ତ କରିବା ସକାଶେ ତଥା ରାଷ୍ଟ୍ରବାଦର ପ୍ରଚାର କୁ ସଙ୍କୁଚିତ କରିବା ଉଦ୍ଦେଶ୍ୟରେ ଶାସକ ବର୍ଗ ନିଜର ସଂସ୍କୃତି ଏବଂ ଭାଷାକୁ ଲଦିବା ଏକ ପ୍ରକ୍ରିୟା। ଏହିକ୍ରମରେ ଶାସକ ବର୍ଗ ଶିକ୍ଷାର ପ୍ରଚାରକୁ ସଙ୍କୁଚିତ କରନ୍ତି,ବିଶେଷ ଭାବେ ଉଚ୍ଚ ଶିକ୍ଷା ସ୍ତରରେ ଘରୋଇ, ବିଦେଶୀ ଏବଂ ମିଶନାରୀ ଶିକ୍ଷାନୁଷ୍ଠାନଗୁଡ଼ିକୁ ସମାଜ ଆଗରେ ବିକଳ୍ପ କରି ଛାଡ଼ିଦିଆଯାଏ।"

ଶିକ୍ଷା ବ୍ୟବସ୍ଥା ପରିବର୍ତ୍ତନ ବଳରେ ଇଂରେଜମାନେ ଲମ୍ବା ସମୟ ଶିକ୍ଷିତ ଭାରତୀୟମାନଙ୍କ କାନ୍ଧରେ ଭରାଦେଇ ସାଧାରଣ ଭାରତୀୟମାନଙ୍କୁ ଶାସନ କଲେ। ଯଦିଓ କିଛି ଭାରତୀୟ ବିଧି ଆଧାରିତ ଶିକ୍ଷାନୁଷ୍ଠାନକୁ ବଞ୍ଚେଇ ରଖିବାର ପ୍ରୟାସ କିଛି କିଛି ସ୍ଥାନରେ କରାଗଲା, କିନ୍ତୁ ବିଭିନ୍ନ କାରଣ ଯୋଗୁଁ ଏହି ଅନୁଷ୍ଠାନଗୁଡିକର ଆୟୁ ଲମ୍ବା ହୋଇପାରିଲା ନାହିଁ।

ପରବର୍ତ୍ତୀ ସମୟରେ ଦେଶ ଅନେକ ଘାତ ପ୍ରତିଘାତ ଦେଇ ସ୍ୱାଧୀନତା ପାଇଲା। ସ୍ୱାଧୀନତା ପାଇବା ପରେ ବ୍ରିଟିଶମାନଙ୍କ ପ୍ରଚଳିତ ଶିକ୍ଷାନୀତିକୁ ପରିବର୍ତ୍ତନ କରିବା ପାଇଁ ବିଭିନ୍ନ ମହଲରୁ ଏକ ପ୍ରଭାବୀ ମତ ପ୍ରକାଶ ପାଉଥିଲା। ଏହି ଆଧାରରେ ୧୯୪୮ରେ ରାଧାକୃଷ୍ଣ କମିଶନ, ୧୯୬୪ରେ ଶିକ୍ଷାର ମୂଲ୍ୟବୋଧକୁ ଗୁରୁତ୍ୱ ଦେଉଥିବା କୋଠାରୀ କମିଶନ, ୧୯୮୬ରେ ଭିତ୍ତିଭୂମି ବିକାଶ ଏବଂ ବୃତ୍ତିଗତ ଶିକ୍ଷା ବିଷୟକୁ ଗୁରୁତ୍ୱ ଦେବା ସମେତ ଆଚାର୍ଯ୍ୟ ରାମମୂର୍ତ୍ତିଙ୍କ ନେତୃତ୍ୱ ରେ ତିଆରି କମିଟି ବିଭିନ୍ନ ଅନ୍ୟ ସୁପାରିଶ ମଧ୍ୟ କଲେ। ତେବେ ପ୍ରଶାସନିକ ଇଚ୍ଛାଶକ୍ତି ଅଭାବରୁ ଏହି ସୁପାରିଶଗୁଡିକ ଠିକ ଭାବେ ଲାଗୁ ହୋଇପାରିଲା ନାହିଁ। ଶିକ୍ଷାର ମାନ ତଳକୁ ତଳକୁ ଯାଉଥିବାବେଳେ ପୁନଃ ୨୦୧୫ରେ ନୂତନ ଶିକ୍ଷାନୀତି ପ୍ରଣୟନ ପାଇଁ ଗଠିତ ରଙ୍ଗନାଥନ କମିଟି ଯେଉଁ ପ୍ରସ୍ତାବମାନ ଦେଲେ ତାହା ୨୦୧୯ରେ ଡ୍ରାଫ୍ଟ ଆକାରରେ ଲୋକଲୋଚନକୁ ଆସିଲା।ଏହି ପ୍ରସ୍ତାବନା ଉପରେ ବ୍ୟାପକ ଚର୍ଚ୍ଚା, ଆଲୋଚନା ଆଦି ପରେ ପରିଶେଷରେ ୨୦୨୦ ମସିହା ଜୁଲାଇ ୨୯ରେ ଏହା ଉପରେ କ୍ୟାବିନେଟ ମୋହର ବାଜିଛି।

ପ୍ରଣୀତ ଏହି ନୂତନ ଶିକ୍ଷାନୀତିକୁ ରାଷ୍ଟ୍ରୀୟ ଶିକ୍ଷାନୀତି ବୋଲି କୁହାଯାଉଛି। ପ୍ରଥମ ଥର ପାଇଁ ବ୍ରିଟିଶ ଶିକ୍ଷାନୀତିର ପ୍ରଭାବରୁ ସମ୍ପୂର୍ଣ୍ଣ ମୁକ୍ତି ପାଇଥିବା ଏହି ନୀତି ବ୍ୟାପକ ଭାବେ ଶିକ୍ଷାବିତମାନଙ୍କ ଦ୍ଵାରା ଆଦୃତ ହେଉଥିବା ବେଳେ,ଏକ ନିର୍ଦ୍ଦିଷ୍ଟ ଗୋଷ୍ଠୀ ଶିକ୍ଷାର ଗୈରିକକରଣ କରାଯାଉଛି ବୋଲି ଆରୋପ ମଧ୍ୟ କରିଛନ୍ତି।

ତେବେ ପ୍ରକୃତରେ କ'ଣ ଗୈରିକକରଣ ହେଉଛି? ଶିକ୍ଷାବ୍ୟବସ୍ଥାର ଭାରତୀୟକରଣର କୌଣସି ସମ୍ପ୍ରଦାୟ ଆଧାରିତ ଭୋଟବ୍ୟାଙ୍କ ସହ ସମ୍ପର୍କ ଅଛି ନା ଏହା ସଂକୀର୍ଣ୍ଣତାରୁ ଉର୍ଦ୍ଧ୍ୱରେ! ତାହାକୁ ବୁଝିବାକୁ ପଡ଼ିବ।

ଏହି ବର୍ଗର ବ୍ୟକ୍ତିମାନଙ୍କ ମତରେ ହଳଦୀଘାଟି ଯୁଦ୍ଧରେ କିଏ ଜିତିଥିଲେ? ରାଣାପ୍ରତାପ ନା ଆକବର! ଆଉରଙ୍ଗଜେବ କ୍ରୁର ଶାସକ ନା ଉଦାର? ଏ ପ୍ରଶ୍ନ ସବୁର ଉତ୍ତର ପଢ଼ାଯାଉଥିବା ଇତିହାସ ବହିରେ କଣ ଲେଖାଯାଉଛି ତା ଅଧାରରେ ସ୍ଥିର ହୁଏ ଶିକ୍ଷାର ଗୈରିକକରଣ ହେଉଛି ନା ଉଦାରୀକରଣ। ଯଦିଓ ପାଠ୍ୟକ୍ରମରେ ପରିବର୍ତ୍ତନକୁ ଶିକ୍ଷାର ଭାରତୀୟକରଣର ଆଧାର ବୋଲି ଲମ୍ବାସମୟ ଧରି ଚିତ୍ରଣ କରାଯାଇଛି, ବାସ୍ତବରେ ତାହା ସମ୍ପୂର୍ଣ୍ଣ ସତ୍ୟ ନୁହେଁ। ଶିକ୍ଷା ବ୍ୟବସ୍ଥା ଅନେକ ସ୍ତମ୍ଭ ଉପରେ ଠିଆହୋଇଛି। ଶିକ୍ଷାର ଉଦ୍ଦେଶ୍ୟ, ଶିକ୍ଷାନୁଷ୍ଠାନ ଏବଂ ତାହାର ଭିତ୍ତିଭୂମି, ପରିଚାଳନା ବ୍ୟବସ୍ଥା, ବିନିଯୋଗ ହେବାକୁଥିବା ପାଣ୍ଠିର ସ୍ରୋତ ଏବଂ ତାର ପରିମାଣ, ଶିକ୍ଷକ, ବିଦ୍ୟାର୍ଥୀ, ପାଠ୍ୟକ୍ରମ, Pedagogy(ପଢ଼େଇବାର ଶୈଳୀ), ଗବେଷଣା, ପରୀକ୍ଷା ଇତ୍ୟାଦି ଏହି ବ୍ୟବସ୍ଥାର ଗୋଟିଏ ଗୋଟିଏ ସ୍ତମ୍ଭ। ଏଣୁ ଯଥାର୍ଥରେ ଶିକ୍ଷାର ଭାରତୀୟକରଣ କହିଲେ କେବଳ ପାଠ୍ୟକ୍ରମ ପରିବର୍ତ୍ତନ ଯେମିତିକି କେବଳ ଇତିହାସର ଏକ ନିର୍ଦ୍ଦିଷ୍ଟ ଅଧ୍ୟାୟରେ ପରିବର୍ତ୍ତନ ବା ସଂସ୍କୃତ ପଢ଼ାଯିବା/ନଯିବା ଅଥବା ଯୋଗ ପାଠ୍ୟକ୍ରମରେ ସାମିଲ ହେବା/ନହେବାରେ ସୀମିତ ନୁହେଁ। ପରନ୍ତୁ ଉପୋରକ୍ତ ସମସ୍ତ ସ୍ତମ୍ଭ ଗୁଡିକର ଯେଉଁ ପଦ୍ଧତି ବା ରୂପ ଆମେ ଆଜି ବ୍ରିଟିଶ ପ୍ରଚଳିତ ଶିକ୍ଷାନୀତିର ଅଂଶ ଭାବେ ଦେଖୁଛୁ ତାହାର ଭାରତୀୟ ସଂସ୍କରଣ କିପରି ଥିଲା, ପୁନଃ ବର୍ତ୍ତମାନର ପରିସ୍ଥିତିରେ ସେସବୁର ପ୍ରକଟୀକରଣ କିପରି ହୋଇପାରିବ ସେ ବିଷୟରେ ସବିଶେଷ ଧାରଣା ହିଁ ଶିକ୍ଷାର ଭାରତୀୟକରଣକୁ ବୁଝିବାରେ ଆମକୁ ସମର୍ଥ କରିବ।

ଇଂରେଜମାନେ ଭାରତୀୟମାନଙ୍କ ଦ୍ୱାରା ନିଜ ଫାଇଲ ପତ୍ର କାମ କରିବାର ଆବଶ୍ୟକତାର ପୂର୍ତ୍ତି ପାଇଁ ଇଂରାଜୀ ଶିକ୍ଷା ଆରମ୍ଭ କଲେ। ଆଜି ଇଂରାଜୀର ପ୍ରଭାବରେ ମାନସିକ ଦାସତ୍ୱ ଏହିପରି ଗ୍ରାସ କରିଛି ଯେ, ପିଲାଟିଏ Uncle ଶବ୍ଦ ଭିତରେ ଦାଦା ଏବଂ ମାମୁଁ ମଧ୍ୟରେ ଫରକ ବି ବୁଝିପାରୁନି। ସ୍ୱାଭାବିକ ଭାବେ ସେ ନିଜ ପରମ୍ପରା ଆଉ ଚଳଣିରୁ କଟିଚାଲିଛି। ପୁନଃ ଗ୍ରାମାଞ୍ଚଳରେ ପରିସ୍ଥିତି ଭିନ୍ନ। ଯେଉଁ ବୟସରେ ଜ୍ଞାନ ଏକ ଆକର୍ଷଣୀୟ ବିଷୟ ବୋଲି ଆଗ୍ରହ ସୃଷ୍ଟି ହେବାର ଆବଶ୍ୟକତା ଅଛି ସେହି ବୟସରେ ସେ ଇଂରାଜୀର ଅତିରିକ୍ତ ବୋଝ ଯୋଗୁଁ ପାଠ ପ୍ରତି ମାନସିକ ଭୟରେ ତ୍ରସ୍ତ ହୋଇଉଠୁଛି। ତେବେ ନୂତନ ଶିକ୍ଷାନୀତି ରେ ପ୍ରାଥମିକ ଶିକ୍ଷାକୁ ମାତୃଭାଷା (ସ୍ଥାନୀୟ ଭାଷା) ରେ ବାଧ୍ୟତାମୂଳକ କରାଯିବା ଦେଶକୁ ଇଂରାଜୀ ସର୍ବସ୍ୱତାରୁ ମୁକ୍ତି ଦେବାଭଳି ଉଚିତ ପଦକ୍ଷେପ ଅଟେ।

ସେଇଭଳି ଶିକ୍ଷାର ଉଦେଶ୍ୟ 'ସା ବିଦ୍ୟା ଯା ବିମୁକ୍ତୟେ' ବଦଳରେ କେବଳ ପ୍ରମାଣପତ୍ର ଆହରଣ କରିବା ହୋଇ ରହିଯାଇଥିଲା। ଏବେ ଜଣେ ନିଜ ଇଛା ମୁତାବକ ବିଷୟ ନେଇ ଅଧ୍ୟୟନ କରିପାରିବାର ଓ ଅଧାରୁ ଛାଡିକରି ଯାଇପାରିବାର ସ୍ୱାଧୀନତା ସହ ବ୍ୟବହାରିକ ଜ୍ଞାନ ଆଧାରିତ ଶିକ୍ଷାବ୍ୟବସ୍ଥା ପ୍ରଣୟନ ହୋଇଅଛି। ପାଠ ପଢେଇବାର ଗୁରୁକୂଳ ବ୍ୟବସ୍ଥା ଭଳି ତଳେ ଶୋଇ, ଭିକ୍ଷାକରି ଖାଇ ପଢ଼ିବାର ବ୍ୟବସ୍ଥା ବର୍ତ୍ତମାନ ସମୟ ଉପଯୋଗୀ ଲାଗୁନଥିବା ବେଳେ ଗୁରୁ ଶିଷ୍ୟ ସମ୍ବାଦ, ବିଦ୍ୟାର୍ଥୀର ଗୁଣ ଏବଂ ଦକ୍ଷତା ଆଧାରିତ ସ୍ୱତନ୍ତ୍ର ପ୍ରଶିକ୍ଷଣ, ସମାଜରୁ ପ୍ରତ୍ୟକ୍ଷ ଜ୍ଞାନ(Internship) ଆଦି ଭାରତୀୟ ପ୍ରାଚୀନ ଶିକ୍ଷାଦାନ ଶୈଳୀର ସମୟୋପଯୋଗୀ ରୂପାନ୍ତରଣ ନୂତନ ଶିକ୍ଷାନୀତି ରେ ସ୍ଥାନ ପାଇଛି। ସବୁଠାରୁ ଗୁରୁତ୍ୱପୂର୍ଣ୍ଣ ଭାବେ ସ୍ୱାୟତ୍ତତା ଥିବା ଉଚ୍ଚ ଶିକ୍ଷା ଆୟୋଗ ଦ୍ୱାରା ଶିକ୍ଷାକୁ ରାଜନୈତିକ ଉଦ୍ଦେଶ୍ୟ ପୂର୍ତ୍ତି ପାଇଁ ସାମୟିକ ଉପଯୋଗ ନକରି ସ୍ଥାୟୀ ଭାବେ ରାଷ୍ଟ୍ରହିତ ସାଧନ କରିବାକୁ ଥିବା ଉତ୍ତର ପିଢ଼ିର ବିକାଶ ଉଦେଶ୍ୟରେ ଏକ ଉଚିତ ପଦେକ୍ଷେପ ମନେହୁଏ।

ବ୍ରିଟିଶମାନେ ନିଜ ଭାରତ ଲୁଟ ଲକ୍ଷ୍ୟରେ ସହଯୋଗୀ ତିଆରି କରିବା ପାଇଁ ଶିକ୍ଷାବ୍ୟବସ୍ଥା ବିକଶିତ କରିଥିବାରୁ ସ୍ୱାଭାବିକ ଭାବେ ଶିକ୍ଷିତ ହେବାର ଭାରତୀୟ ସଂଜ୍ଞା ଯାହା ଜଣେ ଆଦର୍ଶ ସମାଜିକ ପ୍ରାଣୀ ଭାବେ ମନୁଷ୍ୟକୁ ଗଢ଼ିଥାଏ, ତାହା ଶିକ୍ଷିତ ଭାରତୀୟ ମାନଙ୍କ ମଧ୍ୟରେ ପ୍ରତିଫଳିତ ହେଲା ନାହିଁ। ଔପନିବେଶକୀୟ ଶିକ୍ଷାର ପ୍ରଭାବ ହିଁ ଥିଲା ଯେ, ଶିକ୍ଷିତ ବ୍ୟକ୍ତିମାନଙ୍କ ମଧ୍ୟରୁ ଅନେକ ଦୁର୍ନୀତିଖୋର, ଅପରାଧୀ, ସ୍ୱାର୍ଥପର ଓ କ୍ରୁର ହେବା ଏକ ସାଧାରଣ ବିଷୟ ପାଲଟିଛି। ଯଥାର୍ଥରେ ପ୍ରଚଳିତ ପରୀକ୍ଷା ବ୍ୟବସ୍ଥା କିଛି ପ୍ରଶ୍ନର ଉତ୍ତର ଘୋଷଜ୍ଞାନ ଆଧାରରେ କେତେ ସୁନ୍ଦର ଭାବେ ଜଣେ ଲେଖୁଛି, ତାହାକୁ ଶିକ୍ଷିତ ହେବାର ମାପଦଣ୍ଡ ଭାବେ ରଖିଥିବା ବେଳେ ନୂଆ ଶିକ୍ଷାନୀତିରେ ପରୀକ୍ଷାର ଶୈଳୀରେ ପରିବର୍ତ୍ତନ କରାଯାଇଛି। ଭାରତୀୟ ଶିକ୍ଷାବ୍ୟବସ୍ଥାରେ ଯେଉଁଭଳି ସାମଗ୍ରିକ ବିକାଶ ହିଁ ଶିକ୍ଷିତ ହେବାର ମାପଦଣ୍ଡ ଥିଲା, ସେଇଭଳି ଏବେ ଛାତ୍ରର ପରୀକ୍ଷାରେ 360° ମୂଲ୍ୟାଙ୍କନ କରାଯିବ। ଏଥିରେ ଘୋଷା ଅପେକ୍ଷା ଦକ୍ଷତାକୁ ମପା ଯିବ। ଇଂରାଜୀ ଭାଷାକୁ ପରୀକ୍ଷାର ଉତ୍ତର ଲେଖିବା ପାଇଁ ନ ଲଦାଯାଇ ପସନ୍ଦର ଭାଷା ପାଇଁ ବିକଳ୍ପ ରହିବ। ଛାତ୍ରର ବ୍ୟବହାର, ତାହାପ୍ରତି ଥିବା ସହପାଠୀ ଏବଂ ଶିକ୍ଷକମାନଙ୍କ ଅବଧାରଣା, ଅନ୍ୟାନ୍ୟ ପ୍ରତିଭା ଆଧାରରେ ମୂଲ୍ୟାଙ୍କନ କରାଯିବ। ସବୁଠାରୁ ବଡ଼ କଥା ମୂଲ୍ୟାଙ୍କନ ପ୍ରକ୍ରିୟାରେ ଛାତ୍ରଟି ନିଜେ ମଧ୍ୟ ନିଜକୁ ଆକଳନ କରିବ। ପୁନଃ ମହାବିଦ୍ୟାଳୟରେ ଭର୍ତ୍ତି ହେବାପାଇଁ ମାର୍କ ହିଁ ସର୍ବସ୍ୱ ଭୂମିକା ନେବନି, ପରନ୍ତୁ ଏକ ସାମାନ୍ୟ ଯୋଗ୍ୟତା ପରୀକ୍ଷା ଆଧାରରେ ମଧ୍ୟ ଛାତ୍ର ପାଇଁ ନିଜ ପୂର୍ବ ଦୁର୍ବଳତାକୁ ଏଡ଼ାଇବା ପାଇଁ ସୁଯୋଗ ରହିବ। ସେଇଭଳି ବିଦ୍ୟାଳୟ ଶିକ୍ଷାରେ ସଂସ୍କାର ତଥା ବୈଶ୍ୱିକ ସ୍ତରରେ ଭାରତୀୟ ଛାତ୍ରଛାତ୍ରୀ ନିଜର ଉତ୍କର୍ଷ ପ୍ରତିପାଦିତ କରନ୍ତୁ। ତେଣୁ ପ୍ରଯୁକ୍ତି ବିଦ୍ୟାର ପ୍ରୟୋଗ, ଗବେଷଣା ପାଇଁ ସ୍ୱତନ୍ତ୍ର ଆର୍ଥିକ ବ୍ୟବସ୍ଥା ଏବଂ ଜିଡିପି ର ୬% ଶିକ୍ଷାକ୍ଷେତ୍ରରେ ବିନିଯୋଗ କରିବାର ନିଷ୍ପତ୍ତି ଭାରତର ଦୁଇ ପୂର୍ବ ରାଷ୍ଟ୍ରପତି ଡକ୍ଟର ସର୍ଵପଲ୍ଲୀ ରାଧାକୃଷ୍ଣନ୍ ଏବଂ ଡକ୍ଟର ଏପିଜେ ଅବଦୁଲ କଲାମଙ୍କ ସ୍ଵଦେଶ ଆଧାରିତ ଭାରତୀୟ ଶିକ୍ଷାବ୍ୟବସ୍ଥାର ପରିକଳ୍ପନାକୁ ସାକାର ରୂପ ଦେବାକୁ ଯାଉଛି ବୋଲି କୁହାଯାଇପାରେ।

ସେଇଭଳି ଅନେକ ଦୃଷ୍ଟିରୁ ନୂତନ ରାଷ୍ଟ୍ରୀୟ ଶିକ୍ଷାନୀତି ଭାରତୀୟ ଶିକ୍ଷା ବ୍ୟବସ୍ଥାକୁ ପୁନଃ ପ୍ରତିଷ୍ଠିତ କରିବା ପାଇଁ ତଥା ଭାରତୀୟ ଜନମାନସକୁ ମାନସିକ ଦାସତ୍ୱରୁ ମୁକ୍ତି ଦେବା ଦିଗରେ ଏକ ପଦକ୍ଷେପ ବୋଲି କୁହାଯାଇପାରେ। ଏହା ସଠିକ ଭାବେ ଏବଂ ତ୍ୱରିତ ଲାଗୁହେବା ବର୍ତ୍ତମାନର ଆବଶ୍ୟକତା।

ରାଜ୍ୟ ସଂଗଠନ ସମ୍ପାଦକ

ଅଖିଳ ଭାରତୀୟ ବିଦ୍ୟାର୍ଥୀ ପରିଷଦ

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos

Next Story