ବିଶୃଙ୍ଖଳା କେଉଁଠି?

ଆମ ଶାସ୍ତ୍ର ଅନୁଯାୟୀ କାର୍ତ୍ତିକ ମାସକୁ ଧର୍ମ ମାସ ବୋଲି ଧରାଯାଏ। ଏହି ମାସରେ ସାଧାରଣତଃ ବୟସ୍କ ବୃଦ୍ଧାମାନେ ହବିଷ ବ୍ରତ ପାଳନ କରିଥାନ୍ତି। ଓଳିଏ ଖାଇ ପୂଜା ବ୍ରତରେ ସମୟ ବିତାନ୍ତି। ଉପାସରେ ରହି ପ୍ରଭୁ ଜଗନ୍ନାଥଙ୍କୁ ଥରଟିଏ ଦର୍ଶନ ପାଇଁ ରାଜ୍ୟର ଦୂର ଦୁରାନ୍ତରରୁ ଧାଇଁ ଆସି ଥାଆନ୍ତି। ମାତ୍ର ଏତେ ଦୂରରୁ ଆସି ଶେଷରେ ପ୍ରଭୁଙ୍କ ଖୋଦ ଦ୍ୱାରଦେଶରେ ଏହିପରି କଷ୍ଟ ପାଉଥିବା ଦେଖିବା ପରେ ମଧ୍ୟ ତାହାକୁ ସଜାଡ଼ିବା ପରିବର୍ତ୍ତେ ପଳାୟନପନ୍ଥୀ ସାଜି ଏପରି ଦାୟିତ୍ୱହୀନ ମନ୍ତବ୍ୟମାନ ଦେବା କେତେଦୂର ସମିଚୀନ?

Barricades For Line Entry

Barricades For Line Entry

Debendra Prusty
  • Published: Wednesday, 22 November 2023
  • Updated: 22 November 2023, 01:36 PM IST

Sports

Latest News

ଡଃ ରୀନା ରାଉତରାୟ, ସମାଜ ବିଜ୍ଞାନୀ

କେବଳ ବୟସ୍କ ଓ ଅସୁସ୍ଥ ବ୍ୟକ୍ତି କାହିଁକି, ଜଣେ ସାଧାରଣ ଯୁବ ଭକ୍ତଙ୍କ ପାଇଁ ମଧ୍ୟ ପୁରୀ ଶ୍ରୀମନ୍ଦିରରେ ମହାପ୍ରଭୁଙ୍କ ଦର୍ଶନ ଅସମ୍ଭବ ହୋଇ ଗଲାଣି।

ଆଉ କିଛି ଦିନ ପରେ ଏହିପରି ସରକାରୀ ବିଜ୍ଞପ୍ତି ବୋଧେ ପ୍ରକାଶ ପାଇବ ଯେ କେବଳ ପ୍ରୋଟୋକଲରେ ଯାଇ ପାରୁଥିବା ଭିଆଇପିଙ୍କ ପାଇଁ ହିଁ ଜଗନ୍ନାଥଙ୍କ ଦର୍ଶନ ବ୍ୟବସ୍ଥା ରହିବ। ଅନ୍ୟ କୌଣସି ବର୍ଗର ଭକ୍ତମାନଙ୍କୁ ମନ୍ଦିର ନ ଆସିବାକୁ ଅନୁରୋଧ କରାଯାଉ ଅଛି।

ଏଠାରେ ପ୍ରଶ୍ନ ଉଠୁଛି ଆମେ ବ୍ୟବସ୍ଥାର ତ୍ରୁଟିକୁ ସଂଶୋଧନ କରିବା ନା ନିଜର ଅପାରଗତାକୁ ଲୁଚାଇବାକୁ ଯାଇ ସମସ୍ୟାଠାରୁ ଦୂରେଇଯିବା?

ସାଧାରଣତଃ ବୟସର ଅପରାହ୍ନରେ ବା ସ୍ୱାସ୍ଥ୍ୟଗତ/ବ୍ୟକ୍ତିଗତ ସମସ୍ୟାରେ ଜର୍ଜରିତ ମଣିଷଟିଏ ହିଁ ପ୍ରଭୁଙ୍କ ଶରଣାପନ୍ନ ହେବାକୁ ଧାଇଁ ଆସେ ତା’ର ପ୍ରିୟ ଠାକୁର ଜଗତର ନାଥ ଜଗନ୍ନାଥଙ୍କ ନିକଟକୁ। ଚକା ଡୋଳାକୁ ଥରଟିଏ ଚାହିଁ ତା’ର ଆତ୍ମନିବେଦନ କରିଦେଲେ ହାଲୁକା ହୋଇଯାଏ ତାର ତନୁ ମନ। ଆଜି ନୁହେଁ, ଯୁଗ ଯୁଗ ଧରି ପ୍ରଭୁ ଶ୍ରୀ ଜଗନ୍ନାଥ ଓଡ଼ିଆ ଜାତିର ସର୍ବଶେଷ ଆଶା ଭରସା, ଦୁଃଖସୁଖର ସାଥୀ, ତା’ର ନିକଟତମ ଆତ୍ମୀୟ।

ଗତ କିଛି ବର୍ଷ ଧରି ମହାପ୍ରଭୁ ଜଗନ୍ନାଥଙ୍କ ଦର୍ଶନIଭିଳାଷୀ ଭକ୍ତଙ୍କ ସୁବିଧା ପାଇଁ ସରକାରଙ୍କ ପକ୍ଷରୁ ବିଭିନ୍ନ ପ୍ରକାରର ବ୍ୟବସ୍ଥା ମାନ କରାଯାଉଛି। ଶୃଙ୍ଖଳିତ ଦର୍ଶନ ପାଇଁ ବାହାର ରାଜ୍ୟ ପରି ବ୍ୟାରିକେଡ଼ ଓ ଧାଡ଼ି ଦର୍ଶନର ବ୍ୟବସ୍ଥାକୁ ଅନୁକରଣ କରିବା ଭଲ କଥା। କିନ୍ତୁ ସେହି ବ୍ୟାରିକେଡ଼ଟିକୁ ଆଉ ଟିକେ ଚଉଡ଼ା କରି ସେ ଭିତରେ ବସିବା ପାଇଁ ଓ ପାନୀୟ ଜଳର ବ୍ୟବସ୍ଥା ମଧ୍ୟ ରହିବା ଉଚିତ୍। ଉକ୍ତ ବ୍ୟାରିକେଡ଼ ଭିତରେ ସମସ୍ତେ କ୍ରମାନ୍ଵୟରେ ଧାଡ଼ିକରି ଚାଲି ଚାଲି ଯାଇ ପ୍ରଭୁଙ୍କୁ ଦର୍ଶନ କରି ପାରନ୍ତେ। କିନ୍ତୁ ବର୍ତ୍ତମାନ ବ୍ୟବସ୍ଥାରେ ମନ୍ଦିର ବାହାରୁ ଭିତର ପର୍ଯ୍ୟନ୍ତ ମଝିରେ ମଝିରେ ଭକ୍ତଙ୍କୁ ଅଟକାଇ ରଖି ଏକ ସାଙ୍ଗରେ ଦର୍ଶନ ପାଇଁ ଛାଡ଼ିବା ଦ୍ୱାରା ଦଳାଚକଟାରେ ସାଧାରଣ ଲୋକଟିଏ ମଧ୍ୟ ଅଣନିଃଶ୍ୱାସୀ ହୋଇଯାଉଛି। ବୟୋବୃଦ୍ଧ ଓ ଅସୁସ୍ଥ ବ୍ୟକ୍ତିଙ୍କ ଦୁର୍ଦ୍ଦଶା କହିଲେ ନ ସରେ।

ଏହି ବର୍ଷ ଖରାଦିନେ ଡହ ଡହ ତାତିରେ ଖାଲି ପାଦକୁ ନରେନ୍ଦ୍ର ପୋଖରୀ ଛକରୁ ସେଇ ଯେଉଁ ଭୟଙ୍କର ଗହଳି, ତାହା ମଧ୍ୟରେ ଜଣେ ଭକ୍ତଙ୍କ ମହାପ୍ରଭୁଙ୍କୁ ହାତ ଟେକି କ୍ଷମା ମାଗି, ‘ଆଉ ବୋଧେ ତତେ ଦେଖିବାକୁ ଆସି ପାରିବିନି ରେ କାଳିଆ’ କହି କାନ୍ଦି କାନ୍ଦି ଫେରୁଥିବାର ଦୃଶ୍ୟ ଆଜି ମଧ୍ୟ ମୋର ମନେ ପଡ଼ିଗଲେ ଆଖିରେ ଲୁହ ଆସିଯାଏ।

ବଡ଼ ଦାଣ୍ଡରେ ସରକାରଙ୍କ ପକ୍ଷରୁ ଦର୍ଶନ ପାଇଁ ଦେୟମୁକ୍ତ ଅନଲାଇନ୍ ସ୍ଲଟର ବ୍ୟବସ୍ଥା କରାଗଲେ ଅନେକ ଯାତ୍ରୀ ଉପକୃତ ହେବେ।

ସିନିୟର୍ ସିଟିଜେନ୍ ଓ ଅସୁସ୍ଥ ବ୍ୟକ୍ତି ବିଶେଷଙ୍କ ପାଇଁ ସ୍ୱତନ୍ତ୍ର ଧାଡ଼ିର ବ୍ୟବସ୍ଥା କରାଯିବା ଉଚିତ୍।

ଭକ୍ତମାନଙ୍କ ସୁବିଧା ଅସୁବିଧା ବୁଝିବାକୁ ମନ୍ଦିର ପ୍ରଶାସନ ପକ୍ଷରୁ ବ୍ୟାରିକେଡ଼ର ନିୟମିତ ବ୍ୟବଧାନରେ ମନ୍ଦିର ପୋଲିସ କିମ୍ଵା ସ୍ୱେଛାସେବୀମାନଙ୍କୁ ମୁତୟନ କରାଯାଉ।

ନିକଟରେ ଗଣ ମାଧ୍ୟମରେ ଦେଖାଉଥିବା ଜନୈକ ବୃଦ୍ଧାଙ୍କ ବିକଳ କ୍ରନ୍ଦନ ଶୁଣିବାକୁ ନା ଥିଲେ ସେଠି ମନ୍ଦିର କର୍ମଚାରୀ, ପୋଲିସ ଅବା ପ୍ରଶାସନ ପକ୍ଷରୁ କୌଣସି ସ୍ଵେଚ୍ଛାସେବୀ? ମାଆଟିଏ ବିକଳ କ୍ରନ୍ଦନ କରୁଥିଲେ ଜଗନ୍ନାଥଙ୍କୁ ଦର୍ଶନ ନ କରି ସେ ଦଳାଚକଟାରୁ ବାହାରି ଘରକୁ ଫେରି ଯିବାକୁ। ଅତ୍ୟନ୍ତ ସମ୍ବେଦନଶୀଳ ଓ ହୃଦୟ ବିଦାରକ ଦୃଶ୍ୟ ସିଏ।

ସେହିପରି ବଡ଼ଦାଣ୍ଡ ବ୍ୟାରିକେଡ଼ରେ ଦୁଇ ତିନି ଘଣ୍ଟାର ଅପେକ୍ଷା ଓ ତା’ ପରେ ମନ୍ଦିର ଭିତରେ ଘଣ୍ଟIବ୍ୟାପି ଦର୍ଶନ ମଧ୍ୟରେ ବୃଦ୍ଧବୃଦ୍ଧା, ରୋଗୀ ଓ ଛୋଟ ପିଲାମାନଙ୍କ ପାଇଁ ଶୌଚାଳୟଟିଏର ବ୍ୟବସ୍ଥା ଯେ ନିତାନ୍ତ ଅପରିହାର୍ଯ୍ୟ ଏହା କ’ଣ କାହାକୁ ସରକାରୀ ଭାବେ ବୁଝାଇବାକୁ ପଡ଼ିବ?

ମନ୍ଦିର ପ୍ରଶାସନରେ ଅନେକ କିଛି ତ୍ରୁଟି ସଂଶୋଧନ କରିବାର ଅଛି। ଡ୍ରେସ କୋଡ଼ କରାଯିବା ଏକ ସ୍ଵାଗତଯୋଗ୍ୟ ପଦକ୍ଷେପ। କିନ୍ତୁ ମନ୍ଦିର ଭିତରେ ପାନ ତମାଖୁର ବର୍ଜନ ପ୍ରସ୍ତାବକୁ ସେବାୟତମାନେ ଗଣମାଧ୍ୟମ ଆଗରେ ଯେପରି ଫୁ କରି ଉଡ଼ାଇଦେଲେ ତାହା ନିଶ୍ଚିତ ଭାବେ ଦୁଃଖଦ। ତମେ ଯଦି ପାନ ଗୁଟୁକା କଟକଣା ନ ମାନିବ, ଯୁବଭକ୍ତମାନେ ପୋଷାକ କଟକଣା ମାନନ୍ତୁ, ଏ ଆଶା ରଖିବା କିପରି?

ଶତଚେଷ୍ଟା ସତ୍ତ୍ୱେ କାର୍ଯ୍ୟସୂଚୀ ଅନୁଯାୟୀ ଠାକୁରଙ୍କ ନୀତିକାନ୍ତି ସମ୍ପାଦନ କରାଯିବା କଡ଼ାକଡ଼ି ଭାବରେ କାର୍ଯ୍ୟକାରୀ କରାଯାଇ ପାରିଲା ନାହିଁ। ଭକ୍ତଙ୍କ ପ୍ରତି ଅଶାଳୀନ ବ୍ୟବହାର ଉପରେ କଠୋର କାର୍ଯ୍ୟାନୁଷ୍ଠାନ ନିଆଯାଇ ପାରୁ ନାହିଁ। ଅବଶ୍ୟ ଏହି ସବୁ ପରିବର୍ତ୍ତନ ପାଇଁ ପ୍ରଶାସନ ସହିତ ପଣ୍ଡା ପୂଜକ, ଭକ୍ତ,ସାଧାରଣ ଜନତା ସମସ୍ତଙ୍କର ଦାୟିତ୍ଵ ଓ କର୍ତ୍ତବ୍ୟ ରହିଛି। ମାତ୍ର ଏ ଦିଗରେ ନେତୃତ୍ୱ ନେବାର ଦାୟିତ୍ୱ ଯେ ମନ୍ଦିର ପ୍ରସାଶନ ଓ ସରକାରଙ୍କର ଏଥିରେ ଦ୍ୱିମତ ନାହିଁ।

ବେଳେ ବେଳେ ମନକୁ ପ୍ରଶ୍ନ ଉଠେ ପ୍ରଭୁ ପରା ଭକ୍ତର? ତେବେ ମଝିରେ କିଏ ସେ ଏ ବିଶୃଙ୍ଖଳା କରୁଛି? ଭକ୍ତ ଓ ଭଗବାନଙ୍କ ମଧ୍ୟରେ ଏ ଅନ୍ତରାୟ ସୃଷ୍ଟି କରା ଯାଉଛି କାହିଁକି? ଚଉବାହା ମେଲାଇ ଆସ ଆସ ବୋଲି ଭକ୍ତଙ୍କୁ ଡାକୁଥିବା ଠାକୁରଙ୍କର ଚାରି ଦ୍ୱାର ଖୋଲିବା ପରି ସାଧାରଣ କଥାଟିଏକୁ ଏକ ରାଜନୈତିକ ବିବାଦରେ ପରିଣତ କରୁଛି କିଏ ?

ଆଶା ରଖିବା, ସରକାର ଓ ମନ୍ଦିର ପ୍ରଶାସନ କିଛି ବୟସ୍କ ସେବାୟତ, ବୁଦ୍ଧିଜିବୀ ଓ ସାଧାରଣ ଭକ୍ତଙ୍କୁ ନେଇ ଏକ କମିଟି ଗଠନ କରି ଆଲୋଚନା ମାଧ୍ୟମରେ ଏ ସବୁ ସମସ୍ୟାକୁ ଅନୁଧ୍ୟାନ କରି ଏହାର ସମାଧାନ ପୂର୍ବକ ଶୃଙ୍ଖଳିତ ଏବଂ ସୁରକ୍ଷିତ ଦର୍ଶନର ବ୍ୟବସ୍ଥା କରିବାକୁ ତୁରନ୍ତ ପଦକ୍ଷେପ ନେବେ।

ଜୟ ଜଗନ୍ନାଥ।

ଫୋ- ୯୪୩୮୨୭୨୧୫୨

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos

Next Story