ଖାଦ୍ୟକ୍ଷତି : ମହାଲକ୍ଷ୍ମୀଙ୍କ କରୁଣା ଲାଭରେ ବାଧକ

କେବଳ ଭାରତରେ ପ୍ରତିବର୍ଷ ଖାଦ୍ୟ କ୍ଷତିର ପରିମାଣ ପ୍ରାୟ ୭୪ ନିୟୁତ ମେଟ୍ରିକ ଟନ। ଏହି ପରିମାଣର ଖାଦ୍ୟକ୍ଷତି କେବଳ ଆମ ଦେଶରେ ଯେ ହୁଏ, ତାହା ନୁହେଁ, ସମଗ୍ର ପୃଥିବୀରେ ମଧ୍ୟ ତାହାର ୯ ଗୁଣରୁ ଅଧିକ ଖାଦ୍ୟକ୍ଷତି ହୁଏ। ଅନ୍ୟ ଭାବେ କହିଲେ, ଭାରତର ଖାଦ୍ୟକ୍ଷତିର ପରିମାଣ ସମଗ୍ର ପୃଥିବୀର ଖାଦ୍ୟକ୍ଷତିର ପ୍ରାୟ ୮ ପ୍ରତିଶତ। ଏହା ନିଶ୍ଚିତ ଭାବେ କ୍ଷୁଧିତ ବିଶ୍ଵ ପାଇଁ ଯେତିକି ଦୁଃଖଦ, ସେତିକି ଚିନ୍ତାଜନକ।

Left Over Food

Left Over Food

Debendra Prusty
  • Published: Monday, 20 November 2023
  • Updated: 20 November 2023, 02:30 PM IST

Sports

Latest News

ଜାନକୀଶ ବଡ଼ପଣ୍ଡା

କୌଣସି ଖାଦ୍ୟ କେବଳ ଖାଦ୍ୟ ନୁହେଁ, ଏଥିରେ ସନ୍ନିହିତ ହୋଇ ରହିଥାଏ ଚାଷୀର ଶ୍ରମ, ମାଟି ମା’ର ନାନାଦି ଉପାଦାନ, ଜୀବନ ଦାନକାରୀ ଜଳ, ବାୟୁ, ସୂର୍ଯ୍ୟ କିରଣ ଏବଂ ସମଗ୍ର ପ୍ରକ୍ରିୟାରେ ନିୟୋଜିତ ହୋଇଥିବା କାଳଖଣ୍ଡ; ଯାହା ଅଫେରା। ଖାଦ୍ୟ ଉତ୍ପାଦନ କରାଯାଏ କ୍ଷୁଧା ନିବାରଣ ପାଇଁ। ଯଦି, ଚାଷୀର ଶ୍ରମ, ମାଟି ମା'ର ଉପାଦାନ, ଜଳ, ବାୟୁ, ସୂର୍ଯ୍ୟ କିରଣ ଓ ଅଫେରା ସମୟର ଉପଯୋଗରେ ଉତ୍ପନ୍ନ ଖାଦ୍ୟର କିଛି ବି ଅଂଶ ଆମର କ୍ଷୁଧା ନିବାରଣ କରିବାକୁ ଅସମର୍ଥ ହୁଏ, ଏହାକୁ ପ୍ରକୃତିଦତ୍ତ ଅମୂଲ୍ୟ ଉପାଦାନ ତଥା ସମ୍ପଦର ଏକ ମହତ୍ତ୍ୱପୂର୍ଣ୍ଣ ଅଂଶର ଅପଚୟ ହିଁ କୁହାଯାଇ ପାରିବ। ଯଦି ଏହା ମନୁଷ୍ୟକୃତ ଅବହେଳା ଓ ଆଚରଣ ଜନିତ କାରଣରୁ ହୋଇଥାଏ, ତାହା ଅକ୍ଷମଣୀୟ ଅପରାଧ ଭାବେ ଗ୍ରହଣ କରାଗଲେ ନିଶ୍ଚୟ ଭୁଲ ହେବନାହିଁ।

ସାଧାରଣତଃ ଉତ୍ପନ୍ନ ଖାଦ୍ୟଶସ୍ୟ ଅପଚୟ ଦୁଇ ପ୍ରକାର। ଗୋଟିଏ ଖାଦ୍ୟହାନୀ ଓ ଅନ୍ୟଟି ହେଲା ଖାଦ୍ୟନଷ୍ଟ। ଚାଷ ଜମିରେ ଖାଦ୍ୟଶସ୍ୟ ଅମଳ ପରଠାରୁ ଖାଉଟୀ ବା ଉପଭୋକ୍ତାଙ୍କ ପାଖରେ ପହଞ୍ଚିବା ମଧ୍ୟରେ କିଛି ଉତ୍ପନ୍ନ ଖାଦ୍ୟ ନଷ୍ଟ ହୋଇଥାଏ; ଯାହାକୁ ଆମେ ଖାଦ୍ୟହାନୀ କହି ପାରିବା। ଖାଦ୍ୟ ନଷ୍ଟ କହିଲେ ଆମେ ବୁଝିଥାଉ, ଖାଉଟୀ ସ୍ତରରେ ନଷ୍ଟ ହେଉଥିବା ଖାଦ୍ୟ। ଏହି ଉଭୟକୁ ଆମେ ଖାଦ୍ୟକ୍ଷତି କହିଲେ ଅତ୍ୟୁକ୍ତି ହେବନାହିଁ। ଭାରତୀୟ କୃଷି ଗବେଷଣା ପରିଷଦଙ୍କ ପ୍ରଦତ୍ତ ଏକ ସୂଚନାରୁ ଜଣାଯାଏ ଯେ, କେବଳ ଭାରତରେ ପ୍ରତିବର୍ଷ ଖାଦ୍ୟ କ୍ଷତିର ପରିମାଣ ପ୍ରାୟ ୭୪ ନିୟୁତ ମେଟ୍ରିକ ଟନ। ଏହି ପରିମାଣର ଖାଦ୍ୟକ୍ଷତି କେବଳ ଆମ ଦେଶରେ ଯେ ହୁଏ, ତାହା ନୁହେଁ, ସମଗ୍ର ପୃଥିବୀରେ ମଧ୍ୟ ତାହାର ୯ ଗୁଣରୁ ଅଧିକ ଖାଦ୍ୟକ୍ଷତି ହୁଏ। ଅନ୍ୟ ଭାବେ କହିଲେ, ଭାରତର ଖାଦ୍ୟକ୍ଷତିର ପରିମାଣ ସମଗ୍ର ପୃଥିବୀର ଖାଦ୍ୟକ୍ଷତିର ପ୍ରାୟ ୮ ପ୍ରତିଶତ। ଏହା ନିଶ୍ଚିତ ଭାବେ କ୍ଷୁଧିତ ବିଶ୍ଵ ପାଇଁ ଯେତିକି ଦୁଃଖଦ, ସେତିକି ଚିନ୍ତାଜନକ। ଭାରତୀୟ ଖାଦ୍ୟ ନିରାପତ୍ତା ଏବଂ ତାହାର ମାନ ନିର୍ଦ୍ଧାରଣକାରୀ ପ୍ରାଧିକରଣ (ଏଫଏସଏସଏଆଇ) ତଥ୍ୟ ଅନୁସାରେ ଭାରତରେ କୃଷି କ୍ଷେତ୍ରରେ ଯେତେ ପରିମାଣର ଖାଦ୍ୟ ଉତ୍ପାଦିତ ହୁଏ, ତାହାର ଏକ ତୃତୀୟାଂଶ ଖାଇବା ଥାଳିକୁ ନଆସି ନଷ୍ଟ ହୋଇଯାଏ। ବିଶ୍ୱ କ୍ଷୁଧା ସୂଚକାଙ୍କ ତାଲିକାରେ ଥିବା ୧୨୧ଟି ଦେଶଙ୍କ ମଧ୍ୟରେ ଭାରତର ସ୍ଥାନ ୧୦୭ ନମ୍ବରରେ ରହିଥିବା ଜଣାପଡ଼ିଛି। ଆଫଗାନିସ୍ତାନ ବ୍ୟତିତ ଦକ୍ଷିଣ ଏସିଆ ମହାଦେଶରେ ଥିବା ପ୍ରାୟ ସମସ୍ତ ଦେଶ ପଛରେ ରହିଛି ଭାରତ। ବିଶ୍ୱ କ୍ଷୁଧା ସୂଚକାଙ୍କ ତାଲିକାରେ ଆମର ପଡ଼ୋଶୀ ଦେଶ ଚୀନ, ଶ୍ରୀଲଙ୍କା, ନେପାଳ, ପାକିସ୍ତାନ ଓ ଆଫଗାନିସ୍ତାନ ଯଥାକ୍ରମେ ୧୭, ୬୪, ୮୧, ୯୯ ଓ ୧୦୯ ସ୍ଥାନରେ ରହିଥିଲା ବେଳେ ଆମେ ୧୦୭ ସ୍ଥାନରେ ରହିବା ଲଜ୍ଜା ଜନକ।

ଖାଦ୍ୟଶସ୍ୟ, ଫଳ, ପନିପରିବା ଇତ୍ୟାଦି ସମସ୍ତ ପ୍ରକାର ଖାଦ୍ୟ ପଦାର୍ଥ ଅମଳ ହେବା ପରେ ପରେ ସେସବୁର ଆବଶ୍ୟକୀୟ ପରିଚାଳନା କରା ନଗଲେ, ତାହାର ଉଭୟ ଗୁଣାତ୍ମକ ଏବଂ ପରିମାଣାତ୍ମକ ଅବକ୍ଷୟ ଘଟେ। ମୁଖ୍ୟତଃ ଉପଯୋଗୀ ପରିବହନ ବ୍ୟବସ୍ଥା ଓ ସାଇତି ରଖିବାକୁ ଗୋଦାମ ଘର ଅଭାବ, ଦକ୍ଷତାହୀନ ପରିଚାଳନା ତଥା ତ୍ରୁଟିପୂର୍ଣ୍ଣ ବଣ୍ଟନ ପଦ୍ଧତି କାରଣରୁ ଶସ୍ୟ କ୍ଷୟ ହୋଇଥାଏ। ଅମଳ ସମୟରେ ଓ ଅମଳ ପରେ ଧାନ, ଗହମ, ମିଲେଟ, ଡାଲି ଓ ତୈଳବୀଜ ଶସ୍ୟ, ସବୁଜ ପନିପରିବା ଓ ଫଳମୂଳ ଆଦିର ବିକ୍ରି ପୂର୍ବରୁ ପ୍ରଭୂତ ଖାଦ୍ୟକ୍ଷତି ଘଟିଥାଏ। ଏହାକୁ ଯଦିଓ କମାଇ ଦିଆଯାଇ ପାରିବ, ସେଥିପ୍ରତି ଗରିବ ଚାଷୀ ଓ ବେପାରୀ ଧ୍ୟାନ ଦେଇନଥାନ୍ତି।

ଖାଦ୍ୟନଷ୍ଟ କରିବାରେ ଖାଉଟିମାନଙ୍କର ଅବଦାନ ମଧ୍ୟ କିଛି କମ ନୁହେଁ। ନିଜ ଘରେ ହେଉ କି ବାହାରେ, ହୋଟେଲ-ରେସ୍ତୋରାଁ ହେଉ କି ଭୋଜି ଭାତରେ ସମସ୍ତଙ୍କ ଧାରଣାଟିଏ ବଳବତ୍ତର ହୋଇ ରହେ ଯେ, ନିଜ ଥାଳିରେ ମନବୋଧ ହେଲାଭଳି ଅନ୍ନ ବ୍ୟଞ୍ଜନ ନେଇ ସ୍ୱାଦିଷ୍ଟ ଓ ରୁଚିକର ଖାଦ୍ୟତକ ଖାଇସାରିବା ପରେ ବଳକା ଖାଦ୍ୟକୁ ଥାଳି ସହିତ ଅଳିଆ ଝୁଡ଼ି ଭିତରକୁ ଫିଙ୍ଗିଦେବା ତାଙ୍କର ଅନ୍ୟତମ ଅଧିକାର। ହୁଏତ ଏଭଳି ଅବିଚାରିତ ଭାବେ ଖାଦ୍ୟନଷ୍ଟ କରୁଥିବା ବ୍ୟକ୍ତି ଓ ସେମାନଙ୍କ ପରିବାର ତଥା ବନ୍ଧୁବାନ୍ଧବମାନଙ୍କ ପାଇଁ ଅଳିଆ ଝୁଡ଼ିରେ ବଳକା ଖାଦ୍ୟକୁ ଢାଳିଦେବା ଏକ ଆର୍ଥିକ ବୋଝ ନହୋଇପାରିଥାଏ; ଗ୍ରାହକଙ୍କଠାରୁ ପୂରା ପଇସା ଅସୁଲ କରିସାରିଥିବା ହୋଟେଲ, ରେସ୍ତୋରାଁ ପକ୍ଷରେ ଏପରି ଖାଦ୍ୟନଷ୍ଟ ହେଉଥିବାର ଦୃଶ୍ୟ ଦେହସୁହା ହୋଇଥାଇପାରେ; କିନ୍ତୁ ଭାବନ୍ତୁ ତ ଅହଣ୍ଡିଆ କାନ୍ଦୁରା ଛୁଆ ମୁହଁରେ ଦାନା ଦେବାକୁ ରାସ୍ତାକଡ଼ ଅଳିଆ କୁଣ୍ଡରୁ ଖାଦ୍ୟ ସାଉଁଟୁଥିବା ଭିକାରୁଣୀ କଥା! ନଗଡାର ଅପପୁଷ୍ଟ ଶିଶୁମାନଙ୍କ କଥା। ଇଥିଓପିଆର ବୁଭୁକ୍ଷୁ ଲୋକଙ୍କ କଥା। ଗାଜାର ବଙ୍କର ଭିତରେ ଭୋକ ଉପାସରେ ଟୋପାଏ ବି ପାଣି ନପାଇ ଡହଳ ବିକଳ ହେଉଥିବା ପଲେଷ୍ଟୀନୀୟଙ୍କ ମୁହଁର ଭାଷା। ସାରା ପୃଥିବୀ ଓ ବିଶ୍ୱ ଅର୍ଥନୀତି ପାଇଁ ଏହି ଖାଦ୍ୟ ଏକାନ୍ତ ଦରକାରୀ ଥିଲାବେଳେ ଏପରି ଖାଦ୍ୟନଷ୍ଟ କରାଯିବା ଅନାବଶ୍ୟକ ବୋଝ ନୁହେଁ କି?

ଆମ ଦେଶରେ ଯେତେ ପରିମାଣର ଖାଦ୍ୟନଷ୍ଟ ହୁଏ, ତାହାର ପ୍ରମୁଖ ମାଧ୍ୟମ ଭିତରେ ନିଶ୍ଚୟ ରହିବ ବାହାଘର ଭୋଜିଠାରୁ ଆରମ୍ଭ କରି, ବିଭିନ୍ନ ସମୟରେ ଅନୁଷ୍ଠିତ ଭୋଜି ଭାତର ଆସର। ଏକ ଅନୁଶୀଳନରୁ ଜଣାଯାଇଛି ଯେ, କେବଳ ବିଶାଳ ବିବାହ ଭୋଜିମାନଙ୍କରେ ଯେତିକି ପରିମାଣର ଓ ବିଭିନ୍ନ କିସମର ସ୍ୱାଦିଷ୍ଟ ବ୍ୟଞ୍ଜନ ପ୍ରସ୍ତୁତ ହୋଇଥାଏ, ତାହାର ପ୍ରାୟ ୪୦ ପ୍ରତିଶତ ଖାଦ୍ୟ ବଳକା ଏବଂ ଉଚ୍ଛିଷ୍ଟ ଭାବେ ଫୋପଡ଼ା ଯାଏ। ଏପରି ଭାବେ ପରିତ୍ୟକ୍ତ ଉଚ୍ଚିଷ୍ଟ ପରିଚାଳନା କରାଯାଏ ଯେ ପଶୁଖାଦ୍ୟ ରୂପେ ଏହାର ପୁନଃବ୍ୟବହାର ପ୍ରାୟତଃ ଅସମ୍ଭବ। ଜାପାନରେ ପ୍ରକାଶିତ ଏକ ବିବରଣୀରୁ ଜଣାଯାଏ ଯେ, ବଡ଼ବଡ଼ ହୋଟେଲମାନଙ୍କରେ ଗ୍ରାହକଙ୍କ ଥାଳିରେ ବଳକା ରହୁଥିବା ଅବ୍ୟବହୃତ ଖାଦ୍ୟ ମଧ୍ୟରୁ ଚିଙ୍ଗୁଡ଼ି, କୁକୁଡ଼ା ମାଂସ ଇତ୍ୟାଦିକୁ ସେଠାକାର କର୍ମଚାରୀମାନେ ଯତ୍ନ ସହକାରେ ସଂଗ୍ରହ କରି ରଖନ୍ତି, ଯାହାକୁ ରାସ୍ତାକଡ଼ର ଫାଷ୍ଟ ଫୁଡ ଠେଲାଗାଡ଼ି ମାନେ କିଣିନେଇ ପୁନଃବ୍ୟବହାର କରି ବିକନ୍ତି। ବଳକା ଖାଦ୍ୟ ସାମଗ୍ରୀକୁ ଘୁଷୁରି ଚାଷୀ ସଂଗ୍ରହ କରି ପଶୁଖାଦ୍ୟ ଭାବେ ବ୍ୟବହାର କରିଥାଆନ୍ତି। ଚଳିତ ୨୦୨୩ ବର୍ଷ ପାଇଁ ପ୍ରକାଶିତ ବିଶ୍ୱ କ୍ଷୁଧା ସୂଚକାଙ୍କରେ ତାଲିକାରେ ପୃଥିବୀର ୧୨୫ଟି ଦେଶର ତାଲିକାରେ, ବିଶ୍ଵର ପଞ୍ଚମ ମହାଶକ୍ତି ଭାବେ ଉଭା ହୋଇଥିବା ଭାରତ ଶୋଚନୀୟ ଭାବେ ୧୧୧ତମ ସ୍ଥାନରେ ରହିବା ଏକ ଜାତୀୟ ଲଜ୍ଜା। ତାହାର ଅର୍ଥ ହେଲା ଯେ ଭାରତର ଅନେକ ନାଗରିକ ଦୁଇଅଳା ପେଟପୂରା ଖାଇବାକୁ ପାଉନାହାନ୍ତି। ଆମର ଜନସଂଖ୍ୟାର ଏକ ବିଶେଷ ଅଂଶ ଆଜି ବି ଅନାହାର ଓ ଅପପୁଷ୍ଟି ମଧ୍ୟରେ ବଞ୍ଚୁଛନ୍ତି। ଏଭଳି ସ୍ଥିତିରେ, ଆମ ଦେଶରେ ଗୋଟିଏ ବି ଭାତ କିମ୍ବା ଟୁକୁଡ଼ାଏ ରୁଟି ନଷ୍ଟ କରାଯିବା ଏକ ଅନୈତିକ ଆଚରଣ ଭାବେ ଗ୍ରହଣ କରାଯାଇ ଶୂନ୍ୟ ସହନଶୀଳତା ପ୍ରଦର୍ଶନ କରାଯିବା ଉଚିତ। ଏକ ଆକଳନ ଅନୁସାରେ, ଆମଦେଶରେ ପ୍ରତ୍ୟେକ ବର୍ଷ ଯେତିକି ପରିମାଣର ଖାଦ୍ୟନଷ୍ଟ ହୁଏ ତାହାର ହାରାହାରି ମୂଲ୍ୟ ୮୯ ହଜାର କୋଟି ଟଙ୍କା। ଭାରତର ମୋଟ ଘରୋଇ ଉତ୍ପାଦ ବା 'ଜିଡିପି'ର ପ୍ରାୟ ଏକ ପ୍ରତିଶତ।

ଆମ ଦେଶରେ ଯେତିକି ଖାଦ୍ୟହାନୀ ଓ ଖାଦ୍ୟନଷ୍ଟ ହୁଏ, ତାହା କେବଳ ଆମଦେଶ ପାଇଁ ଉଦବେଗର କାରଣ ନୁହେଁ; ଏହାର ପ୍ରଭାବ ସମଗ୍ର ବିଶ୍ୱର କ୍ଷୁଧିତ ମାନବ ସମାଜକୁ ଚିନ୍ତାଗ୍ରସ୍ତ କରିବାକୁ ଯଥେଷ୍ଟ। ଆମଦେଶର ଅନେକ ନାଗରିକ ଭୋକରେ, ଅଧାପେଟରେ ରହୁଥିଲା ବେଳେ ଭାରତ ବର୍ତ୍ତମାନ ପୃଥିବୀର ଅନ୍ୟତମ ପ୍ରମୁଖ ଖାଦ୍ୟଶସ୍ୟ ରପ୍ତାନୀକାରୀ ରାଷ୍ଟ୍ର ଭାବେ ଗଣା ଯାଉଛି। ନାଗରିକଙ୍କ ଖାଦ୍ୟ ନିରାପତ୍ତା ସୁନିଶ୍ଚିତ କରିବା ପାଇଁ ଭାରତ ସରକାର ଅଣ ବାସୁମତି ଚାଉଳ ରପ୍ତାନୀ ବନ୍ଦ କରିଦେଇଛନ୍ତି ଓ କେବଳ ବାସୁମତି ଚାଉଳ ରପ୍ତାନୀ ଉପରେ ସର୍ବନିମ୍ନ ରପ୍ତାନୀ ଦର ଧାର୍ଯ୍ୟ କରି ପରୋକ୍ଷରେ ଦେଶମଧ୍ୟରୁ ଖାଦ୍ୟ ରପ୍ତାନୀକୁ ନିରୁତ୍ସାହିତ କରିଛନ୍ତି। ଫଳରେ ଅନେକ ଦେଶରେ ଚାଉଳର ଅଭାବ ଦେଖାଦେଇଛି। ଏହା ବିଶ୍ୱ ଖାଦ୍ୟ ସମସ୍ୟା ସୃଷ୍ଟି କରିଛି। ବସୁଧୈବ କୁଟୁମ୍ବକମ ଆଦର୍ଶରେ ବିଶ୍ୱାସ କରୁଥିବା ଭାରତ ପାଇଁ ଏହା ଏକ ଧର୍ମ ସଂକଟ ଭଳି କଥା। ଏଭଳି ସ୍ଥିତିରେ ଆମ ପାଇଁ ଖାଦ୍ୟନଷ୍ଟ ଅନ୍ୟତମ ଅନୈତିକ ଆଚରଣ। ଆମ ଦେଶର ଥିଲାବାଲା ଲୋକମାନେ ଯେଉଁ ପରିମାଣର ଖାଦ୍ୟ ନଷ୍ଟ କରୁଛନ୍ତି ସେତିକି କରୁ ନଥିଲେ ହୁଏତ ଆମ ଦେଶର ଅର୍ଦ୍ଧାହାରରେ ରହୁଥିବା ଅନେକ ନାଗରିକ ଓ ଏହି ପୃଥିବୀର ଅନ୍ୟ କେଉଁ ଆଫ୍ରିକୀୟ ଦେଶର ଭୁଭୁକ୍ଷୁଙ୍କର କ୍ଷୁଧା ନିବାରଣ କରିପାରୁଥାଆନ୍ତା। ଏଭଳି ମହତ୍ତର ଚିନ୍ତାଧାରାକୁ ବଳ ଦେବା ପାଇଁ ମିଳିତ ଜାତିସଙ୍ଘ ପକ୍ଷରୁ ନିରନ୍ତର ବିକାଶ ଲକ୍ଷ (ଏସଡିଜି) ତାଲିକା ମଧ୍ୟରେ ଖାଦ୍ୟନଷ୍ଟ କମାଇବାକୁ ଅନ୍ୟତମ ଲକ୍ଷ୍ୟ ଭାବେ ଧାର୍ଯ୍ୟ ହୋଇଛି। ଏହି ଲକ୍ଷ୍ୟ ଅନୁସାରେ ୨୦୩୦ ମସିହା ସୁଦ୍ଧା ବୈଶ୍ଵିକ ଖାଉଟି ସ୍ତରରେ ମୁଣ୍ଡପିଛା ଖାଦ୍ୟନଷ୍ଟ ଅଧାକୁ କମାଇବା ଓ ଅମଳ ପରବର୍ତ୍ତୀ ଖାଦ୍ୟହାନୀ ହ୍ରାସ କରିବା ପାଇଁ ତଥା ଉତ୍ପାଦନ ଓ ଯୋଗାଣ ଶୃଙ୍ଖଳ ସହିତ ସଂଶ୍ଳୀଷ୍ଟ ଖାଦ୍ୟନଷ୍ଟ ହ୍ରାସ ଘଟାଇବା ନିମନ୍ତେ ଲକ୍ଷ୍ୟ ରଖାଯିବା ପ୍ରମାଣିତ କରେ ଯେ, ସମସ୍ୟା କେତେ ଗମ୍ଭୀର।

ଅମଳ ପରବର୍ତ୍ତୀ ଫସଲ ପରିବହନ, ଶସ୍ୟ ସଂରକ୍ଷଣ, ଉପଯୁକ୍ତ ଯୋଗାଣ ଶୃଙ୍ଖଳ ନିର୍ମାଣ ଓ ସେ ସବୁର ଦକ୍ଷ ପରିଚାଳନା କରାଗଲେ, ଖାଦ୍ୟହାନୀ ବହୁ ପରିମାଣରେ କମିଯିବ। ଆବଶ୍ୟକ ପରିମାଣର ଶସ୍ୟ ଭଣ୍ଡାର ବା ଗ୍ରାମ୍ୟ ଗୋଦାମ, ଶୀତଳ ଭଣ୍ଡାର ଓ ପିଆଜ ଭଳି ଫସଲକୁ ସାଇତି ରଖିବା ପାଇଁ ଆବଶ୍ୟକ ଭଣ୍ଡାର ଗୃହ ପ୍ରତିଷ୍ଠା କରାଗଲେ ଚାଷୀମାନେ ଅଧିକ ରୋଜଗାର କରିବେ ଓ ଅଧିକ ଅମଳ କରିବାରେ ବ୍ରତୀ ହେବେ। ଏସବୁର ବ୍ୟବହାରକୁ ଫଳପ୍ରଦ ଓ ଉପଯୁକ୍ତ ନିୟନ୍ତ୍ରଣ କରାଯିବା ହିଁ ଯୋଗାଣ ଶୃଙ୍ଖଳର ଦକ୍ଷ ପରିଚାଳନା। ଅନେକ ସମୟରେ ଗୋଦାମ ଓ ଶୀତଳ ଭଣ୍ଡାର ଗୁଡ଼ିକ ବଡ଼ ବଡ଼ ସହରାଞ୍ଚଳମାନଙ୍କରେ ପ୍ରତିଷ୍ଠା କରା ଯାଉଥିବାର ଦେଖାଯାଏ, ଯାହା ଉତ୍ପାଦନ କ୍ଷେତ୍ର ନିକଟରେ ପ୍ରତିଷ୍ଠା ହେବା ଉଚିତ। ଫଳରେ କୃଷକମାନେ ଓ ବେପାରୀମାନେ, ଶୀଘ୍ର ଓ ସହଜରେ ବୈଜ୍ଞାନିକ ପ୍ରଣାଳୀରେ ଉତ୍ପାଦିତ ଫସଲକୁ ସାଇତି ରଖି ପାରିବେ ଓ ସେଠାରୁ ସୁରକ୍ଷିତ ଆବରଣ, ଖୋଳ କିମ୍ବା ପ୍ୟାକିଂ କରି ଅଧିକ ଦରରେ ବିଭିନ୍ନ ବଜାରକୁ ପଠାଇ ପାରିବେ। ଏଥିପାଇଁ ପରିବା ପତ୍ରରୁ ପ୍ରଥମେ ଧୂଳି ମାଟି ଧୋଇ ଶୀତଳ ଥିବା ଅବସ୍ଥାରେ ବଜାରକୁ ପଠାଇ ପାରିଲେ ଏହା ସତେଜ ରହିବ ଓ ଶୀଘ୍ର ନଷ୍ଟ ହେବନାହିଁ। ପରିବା ଫସଲରୁ ରୋଗପୋକ ଗୁଡ଼ିକୁ ବାଛି ଅଲଗା କରି ଏକା କିସମ ଓ ଆକାରର ପରିବା ପ୍ୟାକିଂ କରି ବଜାରକୁ ପଠାଇଲେ କିଛି ବି ନଷ୍ଟ ହେବନାହିଁ। ସେହି ଶୀତଳ ଭଣ୍ଡାର ଆଖପାଖରେ ଖାଦ୍ୟ ପ୍ରକ୍ରିୟାକରଣ ଶିଳ୍ପ ପ୍ରତିଷ୍ଠା ହେଲେ ଚାଷୀମାନଙ୍କ ଫସଲ ଲାଭଜନକ ଦରରେ ବିକ୍ରି ହୋଇପାରିବ। ଚାଷୀମାନେ ରାସ୍ତାରେ ଟମାଟୋ ଓ କ୍ଷୀର ଢାଳି ପ୍ରତିବାଦ କରିବା ଦେଖିବାକୁ ମିଳିବନି। ଖାଦ୍ୟ ପ୍ରକ୍ରିୟାକରଣ କରିବାକୁ ପ୍ରତିଷ୍ଠିତ ଶିଳ୍ପସଂସ୍ଥା ଓ ଷ୍ଟାର୍ଟ ଅପମାନେ ଆଗେଇ ଆସିବା ଉଚିତ।

ଦେଶରେ ଏବେ ଖାଦ୍ୟପଦାର୍ଥ, ବିଶେଷ ଭାବେ ପଚନଶୀଳ କୃଷିସାମଗ୍ରୀ ପରିବହନ ପାଇଁ, ଉନ୍ନତ ମାନର ସଡକ, ରେଳ ଓ ବିମାନ ସେବା ଉପଲବ୍ଧ ହେଲାଣି। କେନ୍ଦ୍ର ସରକାର ଇ-ନାମ ପୋର୍ଟାଲ, ଗତିଶକ୍ତି ଯୋଜନା ଓ ଲଜିଷ୍ଟିକ ବ୍ୟବସ୍ଥାକୁ ସଶକ୍ତ କରିଛନ୍ତି। ଏସବୁ ବ୍ୟବସ୍ଥାର ଉପଯୋଗ କରି ଚାଷୀ, ବେପାରୀ, କୃଷି ଉତ୍ପାଦକ ସଙ୍ଘମାନେ ସୁସଂହତ ପରିବହନ ନେଟୱାର୍କ ମାଧ୍ୟମରେ ଯଥାଶୀଘ୍ର ବିକ୍ରିବଟା ବ୍ୟବସ୍ଥା କରି ପାରିବେ। ଏଥିରେ ଦୁଇଟି ଲାଭ ହେବ। ଫସଲ ପଚିସଢ଼ିଯିବା ପୂର୍ବରୁ ଖାଦ୍ୟଭାବେ ବ୍ୟବହାର ହୋଇଯିବ, ଚାଷୀ ଓ ଖାଉଟି ସଠିକ ମୂଲ୍ୟରେ କୃଷି ଉତ୍ପାଦ ପାଇବେ।

ସମୟ ଆସିଛି, କୃଷକମାନଙ୍କୁ ଆବଶ୍ୟକୀୟ ତାଲିମ ମାଧ୍ୟମରେ ପରିବେଶ ସଚେତନତା, ଖାଦ୍ୟନଷ୍ଟ କମାଇବା ଓ ଅଧିକ ଉତ୍ପାଦନ କରିବାକୁ ପ୍ରୋତ୍ସାହିତ କରିବାକୁ ହେବ। ଗ୍ରାମ୍ୟ ଗୋଦାମଗୁଡ଼ିକ ଅତ୍ୟନ୍ତ ଦୟନୀୟ ଅବସ୍ଥାରେ ରହିଛି, ଯେଉଁଠି, ମୂଷା ଓ ବିଭିନ୍ନ କୀଟପତଙ୍ଗ ଘରକରି ରହିଛନ୍ତି ଓ ସାଇତା ଶସ୍ୟକୁ ନଷ୍ଟ କରିବାସହ ପ୍ରଦୂଷିତ ଓ ସେଗୁଡ଼ିକୁ ଅଖାଦ୍ୟରେ ପରିଣତ କରୁଛନ୍ତି। ଅନେକ ସମୟରେ ଗୋଦାମଗୁଡ଼ିକରେ ବର୍ଷାଜଳ ପ୍ରବେଶ କରୁଛି। ଏଣୁ, ଭାରତ ଭଳି ଏକ ରାଷ୍ଟ୍ର ପାଇଁ ଅନେକ ଆହ୍ୱାନ ରହିଛି। ଚାଷୀମାନଙ୍କୁ ଅମଳ ବଢ଼ାଇବାକୁ ହେବ, ସେମାନଙ୍କୁ ଉପଯୁକ୍ତ ମୂଲ୍ୟ ଦେବାକୁ ହେବ ଓ ଆମକୁ ଖାଦ୍ୟନଷ୍ଟ ନକରିବାକୁ ଅଧିକ ସଚେତନ ହେବାକୁ ପଡ଼ିବ।

ଫୋ- ୯୪୩୮୨୯୯୦୩୭

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos

Next Story