ନାହିଁ ବନସ୍ପତି, କିପରି ବଞ୍ଚିବ ଆୟୁର୍ବେଦ?

ଅଶୋକ ଗଛ ନରହିଲେ, ମହିଳାଙ୍କୁ ନିରାମୟ ରଖିବାର ରାମବାଣ 'ଅଶୋକାରିଷ୍ଟ' ପ୍ରସ୍ତୁତି କ'ଣ ସମ୍ଭବ? ଜଙ୍ଗଲ ପାଦଦେଶରେ ଆମେ ଔଷଧୀୟ ବୃକ୍ଷର ଜଙ୍ଗଲ ସୃଷ୍ଟି କଲେ, ବଣ ପର୍ବତ ସବୁଜିମାରେ ଭରିଯିବ। ଗିରିଜନମାନେ ଔଷଧୀୟ ଦ୍ରବ୍ୟ ସଂଗ୍ରହ କରିବାକୁ ଜଙ୍ଗଲ ଭିତରେ ଘୂରି ବୁଲିଲେ, ଜଙ୍ଗଲରେ ନିଆଁ କେବେ ଲାଗିବନି କି ଆୟୁର୍ବେଦ ଶାସ୍ତ୍ର ସମ୍ମତ ଚିକିତ୍ସା ବିଜ୍ଞାନର ଅପମୃତ୍ୟୁ ହେବନି। ଗ୍ରାମାଞ୍ଚଳ ଲୋକଙ୍କ ହାତକୁ ରୋଜଗାର ଓ ଆତ୍ମନିଯୁକ୍ତି ମିଳିଯିବ। ଜଣେ ନୁହେଁ, ଆମ ଦେଶ ଲକ୍ଷ ଲକ୍ଷ ପଟାୟତ ସାହୁ ଆବଶ୍ୟକ କରେ। ଆମେ ଏହି ଦିଗରେ ଥରେ ଚିନ୍ତା କରିବାର ଅବକାଶ ମିଳିଛି; ହାତଛଡ଼ା କରିବାନି।

Padma Shree Patayat Sahu

Padma Shree Patayat Sahu

Debendra Prusty
  • Published: Thursday, 16 March 2023
  • Updated: 16 March 2023, 04:48 PM IST

News Highlights

  • ଔଷଧୀୟ ଗୁଳ୍ମ, ଲତା ଓ ବୃକ୍ଷାଦି ନରହିଲେ ଆୟୁର୍ବେଦ ରହିବ କିପିର?
  • ଔଷଧୀୟ ବୃକ୍ଷ ଚାଷ କରି ପଟ୍ଟାୟତ ସାହୁ ପଦ୍ମଶ୍ରୀ ପାଇବା ଅନ୍ୟମାନଙ୍କ ଆଖି ଖୋଲିବ ନିଶ୍ଚୟ।
  • ଏଲୋପାଥି, ଆୟୁବେଦ, ୟୁନାନୀ ଓ ହୋଇଓପାଥି ଔଷଧରେ ଓଷଧୀୟ ବୃକ୍ଷଗୁଡ଼ିକର ନାନା ଉପାଦାନ ଥାଏ।

ପ୍ରାକୃତିକ ସମ୍ପଦଭରା ରାଜ୍ୟ ଓଡ଼ିଶାର ଚାଷୋପଯୋଗୀ ଜମି, ଜଙ୍ଗଲ, ଖଣି ଏବଂ ଜଳ ସମ୍ପଦକୁ ଆମେ ଉପଯୁକ୍ତ ଭାବେ ବିନିଯୋଗ କରିପାରିନଥିବାରୁ ରାଜ୍ୟର ଆଶାନୁରୂପ ଅର୍ଥନୈତିକ ପ୍ରଗତି ହାସଲ ହୋଇପାରିନାହିଁ। ଦେଶ ସ୍ଵାଧୀନ ହେବା ସମୟରେ ଆମ ଦେଶରେ ମୋଟ ଜଙ୍ଗଲ ସମ୍ପଦ ଶତକଡ଼ା ୩୩ ଭାଗ ଥିବାବେଳେ ବର୍ତ୍ତମାନ ଏହା ଶତକଡ଼ା ୧୫ ଭାଗ ମଧ୍ୟରେ ସୀମିତ ହୋଇଯାଇଛି। ଜନସଂଖ୍ୟାର ଦ୍ରୁତ ଅଭିବୃଦ୍ଧି କାରଣରୁ ଜଙ୍ଗଲ ଜମିରେ ଆମେ ଜନବସତି ସ୍ଥାପନ, କଳକାରଖାନା ଓ ଶିଳ୍ପାଞ୍ଚଳ ପ୍ରତିଷ୍ଠା କରି ଚାଲିଛେ। ଅବାରିତ ଲୁଣ୍ଠନ କାରଣରୁ ଜଙ୍ଗଲ ସମ୍ପଦ ଦିନକୁ ଦିନ କ୍ଷୟ ପାଇ ଚାଲିଛି। ଅନ୍ୟ ରାଜ୍ୟ ଭଳି, ଓଡ଼ିଶାର ପାହାଡ଼ ପର୍ବତରେ ପ୍ରାକୃତିକ ଭାବ ବଢ଼ିଥାଏ ଅନେକ ପ୍ରକାର ଔଷଧୀୟ ବୃକ୍ଷ। ଆମ ଦେଶରେ ଔଷଧୀୟ ବୃକ୍ଷକୁ ଉପଯୋଗ କରି ଚିକିତ୍ସା କରାଯିବାର ପରମ୍ପରା ବହୁ ପ୍ରାଚୀନ। କିନ୍ତୁ କ୍ରମଶଃ ଏହିସବୁ ଔଷଧୀୟ ବୃକ୍ଷଗୁଡ଼ିକ ବୁଡ଼ି ଯାଉଥିବାରୁ ଆମକୁ ଅତି ଦରକାରୀ ତଥା ଗୁରୁତ୍ୱପୂର୍ଣ୍ଣ ଔଷଧୀୟ ବୃକ୍ଷ ରୋପଣ ତଥା ଚାଷ କରିବା ଅତ୍ୟାବଶ୍ୟକ ହେଉଛି। ଫଳରେ ଆୟୁର୍ବେଦ ସମେତ ଅନ୍ୟାନ୍ୟ ବିକଳ୍ପ ଔଷଧ ନିର୍ମାଣକାରୀ ସଂସ୍ଥା ଓ ଉଦ୍ୟୋଗୀମାନଙ୍କର ବର୍ଦ୍ଧିତ ଚାହିଦା ମେଣ୍ଟାଇ ହେବ, ବିକଳ୍ପ ଚିକିତ୍ସା ବ୍ୟବସ୍ଥା ବଞ୍ଚିରହିପାରିବ।

ଆମ ଦେଶରୁ ପ୍ରତିବର୍ଷ ୩ ଲକ୍ଷ କୋଟି ଡଲାର ମୂଲ୍ୟର ଔଷଧୀୟ ଉଦ୍ଭିଦଜାତ ସାମଗ୍ରୀ ବିଦେଶକୁ ରପ୍ତାନି କରାଯାଏ। ବିଶେଷକରି ଆମେରିକା, ଜର୍ମାନୀ, ଫ୍ରାନ୍ସ, ସ୍ୱିଜରଲ୍ୟାଣ୍ଡ, ଇଂଲଣ୍ଡ ଓ ଜାପାନ ଏହା ଆମଦାନୀ କରିଥାନ୍ତି। ଏ କ୍ଷେତ୍ରରେ ମୁଖ୍ୟ ଔଷଧୀୟ ଉଦ୍ଭିଦଗୁଡ଼ିକ ହେଲା ଘିକୁଆଁରି, ବେଲାଡୋନା, ଭୁଇଁନିମ୍ବ, ବଚ, ଅଶ୍ଵଗନ୍ଧା, ସର୍ପଗନ୍ଧା ଓ ଗୁଗୁଳ ଇତ୍ୟାଦି।

ଓଡ଼ିଶାର ଜଳବାୟୁ ବିଭିନ୍ନ ପ୍ରକାରର ରପ୍ତାନିଯୋଗ୍ୟ ଔଷଧୀୟ ବୃକ୍ଷଲତା ପାଇଁ ଅନୁକୂଳ। ଏଣୁ ସେସବୁକୁ ମଧ୍ୟ ଚାଷ କରାଯାଇପାରିବ, ଯାହାମଧ୍ୟରୁ ମୁଖ୍ୟତଃ ଅଶ୍ଵଗନ୍ଧା, ସର୍ପଗନ୍ଧା, ଭୁଇଁନିମ୍ବ, ସଫେଦମସଲି, ଘିକୁଆଁରି, ଗୁଡ଼ମାରୀ, ଗନ୍ଧଶୁଣ୍ଠି, ଗୋଲମରିଚ ଓ ପିପ୍ପଳୀ ଅତ୍ୟନ୍ତ ଗୁରୁତ୍ଵପୂର୍ଣ୍ଣ। ଏଗୁଡ଼ିକୁ ଚାଷ କରିବା ପାଇଁ ଚାଷୀମାନେ ଆଗ୍ରହ ପ୍ରକାଶ କରୁଥିଲେ ବି ସେମାନଙ୍କୁ ଅନେକ ସମସ୍ୟାର ସମ୍ମୁଖୀନ ହେବାକୁ ପଡ଼େ। ଆଗ୍ରହୀ ଚାଷୀମାନଙ୍କ ପାଖରେ ଆବଶ୍ୟକ ନିର୍ଦ୍ଧିଷ୍ଟ ଔଷଧୀୟ ଗଛର ଚାହିଦା ଓ ମୂଲ୍ୟ ବିଷୟରେ ସୂଚନା ଅଭାବ ଥିବାରୁ ବ୍ୟବସାୟିକ ଭିତ୍ତିରେ ଚାଷକରିବା ପାଇଁ ସେମାନେ ସାହସ କରି ପାରନ୍ତିନି। ପାଇକାରୀ କ୍ରେତା ବା ଔଷଧ ପ୍ରସ୍ତୁତକାରୀଙ୍କ ସହ ସିଧାସଳଖ ବ୍ୟବସାୟିକ ସମ୍ପର୍କ ନରହିବା ଏ ଦିଗରେ ଏକ ମୁଖ୍ୟ ପ୍ରତିବନ୍ଧକ। ତାହାଛଡ଼ା ଚାଷୀମାନେ ଔଷଧୀୟ ବୃକ୍ଷଲତା ଚାଷ କରିବା ପାଇଁ ଆବଶ୍ୟକ ଉନ୍ନତ କିସମର ଚାରା ଓ ବିହନ ତଥା ସେସବୁର ଚାଷ ପ୍ରଣାଳୀ ସମ୍ପର୍କରେ ଅତ୍ୟାଧୁନିକ ସୂଚନା ପାଇ ପାରନ୍ତିନାହିଁ। ଫଳରେ ବୈଜ୍ଞାନିକ ପ୍ରଣାଳୀରେ ଓ ବ୍ୟବସାୟିକ ଭିତ୍ତିରେ ସଠିକ ଚାଷ ପ୍ରଣାଳୀ, ଫସଲର ଉପଯୁକ୍ତ ସଂରକ୍ଷଣ, ମୂଲ୍ୟଯୁକ୍ତ କରାଯିବା ତଥା ରକ୍ଷଣାବେକ୍ଷଣ ସମ୍ବନ୍ଧୀୟ ଜ୍ଞାନକୌଶଳର ଅଭାବ ଦେଖିବାକୁ ମିଳେ।

ଆଜିକାଲି ଆମ ଓଡ଼ିଶାର ଜଙ୍ଗଲଗୁଡ଼ିକ ଜଳିପୋଡ଼ି ପାଉଁଶ ହୋଇଚାଲିଥିବାର ଦୃଶ୍ୟ ଆମ ସମସ୍ତଙ୍କୁ ବ୍ୟଥିତ କରୁଛି। ଏଣୁ, ଜଙ୍ଗଲରୁ ଔଷଧୀୟ ବୃକ୍ଷଲତା ତଥା ଉଦ୍ଭିଦଜାତ ପଦାର୍ଥ କ୍ରମଶଃ ଦୁଷ୍ପ୍ରାପ୍ୟ ହୋଇ ଚାଲିଛି। ସେଥିପାଇଁ ଔଷଧୀୟ ଉଦ୍ଭିଦ ଚାଷକୁ ରାଜ୍ୟ ତଥା କେନ୍ଦ୍ର ସରକାର ଗୁରୁତ୍ଵ ଦେଉଛନ୍ତି। ଆଗ୍ରହୀ ଚାଷୀମାନେ ବନ ବିଭାଗର ଔଷଧୀୟ ବଗିଚା ତଥା ଔଷଧୀୟ ଉଦ୍ଭିଦଚାଷ କରୁଥିବା ଉଭୟ ସରକାରୀ ଓ ଘରୋଇ ସଂସ୍ଥାମାନଙ୍କର ବଗିଚାସବୁ ବୁଲି ଦେଖିବା ପରେ କେଉଁ ଫସଲ ସେମାନଙ୍କ ଜଳବାୟୁ ଓ ମୃତ୍ତିକା ପାଇଁ ଉପଯୁକ୍ତ ହେବ, ସେହି ଉଦ୍ଭିଦମାନଙ୍କର ସଂପୂର୍ଣ୍ଣ ତଥ୍ୟ ହାସଲ କରିବା ପରେ ଔଷଧୀୟ ଫସଲ କାହାକୁ ବିକ୍ରି କରିବେ ନିର୍ଦ୍ଧାରଣ କରି ଫସଲ ବିପଣନ ବ୍ୟବସ୍ଥା ସମ୍ବନ୍ଧରେ ଅବଗତ ହେବା ଆବଶ୍ୟକ। ସେହିପରି ଆୟୁର୍ବେଦ ଔଷଧ ପ୍ରସ୍ତୁତ କରୁଥିବା କବିରାଜ, ଆୟୁର୍ବେଦ ଡାକ୍ତର, ହୋମିଓ-ୟୁନାନୀ ଔଷଧ ପ୍ରସ୍ତୁତକାରୀ କୁଟୀର, ଅଣୁ ଓ କ୍ଷୁଦ୍ର ଶିଳ୍ପସଂସ୍ଥାମାନେ ସହଜରେ କିଣିନେବା ପାଇଁ ଗୋଟିଏ ନିର୍ଦ୍ଦିଷ୍ଟ ସ୍ଥାନରେ, ନିର୍ଦ୍ଦିଷ୍ଟ ବାରରେ ପ୍ରତି ସପ୍ତାହରେ ଔଷଧୀୟ ଗଛ ଏବଂ ଏଥିରୁ ଜାତ ସାମଗ୍ରୀର ବିପଣନ ସୁବିଧା ପାଇଁ ବଜାର ବା ହାଟ ପ୍ରତିଷ୍ଠା କରାଯିବା ଆବଶ୍ୟକ। ଚାଷୀମାନଙ୍କୁ ଏଥିପାଇଁ କୃଷି ଋଣ ପ୍ରଦାନ, ଜମି ଲିଜ ଦେବା ପଦକ୍ଷେପ ତ୍ୱରାନ୍ଵିତ କଲେ ଭୂମିହୀନ ପଦ୍ମଶ୍ରୀ ପଟ୍ଟାୟତ ସାହୁଙ୍କ ପରି ଅନେକ ଲୋକ ଔଷଧୀୟ ବୃକ୍ଷ ଚାଷ କରିବାକୁ ଆଗେଇ ଆସିବେ।

ଏଲୋପାଥି, ଆୟୁର୍ବେଦ, ହୋମିଓପାଥି, ୟୁନାନୀ ଓ ପ୍ରାକୃତିକ ଚିକିତ୍ସାରେ ଉଭୟ ପ୍ରତ୍ୟକ୍ଷ ଓ ପରୋକ୍ଷ ଭାବେ ଉଦ୍ଭିଦମାନଙ୍କର ବିଭିନ୍ନ ଅଂଶ ବ୍ୟବହାର କରାଯାଇଥାଏ। ତେବେ, ଆମ ଦେଶଜ ଆୟୁର୍ବେଦ ବିଜ୍ଞାନର ଅନେକ ବିଭାଗ ମଧ୍ୟରୁ ଗୋଟିଏ ହେଲା ଔଷଧ ପ୍ରସ୍ତୁତି ବା ଭୈଷଜ୍ୟ-କଳ୍ପନା। ଯେହେତୁ ପ୍ରତ୍ୟେକ ଔଷଧ ପ୍ରସ୍ତୁତିରେ ଭିନ୍ନତା ଥାଏ, ତେଣୁ ଉପଯୁକ୍ତ ସ୍ଥାନ-ନିର୍ଦ୍ଦିଷ୍ଟ ଦିନ-ସମୟ ଓ ପ୍ରସ୍ତୁତି ପ୍ରଣାଳୀ ଅନୁସରଣ କରି ଔଷଧ ପ୍ରସ୍ତୁତ କଲେ, ଔଷଧରେ ରୋଗ ଉପଶମ କରିବାର ସାମର୍ଥ୍ୟ ବଢ଼େ। ତେବେ, ଆୟୁର୍ବେଦ ଔଷଧଗୁଡ଼ିକର ପ୍ରସ୍ତୁତିକୁ ମୂଳତଃ ସ୍ୱରସ (ରସ ବା ଜୁସ), କଳ୍କ (ବହଳ ମିଶ୍ରଣ ବା ପେଷ୍ଟ), ଶୃତ ବା କଷାୟ (କାଢ଼ା), ଶୀତ (ଥଣ୍ଡା) ଏବଂ ଉଷୁମ - ଏହିପରି ବିଭାଗରେ ବିଭକ୍ତ କରାଯାଇଛି। ଆମେ ଆୟୁର୍ବେଦ ଔଷଧଗୁଡିକୁ ସାଧାରଣ ଭାବେ ଚୂର୍ଣ୍ଣ (ପାଉଡର), ଗୁଟିକା (ବଟିକା), ରସ (ସୁପ୍), ପାନୀୟ (ଜଳ ମିଶ୍ରିତ), କ୍ଷୀରପାକ (ଗୋଦୁଗ୍ଧ କାଢ଼ା), ତକ୍ରାକଳ୍ପ (ଔଷଧୀୟ ଚଲ୍ହାଦହି), ପାନକ (ଜୁସ), ମନ୍ଥା (ଦୁଧସରରୁ ଲହୁଣୀପ୍ରସ୍ତୁତି ଭଳି), ଅର୍କ (ନିପାତନ ପ୍ରଣାଳୀରେ ପ୍ରସ୍ତୁତ), ରସକ୍ରିୟା (ସିଝାଇବା ପରେ ସଂଗୃହିତ କଠିନ ଔଷଧ), ଗୁଡ଼ (ଆଖୁଗୁଡ଼ ଆଧାରିତ ଔଷଧ), ଅବଲେହ (ଜେଲି ବା ଜାମ ଭଳି ବହଳ ଔଷଧ) ଓ ବିଭିନ୍ନ ତୈଳ ଭାବେ ପ୍ରସ୍ତୁତ କରାଯାଇଥାଏ।

ଔଷଧୀୟ ବୃକ୍ଷଲତା ବିନା ଏହି ପ୍ରାଚୀନ ଚିକିତ୍ସା ପ୍ରଣାଳୀ, ଔଷଧ ପ୍ରସ୍ତୁତି ବିଧି କେବଳ ପୋଥି ବାଇଗଣ! ଯେଭଳି ଅବିଚାରିତ ଭାବେ ଆମେ ଜଙ୍ଗଲରେ ନିଆଁ ଲଗାଇ ବୃକ୍ଷଲତା ନଷ୍ଟକରି ଚାଲିଛେ, ସେଥିରୁ ଆମର ଅତ୍ୟାବଶ୍ୟକ ଔଷଧୀୟ ବୃକ୍ଷଲତା କ'ଣ ବଞ୍ଚିରହି ପାରିବେ? ଆମେ ଯେ ଆଗାମୀ ଦିନରେ ବଣ ଜଙ୍ଗଲରେ ବଞ୍ଚି ରହିଥିବା ଅମୂଲ୍ୟ ଐଶ୍ୱରୀୟ ଦାନ ବନସ୍ପତି ବ୍ୟବହାର କରି ଆୟୁର୍ବେଦ ଚିକିତ୍ସା ମାଧ୍ୟମରେ ରୋଗୀଙ୍କୁ ସୁସ୍ଥ କରିପାରିବା, ତାହା ଉପରେ ପ୍ରଶ୍ନବାଚୀ ସୃଷ୍ଟି ହୋଇଛି। ଏତିକି ବେଳେ ଆମପାଇଁ ଆଶା ସଞ୍ଚାର କରିଛନ୍ତି ପଦ୍ମଶ୍ରୀ ପଟ୍ଟାୟତ ସାହୁଙ୍କ ଭଳି ନୀରବ ସାଧକ। ଗତ ସାଧାରଣତନ୍ତ୍ର ଦିବସ ଅବସରରେ ଓଡ଼ିଶାରୁ ୪ ଜଣ ପଦ୍ମଶ୍ରୀ ସମ୍ମାନ ପାଇବା ପାଇଁ ମନୋନୀତ ହୋଇଛନ୍ତି। ସେମାନଙ୍କ ମଧ୍ୟରୁ କଳାହାଣ୍ଡି ଜିଲ୍ଲାର ଏହି ଭୂମିହୀନ ପଟ୍ଟାୟତ ସାହୁ ଅନ୍ୟତମ। ସେ ୩ ହଜାରରୁ ଅଧିକ ବିଲୁପ୍ତ ହୋଇ ଯାଉଥିବା ଔଷଧୀୟ ବୃକ୍ଷ ବଞ୍ଚାଇ ରଖିବା ପାଇଁ ଅବିରତ ଉଦ୍ୟମ କରିଚାଲି ଥିବାରୁ ଏହି ସମ୍ମାନ ପ୍ରାପ୍ତ ହେବାକୁ ଯାଉଛନ୍ତି। କଳାହାଣ୍ଡି ଜିଲ୍ଲାର ପ୍ରଥମ ବ୍ୟକ୍ତି ଭାବରେ ସେ ପଦ୍ମ ପୁରସ୍କାର ପାଇବେ। ପଟ୍ଟାୟତ ନିଜ ଘର ପଛପଟେ ଦେଢ଼ ଏକର ଜମିରେ ୩ ହଜାରରୁ ଅଧିକ ଔଷଧୀୟ ବୃକ୍ଷରୋପଣ କରି 'ଔଷଧୀୟ ଉଦ୍ଭିଦ ଉଦ୍ୟାନ' ସୃଷ୍ଟି କରିଛନ୍ତି। ୪୦ ବର୍ଷ ଧରି ସେ ଏହି କାର୍ଯ୍ୟ କରିଆସୁଛନ୍ତି। ସେ ନିଜେ ଲଗାଇଥିବା ବୃକ୍ଷଲତାର ଫଳ, ଫୁଲ, ପତ୍ର ଓ ଚେରମୂଳରୁ ଔଷଧ ପ୍ରସ୍ତୁତ କରି କବିରାଜି ଚିକିତ୍ସା ମଧ୍ୟ କରନ୍ତି।

ନାନ୍ଦୋଳ ଗ୍ରାମରେ ପଟ୍ଟାୟତ ସାହୁଙ୍କ ଘର। ୪୦ ବର୍ଷ ତଳେ ସେ ନିଜ ବାଡ଼ିରେ ଔଷଧୀୟ ବୃକ୍ଷ ଲଗାଇବା ଆରମ୍ଭ କରିଥିଲେ। ଯୁବାବସ୍ଥାରେ ଏହା ଥିଲା ତାଙ୍କର ସଉକ, ପରେ କିନ୍ତୁ ପାଲଟିଥିଲା ନିଶା। ପଟାୟତ ଦେଶର ବିଭିନ୍ନ ସ୍ଥାନରୁ ନାନାପ୍ରକାର ବିଲୁପ୍ତପ୍ରାୟ ଔଷଧୀୟ ବୃକ୍ଷ ସଂଗ୍ରହ କରି ନିଜ ବାଡ଼ିରେ ଲଗାଇ ଚାଲିଲେ ଏବଂ ନିଜସ୍ୱ ଉଦ୍ୟମରେ 'ଔଷଧୀୟ ବାଟିକା' ପ୍ରତିଷ୍ଠା କଲେ। ୨୫ ବର୍ଷ ବୟସରୁ ନିଜ ହାତରେ ଲଗାଇଥିବା ବୃକ୍ଷଗୁଡ଼ିକର ସଂରକ୍ଷଣ ଏବଂ ଅଭିବୃଦ୍ଧି ପାଇଁ ସେ ଅବିରତ କାର୍ଯ୍ୟ କରିଆସୁଛନ୍ତି। ଏଥିପାଇଁ ସେ ରାସାୟନିକ ସାର ବ୍ୟବହାର କରନ୍ତି ନାହିଁ; କେବଳ ଜୈବିକ ସାର ପ୍ରୟୋଗ କରନ୍ତି। ଏହିପରି ଭାବେ ସେ ୩ ହଜାର ପ୍ରକାର ଔଷଧୀୟ ବୃକ୍ଷ ବଞ୍ଚାଇ ରଖିବାରେ ସଫଳ ହୋଇଛନ୍ତି। ଦିନବେଳେ ଚାଷୀରୂପେ ଔଷଧୀୟ ବଗିଚାର ଯତ୍ନ, ସନ୍ଧ୍ୟା ପରେ ବୈଦ୍ୟରୂପେ ଆୟୁର୍ବେଦ ଚିକିତ୍ସା କରନ୍ତି ପଟାୟତ। ଏଥିପାଇଁ ତାଙ୍କୁ ମିଳିଛି ବନୌଷଧି ପ୍ରବୀଣ, ଆୟୁର୍ବେଦ ଶିରୋମଣି, ବନୌଷଧି ବିଶାରଦ ଭଳି ଅନେକ ଉପାଧି ଓ ସମ୍ମାନ। ସେପ୍ଟେମ୍ବର ୨୦୨୧ ମସିହାରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ନିଜର ମନ କି ବାତ୍ କାର୍ଯ୍ୟକ୍ରମରେ ପଟାୟତ ସାହୁଙ୍କ କାର୍ଯ୍ୟକୁ ପ୍ରଶଂସା କରିଥିଲେ। ଏହାର ଠିକ ବର୍ଷକ ପରେ ତାଙ୍କୁ ପଦ୍ମଶ୍ରୀ ସମ୍ମାନରେ ସମ୍ମାନିତ କରିବା ପାଇଁ କେନ୍ଦ୍ର ସରକାର ଘୋଷଣା କରିଛନ୍ତି। ଚଳିତବର୍ଷ ସମ୍ମାନଜନକ ପଦ୍ମ ପୁରସ୍କାର ପାଇଁ ଓଡ଼ିଶାରୁ ଉଲ୍ଲେଖନୀୟ ଅବଦାନ ପାଇଁ ମନୋନୀତ ହୋଇଥିବା ମାତ୍ର ଚାରି ଜଣଙ୍କ ମଧ୍ୟରେ ଅଛନ୍ତି କଳା କ୍ଷେତ୍ରରେ କଣ୍ଠଶିଳ୍ପୀ କୃଷ୍ଣା ପଟେଲ (ରଙ୍ଗବତୀ ଗୀତ) ଓ କଣ୍ଢେଇ ନୃତ୍ୟ ଶିଳ୍ପୀ ମାଗୁଣୀ ଚରଣ କୁଅଁର, କୃଷି କ୍ଷେତ୍ରରେ ପଟାୟତ ସାହୁ ଏବଂ ସାହିତ୍ୟ ଓ ଶିକ୍ଷା କ୍ଷେତ୍ରରେ ପଣ୍ଡିତ ଅନ୍ତର୍ଯ୍ୟାମୀ ମିଶ୍ର। ଉଲ୍ଲେଖନୀୟ କଥା ଯେ ପଟାୟତ ସାହୁଙ୍କୁ ଔଷଧୀୟ ବୃକ୍ଷଲତା ରୋପଣ ଓ ଯତ୍ନ ନେଇ ଉଦାହରଣ ସୃଷ୍ଟି କରିଥିବା ଅବଦାନ ପାଇଁ ଜଣେ କୃଷକ ଭାବେ ଏହି ସମ୍ମାନ ମିଳିଛି।

ସ୍ୱର୍ଗତ ହରି ସାହୁଙ୍କ ପୁଅ ପଟାୟତ କୁମାର ସାହୁଙ୍କ ବୟସ ଏବେ ସତୁରୀ। ପରିବାର କହିଲେ ସ୍ତ୍ରୀ ଗାୟତ୍ରୀ, ୨ ପୁଅ ରାଜକିଶୋର ଓ ସୁଶାନ୍ତ। ଏକମାତ୍ର ଝିଅକୁ ବାହା ଦେଇ ସାରିଛନ୍ତି ସେ। ଗ୍ରାମର ପ୍ରାଥମିକ ବିଦ୍ୟାଳୟରେ ପ୍ରଥମରୁ ପଞ୍ଚମ ଶ୍ରେଣୀ ପର୍ଯ୍ୟନ୍ତ ଶିକ୍ଷାଗ୍ରହଣ ପରେ ଜୁନାଗଡ଼ ହାଇସ୍କୁଲରେ ଦ୍ୱିତୀୟ ଶ୍ରେଣୀରେ ମାଟ୍ରିକ ପରୀକ୍ଷାରେ ଉତ୍ତୀର୍ଣ୍ଣ ହୋଇ ରାଜେନ୍ଦ୍ର କଲେଜ, ବଲାଙ୍ଗୀରରେ ଇଣ୍ଟରମିଡ଼ିଏଟ ପଢ଼ୁଥିଲେ। ପରୀକ୍ଷା ଫର୍ମପୂରଣ ପାଇଁ ଟଙ୍କା ଯୋଗାଡ଼ କରି ପାରିଲେନି। ସେତିକିରେ ପାଠପଢ଼ାରୁ ବିରତି ନେଲେ। ଗାଁ ପ୍ରାଥମିକ ସମବାୟ ସମିତିରେ କାର୍ଯ୍ୟ କଲେ। ବାପ, ଅଜା ଅମଳରୁ ଔଷଧୀୟ ବୃକ୍ଷଗୁଡ଼ିକର ଗୁଣ ଜାଣିଥିବା ପଟାୟତ କୃଷି ବିଜ୍ଞାନ ବହି ପଢ଼ି ଔଷଧୀୟ ବୃକ୍ଷ ରୋପଣ ଓ ବୈଦ୍ୟ ହେବା ପାଇଁ ପ୍ରେରିତ ହୋଇଥିଲେ। ୨୦୦୫ରେ ପ୍ରକୃତିବନ୍ଧୁ ପୁରସ୍କାର ପାଇଥିବା ପଟାୟତଙ୍କ ଘର ନ ଥିବାରୁ ନିଜ ଗାଈ ଗୁହାଳକୁ ରୂପାନ୍ତରିତ କରି ରହୁଛନ୍ତି ସେମାନେ। ଭୂମିହୀନ ପଟାୟତ ସାହୁଙ୍କର ନାମରେ ଜମି ବାଡ଼ି କି ଘରଟିଏ ନାହିଁ, ପଟ୍ଟା ଓ ପାଉତି ଅବା ଆସନ୍ତା କେଉଁଠୁ? କିନ୍ତୁ, ସେ ପଦ୍ମଶ୍ରୀ ପୁରସ୍କାର ପାଇବାକୁ ଯାଉଛନ୍ତି କୃଷିରେ ପାରଦର୍ଶିତା କାରଣରୁ! ଏଥିରୁ କି ବାର୍ତ୍ତା ମିଳୁଛି?

ବୃକ୍ଷରୋପଣ ଓ ନୂତନ ଜଙ୍ଗଲ ସୃଷ୍ଟି କଥା କହିଲା ବେଳେ, ପଟାୟତ ସାହୁଙ୍କର କଥା ମନେ ପକେଇବାର କଥା କି ନୁହେଁ? ଆସନ୍ତୁ, ଆମେ ଯେବେ ଗଛଟିଏ ଲଗାଇବା, ଔଷଧୀୟ ଗଛ ହିଁ ଲଗାଇବା। ଏଥିରୁ ମିଳିବ ଅନେକ ଲାଭ। ଜଙ୍ଗଲ ସୁରକ୍ଷା, ବନୀକରଣ ସହ ଆୟୁର୍ବେଦ ଔଷଧ ପ୍ରସ୍ତୁତି ପାଇଁ ଗଛଲତା। ଅଶୋକ ଗଛ ନରହିଲେ, ମହିଳାଙ୍କୁ ନିରାମୟ ରଖିବାର ରାମବାଣ 'ଅଶୋକାରିଷ୍ଟ' ପ୍ରସ୍ତୁତି କ'ଣ ସମ୍ଭବ? ଜଙ୍ଗଲ ପାଦଦେଶରେ ଆମେ ଔଷଧୀୟ ବୃକ୍ଷର ଜଙ୍ଗଲ ସୃଷ୍ଟି କଲେ, ବଣ ପର୍ବତ ସବୁଜିମାରେ ଭରିଯିବ। ଗିରିଜନମାନେ ଔଷଧୀୟ ଦ୍ରବ୍ୟ ସଂଗ୍ରହ କରିବାକୁ ଜଙ୍ଗଲ ଭିତରେ ଘୂରି ବୁଲିଲେ, ଜଙ୍ଗଲରେ ନିଆଁ କେବେ ଲାଗିବନି କି ଆୟୁର୍ବେଦ ଶାସ୍ତ୍ର ସମ୍ମତ ଚିକିତ୍ସା ବିଜ୍ଞାନର ଅପମୃତ୍ୟୁ ହେବନି। ଗ୍ରାମାଞ୍ଚଳ ଲୋକଙ୍କ ହାତକୁ ରୋଜଗାର ଓ ଆତ୍ମନିଯୁକ୍ତି ମିଳିଯିବ। ଜଣେ ନୁହେଁ, ଆମ ଦେଶ ଲକ୍ଷ ଲକ୍ଷ ପଟାୟତ ସାହୁ ଆବଶ୍ୟକ କରେ। ଆମେ ଏହି ଦିଗରେ ଥରେ ଚିନ୍ତା କରିବାର ଅବକାଶ ମିଳିଛି; ହାତଛଡ଼ା କରିବାନି।

ଜାନକୀଶ ବଡ଼ପଣ୍ଡା

ଫୋ- ୯୪୩୮୨୯୯୦୩୭

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos

Next Story