ଭୋଟ୍‌ ଆକର୍ଷଣ ପାଇଁ ଉଦ୍ଦିଷ୍ଟ ବଜେଟ୍‌!

ବଜେଟ୍‌ରେ ସବୁ ବର୍ଗକୁ ଦୃଷ୍ଟି ଦିଆଯିବା କଥା କୁହାଯାଏ। ତାହା ବାସ୍ତବରେ ସବୁ ବିଭାଗର ଖର୍ଚ୍ଚ ଦାବୀକୁ ସ୍ପର୍ଶ ତଥା ଆୟବରାଦକୁ ଆଖି ଆଗରେ ରଖି କୁହାଯାଏ। କିନ୍ତୁ ବସ୍ତୁତଃ ଅଳ୍ପକିଛି ବିଭାଗ ଉପରେ ଗୁରୁତ୍ୱ ରଖି ସରକାର ଓ ସରକାରୀ ଦଳ ନିଜ ଉଦେ୍ଦଶ୍ୟ ଚରିତାର୍ଥ କରିଥାନ୍ତି। ଲୋକ ବିଶେଷତଃ ଭୋଟଦାତାଙ୍କୁ ନିଜ ସପକ୍ଷରେ ଟାଣି ରଖିବାର ପ୍ରଚେଷ୍ଟା ଥାଏ। ବିଶେଷତଃ ଭୋଟ ପୂର୍ବବର୍ଷ ସେହି ଉଦ୍ଦେଶ୍ୟରେ ଆକର୍ଷଣୀୟ କରାଯାଏ।

SHG Politics

SHG Politics

Debendra Prusty
  • Published: Tuesday, 14 March 2023
  • Updated: 14 March 2023, 04:46 PM IST

News Highlights

  • କେବଳ ଭୋଟ୍‌ ଆକୃଷ୍ଟ କରିବା ପାଇଁ ତିଆରି ହୁଏ ଆକର୍ଷଣୀୟ ବଜେଟ୍‌, ବାସ୍ତବ ବିକାଶ ପାଇଁ ନୁହେଁ।
  • ନିର୍ବାଚନୀ ବର୍ଷ ବଜେଟ୍‌ରେ ମହିଳା ଓ ଚାଷୀଙ୍କୁ କେବଳ ଭୋଟର୍‌ ଭାବେ ଦେଖିଛନ୍ତି ରାଜ୍ୟ ସରକାର।
  • ବଜେଟ୍‌ରେ ବ୍ୟୟ ବରାଦ ଅଧିକ, ବର୍ଷ ଶେଷରେ ବରାଦୀ ବ୍ୟୟ କମ୍‌।

Sports

Latest News

ସଂଘୀୟ ସଂବିଧାନ ବ୍ୟବସ୍ଥା ମତେ କେନ୍ଦ୍ର ସରକାର ଏବଂ ରାଜ୍ୟ ସରକାର ଉଭୟ ନିଜ ନିଜ ବଜେଟ୍‌ ପ୍ରତିବର୍ଷ ପ୍ରସ୍ତୁତ କରିଥାନ୍ତି। ଏହି ବଜେଟ୍‌ ଦୁଇଟି ପରସ୍ପର ନିର୍ଭରଶୀଳ। କେନ୍ଦ୍ରୀୟ ଅନୁଦାନ ଓ ଅର୍ଥ ହସ୍ତାନ୍ତରକୁ ରାଜ୍ୟମାନେ ଅପେକ୍ଷା କରିଥାନ୍ତି ଓ ରାଜ୍ୟମାନଙ୍କର ସଫଳତା ବା ବ୍ୟୟ ବରାଦରୁ ଫଳପ୍ରାପ୍ତୀ ଉପରେ କେନ୍ଦ୍ର ସରକାରଙ୍କର ‘ବିକାଶ ଯାତ୍ରା’ ମପାଯାଏ। ରାଜ୍ୟମାନଙ୍କର ବିକାଶ ହେଲେ ସମଗ୍ର ଦେଶର ବିକାଶ ଚିତ୍ର ସ୍ପଷ୍ଟ ହୁଏ।

ଆର୍ଥିକ ବର୍ଷ (୨୦୨୩-୨୪) ପାଇଁ ୟୁନିୟନ୍‌ ବଜେଟ୍‌ ଆଗତ ହେବା ପରେ ଓଡ଼ିଶା ବଜେଟ୍‌ ବିଧାନସଭାରେ ଆଗତ ହୋଇଛି। ରାଜ୍ୟ ସରକାରଙ୍କର ଦ୍ୱାରା ଆଗତ ବଜେଟ୍‌ ପୂର୍ବ ଅପେକ୍ଷା ବୃହତ୍‌ ଆକଳନର ଖର୍ଚ୍ଚ ବରାଦ ଅର୍ଥାତ୍‌ ମୋଟ ୨ ଲକ୍ଷ ୩୦ ହଜାର କୋଟି ଟଙ୍କା ରଖାଯାଇଛି। ଏହା ଏକ ବଡ଼ ଐତିହାସିକ ବଜେଟ୍‌ ବୋଲି କେହି କେହି କହୁଛନ୍ତି। ପ୍ରତ୍ୟେକ ବଜେଟ୍‌ ହେଉଛି ରାଜ୍ୟର ସେହି ବର୍ଷ ପାଇଁ ଆୟବ୍ୟୟର ମୋଟ ଗଣିତ। ସେହି ଦୃଷ୍ଟିରୁ ଦେଖିଲେ ଗତ ବର୍ଷର ମୂଳ ବରାଦ ଅପେକ୍ଷା ଏଥିରେ ୨୦% ଅଧିକ ବ୍ୟୟ ବରାଦ ହୋଇଛି। ତେବେ ରଖାଯାଇଥିବା ବ୍ୟୟବରାଦ ବର୍ଷ ଶେଷରେ ଖର୍ଚ୍ଚ (୧୦୦%) ନ ହେବାଯାଏଁ ଏହି ବ୍ୟୟ ଅଟକଳକୁ ସହଜରେ ଗ୍ରହଣ କରାଯାଇ ପାରିବ ନାହିଁ। ଗତ ଚାରି ବର୍ଷର ବଜେଟ୍‌ ଅଟକଳ ଓ ବର୍ଷ ଶେଷରେ ଖର୍ଚ୍ଚ ହୋଇ ନଥିବା ଦେଖାଯାଇଛି। ତାକୁ ଯଦି ସ୍ୱୀକାର କରାଯାଏ, ତେବେ ୨୦୨୩-୨୪ ବର୍ଷରେ ଗତ ବର୍ଷର ବ୍ୟୟ, ବର୍ଷ ଶେଷବେଳକୁ ଦେଖିଲେ ପ୍ରାୟ ୩୦% ଖର୍ଚ୍ଚ ହୋଇନାହିଁ। ଏହା ଅଟକଳର ବାସ୍ତବ ରୂପ (ଅଙ୍କ) ୧ ଲକ୍ଷ ୬୦ ହଜାର କୋଟି ଛୁଇଁବ କି ନାହିଁ ସନ୍ଦେହ। ଏଥିସହିତ ବର୍ଦ୍ଧିତ ମୁଦ୍ରାସ୍ଫୀତି ହାର ମିଳାଇ ଦେଖିଲେ ବଜେଟ୍‌ର ବାସ୍ତବ ବ୍ୟୟ ମୂଲ୍ୟ ଏକ ଲକ୍ଷ ୫୦ ହଜାର କୋଟି ଟଙ୍କାରୁ ଅଧିକ ନୁହେଁ।

ବଜେଟ୍‌ର ଅନ୍ୟ ଏକ ବିଶେଷ ଲକ୍ଷଣ, ଏହାର ଲକ୍ଷ୍ୟ ରାଜ୍ୟ ଓ ଦୁର୍ବଳ ବର୍ଗର ସଶକ୍ତିକରଣ ବୋଲି ଧାରଣା ସୃଷ୍ଟି କରାଯାଉଛି। ବ୍ୟୟ ବରାଦର ଦିଗଗୁଡ଼ିକୁ ତର୍ଜ୍ଜମା କଲେ ସ୍ପଷ୍ଟ ମନେହୁଏ ଯେ ଏହା ଯେ ସର୍ବାଙ୍ଗୀନ ଓ ସର୍ବକାଳୀନ ସଶକ୍ତିକରଣ ପାଇଁ ଉଦ୍ଦିଷ୍ଟ ନୁହେଁ। ବରଂ ଏହା ସ୍ୱୀକାର କରିବାକୁ ହେବ ଯେ ଏହା ସବୁ ବର୍ଗର ସଂପୃକ୍ତିକରଣ ପାଇଁ ଉଦ୍ଦିଷ୍ଟ ସରକାରଙ୍କର କ୍ଷମତାପ୍ରାପ୍ତୀର ପଞ୍ଚବାର୍ଷିକର ଏହା ହେଉଛି ଶେଷ ବର୍ଷର ବଜେଟ୍‌। ଆଗରେ ନିର୍ବାଚନ ଅଛି। ସେଥିପାଇଁ ବିଭିନ୍ନ ବର୍ଗର ଭୋଟଦାତାମାନଙ୍କୁ ବଜେଟ୍‌ ମାଧ୍ୟମରେ ବାନ୍ଧି ରଖିବାର ଉଦ୍ୟମ ହେବା ସ୍ୱଭାବିକ। ଦୁଇ ମୁଖ୍ୟବର୍ଗ ମହିଳା ଓ ଚାଷୀଙ୍କୁ ପ୍ରଭାବିତ କରିବା ନିମନ୍ତେ ନିର୍ବାଚନ ପୂର୍ବବର୍ଷର ଏହି ବଜେଟ୍‌ରେ କଥା ପ୍ରଚାରିତ ହେଉଛି। ବିଶେଷତଃ ଦୁଇଟି ବୃହତ ସଂଖ୍ୟକ ଗୋଷ୍ଠୀ ଯଥା ମହିଳା ଓ କୃଷକମାନଙ୍କୁ ଆକୃଷ୍ଟ କରିବା ନିମନ୍ତେ ବିଭିନ୍ନ ବ୍ୟୟବରାଦ କରାଯାଇଛି ବୋଲି ପ୍ରଚାର ଚାଲିଛି।

ମହିଳାମାନଙ୍କ ଉଦ୍ଦେଶ୍ୟରେ ଅନେକ ପ୍ରୋତ୍ସାହନମୂଳକ ବ୍ୟୟବରାଦ ଏହି ବଜେଟ୍‌ରେ ଦେଖିବାକୁ ମିଳେ। ଅବଶ୍ୟ ପୂର୍ବବର୍ଷ (୨୦୨୨-୨୩) ତୁଳନାରେ ଚର୍ଚ୍ଚିତ ବଜେଟରେ ବ୍ୟୟବୃଦ୍ଧି ବରାଦ ୧୦.୨% ବୃଦ୍ଧି ଘଟିଛି। କିନ୍ତୁ ଏଥିରେ ଏପରି କିଛି ନୂଆବ୍ୟବସ୍ଥା ରହିଛି ଯାହାକି ମହିଳାବର୍ଗଙ୍କୁ ଆକୃଷ୍ଟ କରି ରଖିବ। କେନ୍ଦ୍ର ସରକାର ଢାଞ୍ଚାରେ ଏଠି ମଧ୍ୟ ବାର୍ଷିକ ଯୋଜନାର କଥା କୁହା ନଯାଇ ପାଞ୍ଚ ବର୍ଷରେ ଏସଏଚଜି ପାଇଁ ୧୦ ହଜାର କୋଟି ଟଙ୍କା ବ୍ୟୟବରାଦର କଥା କୁହାଯାଇଛି। ସେଥିମଧ୍ୟରୁ ଚର୍ଚ୍ଚିତ ବର୍ଷର ବ୍ୟୟବରାଦ ୨୫୫୪ କୋଟି ଟଙ୍କା ରଖାଯାଇଛି, ଯାହାକି ୨୦୨୨-୨୩ ତୁଳନାରେ ୨୭% ଅଧିକ। ମିଶନ ଶକ୍ତି ଯୋଜନାରେ ଆଗୁଆ ମହିଳା ଗୋଷ୍ଠୀ ପରିଚାଳିକାଙ୍କ ପାଇଁ ସ୍କୁଟି ଦେବାର ବ୍ୟବସ୍ଥା ରହିଛି। ଏହା ନିଶ୍ଚୟ ଆକର୍ଷଣୀୟ ଓ ସରକାରଙ୍କ ସହ ବାନ୍ଧି ହୋଇ ରହିବା ନିମନ୍ତେ ପ୍ରତିଯୋଗିତା ସୃଷ୍ଟି କରିବ। ମହିଳା ଉଦ୍ୟୋଗୀ ସୃଷ୍ଟି ପାଇଁ କ୍ଷୁଦ୍ରଶିଳ୍ପ ଉଦ୍ଦେଶ୍ୟରେ ୧୫୦ କୋଟି ଟଙ୍କାର ବ୍ୟୟ ବରାଦ ରହିଛି। ଅବଶ୍ୟ ଏହି ଦୁଇଟି କାର୍ଯ୍ୟକ୍ରମର ସଫଳତା ବ୍ୟାଙ୍କମାନଙ୍କର ସହଯୋଗ ଉପରେ ନିର୍ଭରଶୀଳ।

ଜାତୀୟ ଗ୍ରାମୀଣ ଜୀବିକା ମିଶନରେ ୯୯୭ କୋଟି, ମିଶନ ଶକ୍ତି ଅଧୀନରେ ଥିବା ସ୍ୱୟଂ ସହାୟକ ଗୋଷ୍ଠୀକୁ ୯୯୮ କୋଟି ଟଙ୍କାର ସହାୟତା, ମିଶନ ଶକ୍ତି ଗୃହନିର୍ମାଣ ନିମନ୍ତେ ୩୨୦ କୋଟି, ସ୍ୱୟଂ ସହାୟକ ଗୋଷ୍ଠୀକୁ ଋଣ ରିହାତି ବାବଦରେ ୨୨୦ କୋଟି ଟଙ୍କାର ବ୍ୟୟ ବରାଦ ରହିଛି। ଏତେ ସବୁ କାର୍ଯ୍ୟକ୍ରମ ନିମନ୍ତେ ବ୍ୟୟ ବରାଦକୁ ଦେଖିଲେ ସମସ୍ତ ମହିଳା ନିଶ୍ଚୟ ସରକାରଙ୍କ କାର୍ଯ୍ୟକ୍ରମ ସହିତ ବାନ୍ଧିହୋଇ ରହିବା ନିମନ୍ତେ ଚେଷ୍ଟା କରିବ।

ଏଥି ସହିତ ଅନେକ ଗ୍ରାମୀଣ ବେକାରୀ ଯୁବକ କଣ୍ଟ୍ରାକ୍ଟର କର୍ମମୁଖର ହୋଇ ଉଠିବେ। ଏହିସବୁ କାର୍ଯ୍ୟକ୍ରମ ସହିତ ମହିଳାମାନଙ୍କ ନିମନ୍ତେ ଉଦ୍ଦିଷ୍ଟ ମହିଳା ଓ ଶିଶୁ କଲ୍ୟାଣ ବିଭାଗ, ସ୍ୱାସ୍ଥ୍ୟ ପରିବାର ବିଭାଗ ନିମନ୍ତେ ଉଦ୍ଦିଷ୍ଟ ଅର୍ଥବ୍ୟୟରେ ମହିଳା ତଥା ଜେଣ୍ଡର ସମବେଦନଶୀଳତା ନିମନ୍ତେ ଉଦ୍ଦିଷ୍ଟ ବ୍ୟୟବରାଦକୁ ମିଶାଇ ଦେଖିଲେ ବଜେଟ୍‌ରେ ଯେ ମହିଳାଙ୍କୁ ଆକୃଷ୍ଟ କରିବା ନିମନ୍ତେ ସମସ୍ତ ଉଦ୍ୟମ କରାଯାଇଛି ସ୍ୱୀକାର କରିବାକୁ ହେବ। ବାସ୍ତବରେ ସେମାନଙ୍କୁ ସାମାଜିକ, ଆର୍ଥିକ ଓ ଶାରୀରିକ ଦୃଷ୍ଟିରୁ କେତେଦୂର ସଶକ୍ତ କରିବ ବା ଦେଖିବାର ଅଛି। ତେବେ ସ୍ୱୀକାର କରିବାକୁ ହେବ ଯେ ଗତ ୨୩ ବର୍ଷ ମଧ୍ୟରେ ମହିଳାମାନଙ୍କ ପୁଷ୍ଟିହୀନତା ଓ ତଦ୍‌ଜନୀତ ରୋଗ ଲୋପ ପାଇନାହିଁ। ଏବେବି ଚିନ୍ତାର କାରଣ ହୋଇରହିଛି। କେରଳରେ ପୁଷ୍ଟିହୀନତା ଓ ରକ୍ତ ଶୂନ୍ୟତା ୫% ତଳେ ବା ଆଦୌ ନାହିଁ କହିଲେ ଚଳେ। ରାଜନୀତି କ୍ଷେତ୍ରରେ ଯଦିଓ ମହିଳାଙ୍କ ପ୍ରବେଶ ତଳସ୍ତରରେ ଖୁବ୍‌ ଦୃଶ୍ୟମାନ, କିନ୍ତୁ ତାହା ସେମାନଙ୍କ ଶକ୍ତି ବୃଦ୍ଧିକାରକ କି କ୍ଷମତାସୀନମାନଙ୍କର ଶକ୍ତିବର୍ଦ୍ଧକ ତାହା ଦେଖିବାର ଅଛି।

ବଜେଟ୍‌ର ଅନ୍ୟ ଏକ ବହୁଳ ପ୍ରଚାରିତ ବିଷୟ ହେଉଛି କୃଷି ଓ କୃଷକର ଅଭିବୃଦ୍ଧି ସଂପର୍କରେ ଚର୍ଚ୍ଚା। ରାଜ୍ୟର ସର୍ବଶ୍ରେଷ୍ଠ ଆୟକାରୀ ଗୋଷ୍ଠୀ ହେଉଛନ୍ତି ଚାଷୀ ଓ ଚାଷରୁ ରାଜ୍ୟ ଅଭିବୃଦ୍ଧିର ଅଂଶ ୧୭%ରୁ ଅଧିକ। ରାଜ୍ୟ ସମୃଦ୍ଧିର ନିର୍ଭରଶୀଳତା ଯଦିଓ ଗତ ବର୍ଷମାନଙ୍କରେ କମି ଯାଉଥିବାର ଲକ୍ଷ୍ୟ କରାଯାଉଛି ତଥାପି କୃଷି ଉପରେ ନିର୍ଭରଶୀଳ ରୋଜଗାରୀଙ୍କ ସଂଖ୍ୟା ବଢ଼ିବାରେ ଲାଗିଛି। କୃଷି ମଜୁରୀଆ ହୁଅନ୍ତୁ ଅବା କ୍ଷୁଦ୍ର ଓ ନାମମାତ୍ର ଚାଷୀଙ୍କର ଆୟବୃଦ୍ଧି ଗତ ୨୦ ବର୍ଷରେ ୨ ଗୁଣ ହୋଇପାରିନାହିଁ। ରାଜ୍ୟରେ ପାଖାପାଖି ୨୦% ମହିଳା ଚାଷୀ। ତେବେ ସେମାନେ ଏପର୍ଯ୍ୟନ୍ତ ମଣ୍ଡିରେ ପ୍ରତ୍ୟକ୍ଷ ବିକ୍ରୀର ସୁବିଧା ସୁଯୋଗ ହାସଲ କରି ନାହାନ୍ତି କି ଏ ବଜେଟ୍‌ରେ ସେମାନଙ୍କ ପାଇଁ ମଣ୍ଡିରେ ସ୍ୱତନ୍ତ୍ର ରହଣିସ୍ଥଳୀ ଅବା ଶୌଚାଳୟର ବ୍ୟବସ୍ଥା ନାହିଁ। ଚାଷୀର ବାର୍ଷିକ ମୁଣ୍ଡପିଛା ଆୟ ୫୨୦୦ କୋଟି ଟଙ୍କା ଟପିନାହିଁ। ଅଧିକାଂଶ ସରକାରଙ୍କର ମାଗଣା ବା ରିହାତି ବଣ୍ଟନ ଉପରେ ନିର୍ଭରଶୀଳ। ରାଜ୍ୟରେ ୨୦ ବର୍ଷରେ କୃଷି ଉତ୍ପାଦନ ବିଶେଷତଃ ଧାନ ଅମଳ ବୃଦ୍ଧି ପାଇଥିବା ଦେଖାଯାଉଛି। ଧାନଚାଷ ଜମି ବିଭିନ୍ନ କାରଣରୁ କମିଥିଲେ ମଧ୍ୟ ଚାଷ ପ୍ରତି ଲୋକଙ୍କର ଆଗ୍ରହ କମିନାହିଁ। ତାର ଏକମାତ୍ର କାରଣ ହେଉଛି ଚାଷ ଛାଡ଼ିଲେ ବାସ ଛାଡ଼ି ଦାଦନ ଖଟିବାକୁ ହିଁ ହେବ।

ସରକାରଙ୍କର ଏହି ବଜେଟର କୃଷି କୃଷକକୁ ପ୍ରଭାବିତ କରିବାପାଇଁ ଅନେକ ଉଦ୍ୟମ କରିଛି। ଏ କ୍ଷେତ୍ରପାଇଁ ୨୦୨୩-୨୪ ବର୍ଷ ପାଇଁ ୨୪ ହଜାର ୮୨୯ କୋଟି ଟଙ୍କାର ବ୍ୟୟ ବରାଦ ରହିଛି। ଗତବର୍ଷ ତୁଳନାରେ ଏହା ୨୦%ରୁ ଅଧିକ। ମାତ୍ର ଦୁଃଖର ସହ କହିବାକୁ ପଡ଼ୁଛି ଗତ ବର୍ଷରେ ଅଲଗା କୃଷି ବଜେଟ୍‌ ଆରମ୍ଭ ହେବା ଦିନରୁ ଅଦ୍ୟାବଧି ବାର୍ଷିକ ବଜେଟର ପ୍ରାଥମିକ ଅଟକଳର ହାରାହାରି ୩୫% ଖର୍ଚ୍ଚ ହୋଇ ନଥାଏ। ଅନେକ ଘୋଷଣା ଅଧା ହୋଇ ରହେ ତ ଓ କିଛି ଆଦୌ ଆରମ୍ଭ ହୁଏ ନାହିଁ ଓ ଆଳୁ ମିସନ, ପିଆଜ ମିସନ, ପଣସ ମିସନ ପରି କିଛି ସଫଳ ହୋଇ ନାହିଁ। ତଥାପି ଚଳିତ ବର୍ଷରେ ନୂଆ ଓ ପୂରୁଣା କାର୍ଯ୍ୟକ୍ରମ ଘୋଷଣା ଓ ବ୍ୟୟ ବରାଦ ରହିଛି।

କୃଷିର ମୁଖ୍ୟ ସମସ୍ୟା ଜଳସେଚନ। ବର୍ଷା ଋତୁରେ ଅର୍ଥାତ୍‌ ଖରିଫ୍‌ ଫସଲ ପାଇଁ ଜଳସେଚନ ଅଛି ବୋଲି ଯାହା କୁହାଯାଇଥାଏ ତାହା ବର୍ଷାଜଳ ନିର୍ଭରଶୀଳ। ସାମାନ୍ୟ କମିଲେ ସମୟ ଅସମୟ ଭିତରେ ଚାଷୀ ମୁଣ୍ଡରେ ହାତଦିଏ। ରବିଋତୁ ବା ଗ୍ରୀଷ୍ମଋତୁରେ ଜଳଯୋଗାଣ ଅତ୍ୟନ୍ତ ନଗଣ୍ୟ। ଗତ ୨୩ ବର୍ଷର ଲଗାତର ଶାସନ ମଧ୍ୟ ରାଜ୍ୟର ୩୧୪ଟି ବ୍ଲକ୍‌ ମଧ୍ୟରୁ ୧୦୦ଟିରେ ମଧ୍ୟ ୩୫% ଜଳସେଚନ ହୋଇପାରି ନାହିଁ। ମନ୍ତ୍ରୀଙ୍କ କହିବା ଅନୁଯାୟୀ ଆଗାମୀ ପାଞ୍ଚବର୍ଷରେ ଏହି ବ୍ୟବସ୍ଥା ଦେବାପାଇଁ ୭୫ ହଜାର କୋଟି ଟଙ୍କା ବ୍ୟୟ ବରାଦ କରାଯିବ। ଏହା ‘ଆକାଶ କଇଁଆ ଓ ଚିଲିକା ମାଛର’ କଥା ତଥାପି ଚଳିତବର୍ଷର ବ୍ୟୟବରାଦକୁ ଲକ୍ଷ୍ୟ କରିବାର କଥା। ଚର୍ଚ୍ଚିତ ବଜେଟ୍‌ ବର୍ଷରେ ୧୧.୬୫୫ କୋଟି ଟଙ୍କା ଖର୍ଚ୍ଚ ହୋଇ ଜଳସେଚନ କ୍ଷମତା ୨.୩୩ ଲକ୍ଷ ହେକ୍ଟର ବୃଦ୍ଧି କରାଯିବ। ଏଥିରୁ ବାସ୍ତବ ଜଳସେଚନ ମୋଟ କେତେ ଏବଂ କେଉଁ ଋତୁ ପାଇଁ କେତେ ହେବ ତାହା ଜାଣିବା ଏବେ ଆଦୌ ସ୍ପଷ୍ଟ ନୁହେଁ। ତେବେ ୨୦୨୩-୨୪ରେ ୨୦ ହଜାର ଡିପ୍‌ ବୋର ୱେଲ୍‌ ୧୫୦୦ ଗୋଷ୍ଠୀ ଉଠାଜଳସେଚନ ପଏଣ୍ଟ, ମୁଖ୍ୟମନ୍ତ୍ରୀ ଆଡ଼ିବନ୍ଧ ଯୋଜନା, ୫୦୦ଟି ଚେକ୍‌ଡ୍ୟାମ୍‌। ପାର୍ବତୀ ଗିରି ଉଠା ଜଳସେଚନ କାର୍ଯ୍ୟକ୍ରମରେ ୧୭୦ଟି ବୃହତ୍ତ ଉଠା ଜଳସେଚନ ପଏଣ୍ଟ ହେବ।

ଚାଷୀର ବଡ଼ ବିପତ୍ତି ହେଉଛି ତା’ର ଉତ୍ପାଦ ବଜାରରେ ସଠିକ୍‌ ମୂଲ୍ୟ ପାଏନାହିଁ। ଅବଶ୍ୟ ଚଳିତ ବଜେଟରେ ଧାନକ୍ରୟ ପାଇଁ ୨୦୦୦ କୋଟି ଟଙ୍କାର ରିଭଲଭିଂ ଫଣ୍ଡ୍‌ ରଖାଯାଇଛି। କେନ୍ଦ୍ର କିଣିବାରେ ବିଳମ୍ବ କଲେ ରାଜ୍ୟ ଚାଷୀମାନଙ୍କଠାରୁ କ୍ରୟ କରିବାର ସୁଯୋଗ ସୃଷ୍ଟି କରିଛି। ଆସନ୍ତା ନିର୍ବାଚନ ସମୟରେ ଚାଷୀଙ୍କର ହୋ ହାଲ୍ଲାରୁ ରକ୍ଷା ପାଇବାର ଏକ ବଡ଼ କୌଶଳ ବହୁବର୍ଷ ତଳୁ ଘୋଷିତ ଇନ୍‌ଷ୍କ୍ରିମ୍‌ ଜଳଭଣ୍ଡାର ନିର୍ମାଣ ନିମନ୍ତେ ୨୦ ଗୋଟି ପ୍ରକଳ୍ପ ପାଇଁ ବ୍ୟୟବରାଦ କରାଯାଇଛି। ଏହିସବୁ କାର୍ଯ୍ୟ ଆରମ୍ଭ ହେଲେ ବି ତିନିବର୍ଷ ମଧ୍ୟରେ ଶେଷ ହୋଇ ଚାଷ କାର୍ଯ୍ୟରେ ଲାଗିବରେ ସନ୍ଦେହ ରହିଛି। ହେଲେ ଆନ୍ତରିକତା ଥିଲେ ଚଳିତ ବଜେଟରେ ଥିବା ଉଠାଜଳସେଚନ ପଏଣ୍ଟ ମରାମତି ଓ ନିର୍ମାଣ ଗୋଟିଏ ବର୍ଷରେ ଶେଷ ହେବ। କ୍ଷୀର ଉତ୍ପାଦନ ବଢ଼ିଛି, ମାତ୍ର ସରକାରୀ ଭାବେ ଏହା ସମସ୍ତ କ୍ରୟ କରିବାର କୌଣସି କାର୍ଯ୍ୟକ୍ରମ ଦେଖିବାକୁ ମିଳୁନାହିଁ। ରାଜ୍ୟ ଦୁଗ୍ଧ କ୍ରେତା ଓମ୍‌ଫେଡ୍‌ର ଆହରଣ ଶକ୍ତି ବୃଦ୍ଧି ନିମନ୍ତେ ବିଶେଷ ବ୍ୟୟବରାଦ ନାହିଁ। ରାଜ୍ୟରେ ମତ୍ସ୍ୟ ଓ ଅଣ୍ଡା ଉତ୍ପାଦନ ବୃଦ୍ଧି ପାଇବା ସହିତ ଆବଶ୍ୟକତା ବଢ଼ିଛି। ସେଥିପାଇଁ ଅବଶ୍ୟ କିଛି ବ୍ୟୟବରାଦ ଅଛି। ତାର ସଫଳ ରୂପାୟନ ବର୍ଷ ଶେଷରେ ଜଣା ପଡ଼ିବ। ମିଲେଟ୍‌ ମିଶନ ପାଇଁ ଉଦ୍ଦିଷ୍ଟ ୪୯୭ କୋଟି ଟଙ୍କାର ବାସ୍ତବ ରୂପାନ୍ତର ଜଣାପଡ଼ିବ ଯଦି ଏହାର ରପ୍ତାନୀ ତଥା ସ୍ୱଚ୍ଛଳବର୍ଗରେ ଏହାର ଆବଶ୍ୟକତା ତଥା ଯୋଗାଣ ବୃଦ୍ଧି ପାଇବା ସହିତ ଚାଷୀ ଉତ୍ପାଦନ ପାଇଁ ଭଲ ଅର୍ଥପାଏ ଓ ଏହାକୁ ଲାଭକାରୀ ଫସଲଭାବେ ଚାଷୀ ଗ୍ରହଣ କରେ।

ଏହି ଦୁଇ ମୁଖ୍ୟ କାର୍ଯ୍ୟକ୍ରମର ବ୍ୟୟ ବରାଦକୁ ନେଇ ଅନେକ ପ୍ରଚାର ଚାଲିଛି। ବଜେଟ୍‌ର ବ୍ୟୟ ଅଟକଳ ଗଣିତ ଦେଖିବାକୁ ମିଳୁଛି। ଯାହାକି ସମସ୍ତଙ୍କ ଦୃଷ୍ଟି ଆକର୍ଷଣ କଲାଭଳି ହୋଇଛି। ସମସ୍ତ ଦୃଷ୍ଟିରୁ ବିଚାର କଲେ ବଜେଟ୍‌ ଲୋକାଭିମୁଖୀ ନହେଲେ ମଧ୍ୟ ଲୋକଙ୍କୁ ଆକୃଷ୍ଟ କରି ରଖିବା ଇଚ୍ଛାରେ ପ୍ରସ୍ତୁତ ହୋଇଛି। ତେବେ ରାଜ୍ୟବାସୀ ବିଶେଷତଃ ଚାଷୀ ଓ ମହିଳାଙ୍କ ସଶକ୍ତିକରଣ କଥା, ପୁଣି ବର୍ଷକ ପରେ ମାପିବାର ସୁଯୋଗ ଆସିବ। ସେ ସମୟକୁ ଭୋଟ ସରି ଯାଇଥିବ।

ପଞ୍ଚାନନ କାନୁନ୍‌ଗୋ

ଫୋ- ୯୪୩୮୩୬୦୮୪୯

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos

Next Story