ଆତ୍ମହତ୍ୟାର କାରଣ ଆଦୌ ବ୍ୟକ୍ତିଗତ ନୁହେଁ!

ପ୍ରେମ ଜନିତ ଆତ୍ମହତ୍ୟାର କାରଣ ହେଉଛି ଯେ ଆଜି ବ୍ୟକ୍ତିର ନିଜ ସମ୍ପର୍କୀୟ, ସମାଜ ଓ ଗୋଷ୍ଠୀ ସଂପୂର୍ଣ୍ଣ ଭାଙ୍ଗିଯାଇଛି। ଆଦିବାସୀ ସମାଜରେ ଯୁବକ ଯୁବତୀ ମଧ୍ୟରେ ପ୍ରେମ, ବିବାହ ଓ ବିଚ୍ଛେଦ ହେବା ସତ୍ତ୍ୱେ ତାହାକୁ ସମ୍ଭାଳିବା ଲାଗି ଏକ ବିରାଟ ସମାଜ ରହିଥିବା କାରଣରୁ ଆତ୍ମହତ୍ୟାର ସଂଖ୍ୟା ଅନେକ କମ।

suicides under pressure

why people commit suicide?

Debendra Prusty
  • Published: Saturday, 28 January 2023
  • Updated: 28 January 2023, 01:25 PM IST

News Highlights

  • କେହି ସଂପୂର୍ଣ୍ଣ ବ୍ୟକ୍ତିଗତ କାରଣରୁ ଆତ୍ମହତ୍ୟା କରିନଥାନ୍ତି
  • ବ୍ୟକ୍ତିର ଆତ୍ମହତ୍ୟା ପଛରେ ସମାଜ, ରାଷ୍ଟ୍ର ଓ ବଜାରର ଚାପ ଓ ତାପର ମଧ୍ୟ ଭୂମିକା ଥାଏ
  • ବୃଦ୍ଧି ପାଉଥିବା ଆତ୍ମହତ୍ୟା ଏକ ବୈଶ୍ୱିକ ସଂକଟ
  • ଧନୀ ଦେଶଗୁଡ଼ିକରେ ମଧ୍ୟ ଆତ୍ମହତ୍ୟା ସଂଖ୍ୟା ବଢ଼ିଚାଲିଛି

ଏହା ନୁହେଁ ଯେ ମୋ ପରିବାରର କେହି ଜଣେ ଆତ୍ମହତ୍ୟା କରିବା ପରେ ଯାଇ ମୁଁ ମୋ ନିଜକୁ ଗମ୍ଭୀରତାର ସହିତ ପଚାରିବି ଯେ ସେ କାହିଁକି ଆତ୍ମହତ୍ୟା କଲେ? ଏହା ଯଦି ହୁଏ ତେବେ ମୋ ନିଜକୁ ସଂବେଦନଶୀଳ କରିବା ଲାଗି ମୋ ପରିବାରର କାହାରିକୁ ଆତ୍ମହତ୍ୟା କରିବା ଆବଶ୍ୟକ?

ଆମେ ଆଜି ଏହି କଥାକୁ କଦାପି ମନା କରିପାରିବା ନାହିଁ ଯେ ଆମର ସାଥୀ, କୁଟୁମ୍ବ, ପରିଚିତ କେହି ଜଣେ ହେଲେ ଆତ୍ମହତ୍ୟା କରିନାହାନ୍ତି। ହେଲେ, ଆଜି ଯେଉଁ ଗତିରେ ଆତ୍ମହତ୍ୟା ଓ ଆତ୍ମହତ୍ୟା ଉଦ୍ୟମ ବଢ଼ିବାରେ ଲାଗିଛି ତାହା କାହିଁକି ଆମ ସମସ୍ତଙ୍କ ଲାଗି ଚିନ୍ତାର ବିଷୟ ହେଉନାହିଁ ତାହାର କାରଣ ବୁଝାପଡୁ ନାହିଁ।

ଜଣେ କେହି ଆତ୍ମହତ୍ୟା କରିବାର ଅର୍ଥ ତା’ ଚାରିପାଖର ନିଜ ପରିବାର ସଦସ୍ୟ, ବନ୍ଧୁ, ସାମାଜିକ ଗୋଷ୍ଠୀ ଓ ଜାଣିଥିବା ଲୋକେ ଯେ ତାହା ଲାଗି ବଞ୍ଚିବାରେ କୌଣସି ଆଗ୍ରହ ରଖିଲେ ନାହିଁ ଓ ସେ ଆତ୍ମହତ୍ୟା କରିବା ଲାଗି ନିଷ୍ପତ୍ତି ନେଲା ତାହା ଆମେ ଧରିପାରିବା। ଅଥବା ଆମ ଉପରେ ସେ ନିଜେ ବୋଝ ନହେବା ଲାଗି ହୁଏତ ଏଭଳି ଚରମ ନିଷ୍ପତ୍ତି ନେଇଥାଇପାରେ। କିନ୍ତୁ ହଠାତ କେହି ଆତ୍ମହତ୍ୟା କରିବା ଦ୍ଵାରା ଯେ ସେହି ପରିବାର ଓ ତାଙ୍କ ଚାରିପାଖର ସମାଜରେ ଯେ କେତେ ବଡ଼ କ୍ଷତି ଘଟାଏ ତାହାର ଉଦାହରଣ ସେହି ସବୁ ପରିବାରକୁ ନିରେଖି ଦେଖିଲେ ବୁଝାପଡ଼ିଥାଏ।

ଏହାପରେ, ଆମ ଚାରିପାଖରେ ଚଳ ପ୍ରଚଳ ଅନେକ ଲୋକଙ୍କୁ ପଚାରିବା ପରେ ଆମେ ଜାଣିବାକୁ ପାଇବା ଯେ ଅନେକ ଲୋକ ମାନସିକ ଅସନ୍ତୁଳନ ହରାଇବା କାରଣରୁ ନିଜ ଲାଗି ଅଥବା ନିଜର ସମ୍ପର୍କୀୟ ଲାଗି କୌଣସି ମାନସିକ ବିଶେଷଜ୍ଞଙ୍କ ପରାମର୍ଶ ନେଉଛନ୍ତି ଓ ଔଷଧ ଖାଉଛନ୍ତି। ଏହାଠାରୁ ଏକ ବଡ଼ ସଂଖ୍ୟାରେ ଆମ ଚାରିପାଖର ଲୋକ ଅଛନ୍ତି ଯେଉଁମାନେ ମାନସିକ ଅସନ୍ତୁଳନତା ମଧ୍ୟରେ ରହୁଛନ୍ତି ଓ ସେମାନଙ୍କ ଲାଗି ସେଭଳି ପରାମର୍ଶ ଜରୁରୀ। ଆତ୍ମହତ୍ୟା ପ୍ରବଣତା ହଠାତ ଆସିନଥାଏ। ବେଶ ଅଧିକ ଦିନ ସେହିଭଳି ସ୍ଥିତିରେ ରହିବା ପରେ ମଣିଷ ଆତ୍ମହତ୍ୟା ଲାଗି ନିର୍ଣ୍ଣୟ ନେଇଥାଏ ଓ ଏଥିଲାଗି ବେଶ କେତେଥର ଉଦ୍ୟମ ମଧ୍ୟ କରିଥାଏ।

ବିଡ଼ମ୍ବନା ଯେ ଗୋଟିଏ ପରେ ଘଟଣା ହେବା ସତ୍ତ୍ୱେ ଲୋକେ ଯେ କାହିଁକି ଆତ୍ମହତ୍ୟା କରୁଛନ୍ତି, କେଉଁ ବୟସର ଲୋକେ ଆତ୍ମହତ୍ୟା କରୁଛନ୍ତି, କେଉଁ ବର୍ଗର ଲୋକେ ଆତ୍ମହତ୍ୟା କରୁଛନ୍ତି, ଆତ୍ମହତ୍ୟାର କାରଣ କ’ଣ ଇତ୍ୟାଦିକୁ ନେଇ ଆମର ସମାଜ ଆଦୌ ଚିନ୍ତିତ ନୁହେଁ। ଏପରିକି ଆମର ଶାସକ ବର୍ଗ, ବିଚାର ବିଭାଗ ଓ ମିଡିଆ ଇତ୍ୟାଦି ଏହାକୁ ଦେଶର ଏକ ସମସ୍ୟା ଭାବରେ ମଧ୍ୟ ଗଣୁନାହାନ୍ତି। ସମସ୍ତେ ଏହାକୁ ବ୍ୟକ୍ତିଗତ ଅବସାଦ ବୋଲି ଧରିନେଉଛନ୍ତି।

ଆମେ କଣ ଭାବିବା କି ଯେ ଯଦି ସେଲେବ୍ରିଟି ଅଥବା କେଉଁ ରାଜନେତା ବା ପ୍ରଶାସକ ଯଦି ଆତ୍ମହତ୍ୟା କରନ୍ତି ତାହା ହେଲେ ଏ ନେଇ କିଛି ଜାତୀୟ ବିତର୍କ ହେବ? ନା ତାହା ମଧ୍ୟ ହେଉନାହିଁ। ଯଦି କୌଣସି ବିଶିଷ୍ଟ ଲୋକ କେବେ ଆତ୍ମହତ୍ୟା ବି କରୁଛନ୍ତି ତେବେ ମିଡିଆରେ ଏତେ ବେଶୀ ତାଙ୍କର ବ୍ୟକ୍ତିଗତ ଜୀବନକୁ ନେଇ ଚର୍ଚ୍ଚା ହେଉଛି ଯେ ପରେ ଦର୍ଶକ ଏ ନେଇ ଆଉ ରୁଚି ରଖୁନାହାନ୍ତି ଓ ମିଡିଆ ପୁଣି ସେହି ଘଟଣାକୁ ଅଧାରେ ଛାଡ଼ିଦେଉଛି। ଓଡିଶାରେ ଅନେକ ଅଭିନେତ୍ରୀ ଓ ଅଭିନେତାଙ୍କ ଆତ୍ମହତ୍ୟାକୁ ନେଇ ଏହା ହୋଇଛି।

କେତେକ ଆତ୍ମହତ୍ୟା ପ୍ରସଙ୍ଗରେ ମିଡିଆ ଟ୍ରାଏଲ ମଧ୍ୟ ବଡ଼ ଚାଲାକିରେ ସଂବେଦନଶୀଳ ପ୍ରସଙ୍ଗରୁ ଲୋକଙ୍କୁ ଅଜ୍ଞ ରଖିବା ଲାଗି ହୋଇଛି। କୋଭିଡ ସମୟରେ ପ୍ରବାସୀ ଶ୍ରମିକଙ୍କ ଗୃହ ଫେରିବାର କଷ୍ଟକୁ ଟିଭି ଚ୍ୟାନେଲ ଦୀର୍ଘ ଦିନ ଆମକୁ ଦର୍ଶାଇ ନଥିଲେ। ବରଂ ଅଭିନେତା ସୁଶାନ୍ତ ସିଂଙ୍କ ଆତ୍ମହତ୍ୟାର ମିଡିଆ ଟ୍ରାଏଲ କରିଥିଲେ। ଦୀର୍ଘ ଟ୍ରାଏଲରୁ ନୂଆ ବା କ’ଣ ମିଳିଲା? ଏଥିଲାଗି ମିଡିଆ ତ କେବେ ନିଜର ଦୋଷ ସ୍ଵୀକାର କରିନାହିଁ?

ବ୍ୟବସ୍ଥାକୁ ପ୍ରଶ୍ନ

ଜାତୀୟ କ୍ରାଇମ ରେକର୍ଡ ବ୍ୟୁରୋର ତଥ୍ୟ ଅନୁସାରେ ଆତ୍ମହତ୍ୟା କରିବାର ସଂଖ୍ୟା ବଢ଼ିବାରେ ଲାଗିଛି। ତାହା ପୁଣି ଧନୀ ରାଜ୍ୟମାନଙ୍କରେ ଅଧିକରୁ ଅଧିକ। ଭାରତରେ ସବୁଠାରୁ ଉନ୍ନତ ରାଜ୍ୟ ବୋଲି ଦାବି କରୁଥିବା ମହାରାଷ୍ଟ୍ର, ତାମିଲନାଡୁ, କେରଳ ଇତ୍ୟାଦି ରାଜ୍ୟରେ ଆତ୍ମହତ୍ୟାର ସଂଖ୍ୟା କ୍ରମାଗତ ଭାବେ ପୂର୍ବ ବର୍ଷଠାରୁ ଅଧିକ ହୋଇଚାଲିଛି। ଯଦି କୌଣସି ପ୍ରଦେଶରେ ଦୀର୍ଘ ବର୍ଷ ଧରି ଆତ୍ମହତ୍ୟାର ମାତ୍ରା ଅନ୍ୟ ଅଞ୍ଚଳଠାରୁ ଶୀର୍ଷରେ ରହିଥାଏ ତେବେ ଏହା କ’ଣ ଦେଶର ରାଷ୍ଟ୍ରୀୟ ବ୍ୟବସ୍ଥାର ପ୍ରସଙ୍ଗ ହୋଇନପାରେ? ଯଦି ଏକ ନିର୍ଦ୍ଦିଷ୍ଟ ବୟସ ତଥା ସେହି ବର୍ଗର ଲୋକ ଅନ୍ୟ ବୟସର ଲୋକଙ୍କ ତୁଳନାରେ ଦଶନ୍ଧି ଦଶନ୍ଧି ଧରି ଆତ୍ମହତ୍ୟା ଉଦ୍ୟମ ଭଳି ମାନସିକ ବେମାରୀର ସାମ୍ନା କରୁଥା’ନ୍ତି ତେବେ ଏହାକୁ ନେଇ ଜାତୀୟ ସ୍ତରରେ କଣ ବିତର୍କ ହେବା ଜରୁରୀ ନୁହେଁ? ବିଡ଼ମ୍ବନା ଯେ ଦେଶର ବ୍ୟବସ୍ଥାରେ ଯେ ସମସ୍ୟା ରହିଛି ସେ ଦିଗରେ ଆଦୌ କେହି ଦୃଷ୍ଟି ଦେଉନାହାନ୍ତି।

ବିଶ୍ଵ ସ୍ୱାସ୍ଥ୍ୟ ସଂଗଠନ ବିଶ୍ଵବ୍ୟାପୀ ଆତ୍ମହତ୍ୟାର କାରଣମାନଙ୍କ ମଧ୍ୟରେ ଆର୍ଥିକ ସମସ୍ୟା, ସମ୍ପର୍କରେ ବିଚ୍ଛେଦ ଓ ଶାରୀରିକ ଅସୁସ୍ଥତା ଜନିତ ଯନ୍ତ୍ରଣା କହି ସେହିଠାରେ ଛାଡ଼ିଦେଇଛି। କିନ୍ତୁ ପ୍ରତିଟି ଆତ୍ମହତ୍ୟା ଯେ ସେହି ନିର୍ଦ୍ଦିଷ୍ଟ ପରିବାର, ତାହାର ନିଜସ୍ଵ ଗୋଷ୍ଠୀ ଓ ନିଜସ୍ଵ ସମାଜର ଅପୂରଣୀୟ କ୍ଷତି ଯାହା ଲାଗି ଦେଶ ଚିନ୍ତା କରିବା ଆବଶ୍ୟକ ସେଥିଲାଗି କୌଣସି ପରାମର୍ଶ ଏଥିରେ ଦିଆଯାଇନାହିଁ। ବରଂ ଏହି ସଂଗଠନ ମନ୍ତବ୍ୟ ଦେଉଛି ଯେ ଧନୀ ଦେଶମାନଙ୍କରେ ଆତ୍ମହତ୍ୟାର ମାତ୍ରା କମ। ଯଦି ଏହା ସତ ତେବେ ଆତ୍ମହତ୍ୟାର ଶୀର୍ଷରେ ଦକ୍ଷିଣ କୋରିଆ ଓ ଜାପାନ ଭଳି ଦେଶ ଲଗାତର କାହିଁକି ରହୁଛନ୍ତି? କାହିଁକି ଭେନେଜୁଏଲା, ଇଣ୍ଡୋନେସିଆ ଓ ଫିଲିପାଇନ୍ସ ଭଳି ଦେଶ ଆତ୍ମହତ୍ୟା ତାଲିକାରେ ସର୍ବନିମ୍ନରେ ରହୁଛନ୍ତି?

ବିଶ୍ଵର ଧନୀ ଦେଶ ମଧ୍ୟରେ ଯଦି ୨୦୦୫ ମସିହାର ତଥ୍ୟରେ ଦକ୍ଷିଣ କୋରିଆ ଭଳି ଏକ ଧନୀ ଦେଶ ବିଶ୍ଵ ଆତ୍ମହତ୍ୟା ତାଲିକାରେ ଶୀର୍ଷରେ ରୁହେ ଓ ୨୦୨୨ ମସିହାରେ ମଧ୍ୟ ସେହି ଦେଶ ଶୀର୍ଷରେ ରୁହେ ତେବେ ଏହା ଆଜିର ଅର୍ଥ ବ୍ୟବସ୍ଥାର ଏକ ପ୍ରସଙ୍ଗ ହେବା କଥା ନୁହେଁ କି? ସେହିଭଳି, ଭାରତରେ ମହାରାଷ୍ଟ୍ର, ତାମିଲନାଡୁ ଇତ୍ୟାଦି ଦେଶ ସେହି ୨୦୦୫ ଓ ୨୦୨୨ ମସିହାରେ ଶୀର୍ଷରେ ରୁହନ୍ତି ତେବେ ଏହା କ’ଣ ଭାରତ ଲାଗି ଏକ ଅର୍ଥନୈତିକ ବ୍ୟବସ୍ଥାଗତ ପ୍ରଶ୍ନ ହୋଇନପାରେ?

ବିଶ୍ଵ ସ୍ୱାସ୍ଥ୍ୟ ସଂଗଠନର ୨୦୦୪ ମସିହାର ତଥ୍ୟ ଅନୁସାରେ ବିଶ୍ୱରେ ୧୫ ରୁ ୪୪ ବର୍ଷ ବୟସର ଲୋକେ ଯେଉଁ କେତେକ କାରଣରୁ ମୃତ୍ୟୁବରଣ କରିଛନ୍ତି ସେହି ତାଲିକାରେ ଆତ୍ମହତ୍ୟା ଅଷ୍ଟମ ସ୍ଥାନରେ ରହିଥିଲା। କିନ୍ତୁ ଆମେ ଯେବେ ୨୦୨୧ ମସିହାରେ ପହଞ୍ଚୁଛେ ସେତେବେଳେ ଆତ୍ମହତ୍ୟାର ସ୍ଥାନ ଅଷ୍ଟମ ସ୍ଥାନରୁ ଚତୁର୍ଥ ସ୍ଥାନକୁ ଚାଲିଆସିଛି ଅର୍ଥାତ ଆତ୍ମହତ୍ୟା ଅଧିକ ପ୍ରମୁଖ କାରଣ ପାଲଟିଯାଇଛି। ଏହି ପରିବର୍ତ୍ତନ ବିଶ୍ଵର ଅନେକ ଦେଶରେ ହେଉଛି। ଏଥିଲାଗି ଯେ ରାଷ୍ଟ୍ରୀୟ ବ୍ୟବସ୍ଥାରେ ପରିବର୍ତ୍ତନ ଆବଶ୍ୟକ ସେ ଦିଗରେ ନା ବିଶ୍ଵ ସ୍ୱାସ୍ଥ୍ୟ ସଂଗଠନ, ଆନ୍ତର୍ଜାତିକ ଶ୍ରମ ସଂଗଠନ, ନା ଜାତିସଙ୍ଗ ମାନବିକ ଅଧିକାର ସଂଗଠନ କେହି ବି ଆଦୌ ଚେତାଇ ଦେଉନାହାନ୍ତି।

ଆଇସିଏମଆର ନିଜର ୨୦୧୮ ମସିହାର ରିପୋର୍ଟରେ ପ୍ରକାଶ କରୁଛି ଯେ ଭାରତରେ ମଧ୍ୟ ୧୫ରୁ ୪୪ ବର୍ଷ ବୟସର ମୃତ୍ୟୁବରଣ କରୁଥିଲା ଲୋକଙ୍କ ମଧ୍ୟରେ ଆତ୍ମହତ୍ୟା କାରଣରୁ ସର୍ବାଧିକ ଲୋକ ନିଜର ଜୀବନ ହରାଇଥିଲେ। ଯଦିଓ ଏହାପର ବର୍ଷମାନଙ୍କରେ କୋଭିଡ କାରଣରୁ ଅଧିକ ଲୋକ ମୃତ୍ୟୁ ବରଣ କରିଛନ୍ତି। କିନ୍ତୁ ୨୦୨୧ ମସିହାରେ ଆତ୍ମହତ୍ୟା ପୁଣି ଶୀର୍ଷକୁ ଆସିଯାଇଛି ଓ ସମୁଦାୟ ଆତ୍ମହତ୍ୟା କରୁଥିବା ଲୋକଙ୍କ ସଂଖ୍ଯାରେ ମଧ୍ୟ ବୃଦ୍ଧି ଘଟିଛି। ଆତ୍ମହତ୍ୟାର ମାତ୍ରା ପୁଣି ଗ୍ରାମାଞ୍ଚଳଠାରୁ ସହରାଞ୍ଚଳରେ ଅଧିକ।

ଯଦି ତୁଳନାତ୍ମକ ଭାବରେ ବି ଦେଖିବା ତେବେ ୧୯୬୭ ମସିହାରେ ସମୁଦାୟ ଆତ୍ମହତ୍ୟା ସଂଖ୍ୟା (୩୮୮୨୯)ଠାରୁ ୨୦୧୯ ମସିହାରେ ସମୁଦାୟ ଆତ୍ମହତ୍ୟା ସଂଖ୍ୟାରେ (୧୩୯୧୨୩) ପ୍ରାୟ ଚାରିଗୁଣା ବୃଦ୍ଧି ଘଟିଛି। ପୁଣି ସେହି ସମୟ ମଧ୍ୟରେ ପୁରୁଷଙ୍କ ମଧ୍ୟରେ ନାରୀମାନଙ୍କ ତୁଳନାରେ ଆତ୍ମହତ୍ୟା ସଂଖ୍ୟାରେ ଅଧିକ ବୃଦ୍ଧି ଘଟିଛି। ଯଦି ଜନସଂଖ୍ୟାରେ ବୃଦ୍ଧି ହେତୁ ଏପରି ହେଉଥାଏ ବୋଲି କୁହାଯିବ ତେବେ ଅର୍ଥନୈତିକ ଓ ରାଜନୈତିକ ସ୍ତରରେ ଦେଶ ୧୯୬୭ ପରଠାରୁ କୌଣସି ପ୍ରଗତି କରିନଥିବାକୁ ସ୍ଵୀକାର କରିବାକୁ ହେବ? ବରଂ ଆମେ ନିମ୍ନସ୍ତରକୁ ଯାଉଥିବା କୁହାଯିବ?

ବିଫଳତାକୁ ଅସ୍ଵୀକାର

ଆମର ସମଗ୍ର ଅର୍ଥନୈତିକ ବ୍ୟବସ୍ଥା କ୍ରମଶଃ ଗାଁ କୈନ୍ଦ୍ରିକରୁ ସହର କୈନ୍ଦ୍ରିକରେ ପରିବର୍ତ୍ତନ ହୋଇସାରିଛି। ଏବେ ବି ପୁରୁଷ ପରିବାରର ମୁଖ୍ୟ ହୋଇରହିଛି। ଏଭଳି ପରିବର୍ତ୍ତନ ସତ୍ତ୍ୱେ ଓ ଏ ଭଳି ସଂବେଦନଶୀଳ ତଥ୍ୟ ଲଗାତର ପ୍ରକାଶିତ ହେବା ସତ୍ତ୍ୱେ ଦେଶର ସ୍ୱାସ୍ଥ୍ୟ ମନ୍ତ୍ରଣାଳୟ, ପାର୍ଲାମେଣ୍ଟ, ସୁପ୍ରିମ କୋର୍ଟ ଓ କୌଣସି ବିରୋଧୀ ଦଳ ମଧ୍ୟ ଦେଶର ଚିନ୍ତା ଭାବନାରେ ପରିବର୍ତ୍ତନ ଯେ ଜରୁରୀ ସେ ଦିଗରେ ଆମକୁ ସୂଚାଇଦେଉନାହାନ୍ତି। ସମସ୍ତେ ଏହାକୁ ବ୍ୟକ୍ତିଗତ ମନେକରୁଛନ୍ତି।

ତେବେ କ’ଣ ଆମେ ଅପେକ୍ଷା କରିବା ଯେ ଏ ଦେଶରେ କେବେ ନିୟମ ପ୍ରଣୟନକାରୀ ଶାସକ ବର୍ଗ ଓ ସମୀକ୍ଷା କରୁଥିବା ବିଚାରପତି ତଥା ମିଡିଆ ମୁଖ୍ୟଙ୍କ ମଧ୍ୟରେ ଆତ୍ମହତ୍ୟା ପ୍ରବଣତା ଦେଖାଯାଉ, ତେବେ ଯାଇ ପରିସ୍ଥିତିରେ ପରିବର୍ତ୍ତନ ଘଟିବ? କିନ୍ତୁ ତାହା ମଧ୍ୟ ହେବ ନାହିଁ। ତଥ୍ୟ କହୁଛି ଯେ ଆତ୍ମହତ୍ୟା କରୁଥିବା ବର୍ଗ ମୁଖ୍ୟତଃ ସହରୀ ମଧ୍ୟବିତ୍ତ ବର୍ଗ। ଯଦିଓ ଗ୍ରାମାଞ୍ଚଳରେ ଆତ୍ମହତ୍ୟାର ସଂଖ୍ୟା କମ କୁହାଯାଉଛି କିନ୍ତୁ ସମୁଦାୟ ଜୀବନ ହାରୁଥିବା ଲୋକଙ୍କ ମଧ୍ୟରେ ଆଦିବାସୀ ଓ ଦଳିତ ବର୍ଗ ସମ୍ପର୍କରେ ତଥ୍ୟ ନିଆଯାଉ ନାହିଁ। କେବଳ ନିଜସ୍ଵ ଅନୁଧ୍ୟାନ କହୁଛି ଯେ ଆଦିବାସୀ ବର୍ଗ ମଧ୍ୟରେ ଆତ୍ମହତ୍ୟାର ପ୍ରବଣତା ଯଥେଷ୍ଟ କମ।

ବିଶ୍ଵ ସ୍ୱାସ୍ଥ୍ୟ ସଂଗଠନ ବିଶ୍ଵବ୍ୟାପୀ ଆତ୍ମହତ୍ୟାର କାରଣମାନଙ୍କ ମଧ୍ୟରେ ଆର୍ଥିକ ସମସ୍ଯାକୁ ପ୍ରାଥମିକତା ଦେଇଛି। ଅକ୍ସଫାମ ରିପୋର୍ଟ ମଧ୍ୟ କହିଚାଲିଛି ଯେ ଦେଶରେ ଧନୀ ଲୋକଙ୍କ ନିକଟରେ ଅଧିକ ସମ୍ପତ୍ତି ଠୁଳ ହେଉଛି ଓ ସମାଜର ନିମ୍ନରେ ଥିବା ୫୦ ଭାଗ ଲୋକ ଧନୀ ଦଶ ଭାଗ ଲୋକଙ୍କଠାରୁ ଛଅ ଗୁଣା ଅଧିକ ପରୋକ୍ଷ ଟିକସ ଦେଉଛନ୍ତି। ଏହି ସମସ୍ତ ତଥ୍ୟକୁ ଏକାଠି ଦେଖିଲେ ଆର୍ଥିକ ସମସ୍ୟା ହେତୁ ପ୍ରତ୍ୟେକ ଆତ୍ମହତ୍ୟା ପଛରେ ଦେଶର ଅର୍ଥ ବ୍ୟବସ୍ଥା କ’ଣ ଦାୟୀ ନୁହେଁ କି?

ବିଶ୍ଵ ସ୍ୱାସ୍ଥ୍ୟ ସଂଗଠନ କଥା ଯଦି ସତ ହୁଏ ତେବେ ଅସୁସ୍ଥ ମଣିଷ ଯେବେ ପ୍ରାଇଭେଟ ହସ୍ପିଟାଲରେ ଖର୍ଚ୍ଚ କରି ବେଦମ ହୋଇଯାଏ ସେତେବେଳେ ସେ ପରିବାର ଉପରେ ପୁଣି ବୋଝ ହେବା ଅପେକ୍ଷା ଆତ୍ମହତ୍ୟାର ରାସ୍ତା ହୁଏତ ବାଛୁଥାଇ ପାରେ। ଆମର ପ୍ରଶାସନ ପ୍ରତ୍ୟେକ ମଣିଷ ଲାଗି ସମାନ ଧାରଣା ଅବଲମ୍ବନ କରୁନଥିବାରୁ ଏ ଦିଗରେ କୌଣସି ତଥ୍ୟ ମଧ୍ୟ ସରକାରଙ୍କ ପାଖରେ ନାହିଁ।

ଶେଷରେ

ମଣିଷ ଅଧିକରୁ ଅଧିକ ଅସୁରକ୍ଷିତ ହେଉଛି ଓ ସହରୀ ଯୁବ ମଣିଷ ମଧ୍ୟରେ ଆତ୍ମହତ୍ୟା ପ୍ରବଣତା ଅଧିକ ଦେଖାଯାଉଛି। ଏହି ବିଷମ ସ୍ଥିତିରୁ ଉଦ୍ଧାର କରିବା ଲାଗି ବ୍ୟକ୍ତି ଚାରିପାଖରେ ନା ତାହାର ଯୌଥ ପରିବାର ରହିଛି ନା ତାହାର ଗୋଷ୍ଠୀ ରହିଛି ନା ତାହାର ସମାଜ ଆଜି ରହିଛି। ଅଧିକରୁ ଅଧିକ ଉତ୍ପାଦନ ଭିତ୍ତିକ ବିକାଶ ନୀତି ହେତୁ ମଣିଷ ଏକ ରୋବୋଟରେ ପରିଣତ ହୋଇଯାଇଛି। ଦେଶର କଠୋର ଆଇନକାନୁନ ବଳରେ ଲୋକଙ୍କ ଭିନ୍ନମତ, ସଂଗଠନ କରିବାର ଅଧିକାର ଇତ୍ୟାଦିକୁ କ୍ଷୁଣ୍ଣ କରିଦିଆଯାଉଛି। ଇତିମଧ୍ୟରେ, ବ୍ୟକ୍ତିର ନିଜସ୍ଵ ଗୋଷ୍ଠୀ ଓ ସମାଜ କେବେଠାରୁ ଭାଙ୍ଗିଯାଇଛି।

ଏହାପରେ, ସଭ୍ୟ ସମାଜ ଏ ସମସ୍ତ ଦିଗରେ ଚିନ୍ତା କରିବା ଆବଶ୍ୟକ ଯେ ପ୍ରକୃତରେ ଆତ୍ମହତ୍ୟା ଏକ ବ୍ୟକ୍ତିଗତ କାରଣ ନା ଏହା ପଛରେ ଦେଶର ସମସ୍ତ ଅନୁଷ୍ଠାନର ବିଫଳତା ଓ ଅର୍ଥନୈତିକ, ସାମାଜିକ ଓ ରାଜନୈତିକ ବ୍ୟବସ୍ଥା ଦାୟୀ?

ଦେବ ରଞ୍ଜନ

ମୋବାଇଲ- ୮୪୫୬୯୩୧୪୨୩

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos

Next Story