ଝାଡ଼ଖଣ୍ଡ ନିର୍ବାଚନର ସଂକେତ

ଦେବେନ୍ଦ୍ର ପୃଷ୍ଟି ଝାଡ଼ଖଣ୍ଡ ବିଧାନସଭା ନିର୍ବାଚନରେ ଭାରତୀୟ ଜନତା ପାର୍ଟି ହାରି ନାହିଁ ମୁଁ ହାରିଛି ବୋଲି ବିଦାୟୀ ମୁଖ୍ୟମନ୍ତ୍ରୀ ରଘୁବର ଦାସ ସଫେଇ ଦେଲେ ମଧ୍ୟ ଏହା ଯେ ବିଜେପି ନେତୃତ୍ୱ ବିରୋଧରେ ଏକ ରାୟ ତାହା ସ୍ୱୀକାର କରିବାକୁ ପଡ଼ିବ। ଏହି ପରାଜୟ ପଛରେ ମୁଖ୍ୟମନ୍ତ୍ରୀ ରଘୁବର ଦାସ ଏକ ପ୍ରମୁଖ କାରଣ ନିଶ୍ଚୟ, ତେବେ ଏହା ପଛରେ ବିଜେପିର ରାଷ୍ଟ୍ରୀୟ ବିଫଳତା ମଧ୍ୟ ଅନ୍ୟ ଏକ କାରଣ, ଏହାକୁ ଅସ୍ୱୀକାର କରିବାର ଅର୍ଥ, […]

er

er

Debendra Prusty
  • Published: Monday, 23 December 2019
  • Updated: 23 December 2019, 07:18 PM IST

Sports

Latest News

ଦେବେନ୍ଦ୍ର ପୃଷ୍ଟି

ଝାଡ଼ଖଣ୍ଡ ବିଧାନସଭା ନିର୍ବାଚନରେ ଭାରତୀୟ ଜନତା ପାର୍ଟି ହାରି ନାହିଁ ମୁଁ ହାରିଛି ବୋଲି ବିଦାୟୀ ମୁଖ୍ୟମନ୍ତ୍ରୀ ରଘୁବର ଦାସ ସଫେଇ ଦେଲେ ମଧ୍ୟ ଏହା ଯେ ବିଜେପି ନେତୃତ୍ୱ ବିରୋଧରେ ଏକ ରାୟ ତାହା ସ୍ୱୀକାର କରିବାକୁ ପଡ଼ିବ। ଏହି ପରାଜୟ ପଛରେ ମୁଖ୍ୟମନ୍ତ୍ରୀ ରଘୁବର ଦାସ ଏକ ପ୍ରମୁଖ କାରଣ ନିଶ୍ଚୟ, ତେବେ ଏହା ପଛରେ ବିଜେପିର ରାଷ୍ଟ୍ରୀୟ ବିଫଳତା ମଧ୍ୟ ଅନ୍ୟ ଏକ କାରଣ, ଏହାକୁ ଅସ୍ୱୀକାର କରିବାର ଅର୍ଥ, ଜନମତର ଭୁଲ ଅନୁଶୀଳନ ହେବ। ଛଅ ବର୍ଷ ତଳେ ୨୦୧୪ ସାଧାରଣ ନିର୍ବାଚନରେ ଯେଉଁ ଆଶା ଭରସା ନେଇ ନରେନ୍ଦ୍ର ମୋଦୀଙ୍କ ନେତୃତ୍ୱାଧୀନ ଭାରତୀୟ ଜନତା ପାର୍ଟିକୁ ଲୋକେ ଭାରତବାସୀ ସରକାର ଗଢ଼ିବାକୁ ସମର୍ଥନ ଦେଇଥିଲେ ଓ ୨୦୧୪ ନିର୍ବାଚନରେ ତାହାର ପୁନରାବୃତ୍ତି କରିଥିଲେ ତାହା ଫଳବତୀ ହୋଇନଥିବାରୁ ଏପରି ହେଲା ବୋଲି କୁହାଯାଇପାରେ।

୨୦୧୪ ନିର୍ବାଚନରେ ମୋଦୀଙ୍କର ମୁଖ୍ୟ ସ୍ଲୋଗାନ ଥିଲା ‘ସବ୍‌ କା ସାଥ୍‌ ସବ୍‌ କା ବିକାଶ’ ଓ ‘କଂଗ୍ରେସ ମୁକ୍ତ ଭାରତ’। କଂଗ୍ରେସ ନେତୃତ୍ୱାଧୀନ ଉପାର ସରକାର ଅମଳରେ ପ୍ରବଳ ଦୁର୍ନୀତି ଓ କୁପରିଚାଳନା କାରଣରୁ ଆର୍ଥିକ ଅଭିବୃଦ୍ଧି ହାର ତଳକୁ ଖସିଥିଲା। ଶିଳ୍ପ, ବ୍ୟବସାୟ ଓ କୃଷି କ୍ଷେତ୍ରରେ ନିରାଶାର ବାତାବରଣ ଛାଇଯାଇଥିଲା। ଦରବୃଦ୍ଧି ଓ ରୋଜଗାର ହାନୀ ଯୋଗୁଁ ଲୋକଙ୍କମାନଙ୍କର ବ୍ୟକ୍ତିଗତ ଅର୍ଥନୀତି ଭୁଶୁଡ଼ି ପଡ଼ିଥିଲା। ଏଥିରେ ଦେଶର ପ୍ରାୟ ସବୁ ବର୍ଗର ଲୋକେ ଅସନ୍ତୁଷ୍ଟ ଥିଲେ। ତେଣୁ ସେମାନେ ଲଗାତାର ଦୁଇ ଥର ଶାସନ ସମ୍ଭାଳିଥିବା କଂଗ୍ରେସକୁ ଏକରକମ ମୂଳପୋଛ କରି ମୋଦୀଙ୍କ ଉପରେ ଭରସା କରିଥିଲେ। ପ୍ରଥମ ଦଫାରେ ମୋଦୀ ସରକାର ବିମୁଦ୍ରାକରଣ ଓ ଜିଏସଟି ଲାଗୁ କରି ଅନେକ ଲୋକଙ୍କୁ ଅସନ୍ତୁଷ୍ଟ କରିଥିଲେ ମଧ୍ୟ ପାକିସ୍ତାନ ବିରୋଧରେ ସର୍ଜିକାଲ ଷ୍ଟ୍ରାଇକ୍‌ କରି ସମଗ୍ର ଦେଶରେ ଦେଶପ୍ରେମର ଲହର ସୃଷ୍ଟି କରିବାରେ ସଫଳ ହୋଇଥିଲେ। ଏହି ଦେଶପ୍ରେମର ଜାଗରଣ ହିଁ ମୋଦୀଙ୍କୁ ଦ୍ୱିତୀୟ ଥର ଅଧିକ ଜନମତ ଆଣିଦେଲା ଓ ସେ ପୁନର୍ବାର ପ୍ରଧାନମନ୍ତ୍ରୀ ହେଲେ। ପ୍ରଧାନମନ୍ତ୍ରୀ ହେବା ପରେ ସେ ସମ୍ବିଧାନର ସୁରକ୍ଷା ଓ ସାଧାରଣ ଲୋକଙ୍କ ସ୍ୱାର୍ଥ ରକ୍ଷା ପାଇଁ କାମ କରିବେ ବୋଲି ପ୍ରତିଶ୍ରୁତି ଦେଲେ। ନୂଆ ସ୍ଲୋଗାନ ଦେଲେ ସବ୍‌ କା ସାଥ୍‌ ସବ୍‌ କା ବିକାଶ ସବ୍‌ କା ବିଶ୍ୱାସ। କିନ୍ତୁ ଦ୍ୱିତୀୟ ଦଫା ମୋଦୀ ଶାସନର ଆରମ୍ଭରୁ କେନ୍ଦ୍ର ସରକାର ସବୁ ଲୋକଙ୍କ ବିକାଶ ଓ ବିଶ୍ୱାସ କଥା ଭୁଲି ଭାରତୀୟ ଜନତା ପାର୍ଟିର ବହୁ ପୁରୁଣା ଇସ୍ତାହାର କାର୍ଯ୍ୟକାରୀ କରିବାରେ ତତ୍ପରତା ପ୍ରକାଶ କଲେ। ପ୍ରଥମ ପାଞ୍ଚ ବର୍ଷର ପ୍ରଦର୍ଶନ ପ୍ରଭାବରେ ପଞ୍ଜାବ, ରାଜସ୍ଥାନ, ମଧ୍ୟ ପ୍ରଦେଶ, ଛତିଶଗଡ଼ ଆଦି ରାଜ୍ୟରେ ବିଜେପି ପରାଭବ ପାଇଥିଲା। ଏହାକୁ ଏକ ସଂକେତ ଭାବେ ଗ୍ରହଣ କରି ଦଳୀୟ ନେତୃବର୍ଗ ଲୋକଙ୍କ ପାଇଁ କାମ କରିବାର ଥିଲା। ବିକାଶ ଓ ଅଭିବୃଦ୍ଧି ଉପରେ ଗୁରୁତ୍ୱ ଦେବାର ଥିଲା। ତା’ ନକରି କେନ୍ଦ୍ର ସରକାର କାଶ୍ମୀର, ରାମ ମନ୍ଦିର ଓ ନାଗରିକତା ଆଇନ ଆଦି ଉପରେ ଅଧିକ ଗୁରୁତ୍ୱ ଦେଲେ। ତେଣେ ଉପା ସରକାରଙ୍କ ସମୟର ନୀତିଗତ ପକ୍ଷାଘାତ ପରି ମୋଦୀଙ୍କ ଏନଡିଏ ସରକାରର ନୀତି ଓ ନିଷ୍ପତ୍ତିଗତ ଅଚଳାବସ୍ଥା କାରଣରୁ ଅନେକ ନିତ୍ୟ ବ୍ୟବହାର୍ଯ୍ୟ ସାମଗ୍ରୀର ଦରଦାମ ବୃଦ୍ଧି ପାଇଲା, ଯାହାର ସିଧାସଳଖ ପ୍ରଭାବ ସାଧାରଣ ଲୋକଙ୍କ ଉପରେ ପଡ଼ିଲା। ସେହିପରି ଶିଳ୍ପ ଓ ବ୍ୟବସାୟ କ୍ଷେତ୍ରରେ ସୃଷ୍ଟି ହୋଇଥିବା ମାନ୍ଦାବସ୍ଥା ଯୋଗୁଁ ଲୋକମାନଙ୍କ ପାଇଁ ନିଯୁକ୍ତି ସୁଯୋଗ ବୃଦ୍ଧି ପାଇବା ପରିବର୍ତ୍ତେ କମିଲା। ଏଥିରେ ମଧ୍ୟ ଦେଶର ଲୋକମାନେ କ୍ଷତିଗ୍ରସ୍ତ ହେଲେ। ଏବେ ସମଗ୍ର ଦେଶରେ ଆଳୁ, ପିଆଜ, ପରିବା, ଡାଲି, ତେଲ, ଚିନି ଆଦି ଅତ୍ୟାବଶ୍ୟକ ଦ୍ରବ୍ୟର ଦର ଗତ ଦୁଇ ବର୍ଷ ତୁଳନାରେ ଯଥେଷ୍ଟ ଅଧିକ। ଲୋକେ ଆଶା କରୁଥିଲେ ମୋଦୀଙ୍କ ପରି କଠିନ ପରିଶ୍ରମୀ ପ୍ରଧାନମନ୍ତ୍ରୀ ଏହି ସମସ୍ୟା ସମାଧାନ କରିବାରେ ସଫଳ ହେବେ। ମାତ୍ର, ସେମାନେ ଦେଖିଲେ ତାଙ୍କ ସରକାରର ଦୃଷ୍ଟି ଏସବୁ ସାଧାରଣ ତଥା ଜାତୀୟ ସମସ୍ୟା ଉପରେ ନାହିଁ କହିଲେ ଚଳେ। ମୋଦୀ ସରକାର ଦେଶପ୍ରେମ ଓ ରାଷ୍ଟ୍ରବାଦ ଉପରେ ଅଧିକ ଗୁରୁତ୍ୱ ଦେଉଛି। ଏହା ଲୋକଙ୍କର ଆଶା ଓ ଭରସା ସହିତ ବିଶ୍ୱାସ ଭଙ୍ଗ କଲା। ତେଣୁ ସେମାନେ ଗୋଟିଏ ପରେ ଗୋଟିଏ ରାଜ୍ୟ ନିର୍ବାଚନରେ ବିଜେପି ଉପରେ ଅସନ୍ତୋଷ ପ୍ରକଟ କଲେ। ଏହି କ୍ରମରେ ୨୦୧୭ ମସିହାରେ ଯେଉଁ ବିଜେପି ଏକଦା ଭାରତବର୍ଷର ୭୧ ପ୍ରତିଶତ ଅଞ୍ଚଳରେ ଶାସନ କ୍ଷମତା ଗ୍ରହଣ କରିଥିଲା ଝାଡ଼ଖଣ୍ଡ ନିର୍ବାଚନ ପରିଣତି ସହିତ ତାହା ୩୫ ପ୍ରତିଶତକୁ ଖସି ଆସିଲା। ଏହାର କାରଣ ଅନ୍ୟ କୌଣସି ଦଳ ବା ପର୍ଯ୍ୟବେକ୍ଷକଙ୍କ ଅପେକ୍ଷା ବିଜେପିକୁ ହିଁ ଖୋଜିବାକୁ ପଡ଼ିବ।

୨୦୧୪ ଝାଡ଼ଖଣ୍ଡ ନିର୍ବାଚନରେ ଭାରତୀୟ ଜନତା ପାର୍ଟି ରାଜ୍ୟର ୮୧ରୁ ୩୭ ଆସନ ଲାଭ କରିଥିଲା। ଏହି ଦଳ ଆଜସୁ ସହିତ ମେଣ୍ଟ କରି ସରକାର ଗଢ଼ିଥିଲା। ପ୍ରଥମ ଥର ପାଇଁ ଏକ ଆଦିବାସୀ ଅଧ୍ୟୁସିତ ରାଜ୍ୟରେ ଅଣଆଦିବାସୀ ରଘୁବର ଦାସଙ୍କୁ ମୁଖ୍ୟମନ୍ତ୍ରୀ କରାଗଲା। ଦଳର ସେହି ନିଷ୍ପତ୍ତିରୁ ଆରମ୍ଭ ହୋଇଥିଲା ଝାଡ଼ଖଣ୍ଡ ବାସୀଙ୍କ ସହିତ ବିଶ୍ୱାସଘାତ। ଖାସ୍‌ ଆଦିବାସୀଙ୍କ ପାଇଁ ଏକ ସ୍ୱତନ୍ତ୍ର ରାଜ୍ୟ ଗଠନ ଦାବିରେ ଆରମ୍ଭ ହୋଇଥିଲା ଝାଡ଼ଖଣ୍ଡ ଆନ୍ଦୋଳନ। ଏହି ଆନ୍ଦୋଳନ ସଫଳ ହୋଇ ବିହାର ବିଭାଜନ ଜରିଆରେ ସ୍ୱତନ୍ତ୍ର ଝାଡ଼ଖଣ୍ଡ ରାଜ୍ୟ ଗଠନ ହେବା ପରେ ୨୦୧୪ ଯାଏଁ ସେଠାରେ କେବଳ ଆଦିବାସୀମାନେ ମୁଖ୍ୟମନ୍ତ୍ରୀ ହୋଇଥିଲେ। ରାଜ୍ୟ ଗଠନର ୧୪ ବର୍ଷ ଭିତରେ ରାଜନୀତିକ ଅସ୍ଥିରତା କାରଣରୁ ୮ ଜଣ ଆଦିବାସୀ ନେତା ମୁଖ୍ୟମନ୍ତ୍ରୀ ହୋଇଥିଲେ। କିନ୍ତୁ ରଘୁବର ଦାସ ପ୍ରଥମ ମୁଖ୍ୟମନ୍ତ୍ରୀ ଭାବେ ରାଜ୍ୟରେ ୫ ବର୍ଷ ଶାସନ କାଳ ପୂରଣ କଲେ। ଏହା ନିଶ୍ଚୟ ଏକ ରେକର୍ଡ଼। ତେବେ, ଏହି ୫ ବର୍ଷ ମଧ୍ୟରେ ମୁଖ୍ୟମନ୍ତ୍ରୀ ରଘୁବର ଦାସ ଆଦିବାସୀମାନଙ୍କର ନିଯୁକ୍ତି, ରୋଜଗାର ବୃଦ୍ଧି ଓ ସଶକ୍ତିକରଣର ଦିଗରେ ଉତ୍ସର୍ଗୀକୃତ ଭାବେ କାମ ନକରି ଅନେକ କ୍ଷେତ୍ରରେ ସେମାନଙ୍କ ବିରୋଧରେ କାମ କଲେ। ପ୍ରଥମେ ତାଙ୍କର ସହଯୋଗୀ ଆଜସୁ ରଘୁବର ଦାସଙ୍କ ସରକାରରେ ଥାଇ ମଧ୍ୟ ବିରୋଧୀ ଦଳର ଭୂମିକା ନିର୍ବାହ କଲା। କାରଣ ହେଲା ସେ ସରକାରୀ ନିଷ୍ପତ୍ତିରେ ଆଜସୁର ପରାମର୍ଶ ଗ୍ରହଣ କଲେ ନାହିଁ। ଆଜସୁ ମୁଖ୍ୟ ସୁଦେଶ ମାହାତୋ ଶେଷ ଯାଏଁ ସରକାରରେ ଅଂଶୀଦାର ଥିଲେ ମଧ୍ୟ ଏଇ ନିର୍ବାଚନ ପୂର୍ବରୁ ମେଣ୍ଟରୁ ଅଲଗା ହୋଇ ନିର୍ବାଚନ ଲଢ଼ିଲେ। ଏଥିରେ ଆଜସୁର ଯେତିକି କ୍ଷତି ହେଲା ବିଜେପିର ମଧ୍ୟ ସେତିକି କ୍ଷତି ହେଲା। ସେହିପରି ରଘୁବର ନିଜକୁ ଝାଡ଼ଖଣ୍ଡ ବିଜେପିର ଏକାଙ୍ଗ ଚକ୍ରବର୍ତ୍ତୀ ନେତା ଭାବେ ପ୍ରତିଷ୍ଠିତ କରିବା ଲକ୍ଷ୍ୟରେ ପୂର୍ବତନ ମୁଖ୍ୟମନ୍ତ୍ରୀ ଅର୍ଜୁନ ମୁଣ୍ଡାଙ୍କୁ ମଧ୍ୟ କୌଶଳକ୍ରମେ ଆଡ଼େଇ ଦେଲେ। ମୁଣ୍ଡା ଏବେ କେନ୍ଦ୍ର ସରକାରରେ ଆଦିବାସୀ ବ୍ୟାପାର ମନ୍ତ୍ରୀ ଦାୟିତ୍ୱରେ ଥିଲେ ମଧ୍ୟ ରାଜ୍ୟ ସରକାରଙ୍କ ସହିତ ତାଙ୍କର ସଂପର୍କ ସେତେ ଭଲ ନଥିଲା। ଏହି ନିର୍ବାଚନରେ ରଘୁବର ଦାସ ନିଜ ବିରୋଧୀଙ୍କୁ ଦଳୀୟ ପ୍ରାର୍ଥୀ ନକରି ଅନ୍ୟ ଏକ ଭୁଲ କଲେ। ସେ ବିଦାୟୀ ବିଧାନସଭାର ସଦସ୍ୟ ଥିବା ଅର୍ଜୁନ ମୁଣ୍ଡାରଙ୍କର ୧୧ ଜଣ ସମର୍ଥକଙ୍କୁ ଟିକେଟ ଦେଲେ ନାହିଁ। ସ୍ୱାଭାବିକ ଭାବେ ସେହି ନେତାମାନେ ଯେଉଁ ମନପ୍ରାଣ ଦେଇ ଦଳ ସପକ୍ଷରେ କାମ କରିବା କଥା କରି ନଥିବେ। ତାହାର ପ୍ରଭାବ ଯେ ପରିଣାମ ଉପରେ ପଡ଼ିନାହିଁ ତାହା କୁହାଯାଇ ପାରିବ ନାହିଁ। ରଘୁବର ନିଜର ବ୍ୟକ୍ତିଗତ ପ୍ରତିଷ୍ଠା ପାଇଁ ନିଜ ମନ୍ତ୍ରୀ ସହଯୋଗୁ ସରଯୁ ରାୟଙ୍କୁ ମଧ୍ୟ ହତାଦର କଲେ ଯା’ ଫଳରେ ସେ ଏ ନିର୍ବାଚନରେ ମୁଖ୍ୟମନ୍ତ୍ରୀଙ୍କ ବିରୋଧରେ ଜାମସେଦପୁର ପୂର୍ବ ଆସନରେ ପ୍ରାର୍ଥୀ ହେଲେ ଓ ରଘୁବରଙ୍କୁ ପରାଜୟ ନିକଟକୁ ଟାଣିନେଲେ। ଦଳ ଭିତରେ ବହୁଥିବା ଏ ପ୍ରକାର ଅସନ୍ତୋଷ ପାଇଁ ପୂର୍ବ ବିଧାନସଭାରେ ବିଜେପିର ୩୭ ସଦସ୍ୟ ଥିଲାବେଳେ ଏଥର ଗଣତି ଧାରାରୁ ଜଣାପଡ଼ୁଛି ଯେ ବିଜେପି ଅନ୍ୟୁନ ୧୩ଟି ଆସନ ହରାଉଛି। ଦଳୀୟ ପରାଜୟର ଅନ୍ୟ ଏକ କାରଣ ହେଲା ଆଦିବାସୀଙ୍କ ଅସନ୍ତୋଷ। ଝାଡ଼ଖଣ୍ଡ ମୂଳତଃ ଏକ ଆଦିବାସୀ ଅଧ୍ୟୁସିତ ରାଜ୍ୟ। ସେଠାରେ ଆଦିବାସୀଙ୍କ ସୁରକ୍ଷା ରାଜ୍ୟ ସରକାରଙ୍କର ପ୍ରଥମ କର୍ତ୍ତବ୍ୟ ହେବା ଉଚିତ। କିନ୍ତୁ ରଘୁବର ଦାସଙ୍କ ସରକାର ଆଦିବାସୀଙ୍କ ସଂପତ୍ତି ଅଧିକାରକୁ ସୁଦୃଢ଼ କରିବା ପରିବର୍ତ୍ତେ ସେମାନଙ୍କ ସ୍ୱାର୍ଥ ବିରୋଧରେ ଯାଇଁ ଛୋଟନାଗପୁର ଟେନାସି ଆଇନ ଓ ସାନ୍ତାଳ ପ୍ରଗାଣ ଆଇନ ନାମରେ ଦୁଇଟି ଆଇନ ପ୍ରଣୟନ କଲେ। ଏ ଦୁଇଟି ଆଇନ ବଳରେ ରାଜ୍ୟ ସରକାର ଆଦିବାସୀଙ୍କ ଜମି ଶିଳ୍ପ ପାଇଁ ଅଧିଗ୍ରହଣ କରିବା ସହଜ ହେଲା। ଏହା ଫଳରେ ଆଦିବାସୀମାନେ ରଘୁବରଙ୍କୁ ଆଦିବାସୀ ବିରୋଧ ଭାବେ ଗ୍ରହଣ କଲେ ଓ ତାଙ୍କ ଦଳ ବିରୋଧରେ ଭୋଟ ଦେଲେ। ଏହା ସହିତ ଝାଡ଼ଖଣ୍ଡରେ ଗତ ଛଅ ବର୍ଷ ମଧ୍ୟରେ ଘଟିଥିବା ଭିଡ଼ହତ୍ୟାର ମଧ୍ୟ ଭୂମିକା ଥାଇପାରେ। ଗୋ-ସୁରକ୍ଷା ନାଁରେ ବିଜେପି କର୍ମୀ ଓ ସମର୍ଥକମାନେ ଝାଡ଼ଖଣ୍ଡରେ ଏକାଧିକ ଲୋକଙ୍କୁ ପିଟିପିଟି ହତ୍ୟା କରିଛନ୍ତି। ସେଭଳି କାର୍ଯ୍ୟକୁ ନାପସନ୍ଦ କରିଥିବା ଲୋକମାନେ ଏ ନିର୍ବାଚନରେ ବିଜେପି ବିରୋଧରେ ଭୋଟ ଦେଇଥିବା ଅନୁମାନ କରାଯାଇପାରେ।

ଏବେ ଭାରତୀୟ ଜନତା ପାର୍ଟିର ଉଚ୍ଚ ସ୍ତରୀୟ ନେତୃବୃନ୍ଦ ଏହି ନିର୍ବାଚନ ଉପରେ ଗଭୀର ଅନୁଶୀଳନ କରିବା ଉଚିତ। କେବଳ ରାଷ୍ଟ୍ରବାଦ ଓ ଦେଶପ୍ରେମ ଯେ ଦଳକୁ ସବୁ ନିର୍ବାଚନରେ ଜିତାଇବ ତାହା ନଭାବି ଲୋକଙ୍କ ପ୍ରକୃତ ବିକାଶ ଓ ସଶକ୍ତିକରଣ ଦିଗରେ କାର୍ଯ୍ୟ ନକଲେ ଲୋକେ କଂଗ୍ରେସକୁ ପ୍ରତ୍ୟାଖ୍ୟାନ କଲା ପରି ବିଜେପିକୁ ମଧ୍ୟ ପ୍ରତ୍ୟାଖ୍ୟାନ କରିବେ। ଏହା ହୃଦବୋଧ କରି ବିଜେପି ନେତୃତ୍ୱାଧୀନ କେନ୍ଦ୍ର ସରକାର ନିଜର ମାର୍ଗ ଓ କାର୍ଯ୍ୟକ୍ରମ ପରିବର୍ତ୍ତନ କରିବା ଉଚିତ।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos

Next Story