ମାନସିକତାର ଅନ୍ଧାରି ଗଳିରେ ବାଟବଣା ପରିବର୍ତ୍ତନ

ଗତ କିଛି ଦିନ ଧରି ସୋଶାଲ୍‌ ମିଡିଆରେ ଚର୍ଚ୍ଚାର ବିଷୟ ପାଲଟିଯାଇଛନ୍ତି ମାନବପ୍ରେମୀ, ସମାଜସେବୀ ତଥା ମୋଟିଭେସନାଲ୍‌ ସ୍ପିକର ଆଦିତ୍ୟ ଦାଶ। ସେଶାଲ୍‌ ମିଡିଆରେ ମାନବ ପ୍ରେମୀଙ୍କ ମୃତ୍ୟୁ ସମ୍ପର୍କିତ ଖବର ହେଉ ଅବା ତାଙ୍କ ମୋଟିଭେସନାଲ୍‌ ସ୍ପିଚ୍‌ର ଭିଡିଓକୁ ଲୋକମାନେ ବହୁଳ ମାତ୍ରାରେ ଶେଆର କରିବାର ଦେଖିବାକୁ ମିଳିଛି। ୟା ଭିତରେ ଆଦିତ୍ୟଙ୍କ ମୃତ୍ୟୁର ସାତ ଦିନ ବିତିଗଲାଣି। ଗତ ୭ତାରିଖ ଦିନ ଆଦିତ୍ୟଙ୍କ ଶରୀରକୁ ମୃତ ଅବସ୍ଥାରେ ଲିଙ୍ଗରାଜ ଷ୍ଟେସନ ସ୍ଥିତ ରେଳ ଲାଇନରୁ […]

mok

mok

Biswobandita Swain
  • Published: Tuesday, 14 July 2020
  • Updated: 14 July 2020, 06:36 PM IST

ତ କିଛି ଦିନ ଧରି ସୋଶାଲ୍‌ ମିଡିଆରେ ଚର୍ଚ୍ଚାର ବିଷୟ ପାଲଟିଯାଇଛନ୍ତି ମାନବପ୍ରେମୀ, ସମାଜସେବୀ ତଥା ମୋଟିଭେସନାଲ୍‌ ସ୍ପିକର ଆଦିତ୍ୟ ଦାଶ। ସେଶାଲ୍‌ ମିଡିଆରେ ମାନବ ପ୍ରେମୀଙ୍କ ମୃତ୍ୟୁ ସମ୍ପର୍କିତ ଖବର ହେଉ ଅବା ତାଙ୍କ ମୋଟିଭେସନାଲ୍‌ ସ୍ପିଚ୍‌ର ଭିଡିଓକୁ ଲୋକମାନେ ବହୁଳ ମାତ୍ରାରେ ଶେଆର କରିବାର ଦେଖିବାକୁ ମିଳିଛି। ୟା ଭିତରେ ଆଦିତ୍ୟଙ୍କ ମୃତ୍ୟୁର ସାତ ଦିନ ବିତିଗଲାଣି। ଗତ ୭ତାରିଖ ଦିନ ଆଦିତ୍ୟଙ୍କ ଶରୀରକୁ ମୃତ ଅବସ୍ଥାରେ ଲିଙ୍ଗରାଜ ଷ୍ଟେସନ ସ୍ଥିତ ରେଳ ଲାଇନରୁ ଉଦ୍ଧାର କରାଯାଇଥିଲା।

ପ୍ରାଥମିକ ପର୍ଯ୍ୟାୟରେ ଏହା ଏକ ଆତ୍ମହତ୍ୟା ବୋଲି ସନ୍ଦେହ କରାଯାଉଥିଲା। ଏବେ ପୁଲିସ୍‌ ଆଦିତ୍ୟଙ୍କ ପତ୍ନୀ ଏବଂ ତାଙ୍କ ପରିବାରକୁ ପଚରାଉଚରା କରୁଛି। ଗତ ମାସ ଜୁନ୍‌ ୯ତାରିଖରେ ଆଦିତ୍ୟଙ୍କର ବିବାହ ହୋଇଥିଲା। ବିବାହର ଗୋଟେ ମାସ ନପୁରୁଣୁ ଆଦିତ୍ୟ କାହିଁକି ଆତ୍ମହତ୍ୟା କରିବେ ସେ ସନ୍ଦେହରେ ତାଙ୍କ ପତ୍ନୀଙ୍କୁ ପଚରାଉଚରା କରାଗଲା। ମିଡିଆର ପ୍ରଶ୍ନରେ କ୍ୟାମେରା ସାମ୍ନାରେ ତାଙ୍କ ପତ୍ନୀ ବଡ ଦମ୍ଭର ସହ ବୟାନ ମଧ୍ୟ ଦେଲେ। ଯାହାକୁ ନେଇ ଗତ ୭ଦିନ ହେବ ତାଙ୍କ ପତ୍ନୀଙ୍କୁ ନାନା କଥା କୁହାଯାଉଛି। ସାଧାରଣ ଲୋକ ମିଡିଆ ସଂଗ୍ରହ କରିଥିବା ବାଇଟ୍‌ରୁ ତାଙ୍କ ପତ୍ନୀଙ୍କର ଦମ୍ଭ ଏବଂ ସ୍ଥିର ଆଚରଣ ଦେଖି ଆଦିତ୍ୟଙ୍କ ମୃତ୍ୟୁ ପଛରେ ତାଙ୍କ ପତ୍ନୀ ଥାଇପାରନ୍ତି ବୋଲି କହିଛନ୍ତି। କେବଳ ଏତିକି ନୁହେଁ, ଯଦି ସୋଶାଲ୍‌ ମିଡିଆରେ ଆଦିତ୍ୟଙ୍କ ପତ୍ନୀଙ୍କ ବାଇଟ୍‌ର ଭିଡିଓ ଦେଖିବେ ତେବେ ଜାଣିପାରିବେ ଯେ, କେମିତି କେବଳ ସନ୍ଦେହ ଆଧାରରେ ଗୋଟେ ନାରୀର ଚରିତ୍ର ସଂହାର କରାଯାଉଛି। ସ୍ୱାମୀର ମୃତ୍ୟୁ ପରେ ସ୍ତ୍ରୀ ଧୈର୍ଯ୍ୟ କେମିତି ଧରିଛି ବୋଲି ପ୍ରଶ୍ନ କରି କିଛି ଲୋକ ଆଦିତ୍ୟଙ୍କ ପତ୍ନୀ ହିଁ ତାଙ୍କ ମୃତ୍ୟୁର କାରଣ କହି ତାଙ୍କ ଉପରେ ଏସିଡ୍‌ ମାଡ କରାଯାଉ ବୋଲି କମେଣ୍ଟରେ ଲେଖିଛନ୍ତି।

ଅନ୍ୟପଟେ ଗୁଜୁରାଟର ମହିଳା କନଷ୍ଟେବଳ ସୁନୀତା ଯାଦବ। ଗତକିଛି ଦିନ ହେବ ସୁନୀତାଙ୍କ ସାହାସ ଏବଂ ସ୍ୱାଭୀମାନର ଖବର ସାମ୍ନାକୁ ଆସିଛି। ଅବଶ୍ୟ ଆଦିତ୍ୟ ଦାସଙ୍କ ପତ୍ନୀ ବିଦ୍ୟାଶ୍ରୀଙ୍କ ତୁଳନାରେ ତାଙ୍କୁ ନେଇ ଟିକେ କମ୍‌ ଚର୍ଚ୍ଚା ହେଉଛି। ସୋଶାଲ୍‌ ସାଇଟ୍‌ରେ ସୁନୀତାଙ୍କ ସମ୍ପର୍କରେ ଖୁବ୍‌ କମ୍‌ ପୋଷ୍ଟ ଦେଖିବାକୁ ମିଳୁଛି।

ସୁନୀତାଙ୍କ କାହାଣୀ କିଛି ଏମିତି। ବୁଧବାର ରାତି ପ୍ରାୟ ୧୦.୩୦ରେ ଗୁଜରାଟ ସ୍ୱାସ୍ଥ୍ୟ ରାଜ୍ୟମନ୍ତ୍ରୀ ତଥା ବରଛା ରୋଡ୍ ବିଧାୟକ କୁମାର କନାନିଙ୍କ ପୁଅ ପ୍ରକାଶ କନାନି ‌ଏବଂ ତାଙ୍କ ସାଙ୍ଗ ସୁରଟରେ ରାତ୍ରି କର୍ଫ୍ୟୁ ନିୟମ ଉଲଂଘନ କରି ବାହାରେ ବୁଲୁଥିଲେ। ଡ୍ୟୁଟିରେ ଥିବା ମହିଳା କନେଷ୍ଟବଳ ସୁନୀତା ମନ୍ତ୍ରୀଙ୍କ ପୁଅକୁ କର୍ଫ୍ୟୁ ନିୟମ କାହିଁକି ଭାଙ୍ଗିଲେ ବୋଲି ପଚରାଉଚରା କରିଥିଲେ। ଧୀରେ ଧୀରେ କଥାବାର୍ତ୍ତା ଯୁକ୍ତିତର୍କ ଆଡକୁ ମୁହାଁଇଲା। ଏହାକୁ ନେଇ ମନ୍ତ୍ରୀଙ୍କ ପୁଅ ସୁନୀତାଙ୍କୁ ଧମକ ଦେଇଥିଲେ। ପ୍ରକାଶଙ୍କ ଦୁଇଜଣ ସାଙ୍ଗ ସୁନୀତାଙ୍କୁ ଗାଳିଗୁଳଜ ମଧ୍ୟ କରିଥିଲେ। ତଥାପି ସୁନୀତା ଏଥିରେ ଡରି ନଥିଲେ ବରଂ ସେ ବିଧାୟକଙ୍କ ଚାକର ନୁହନ୍ତି ବୋଲି କହିଥିଲେ। ଯାହାର ଭିଡିଓ ସୋଶାଲ୍ ମିଡିଆରେ ଭାଇରାଲ୍‌ ହେଲା। ଘଟଣା ପରେ ସୁନୀତାଙ୍କ ବଦଳି ପୁଲିସ୍‌ ମୁଖ୍ୟାଳୟକୁ କରିଦିଆଯାଇଥିଲା। ଏହି ନିଷ୍ପତ୍ତିକୁ ଆଦୌ ଗ୍ରହଣ କରିପାରିଲେନି ସୁନୀତା। ଯେଉଁଥିପାଇଁ ସେ ନିଜ ପଦରୁ ଇସ୍ତଫା ଦେଇଛନ୍ତି।

ସୁନୀତାଙ୍କ ଏହି ନିଷ୍ପତ୍ତି ପାଇଁ କିଛି ଲୋକ ତାଙ୍କୁ ସାବାସୀ ଦେଲେ। ‘ୟୁ’ ଆର ବ୍ରାଭୋ କହି ଟ୍ୱିଟ୍‌ କଲେ। କିଛି ପୋଷ୍ଟରେ ସୁନୀତା ଜଣେ ସାହାସୀ ଝିଅ, ଅନ୍ୟାୟ ବିରୋଧରେ ଲଢେଇ ପାଇଁ ଏମିତି 'ଲେଡି ସିଙ୍ଘମ'ର ଆବଶ୍ୟକ ଅଛି ବୋଲି କହିଲେ। ବାସ୍‌ କେତେଟା ହାତ ଗଣତି ପୋଷ୍ଟ। ଅଳ୍ପ ଶେଆର ମଧ୍ୟରେ ସୁନୀତାଙ୍କର ପ୍ରଚାର ପ୍ରସାର ସେଇଠି ବନ୍ଦ ହେଇଗଲା।

ଏବେ କିଛି ଦିନ ତଳକୁ ଫେରିଯିବା। ଗତ କିଛି ସପ୍ତାହ ତଳେ ଜୁନ୍‌ ୧୪ରେ ଯେତେବେଳେ ବଲିଉଡ୍‌ ଅଭିନେତା ସୁଶାନ୍ତ ସିଂହ ରାଜପୁତଙ୍କ ମୃତ୍ୟୁ ହୋଇଥିଲା। ସେତେବେଳେ ଲୋକମାନେ ‘ମେଣ୍ଟାଲ୍‌ ହେଲ୍‌ଥ୍‌’ ବା ‘ମାନସିକ ସ୍ୱାସ୍ଥ୍ୟ’କୁ ନେଇ ଆଲୋଚନା କରୁଥିଲେ। ଅନ୍ୟକୁ ସମାଲୋଚନା କରିବାଠୁ ନିଜକୁ ଯେତେ ମାତ୍ରାରେ ଦୂରେଇ ରଖିବା ବୋଲି ଆମେ ଯେମିତି ନିଜକୁ ଗୋଟେ ପ୍ରତିଶୃତି ଦେଇଥିଲେ। ସେତେବେଳେର ପରିସ୍ଥିତି ବି ସେମିତି ଥିଲା। ଗୋଟେ ସମ୍ବେଦନଶୀଳ ଖବର ପାଇବା ପରେ ନିଜ ଦୋଷ ତ୍ରୁଟିକୁ ନେଇ ଅବଶୋଷ ଜାହିର କରିବାର ଅଭ୍ୟାସ ଆମର ପୁରୁଣା। ଯଦି ସେଇଟା ନହେଇଥାନ୍ତା ତେବେ ଆଜି ଜଣେ ବିଧବା ସ୍ତ୍ରୀକୁ ନାନା କଥା କହି ତାର ଚରିତ୍ର ସଂହାର କରିବା ପୂର୍ବରୁ ଆମେ ଥରେ ଚିନ୍ତା କରିଥାନ୍ତେ। ଆଉ ସମାଜରେ ଘଟୁଥିବା ଏକ ସୁନ୍ଦର ପରିବର୍ତ୍ତନକୁ ଲୋକଲୋଚନକୁ ଆଣିବାରେ ନିଜକୁ ସାମିଲ୍‌ କରିଥାନ୍ତେ।

ନିଜ ସ୍ୱାଭିମାନକୁ ବଜାୟ ରଖିବାକୁ ଯାଇ ବୃତ୍ତିରୁ ବିରତି ନେଇଥିବା ସୁନୀତା, ଆଉ ନିଜ ସ୍ୱାମୀଙ୍କ ମୃତ୍ୟୁ ପାଇଁ ଦୋଷୀକୁ ଦଣ୍ଡଦେବାକୁ ସାହାସ ବାନ୍ଧୁଥିବା ବିଦ୍ୟାଶ୍ରୀଙ୍କ କାହାଣୀକୁ ଦେଖିଲେ ଲାଗେ, ସତେ ଯେମିତି ମାନସିକତାର ଅନ୍ଧାରି ଗଳିରେ ପରିବର୍ତ୍ତନ ଯେମିତି ବାଟବଣା ହେଇଯାଇଛି। ପ୍ରତିଦିନ ପରିବର୍ତ୍ତନ ଘଟୁଛି, କିନ୍ତୁ ସଠିକ୍‌ ପରିବର୍ତ୍ତନ ଏବେ ଯେମିତି ପାଲଟିଯାଇଛି ଗୋଟେ ବିରାଟ ଅପେକ୍ଷା।

ଇମେଲ୍‌-swainbiswobandita@gmail.com

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos

Next Story