ଜଗନ୍ନାଥଙ୍କୁ ନେଇ ଖେଳ

ରବି ଦାସ ଓଡ଼ିଆ ଲୋକମାନଙ୍କର ଆରାଧ୍ୟ ଦେବତା ଭାବରେ ପ୍ରତିଷ୍ଠିତ ପ୍ରଭୁ ଜଗନ୍ନାଥଙ୍କ ପ୍ରତି ସବୁ ମହଲରେ ଓ ସମସ୍ତଙ୍କ ଭିତରେ ଅସୀମ ଭକ୍ତି ଥିଲେ ମଧ୍ୟ ଓଡ଼ିଶାରେ ଜଗନ୍ନାଥଙ୍କୁ କେନ୍ଦ୍ରକରି ସମସ୍ତ ପ୍ରକାର ରାଜନୈତିକ ପ୍ରତିଦ୍ୱନ୍ଦ୍ୱିତା ଓ ଆଲୋଚନା କେନ୍ଦ୍ରୀଭୂତ ହେବା ଗତ କିଛିବର୍ଷ ଧରି ଯେଉଁ ଉଦ୍ୟମ ଚାଲିଛି ତାହାକୁ ଚଳିତ ବର୍ଷର ରଥଯାତ୍ରା ଚରମ ସୀମାରେ ପହଁଚାଇଛି । ଏହି ଘଟଣାକ୍ରମରେ ରାଜ୍ୟ ସରକାର, କେନ୍ଦ୍ର ସରକାର, ଶ୍ରୀମନ୍ଦିର ପରିଚାଳନା କମିଟି, ଶଙ୍କରାଚାର୍ଯ୍ୟ, […]

ratha

ratha

Subrat Kumar Nayak
  • Published: Monday, 22 June 2020
  • Updated: 22 June 2020, 04:14 PM IST

Sports

Latest News

ରବି ଦାସ

ଓଡ଼ିଆ ଲୋକମାନଙ୍କର ଆରାଧ୍ୟ ଦେବତା ଭାବରେ ପ୍ରତିଷ୍ଠିତ ପ୍ରଭୁ ଜଗନ୍ନାଥଙ୍କ ପ୍ରତି ସବୁ ମହଲରେ ଓ ସମସ୍ତଙ୍କ ଭିତରେ ଅସୀମ ଭକ୍ତି ଥିଲେ ମଧ୍ୟ ଓଡ଼ିଶାରେ ଜଗନ୍ନାଥଙ୍କୁ କେନ୍ଦ୍ରକରି ସମସ୍ତ ପ୍ରକାର ରାଜନୈତିକ ପ୍ରତିଦ୍ୱନ୍ଦ୍ୱିତା ଓ ଆଲୋଚନା କେନ୍ଦ୍ରୀଭୂତ ହେବା ଗତ କିଛିବର୍ଷ ଧରି ଯେଉଁ ଉଦ୍ୟମ ଚାଲିଛି ତାହାକୁ ଚଳିତ ବର୍ଷର ରଥଯାତ୍ରା ଚରମ ସୀମାରେ ପହଁଚାଇଛି । ଏହି ଘଟଣାକ୍ରମରେ ରାଜ୍ୟ ସରକାର, କେନ୍ଦ୍ର ସରକାର, ଶ୍ରୀମନ୍ଦିର ପରିଚାଳନା କମିଟି, ଶଙ୍କରାଚାର୍ଯ୍ୟ, ରାଜନୈତିକ ନେତୃବୃନ୍ଦ, ଜଗନ୍ନାଥ ସେବାୟତ ଓ ସର୍ବୋପରି ଦେଶର ବିଚାର ବିଭାଗର କାରବାର ପୂରାପୂରି ପଦାକୁ ବାହାରିପଡ଼ିଛି । ଚଳିତ ବର୍ଷ କରୋନା ଭୂତାଣୁ ନେଇ ସୃଷ୍ଟି ହୋଇଥିବା ବିଶ୍ୱ ମହାମାରୀରେ ସମସ୍ତ ପ୍ରକାର ଧାର୍ମିକ ଉତ୍ସବ ଓ କାର୍ଯ୍ୟକ୍ରମକୁ ପୂରାପୁରି ବନ୍ଦ କରିଦିଆଯାଇଛି । ଏହି ଧାର୍ମିକ ଉତ୍ସବକୁ ନେଇ ନିଜାମ୍ମୁଦିନ ମର୍କଜ ଘଟଣା କିପରି କରୋନା ଭୂତାଣୁ ସଂପ୍ରସାରଣରେ ସହାୟକ ହେଲା ତାହା ସମସ୍ତେ ଦେଖିଛନ୍ତି । ସେହି କାରଣରୁ କେବଳ ଭାରତରେ ନୁହେଁ, ସାରା ବିଶ୍ୱରେ ଧାର୍ମିକ ଉତ୍ସବଗୁଡ଼ିକୁ ବାତିଲ କରାଯାଇଛି । ସେହି କାରଣରୁ ନିକଟରେ ଶେଷ ହୋଇଥିବା ରମ୍‌ଜାନ ମାସରେ ମୁସଲିମମାନଙ୍କୁ ମସଜିଦ୍‌ରେ ନମାଜ ପାଠ ପାଇଁ ବାରଣ କରାଯାଇଥିଲା । ଏପରିକି ମକ୍କାରେ ମଧ୍ୟ ଧାର୍ମିକ ଏକତ୍ରିକରଣ ଏବର୍ଷ କରାଯାଇନାହିଁ । ଖ୍ରୀଷ୍ଟିଆନ ଧର୍ମାବଲମ୍ବୀମାନଙ୍କର ରୋମ୍‌ରେ ପୋପ୍‌ଙ୍କ ଧର୍ମସଭାରେ ମଧ୍ୟ ଏକଜୁଟ ହେବା ପାଇଁ ବାରଣ କରାଯାଇଥିଲା । ସେହି କ୍ରମରେ ଭାରତରେ ସମସ୍ତ ମନ୍ଦିର, ମସଜିଦ୍‌, ଗୀର୍ଜା ଓ ଅନ୍ୟ ଧର୍ମାନୁଷ୍ଠାନର କାର୍ଯ୍ୟକ୍ରମ ବାତିଲ ରହିଛ। ନିକଟରେ ମନ୍ଦିର ଖୋଲିବା ପାଇଁ କେତେକ ସ୍ଥାନରେ ଅନୁମତି ଦିଆଯାଇଥିଲେ ମଧ୍ୟ ଏକତ୍ରିକରଣ ହେବା ଉପରେ କଡ଼ା କଟକଣା ରହିଛି । ସେହି ପରିପ୍ରେକ୍ଷୀରେ ଲକଡାଉନ ପରଠାରୁ ଜଗନ୍ନାଥ ମନ୍ଦିରକୁ ମଧ୍ୟ ଭକ୍ତମାନେ ଯିବା ଅନେକ ପରିମାଣରେ ବନ୍ଦ ହୋଇଯାଇଛି ।

କିନ୍ତୁ ପ୍ରଭୁ ଜଗନ୍ନାଥଙ୍କର ରଥଯାତ୍ରା ପ୍ରତିବର୍ଷ ବିଧି ଅନୁସାରେ କରାଯିବାର ଯେଉଁ ପରମ୍ପରା ଶହ ଶହ ବର୍ଷ ଧରି ରହିଛି ତାହା ଏଥର ହୋଇପାରିବ କି ନାହିଁ ସେ ନେଇ ପ୍ରଶ୍ନବାଚୀ ରହିଥିଲେ ମଧ୍ୟ ରାଜ୍ୟ ସରକାର ଓ ମନ୍ଦିର ପ୍ରଶାସନ ନିଷ୍ପତି କ୍ରମେ ସାମାଜିକ ଦୂରତା ରକ୍ଷା କରି ବିଧି ଅନୁସାରେ ରଥ ନିର୍ମାଣ ପାଇଁ ଅନୁମତି ଦିଆଯାଇଛି । କେବଳ ସେତିକି ନୁହେଁ, ଏହି ରଥଯାତ୍ରା ଉତ୍ସବ ପୂର୍ବରୁ ଜଗନ୍ନାଥଙ୍କ ସ୍ନାନଯାତ୍ରା ଓ ଅନ୍ୟାନ୍ୟ ବିଧି ମନ୍ଦିର ଭିତରେ ଭକ୍ତମାନଙ୍କ ସମାଗମ ନକରି ସଂପନ୍ନ କରାଯାଇଛି । କୌଣସି ଠାରେ ସିଧାସଳଖ ଭାବରେ ରାଜ୍ୟ ସରକାର ବା ମନ୍ଦିର ପ୍ରଶାସନ ରଥଯାତ୍ରା ଉତ୍ସବ ଏଥର କରାଯିବା ସମ୍ଭବ ନୁହେଁ ବୋଲି କହିନାହାନ୍ତି । ବରଂ ଯେଉଁ ସଂକେତ ସବୁ ଦିଆଯାଇଛି ତାହାକୁ ଦେଖିଲେ ଯେକେହି ଅନୁମାନ କରିବ ଯେ, ବିନା ଭକ୍ତ ସମାଗମରେ କେବଳ ବିଧି ରକ୍ଷା ପାଇଁ ମନ୍ଦିର ପ୍ରଶାସନ ଓ ରାଜ୍ୟ ସରକାର କିଛି ବି ଉପାୟ ସ୍ଥିର କରିବେ । କିନ୍ତୁ ୟା ଭିତରେ ପ୍ରବାସୀ ଓଡ଼ିଆ ଶ୍ରମିକମାନଙ୍କର ରାଜ୍ୟକୁ ଫେରିବା ପରେ ଓ ଅଧିକ ଟେଷ୍ଟର ବ୍ୟବସ୍ଥା ହେଲା ପରେ ପ୍ରତିଦିନ ଶହ ଶହ ସଂଖ୍ୟାରେ କରୋନା ଭୂତାଣୁ ଥିବା ବ୍ୟକ୍ତିଙ୍କୁ ରାଜ୍ୟରେ ଚିହ୍ନଟ କରାଯାଉଛି । ଯଦିଓ ଏଥିରେ ମୃତ୍ୟୁହାର ଭାରତର ଅନ୍ୟ ରାଜ୍ୟ ତୁଳନାରେ କମ୍ ରହିଛି, କିନ୍ତୁ ଏମାନଙ୍କ ସଂଖ୍ୟା ବୃଦ୍ଧି ରାଜ୍ୟର ସ୍ୱାସ୍ଥ୍ୟସେବା ଓ ଡାକ୍ତରୀ ବ୍ୟବସ୍ଥା ଉପରେ ଗଭୀର ଚାପ ସୃଷ୍ଟି କରିଛି । ଯଦି ଦେଖାଯାଏ ତେବେ ରଥ ନିର୍ମାଣ ଆରମ୍ଭ ସମୟରେ ରାଜ୍ୟରେ କରୋନା ଭୂତାଣୁ ଚିହ୍ନଟ ବ୍ୟକ୍ତିମାନଙ୍କ ସଂଖ୍ୟା ଯାହାଥିଲା ଏବେ ତାହାର ପ୍ରାୟ ଚାରିଗୁଣ ବୃଦ୍ଧି ହୋଇଛି । ଏହି ପୃଷ୍ଠଭୂମିରେ ସମ୍ଭବତଃ ସରକାର ବିଧି ଅନୁସାରେ ମଧ୍ୟ ରଥଯାତା ସମ୍ଭବ କି ନାହିଁ ସେଥିପାଇଁ ଦ୍ୱନ୍ଦ୍ୱରେ ପଡ଼ିଯାଇଥିଲେ । ରଥଯାତ୍ରା କରିବା ପାଇଁ ହାଇକୋର୍ଟରେ ଯେତେବେଳେ ନିବେଦନ ହେଲା ସେତେବେଳେ ରାଜ୍ୟ ସରକାର ସମସ୍ତ ଜିନିଷକୁ ଅସ୍ପଷ୍ଟ ରଖିବାରୁ ହାଇକୋର୍ଟ ରଥଯାତ୍ରା ନିଷ୍ପତି ରାଜ୍ୟ ସରକାରଙ୍କ ଉପରେ ଛାଡ଼ିଦେଇଥିଲେ ।

ହାଇକୋର୍ଟଙ୍କ ରାୟରେ କୌଣସି ସ୍ପଷ୍ଟତା ନଥିବାରୁ ଓଡ଼ିଶା ବିକାଶ ପରିଷଦ ପକ୍ଷରୁ ସୁଶାନ୍ତ କୁମାର ପାଢ଼ୀ ସିଧାସଳଖ ଏଥିପାଇଁ ସୁପ୍ରିମକୋର୍ଟର ଦ୍ୱାରସ୍ଥ ହେଲେ । ସେପର୍ଯ୍ୟନ୍ତ କେନ୍ଦ୍ର ସରକାର ପୂରାପୂରି ଭାବରେ ରଥଯାତ୍ରା ନିଷ୍ପତି ରାଜ୍ୟ ସରକାର ନେବେ ବୋଲି କହି ନିଜର ଦାୟିତ୍ୱକୁ ଏଡ଼ାଇ ଦେଇଥିଲେ । ରଥଯାତ୍ରା ପାଖେଇ ଆସୁଥିବା ସମୟରେ ସୁପ୍ରିମକୋର୍ଟ ମାମଲାର ଶୁଣାଣି କରି ବିଶ୍ୱ ମହାମାରୀ ଯୋଗୁ ଚଳିତ ବର୍ଷ ରଥଯାତ୍ରା ହୋଇପାରିବ ନାହିଁ ବୋଲି ଏକ ରାୟ ପ୍ରକାଶ କଲେ । କିନ୍ତୁ ସୁପ୍ରିମକୋର୍ଟରେ ରାଜ୍ୟ ସରକାରଙ୍କ ପକ୍ଷରୁ ବରିଷ୍ଠ ଓକିଲ ହରିଶ ସାଲ୍‌ଭେ ଯୁକ୍ତି ଉପସ୍ଥାପନ କରି ପିଟିସନରେ ଦର୍ଶାଯାଇଥିବା ତଥ୍ୟକୁ ସମର୍ଥନ କରି ପ୍ରାୟ ୧୦ଲକ୍ଷରୁ ଊର୍ଦ୍ଧ୍ୱ ଭକ୍ତଙ୍କର ସମାଗମ ହେବ ବୋଲି ମତଦେବା ସମୟରେ ରାଜ୍ୟ ସରକାରଙ୍କ ପକ୍ଷରୁ ରଥଯାତ୍ରା କରିବା ପାଇଁ ନୂଆ ନିୟମ ଅନୁସାରେ କିଛି ବିକଳ୍ପ ବ୍ୟବସ୍ଥା ଅଛି କି ନାହିଁ ତାହା ଜଣାଇନଥିଲେ । ଏଥିରେ ରାଜ୍ୟ ସରକାର ରଥଯାତ୍ରା କରାଇବାକୁ ଚାହୁଁନାହାନ୍ତି ବୋଲି ଏକ ଧାରଣା ସୃଷ୍ଟି ହେବା ସ୍ୱାଭାବିକ । କିନ୍ତୁ ନିଜେ ଏହି ନିଷ୍ପତି ନନେଇ ସୁପ୍ରିମକୋର୍ଟଙ୍କ ଜରିଆରେ ଏହା କରାଇବାର ଉଦ୍ୟମ କରିଥିବା କୁହାଗଲା । ସୁପ୍ରିମକୋର୍ଟରେ କେନ୍ଦ୍ର ସରକାରଙ୍କ ଓକିଲ ତୁଷାର ମେହେଟ୍ଟା ରଥଯାତ୍ରା ସପକ୍ଷରେ ସାମାନ୍ୟ ଯୁକ୍ତି କରି ତାଙ୍କୁ ଅଧିକ ସମୟ ଦରକାର ବୋଲି ମତ ଦେଲେ । ସମ୍ଭବତଃ କେନ୍ଦ୍ର ସରକାର ସେପର୍ଯ୍ୟନ୍ତ କି ନିଷ୍ପତି ନେବେ ସ୍ଥିର କରିପାରିନଥିଲେ । ଆଶ୍ଚର୍ଯ୍ୟର କଥା ପିଟିସନ ଦାଖଲ କରିଥିବା ଶ୍ରୀ ପାଢ଼ୀଙ୍କ ପକ୍ଷରୁ ପୂର୍ବତନ ଆଟର୍ଣ୍ଣି ଜେନେରାଲ ମୁକୁଲ ରୋହତଗୀ ଯୁକ୍ତି କରିଥିଲେ । ଶ୍ରୀ ପାଢ଼ୀ କିପରି ଭାବରେ ଅତି ଦାମିକା ଓକିଲ ଭାବେ ପରିଚିତ ମୁକୁଲ ରୋହତଗୀଙ୍କୁ ତାଙ୍କ ପକ୍ଷକୁ ଆଣିଲେ ତାହା ବେଶ ଚର୍ଚ୍ଚା ସୃଷ୍ଟି କରିଥିଲା । ଧାରଣା ହେଲା ଯେ, ଶ୍ରୀ ପାଢ଼ୀଙ୍କ ଓକିଲଙ୍କ ବ୍ୟବସ୍ଥା ସମ୍ଭବତଃ ରାଜ୍ୟ ସରକାର ପରୋକ୍ଷରେ ପରିଚାଳନା କରିଛନ୍ତି ।

ଏହି ରାୟ ପ୍ରକାଶ ପରେ ପରେ ଅନେକ ବୁଦ୍ଧିଜୀବୀ ମତ ଦେଇଥିଲେ ଯେ, ରଥଯାତ୍ରାର ମୁଖ୍ୟ ଉଦ୍ଦେଶ୍ୟ ହେଉଛି ବର୍ଷକରେ ଥରେ ପ୍ରଭୁ ଜଗନ୍ନାଥ ବାହାରକୁ ଆସି ଭକ୍ତମାନଙ୍କୁ ଦର୍ଶନ ଦେବାର ବ୍ୟବସ୍ଥାକୁ ଚଳିତ ବର୍ଷ ପୂରଣ କରିବା ସମ୍ଭବ ହେଉନଥିବାରୁ ସୁପ୍ରିମକୋର୍ଟଙ୍କ ରାୟ ଯଥାର୍ଥ । ସୁପ୍ରିମକୋର୍ଟର ପ୍ରଧାନବିଚାରପତି ରାୟ ଦେବା ସମୟରେ କହିଥିଲେ ଯେ, ବର୍ତମାନ ଅବସ୍ଥାରେ ରଥଯାତ୍ରା ପାଇଁ ଅନୁମତି ଦିଆଗଲେ ପ୍ରଭୁ ଜଗନ୍ନାଥ କ୍ଷମା ଦେବେନାହିଁ । ଓଡ଼ିଶାରେ ବିଜେପି ରାଜ୍ୟ ସଭାପତି ସମୀର ମହାନ୍ତି ସୁପ୍ରିମକୋର୍ଟ ରାୟକୁ ସମର୍ଥନ କଲେ । ସଂଧ୍ୟାରେ କ୍ୟାବିନେଟ ବସି ଆଡଭୋକେଟ ଜେନେରାଲଙ୍କ ଉପସ୍ଥାପନା ବଳରେ ସୁପ୍ରିମକୋର୍ଟ ରାୟକୁ ସମର୍ଥନ କଲେ । କିନ୍ତୁ ସେହିଦିନ ଠାରୁ ପୁରୀରେ ସେବାୟତ ଓ ଗଣମାଧ୍ୟମମାନେ ରାଜ୍ୟ ସରକାର ଜାଣିଶୁଣି ରଥଯାତ୍ରାକୁ ବନ୍ଦ କରିଦେଇଛନ୍ତି ଓ ସୁପ୍ରିମକୋର୍ଟର୍ ରାୟକୁ ବାହାନା ଭାବେ ବ୍ୟବହାର କରିଛନ୍ତି । ବାସ୍ତବରେ ସୁପ୍ରିମକୋର୍ଟରେ ସେଦିନ ଯେଭଳି ଭାବରେ ମାମଲାର ଶୁଣାଣି ହେଲା ଓ ଯେଉଁ ଓକିଲମାନେ ସେଥିରେ ପକ୍ଷଭୁକ୍ତ ହୋଇଥିଲେ ତାହାକୁ ଲକ୍ଷ୍ୟ କରି ସୁପ୍ରିମକୋର୍ଟର ଜଣେ ଓକିଲ ସର୍ବୋଚ୍ଚ ଅଦାଲତରେ ଏ ବ୍ୟାପାରରେ କ’ଣ କରାଯାଇଛି ତାହାକୁ ନେଇ ଟୁଇଟ୍ କରିଥିଲେ । ସେଥିରୁ ସୁପିି୍ରମକୋର୍ଟରେ ରାୟକୁ ମାନୁପୋଲେଟ୍ କରାଯାଇଥିବା ସଂକ୍ରାନ୍ତରେ ଏକ ପରୋକ୍ଷ ଇଙ୍ଗିତ ମଧ୍ୟ ଥିଲା।

କିନ୍ତୁ ସୁପ୍ରିମକୋର୍ଟଙ୍କ ରାୟ ପରେ ପରେ ଓଡ଼ିଶାରେ ଯେଉଁ ଧରଣର ପ୍ରତିକ୍ରିୟା ଓ ପରିବେଶ ଗଣମାଧ୍ୟମମାନଙ୍କ ଜରିଆରେ କ୍ରମାଗତ ଚାଲିଲା ସେଥିରେ ଜନମତର ଧ୍ରୁବୀକରଣ ହେଲା । ସେବାୟତମାନଙ୍କର କ୍ରୋଧ ସହିତ ପୁରୀ ସହ ସଂଶ୍ଳିଷ୍ଟ ଅନେକଙ୍କ ମତକୁ ଦୃଷ୍ଟିରେ ରଖି ସୁପ୍ରିମକୋର୍ଟ ରାୟକୁ ପ୍ରଥମେ ସମର୍ଥନ କରିଥିବା ମନ୍ଦିର ପ୍ରଶାସନ ମୁଖ୍ୟ ଗଜପତି ଦିବ୍ୟସିଂହ ଦେବ ମତ ପରିବର୍ତନ କରି ବିନାଭକ୍ତରେ ବିଧିରକ୍ଷା ପାଇଁ ରଥଯାତ୍ରା କରିବା ସପକ୍ଷରେ ମତ ଦେଲେ । ରାଜ୍ୟ ସରକାରଙ୍କୁ ଏଥିପାଇଁ ଏକ ପତ୍ର ମଧ୍ୟ ଲେଖିଲେ । ପୁରୀ ଶଙ୍କରାଚାର୍ଯ୍ୟ ଏ ବିଷୟରେ ମତ ଦେଇ ସେମାନଙ୍କୁ ନପଚରାଯାଇ ସୁପ୍ରିମକୋର୍ଟ ଦେଇଥିବା ରାୟକୁ ପରୋକ୍ଷରେ ସମାଲୋଚନା କଲେ । ବାସ୍ତବରେ ଏହି ଘଟଣାଟି ଏପରି ହୋଇଗଲା ଯେ, ସବୁ ସରକାରୀ ବିରୋଧୀମାନେ ରଥଯାତ୍ରା ବିଧି ଉପରେ ଗୁରୁତ୍ୱ ଦେଇ ରାଜ୍ୟ ସରକାରଙ୍କୁ ସମାଲୋଚନା କଲେ । ବିଜେପିର ପୁରୀ ବିଧାୟକ ଜୟନ୍ତ ଷଡ଼ଙ୍ଗୀ ଏଥିରେ ଆଗକୁ ଆସିବାକୁ ବାଧ୍ୟ ହେଲେ । ଅବଶ୍ୟ ପ୍ରଥମରୁ ବିଜୟ ମହାପାତ୍ର ଓ କଂଗ୍ରେସ ଦଳ ଏହି ଘଟଣାରେ ସରକାରଙ୍କୁ ସମାଲୋଚନା କରିବା ତୀବ୍ର କରିବା ପରେ ସୁପ୍ରିମକୋର୍ଟରେ ରିଭ୍ୟୁ ପିଟିସନ ପାଇଁ ଚାରିଆଡ଼ୁ ଦାବି ହେଲା । ଏଥିରେ ପ୍ରାୟ ୧୬ଟି ରିଭ୍ୟୁ ପିଟିସନ ସୁପ୍ରିମକୋର୍ଟରେ ପହଁଚିଲା । ହଠାତ ଗତ ନିର୍ବାଚନରେ ପୁରୀରୁ ବିଜେପି ପ୍ରାର୍ଥୀ ହୋଇଥିବା ସମ୍ବିତ ପାତ୍ର ମଧ୍ୟ ରିଭ୍ୟୁ ପିଟସନ ଦାଖଲ କଲେ ଓ ପୁରୀ ଜନସାଧାରଣ ଓ ଜଗନ୍ନାଥ ଭକ୍ତମାନଙ୍କର ଆଶା ଆକାଂକ୍ଷା ପୂରଣ ପାଇଁ ରଥଯାତ୍ରା ବିଧି ସପକ୍ଷରେ ଯୁକ୍ତି କଲେ । ଏହା ପରେ ବିଜେପି ପୂରାମାତ୍ରାରେ ଜାତୀୟସ୍ତରରେ ମଧ୍ୟ ସକ୍ରିୟ ହୋଇଗଲା । କେନ୍ଦ୍ର ସରକାର ଓ ସ୍ୱରାଷ୍ଟ୍ରମନ୍ତ୍ରୀ ଏହି ଘଟଣାରେ ପୁରୀ ଗଜପତିଙ୍କ ସହିତ ଆଲୋଚନା କରିବା ସହିତ ରାଜ୍ୟ ସରକାରଙ୍କ ସହିତ କଥାବାର୍ତା ଚଳାଇଲେ । ସେଥିରୁ ଜଣାପଡ଼ିଲା ଯେ, ରଥଯାତ୍ରା କରାଇବା ପାଇଁ କେନ୍ଦ୍ର ଆଗ୍ରହୀ ଅଛି । କାରଣ ରିଭ୍ୟୁ ପିଟିସନରେ ପୂର୍ବ ନିଷ୍ପତିର ଯେଉଁ ପୁନର୍ବିଚାର ହେବ ତାହା ରାଜ୍ୟ ସରକାରଙ୍କ ପାଇଁ ଏକ ଧକ୍କା ଓ ପରାଜୟ ଭାବରେ ବିଚାର କରାଯିବ । ଓଡ଼ିଶାରେ ବିଜେଡି ଓ ବିଜେପିର ମିଳିତ ସରକାର ଚାଲିଥିବା ଓ କେନ୍ଦ୍ର ସରକାରଙ୍କୁ ବିଜେଡି ସବୁପ୍ରକାର ସହାୟତା କରୁଥିବା ସତ୍ୱେ ବିଜେପି ଯେହେତୁ ରାଜ୍ୟରେ ମୁଖ୍ୟ ବିରୋଧୀ ଦଳ ସେହେତୁ ରାଜ୍ୟ ସରକାରଙ୍କର ରଥଯାତ୍ରା ପ୍ରସଙ୍ଗରେ ପରାଜୟରୁ ବିଜେପି ଫାଇଦା ନେଇପାରିବ । ତା’ଛଡ଼ା ଆଦର୍ଶଗତ ଭାବରେ ଜଗନ୍ନାଥଙ୍କୁ କେନ୍ଦ୍ରକରି ରାଜ୍ୟରେ ଯଦି ସମୀକରଣ ହୁଏ ତାହେଲେ ଭବିଷ୍ୟତରେ ତାହା ବିଜେପି ପାଇଁ ସହାୟକ ହେବ । ଏହି ପରିପ୍ରେକ୍ଷୀରେ ରିଭ୍ୟୁ ପିଟିସନରେ କେନ୍ଦ୍ର ସରକାରଙ୍କ ଓକିଲ ତୁଷାର ମେହଟ୍ଟାଙ୍କ ଯୁକ୍ତି ଓ ସଂଗେ ସଂଗେ ରାଜ୍ୟ ସରକାର ତାହାକୁ ସମର୍ଥନ କରିବା ଫଳରେ ପିଟିସନଟି ପୁଣି ସେହି ତିନିଜଣିଆ ବେଂଚକୁ ଯିବା ପାଇଁ ରାସ୍ତା ଖୋଲିଗଲା । ରଥଯାତ୍ରା ଚଳିତ ବର୍ଷ ବନ୍ଦ ହେବା ନ୍ୟାୟସଙ୍ଗତ ହେଲେ ମଧ୍ୟ ରାଜ୍ୟ ସରକାର ଏ ସଂପର୍କରେ ସଠିକ ନିଷ୍ପତି ନନେବା ଯୋଗୁ ସୃଷ୍ଟି ହୋଇଥିବା ପରିସ୍ଥିତି ରାଜ୍ୟର ଭବିଷ୍ୟତ ପାଇଁ ଏକ ବିପଜ୍ଜନକ ବାତାବରଣ ସୃଷ୍ଟି କରିଛି ।

ବରିଷ୍ଠ ସାମ୍ବାଦିକ
ମୋ- ୯୪୩୭୪୦୪୪୫୫

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos

Next Story