ଦୁଷ୍କର୍ମ- କ୍ଷମତାଶାଳୀଙ୍କ ଏକ ଆୟୁଧ ମଧ୍ୟ

‘ସବୁ ପୁରୁଷ କ’ଣ ଏଠି ଜଣେ ଜଣେ ଦୁଷ୍କର୍ମକାରୀ?’ ବଳାତ୍କାର ଓ ଦୁଷ୍କର୍ମର ଶିକାର ହେଉଥିବା ପ୍ରତ୍ୟେକ ମହିଳା ନିଜର ଜୀବନ ସାରା ଏହି ପ୍ରଶ୍ନ ହିଁ ନିଜକୁ ନିଜେ ପଚାରିଥାଏ। ଏଭଳି ଜଘନ୍ୟ କାଣ୍ଡର ଶିକାର ହେଉଥିବା ମହିଳାଙ୍କୁ ଅନେକ ବର୍ଷ ଲାଗିଯାଏ ସେହି ଦୁଃସ୍ଵପ୍ନ ମଧ୍ୟରୁ ବାହାରି ପୁଣି ସହଜ ହେବାକୁ।

Representative Image

Representative Image

Debendra Prusty
  • Published: Friday, 04 October 2024
  • Updated: 04 October 2024, 06:05 PM IST

Sports

Latest News

ଦେବ ରଞ୍ଜନ

ପୁରୁଷ ଭିତରେ ଏ ଜଘନ୍ୟ ମାନସିକତା କେଉଁଠାରୁ ଆସେ? ଏହି ଜଘନ୍ୟତା କାରଣରୁ କେତେ ସମ୍ଭାବ୍ୟ ନିଷ୍ଠାବାନ ଦକ୍ଷ ମହିଳାଙ୍କ ଦକ୍ଷତାର ପରିପ୍ରକାଶ ନହୋଇ ନଷ୍ଟ ହୋଇଯାଇଛି। ପିଲା ବେଳେ ମା’ ନିଜ ଝିଅକୁ ‘ଏକୁଟିଆ ବାହାରକୁ ଯିବୁ ନାହିଁ’, ‘ଅନ୍ଧାରକୁ ଯିବୁ ନାହିଁ’, ‘ସନ୍ଧ୍ୟା ପୂର୍ବରୁ ଘରକୁ ନିଶ୍ଚିତ ଆସିବୁ’ କହି ତାଗିଦ କରିବା ଭିତରେ ପରୋକ୍ଷରେ ସୂଚୀତ କରିଥାଏ ଯେ ବାହାରର ସବୁ ପୁରୁଷ ଜଣେ ଜଣେ ସମ୍ଭାବ୍ୟ ଦୁଷ୍କର୍ମକାରୀ। ଏହାର ପ୍ରଭାବ ପରିବାରର ଝିଅ ଉପରେ ପଡ଼ିଥାଏ। ଏହିଭଳି ଅନେକ ମହିଳା ଅଛନ୍ତି ଯେଉଁମାନେ ନିଜର ଆଗ୍ରହକୁ ମାରି ଗତାନୁଗତିକ ଜୀବନ ବିତାଇବା ଲାଗି ବାଧ୍ୟ ହୋଇଛନ୍ତି। ଏହା ଦ୍ୱାରା କ’ଣ ସମାଜର କ୍ଷତି ହେଲା ନାହିଁ?

ଯେତେବେଳେ ଆମ ସମାଜରେ କୌଣସି ମହିଳା ନିଜ କ୍ଷେତ୍ରରେ ନିଜର ପାରଙ୍ଗମତା ଦେଖାଇଥାନ୍ତି ତାଙ୍କୁ ସେଥିଲାଗି ସେହି କ୍ଷେତ୍ରରେ ଦକ୍ଷ ରହିଥିବା ଜଣେ ପୁରୁଷଠାରୁ ଶହେ କି ହଜାରେ ଗୁଣ ଅଧିକ ପରିଶ୍ରମ କରିବାକୁ ପଡ଼ିଥାଏ, ତେଣିକି ସେ ଜଣେ ଖେଳାଳି ହୋଇଥାନ୍ତୁ କି ନର୍ତ୍ତକୀ ବା କଳାକାର, ଲେଖିକା, ସାମ୍ବାଦିକ ଅଥବା ଇଞ୍ଜିନିୟର ଓ ବୈଜ୍ଞାନିକ କି ଅଧ୍ୟାପକ।

ସରକାରୀ ଦାୟିତ୍ଵରେ ଥିବା ରାଜନୀତିଜ୍ଞମାନେ ଏଭଳି ହିଂସା ଲାଗି ତୁରନ୍ତ ନାରୀକୁ ହିଁ ଦାୟୀ କରି କହିଥାନ୍ତି, ‘ମହିଳାମାନେ ଖରାପ ଡ୍ରେସ ପିନ୍ଧିବା କାରଣରୁ ଦୁଷ୍କର୍ମର ଶିକାର ହେଉଛନ୍ତି’ (ମନୋହର ଲାଲ କଟ୍ଟର ଓ ଅନେକ ବିଭିନ୍ନ ରାଜନୈତିକ ଦଳର ପ୍ରମୁଖ ନେତା), ‘ସନ୍ଧ୍ୟା ପରେ ମହିଳା ବାହାରକୁ ଯାଉଥିବା ହେତୁ ହେଉଛି’ (ବିଜେପି ନେତା ରାମଭୀର ଭଟ୍ଟି), ‘ଚାଉମିନ ଖାଇବା ଓ ମୋବାଇଲ ଫୋନ ଲାଗି ହରମୋନର ଅସନ୍ତୁଳନ ହେଉଛି’ (ଖାପ ପଞ୍ଚାୟତ), ‘ମହିଳା କୌଣସି ପୁରୁଷକୁ ବୁଲିକରି ନଦେଖିଲେ (ତିରଛି ନଜର) ପୁରୁଷ ତାହାକୁ ହଇରାଣ (ଛେଡ଼ଖାନି) କରିନଥାଏ’ (ମଧ୍ୟ ପ୍ରଦେଶର କଂଗ୍ରେସ ଏମଏଲଏ ସତ୍ୟାଦେବ), ‘ବାଳକମାନେ ଦେଖିବାକୁ ଗଲେ ବାଳକ, ସେମାନଙ୍କର ଭୁଲ ଏମିତି ହୋଇଯାଏ’ (ମୁଲାୟମ ସିଂ ଯାଦବ/ ୨୦୧୫) ଇତ୍ୟାଦି।

ଦୁଷ୍କର୍ମର ଶିକାର ହେଉଥିବା ମହିଳା ନିଜକୁ ସର୍ବଦା ଏହି କଥା ପଚାରିଥାଏ ଯେ ସତରେ ତା’ର ନିଜର ଦୋଷ କ’ଣ ରହିଲା। ଡ୍ରେସ? ଅନ୍ଧାର? ଏକୁଟିଆ? ବାହାରକୁ ଯିବା? କାରଣ ନେତାଙ୍କ ବକ୍ତବ୍ୟ ଖବରକାଗଜରେ ପ୍ରମୁଖତା ପାଏ ଓ ସମାଜ ତାହାକୁ ନେଇ ଚର୍ଚ୍ଚା କରେ। କେହିକେହି ନାରୀକୁ ଦୋଷ ଦେବା ମଧ୍ୟ ଆରମ୍ଭ କରିଦେଇଥାନ୍ତି, ‘କିଛି ଗୋଟେ ଅସୁବିଧା ରହିଥିବ ନିଶ୍ଚୟ, ନହେଲେ କ’ଣ ହୋଇଥାନ୍ତା!’

ରାଜନୈତିକ ଦଳର ନେତାମାନେ ଏଭଳି ସମ୍ବେଦନହୀନ ରକ୍ଷଣଶୀଳ ନିଷ୍ଠୁର ମନ୍ତବ୍ୟ ଦେଇ ସମଗ୍ର ମହିଳା ସମାଜକୁ ପୁନଃ ଦୁର୍ବଳ କାହିଁକି କରିଦିଅନ୍ତି? କାରଣ ରାଜନୈତିକ ଦଳର ମୁଖ୍ୟ କେବେ ପ୍ରାର୍ଥୀର ଭାରତୀୟ ସମ୍ବିଧାନର ଘୋଷଣାନାମା, ମୌଳିକ ଅଧିକାର, ଡାଇରେଟିଭ ପ୍ରିନସିପିଲ୍ସ ଉପରେ ଧ୍ୟାନ ଧାରଣା ଅଛି କି ନାହିଁ ତାହାକୁ ପରୀକ୍ଷା କରି ନିର୍ବାଚନରେ ପ୍ରାର୍ଥୀ ଦେଇନଥାନ୍ତି।

ରାଜନୈତିକ ଦଳମାନେ ନିଜର ପ୍ରାର୍ଥୀ ବାଛିବା ସମୟରେ ଯଦିଓ ‘ଜିତିବାର ସମ୍ଭାବନା ରହିଥିବା ପ୍ରାର୍ଥୀ’ ଦେଇଥିବା କୁହନ୍ତି କିନ୍ତୁ ତାଙ୍କର ସମ୍ପତ୍ତି, ଜାତି, ଗୋତ୍ର, ପାର୍ଟିର ମୁଖ୍ୟଙ୍କ ପ୍ରତି କେତେ ବିଶ୍ଵସ୍ତ, କମ୍ପାନୀ ଓ ଠିକାଦାରଙ୍କ ସହିତ ସମ୍ପର୍କ ସାଙ୍ଗକୁ ପ୍ରତିପକ୍ଷର ଭୋଟ କାଟିବାରେ କେତେ ସହାୟକ ହେବେ ତାହାକୁ ଦେଖିଥାନ୍ତି। ଅଥଚ ନିର୍ବାଚନରେ ଜିତିଲେ ସେହିମାନେ ପୁଣି ଦେଶର ଆଇନ ପ୍ରଣୟନକାରୀ ହୋଇଯାନ୍ତି।

ଏପରିକି ପୁଲିସ ଅଧିକାରୀ, ପ୍ରଶାସକ ମନୋନୟନ ସମୟରେ ନାଗରିକର ମୌଳିକ ଅଧିକାର କେବଳ କିଛି ମଲ୍ଟିପୁଲ ଚଏସର ପ୍ରଶ୍ନ ହୁଏ। ସେହିମାନେ ପୁଣି ନାଗରିକର ଅଧିକାରର ସୁରକ୍ଷାର ଦାୟିତ୍ଵ ନିର୍ବାହ କରନ୍ତି।

ମୋର ମନେରଖିବା ଶକ୍ତି ଅନୁସାରେ, ଗୁଜରାଟ ଦଙ୍ଗା ସମୟରେ ନିଜ ପରିବାର ଅନେକଙ୍କ ହତ୍ୟା ଓ ନିଜ ଉପରେ ଗଣଦୁଷ୍କର୍ମ ହୋଇଥିବା ବିଲିକିସ ବାନୋଙ୍କ ଘଟଣା (୨୦୦୨), କନ୍ଧମାଳରେ ଖ୍ରୀଷ୍ଟିୟାନ ବିରୋଧୀ ହିଂସା ସମୟରେ ଗଣବଳତ୍କାର ହୋଇଥିବା ନନ୍‌ (୨୦୦୮), ପୁରୀ ଜିଲ୍ଲା ପିପିଲିଠାରେ ସେ ସମୟର ଶାସକ ଦଳର କର୍ମୀଙ୍କ ଦ୍ଵାରା ଆକ୍ରୋଶମୂଳକ ଗଣ ଦୁଷ୍କର୍ମ ଓ ହତ୍ୟା ହୋଇଥିବା ଦଳିତ ମହିଳା (୨୦୧୧), ଦିଲ୍ଲୀ ନିର୍ଭୟା ଗଣ ଦୁଷ୍କର୍ମ ଓ ହତ୍ୟା (୨୦୧୨), ନିଜ ଅଞ୍ଚଳରୁ ଯାଯାବର ଆଦିବାସୀଙ୍କୁ ହଟାଇବା ଲାଗି ଜାମୁର କଠୁଆ ଆଦିବାସୀ ନାବାଳିକା ଗଣ ଦୁଷ୍କର୍ମ ଓ ହତ୍ୟା (୨୦୧୮), ଉତ୍ତର ପ୍ରଦେଶର ହଥ୍ରାସ ଠାରେ ଏମଏଲଏଙ୍କ କାର୍ଯ୍ୟକୁ ଲୋକଲୋଚନକୁ ଆଣି ଦେବାର ଭୟ ହେତୁ ତାଙ୍କ ଦ୍ଵାରା ଦଳିତ ମହିଳାଙ୍କ ଗଣ ଦୁଷ୍କର୍ମ ଓ ହତ୍ୟା (୨୦୨୦) ଓ କଲିକତା ପ୍ରାଇଭେଟ ହସ୍ପିଟାଲର ଦୁର୍ନୀତି ପଦାରେ ପଡ଼ିଯିବା ଭୟରେ ଡାକ୍ତରୀ ଛାତ୍ରୀଙ୍କ ଦୁଷ୍କର୍ମ ଓ ହତ୍ୟା (୨୦୨୪) ଘଟଣାର ସାମଞ୍ଜସ୍ୟ ହେଲା ପୁଲିସର ଭୂମିକା – ପ୍ରତି ଘଟଣାରେ ବିଳମ୍ବରେ ଏଫଆଇଆର ହୋଇଛି, ପୋଷ୍ଟ ମର୍ଟମର ପ୍ରଣାଳୀରେ ସ୍ୱଚ୍ଛତା ରହିନାହିଁ, ପରିବାର ଲୋକଙ୍କୁ ଜଣାଇ ଦିଆଯାଇନାହିଁ, ଶବ ସତ୍କାର ତୁରନ୍ତ କରାଯାଇଛି ଇତ୍ୟାଦି। ଏତଦବ୍ୟତୀତ, ନିର୍ଭୟା ଘଟଣାକୁ ବାଦ ଦେଲେ ବାକି ସମସ୍ତ ଘଟଣାରେ ସରକାରୀ ଦଳର ସଦସ୍ୟ ସିଧାସଳଖ ସମ୍ପୃକ୍ତ ରହିଛନ୍ତି। ସେମାନେ ନିଜର କ୍ଷମତା ବଳରେ ଅପରାଧୀକୁ ଖସାଇବାରେ ସମସ୍ତ ଚେଷ୍ଟା କରିଛନ୍ତି। ସମାଜରେ ଦୁଷ୍କର୍ମ ଓ ବଳତ୍କାର ଭଳି ଘଟଣା ବଢ଼ିବାର କିଛି କାରଣ ମଧ୍ୟରୁ ଏହା ମଧ୍ୟ କାରଣ ଯେ ସରକାର ନିଜେ ଏହିଭଳି ଅନେକ ଘଟଣାରେ ଅଂଶ ହୋଇଯାଇଥାନ୍ତି।

ଦୁଷ୍କର୍ମ ଏକ ପୁରୁଷଗତ ଅହଂକାର ବା କ୍ଷମତାର ପ୍ରୟୋଗ। ଏହା ଆମେ ଘରେ ସ୍ତ୍ରୀଙ୍କୁ ଦୁଷ୍କର୍ମ ଓ ଅତ୍ୟାଚାର, ଜାତିଗତ ହିଂସା ଭାବରେ ଦଳିତ ମହିଳାଙ୍କୁ ଦୁଷ୍କର୍ମ, ସାମ୍ପ୍ରଦାୟିକ ହିଂସାକାଣ୍ଡରେ ସଂଖ୍ୟାଲଘୁ ଗୋଷ୍ଠୀର ମହିଳାଙ୍କୁ ଦୁଷ୍କର୍ମ, ସରକାରଙ୍କ ଅହଂକାରକୁ କାର୍ଯ୍ୟକାରୀ କରିବା ଲାଗି ‘ପୁଲିସର ଦୁଷ୍କର୍ମ’, ‘ସେନାର ଦୁଷ୍କର୍ମ’; ଜମି ଅକ୍ତିଆର କରିବା ବା ଉଚିତ ମଜୁରୀରୁ ବଞ୍ଚିତ କରିବା ଲାଗି ଭୟ ସୃଷ୍ଟି ପାଇଁ ‘ଗାଁ ଜମିଦାରଙ୍କ ଦୁଷ୍କର୍ମ’; ‘ଠିକାଦାରଙ୍କ ଦୁଷ୍କର୍ମ’, ‘ନାବାଳିକା ଦୁଷ୍କର୍ମ’, ‘ଛାତ୍ରୀ ଦୁଷ୍କର୍ମ’, ‘କାମବାଲିକୁ ଦୁଷ୍କର୍ମ’ ଭଳି ସମ୍ବାଦ ପାଇଥାଉ।

ଦୁଷ୍କର୍ମ ଏକ କ୍ଷମତାକୁ ଜାହିର କରିବାର ଅସ୍ତ୍ର ଯାହା ମହିଳାଙ୍କ ବିରୁଦ୍ଧରେ ପ୍ରୟୋଗ କରାଯାଇଥାଏ। ସେହି ସମାଜକୁ ବା ସେହି ସମାଜର ମହିଳାଙ୍କୁ ‘ଉପଯୁକ୍ତ ଶିକ୍ଷା’ ଦେବା ଉଦ୍ଦେଶ୍ୟରେ ଦୁଷ୍କର୍ମ ଏକ ଆୟୁଧ ହୋଇଆସିଛି। ଏହା କୌଣସି ପ୍ରକାରରେ ନିଛାଟିଆ ପରିସ୍ଥିତିର ସୁଯୋଗ ନେବା ନୁହେଁ ଯେ ଦଣ୍ଡ ବିଧାନ ଅଧିକ କରିଦେଲେ ଆଉ ହେବ ନାହିଁ। ଏହା କେବଳ ଆଇନ ଶୃଙ୍ଖଳାର ପ୍ରସଙ୍ଗ ନୁହେଁ। ଏହା କ୍ଷମତା ଜାହିର କରିବାର ମାନସିକତା।

ଦୁଷ୍କର୍ମ ଭଳି କୌଣସି ଘଟଣାର ସେତେବେଳେ ସମାଜରେ ପ୍ରତିବାଦ ହୋଇଥାଏ ଯେତେବେଳେ ଏଥିରେ କୌଣସି ସରକାରୀ ପୁଲିସ, ନେତା ବା ପ୍ରଶାସକ ସିଧାସଳଖ ସମ୍ପୃକ୍ତ ରହିଥାନ୍ତି ଅଥବା ଦୋଷୀକୁ ଘୋଡାଇବା ଲାଗି ଚେଷ୍ଟା କରିଥାନ୍ତି। ବାକି ଅନେକ ଘଟଣା ଘଟିଥାଏ ଯାହା ପ୍ରତି ଆମ ସମାଜ କେବେ ଗୁରୁତ୍ଵ ଦେଇ ଚିନ୍ତା କରିନାହିଁ। କରିଥିଲେ ହୁଏତ ସମାଜରେ ଅନେକ ପରିବର୍ତ୍ତନ ଆସିଥାନ୍ତା।

ଯେମିତି ଦୁଷ୍କର୍ମ ଅପରାଧର ସ୍ୱଚ୍ଛ ରାସ୍ତାରେ ଅନୁସନ୍ଧାନ ହେବା ଓ ଦଣ୍ଡ ବିଧାନ ହେବା ଉଚିତ ସେମିତି ସମାଜ ମଧ୍ୟରେ ରହିଥିବା ବିଭିନ୍ନ ଅସମାନତା ବିରୁଦ୍ଧରେ ମଧ୍ୟ ସ୍ଵର ଉତ୍ତୋଳନ ହେବା ଜରୁରୀ। ତାହା ଦ୍ଵାରା ହୁଏତ ଆମେ ଦୁଷ୍କର୍ମ ବିହୀନ ସମାଜର ପରିକଳ୍ପନା କରିପାରିବା।

ଫୋ- ୯୪୩୭୭୬୨୨୭୨

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos

Next Story