ସଚିବ ହିଁ ସୁପର୍ ଚିଫ୍ ମିନିଷ୍ଟର!

ଜନସାଧାରଣ ଯେହେତୁ ଜାଣିସାରିଲେଣି ଯେ ମୁଖ୍ୟମନ୍ତ୍ରୀଙ୍କୁ ସେମାନେ ସାକ୍ଷାତ କରି କୌଣସି ସମସ୍ୟା ସମାଧାନ କରିବା ଆଶା ନାହିଁ, ସେହେତୁ ପାଣ୍ଡିଆନଙ୍କ ଗସ୍ତକୁ ମୁଖ୍ୟମନ୍ତ୍ରୀଙ୍କ ଗସ୍ତ ଭାବି ଜନସାଧାରଣ ଖୁସିବ୍ୟକ୍ତ କରୁଛନ୍ତି। କିନ୍ତୁ ଜଣେ ସରକାରୀ ଅଫିସର ରାଜ୍ୟର ପ୍ରକୃତ ସୁପର୍ ଚିଫ୍ ମିନିଷ୍ଟର ହେବାର ଯେଉଁ ପରମ୍ପରା ପ୍ରତିଷ୍ଠା ହୋଇଛି ତାହା ରାଜ୍ୟର ଗଣତାନ୍ତ୍ରିକ ଶାସନ ବ୍ୟବସ୍ଥାକୁ ସବୁ ଦୃଷ୍ଟିରୁ ନ୍ୟୁନ କରି ଚାଲିଛି। ନବୀନ ପଟ୍ଟନାୟକଙ୍କୁ ଦିଆଯାଇଥିବା ଜନମତ ବା ରାୟର ଏହା ଅତ୍ୟନ୍ତ ଦୁରୁପଯୋଗ।

VK Pandian The Super Chief Minister!

VK Pandian The Super Chief Minister!

Debendra Prusty
  • Published: Monday, 01 May 2023
  • Updated: 01 May 2023, 12:07 PM IST

News Highlights

  • କୌଣସି ମନ୍ତ୍ରୀଙ୍କୁ କ୍ଷମତା ହସ୍ତାନ୍ତର ନକରି ଜଣେ ଅଫିସରଙ୍କୁ କ୍ଷମତା ଦେଇଛନ୍ତି ନବୀନ ପଟ୍ଟନାୟକ।
  • ସେହି ଅଫିସର ଏବେ ସୁପର୍‌ ଚିଫ୍‌ ମିନିଷ୍ଟର ଭାବେ କାର୍ଯ୍ୟ କରୁଛନ୍ତି ଓ ତଦୀୟ କ୍ଷମତା ଉପଭୋଗ କରୁଛନ୍ତି।
  • ଗଣତନ୍ତ୍ର ପାଇଁ କେତେ ମର୍ଯ୍ୟାଦାଜନକ ତାହା ବିଚାରଯୋଗ୍ୟ।

ଅଶୀ ଦଶକରେ ଜାନକୀ ବଲ୍ଲଭ ପଟ୍ଟନାୟକ ରାଜ୍ୟର ମୁଖ୍ୟମନ୍ତ୍ରୀ ହେବା ପରେ ବସନ୍ତ ବିଶ୍ୱାଳଙ୍କୁ ରାଷ୍ଟ୍ରମନ୍ତ୍ରୀ ଭାବରେ ମନୋନୀତ କରିଥିଲେ। ସେତେବେଳେ ବିଶ୍ୱାଳଙ୍କ ହାତରେ ନଗର ଉନ୍ନୟନ ବିଭାଗ, ଖଣି, ପୂର୍ତ୍ତ ସମେତ ୫ଟି ବିଭାଗ ଥିଲା। ରାଷ୍ଟ୍ରମନ୍ତ୍ରୀ ହେଲେ ମଧ୍ୟ ସେ ସବୁ ବିଭାଗଗୁଡ଼ିକ ସ୍ୱାଧୀନ ଭାବରେ ଦେଖୁଥିଲେ। କିନ୍ତୁ ଜାନକୀ ବଲ୍ଲଭ ପଟ୍ଟନାୟକଙ୍କ ସହିତ ତାଙ୍କର ଘନିଷ୍ଠତା ଓ ମୁଖ୍ୟମନ୍ତ୍ରୀଙ୍କ ପଡ଼ୋଶୀ ଭାବରେ ସେ ରହୁଥିବା ବଙ୍ଗଳାଟି ଧୀରେଧୀରେ ରାଜ୍ୟର ସବୁଠାରୁ ପ୍ରଭାବଶାଳୀ ପୀଠ ଭାବରେ ବିବେଚିତ ହେଲା। ନିଜ ବିଭାଗ ଛଡ଼ା ବସନ୍ତ ବିଶ୍ୱାଳ ପ୍ରାୟ ସବୁ ବିଭାଗ ଉପରେ ନିଜର କର୍ତ୍ତୃତ୍ୱ ଏପରି ଜାହିର କରିଥିଲେ ଯେ ରାଜ୍ୟରେ ସଚିବ ନିଯୁକ୍ତିଠାରୁ ଆରମ୍ଭ କରି ଜିଲ୍ଲାପାଳ ଓ ଏସପି ପ୍ରମୁଖ ନିଯୁକ୍ତି ଉପରେ ତାଙ୍କର ପ୍ରଭାବ ଅନୁଭୂତ ହେଉଥିଲା। ସରକାରରେ ଏପରି କୌଣସି ବିଭାଗ ନଥିଲା, ଯେଉଁଥିରେ ତାଙ୍କ ଇଚ୍ଛା ବିରୋଧରେ କେହି କିଛି କରିବାକୁ ସାହସ କରୁଥିଲେ।

ଏହିସବୁ ଘଟଣାଗୁଡ଼ିକୁ ଲକ୍ଷ୍ୟ କରି ସେତେବେଳେ ଓଡ଼ିଶାରେ ଇଣ୍ଡିଆନ୍ ଏକ୍ସପ୍ରେସର ପ୍ରତିନିଧି ଥିବା ଅରୁଣ ସିହ୍ନା ତାଙ୍କୁ ସୁପର ଚିଫ୍ ମିନିଷ୍ଟର ଆଖ୍ୟା ଦେଇ ତାହାକୁ ଯଥାର୍ଥ କରିବା ନିମନ୍ତେ ଏକ ତଥ୍ୟାବଳି ସହିତ ରିପୋର୍ଟଟିଏ ପଠାଇଥିଲେ। ଏହି ରିପୋର୍ଟଟି ଇଣ୍ଡିଆନ୍ ଏକ୍ସପ୍ରେସର ପ୍ରଥମ ପୃଷ୍ଠାରେ ସେତେବେଳେ ପ୍ରକାଶିତ ହୋଇଥିଲା। ଏହି ରିପୋର୍ଟ ପ୍ରକାଶ ପାଇବା ପରେ ବସନ୍ତ ବିଶ୍ୱାଳଙ୍କୁ ତତ୍କାଳୀନ କଂଗ୍ରେସ ସରକାରରେ ପ୍ରାୟ ସମସ୍ତେ ସୁପର ଚିଫ୍ ମିନିଷ୍ଟର ଭାବରେ ବର୍ଣ୍ଣନା କରୁଥିଲେ। ଅବଶ୍ୟ ଏହି ରିପୋର୍ଟରେ ଜାନକୀ ବଲ୍ଲଭ ପଟ୍ଟନାୟକ ଯେ ଆନନ୍ଦିତ ନଥିଲେ, ତାହା କେଉଁଠାରେ ପ୍ରକାଶ କରିନଥିଲେ। କିନ୍ତୁ ୧୯୮୫ରେ ଯେତେବେଳେ ଦଳୀୟ ଟିକେଟ୍ ବଂଟାଗଲା ସେତେବେଳେ ହଠାତ୍ ବିଶ୍ୱାଳଙ୍କୁ ଟିକେଟ୍ ମିଳିଲା ନାହିଁ। ଜାନକୀ ବଲ୍ଲଭ ପଟ୍ଟନାୟକଙ୍କ ଯୁକ୍ତି ଥିଲା ଯେ ସେତେବେଳେ କଂଗ୍ରେସର ମୁଖ୍ୟ ତଥା ଦେଶର ପ୍ରଧାନମନ୍ତ୍ରୀ ଥିବା ରାଜୀବ ଗାନ୍ଧି ଓଡ଼ିଶାରେ ବିଶ୍ୱାଳଙ୍କ ସମେତ କେତେଜଣ ନେତାମାନଙ୍କର ଟିକେଟ୍ କାଟି ଦେଇଛନ୍ତି। ଏହା ପଛରେ ପ୍ରକୃତ କାରଣ କ’ଣ ଥିଲା ଓ ଜାନକୀ ବଲ୍ଲଭ ପଟ୍ଟନାୟକଙ୍କ ଏଥିରେ ଭୂମିକା କ’ଣ ଥିଲା, ତାହା କାହାରିକୁ ଜଣାନାହିଁ। କିନ୍ତୁ ଓଡ଼ିଶାରେ ସେହି ଅଧ୍ୟାୟରେ ସୁପର୍ ଚିଫ୍ ମିନିଷ୍ଟର କ’ଣ, ତାହା ଅନେକ ଜାଣିପାରିଥିଲେ। ପରେ ବିଜୁ ପଟ୍ଟନାୟକଙ୍କ ଶାସନ କାଳରେ କେତେକ ବିଜୟ ମହାପାତ୍ରଙ୍କୁ ସୁପର୍ ଚିଫ୍ ମିନିଷ୍ଟର କହୁଥିଲେ ମଧ୍ୟ ବାସ୍ତବ କ୍ଷମତା ପୂରାପୂରି ଭାବରେ ମୁଖ୍ୟମନ୍ତ୍ରୀଙ୍କ ହାତରେ ହିଁ ଥିଲା। ଯଦିଓ ବିଜୟ ମହାପାତ୍ର ଜଣେ କ୍ୟାବିନେଟ୍ ପାହ୍ୟାର ମନ୍ତ୍ରୀ ଥିଲେ ଓ ତାଙ୍କ ହାତରେ ଜଳ ସଂପଦ ବିଭାଗ ଛଡ଼ା ସଂସଦୀୟ ବ୍ୟାପାର ବିଭାଗ ରହିଥିଲା। ହେଲେ ବିଶ୍ୱାଳଙ୍କ ପରି ବିଜୟ ମହାପାତ୍ର ସେତେ କ୍ଷମତାର ଅଧିକାରୀ ହୋଇନଥିଲେ।

ବର୍ତ୍ତମାନ ଓଡ଼ିଶାରେ ହଠାତ୍ ଦେଖାଯାଉଛି ମୁଖ୍ୟମନ୍ତ୍ରୀଙ୍କ ସଚିବ, ଯାହାଙ୍କୁ କି ୫-ଟି ସଚିବ କୁହାଯାଉଛି ଭି.କେ. ପାଣ୍ଡିଆନ୍ ରାଜ୍ୟରେ ପ୍ରକୃତ ସୁପର୍ ଚିଫ୍ ମିନିଷ୍ଟର ଭାବରେ କାର୍ଯ୍ୟ କରୁଛନ୍ତି। ସେ ଜଣେ ମନ୍ତ୍ରୀ ନୁହନ୍ତି ଓ ବାସ୍ତବରେ ଜଣେ ସରକାରୀ ଅଫିସର। କିନ୍ତୁ ଏବେ ସମସ୍ତେ ତାଙ୍କୁ ସୁପର୍ ଚିଫ୍ ମିନିଷ୍ଟର ଭାବରେ ବିଚାର କରୁଛନ୍ତି ଓ ମର୍ଯ୍ୟାଦା ମଧ୍ୟ ଦେଉଛନ୍ତି। ମୁଖ୍ୟମନ୍ତ୍ରୀଙ୍କ ବୟସାଧିକ କାରଣ ସହିତ ଶାରୀରିକ ଦକ୍ଷତା କମିଯାଇଥିବା ସମସ୍ତଙ୍କୁ ଜଣାଅଛି। ପରିସ୍ଥିତି ଏପରି ହୋଇଛି ଯେ ମୁଖ୍ୟମନ୍ତ୍ରୀଙ୍କ ସହିତ ମନ୍ତ୍ରୀ ଓ ବିଧାୟକମାନଙ୍କ ସାକ୍ଷାତ ଓ ଆଲୋଚନା ଅନେକ ପରିମାଣରେ କମିଯାଇଛି। ଏପରିକି ସଚିବ ସ୍ତରର ଅଫିସରମାନେ ମଧ୍ୟ ମୁଖ୍ୟମନ୍ତ୍ରୀଙ୍କୁ ସାକ୍ଷାତ କରିବାର ସୁଯୋଗ ହ୍ରାସ ପାଇଛି। ମୁଖ୍ୟମନ୍ତ୍ରୀଙ୍କ ସହିତ ଯଦି ଜଣେ ବ୍ୟକ୍ତିଙ୍କ ସବୁଠାରୁ ଅଧିକ ଭେଟିବାର ଓ କଥାବାର୍ତ୍ତା ହେବାର ସୁଯୋଗ ଅଛି, ସେ ହେଉଛନ୍ତି ଶ୍ରୀ ପାଣ୍ଡିଆନ୍। ତେଣୁ ପାଣ୍ଡିଆନ୍ ଯାହା କହୁଛନ୍ତି, ତାହା ମୁଖ୍ୟମନ୍ତ୍ରୀଙ୍କ ବକ୍ତବ୍ୟ ବା ନିର୍ଦ୍ଦେଶ ଭାବରେ ଦଳ ଭିତରେ ଓ ସରକାରୀ ସ୍ତରରେ ବିଚାର କରାଯାଉଛି। ଏପରିକି କ୍ୟାବିନେଟର ବରିଷ୍ଠ ମନ୍ତ୍ରୀମାନେ ପାଣ୍ଡିଆନଙ୍କ ଇଙ୍ଗିତକୁ ମୁଖ୍ୟମନ୍ତ୍ରୀଙ୍କ ନିର୍ଦ୍ଦେଶ ଭାବରେ ବିଚାର କରୁଛନ୍ତି। ଏହିପରି ଏକ ଅବସ୍ଥାରେ ଗତ କିଛି ବର୍ଷ ହେଲା ପାଣ୍ଡିଆନ ରାଜ୍ୟର ବିଭିନ୍ନ ସ୍ଥାନକୁ ବିକାଶ ସଂପର୍କୀୟ ଆଲୋଚନା ପାଇଁ ଯାଇ ବିଭିନ୍ନ କାର୍ଯ୍ୟକ୍ରମର ସମୀକ୍ଷା କରୁଛନ୍ତି। ଯଦିଓ ସେହି ଅଞ୍ଚଳର ବା ଜିଲ୍ଲାର ମନ୍ତ୍ରିମଣ୍ଡଳରେ ସଦସ୍ୟ ଅଛନ୍ତି, କିନ୍ତୁ ସରକାରୀ ଅଫିସରମାନେ ପାଣ୍ଡିଆନଙ୍କ ନିର୍ଦ୍ଦେଶକୁ ହିଁ ସରକାରଙ୍କ ନିର୍ଦ୍ଦେଶ ବୋଲି ଭାବୁଛନ୍ତି।

ଏହା ସତ୍ୟ ଯେ ଓଡ଼ିଶାର ଜନସାଧାରଣ କ୍ରମାଗତ ଭାବରେ ବିଜୁ ଜନତା ଦଳ ପ୍ରତି ଯେଉଁ ସମର୍ଥନ ଜଣାଉଛନ୍ତି, ତାହା ନବୀନ ପଟ୍ଟନାୟକଙ୍କ ପ୍ରତି ସମର୍ଥନ। ଅର୍ଥାତ୍ ଜନସାଧାରଣଙ୍କ ରାୟ ନବୀନଙ୍କ ସହିତ ରହିଛି। ନବୀନ ପଟ୍ଟନାୟକ ଏହି ରାୟକୁ ମନ୍ତ୍ରିମଣ୍ଡଳକୁ ବା ମନ୍ତ୍ରୀମାନଙ୍କୁ ଯେପରି ହସ୍ତାନ୍ତର କରିବା କଥା, ତାହା ହୋଇନାହିଁ। ଅପରପକ୍ଷରେ ନବୀନଙ୍କୁ ମିଳିଥିବା ରାୟକୁ ବାସ୍ତବରେ ପାଣ୍ଡିଆନ୍ ହିଁ ଉପଭୋଗ କରୁଛନ୍ତି। ଯେହେତୁ ଅଧିକାଂଶ ବିଧାୟକ ଓ ମନ୍ତ୍ରୀମାନେ ଜାଣନ୍ତି ଯେ ନବୀନଙ୍କ ଆଶୀର୍ବାଦ ବା ଟିକେଟ୍ ନମିଳିଲେ ସେମାନେ ନିର୍ବାଚନ ଜିଣିବା ସମ୍ଭବ ନୁହେଁ ଏବଂ ପାଣ୍ଡିଆନ ହିଁ ନବୀନଙ୍କର ଚଳନ୍ତି ଅବତାର ସେହେତୁ ପାଣ୍ଡିଆନଙ୍କୁ ଅସନ୍ତୁଷ୍ଟ କରିବାକୁ ସାହସ କରିପାରୁ ନାହାନ୍ତି। ସେହିପରି ସରକାରୀ ଅଧିକାରୀମାନେ ଓ ଜିଲ୍ଲାପାଳମାନେ ପାଣ୍ଡିଆନଙ୍କ ନିର୍ଦ୍ଦେଶକୁ ସରକାରୀ ନିର୍ଦ୍ଦେଶ ବା ମୁଖ୍ୟମନ୍ତ୍ରୀଙ୍କ ନିର୍ଦ୍ଦେଶ ବୋଲି ଧରି ନେଇଛନ୍ତି। କାରଣ ସେମାନଙ୍କ ନିଯୁକ୍ତି ଓ ବଦଳି ସବୁକିଛି ପାଣ୍ଡିଆନଙ୍କ ମତାମତ ଅନୁସାରେ ମୁଖ୍ୟମନ୍ତ୍ରୀ କରିବେ ବୋଲି ଧାରଣା ସୃଷ୍ଟି ହୋଇଛି। ଏହିକ୍ରମରେ ପାଣ୍ଡିଆନ୍ ଯେତେବେଳେ ଯେଉଁ ଅଞ୍ଚଳକୁ ଯାଉଛନ୍ତି, ସେହି ଅଞ୍ଚଳରେ ସରକାରୀ ଅଧିକାରୀ ଓ ଜିଲ୍ଲାପାଳମାନେ ତାଙ୍କର ଚାହିଦାକୁ ଓ ନିର୍ଦ୍ଦେଶକୁ ଅପେକ୍ଷା କରୁଛନ୍ତି।

ନିକଟରେ ପାଣ୍ଡିଆନ୍ ଦୁଇଦିନ ପାଇଁ କେନ୍ଦ୍ରାପଡ଼ା ଜିଲ୍ଲାକୁ ଯାଇଥିଲେ। ସେହି ଜିଲ୍ଲାରେ ବିଭିନ୍ନ ବ୍ଲକ ଓ ବିକାଶ କାର୍ଯ୍ୟକ୍ରମ ସ୍ଥଳୀଗୁଡ଼ିକୁ ଯିବା ସହିତ ମନ୍ଦିରଗୁଡ଼ିକ ପରିଦର୍ଶନ କରିବା ଓ ସିଧାସଳଖ ଭାବରେ ଜନସାଧାରଣଙ୍କ ସହିତ ଆଲୋଚନା କରି ଲୋକମାନଙ୍କ ସମସ୍ୟା ଦୂର ପାଇଁ ଜିଲ୍ଲାପାଳଙ୍କୁ ନିର୍ଦ୍ଦେଶ ଦେବା ଘଟଣାଗୁଡ଼ିକ ଗଣମାଧ୍ୟମରେ ପ୍ରକାଶ ପାଇଛି। ପାଣ୍ଡିଆନ୍ ଯେଉଁଆଡ଼େ ଯାଉଛନ୍ତି ସେଠାରେ ମଠମନ୍ଦିରକୁ ଯିବା ଏବଂ ସେଗୁଡ଼ିକର ଉନ୍ନତିକରଣ ପାଇଁ ପଦକ୍ଷେପ ଘୋଷଣା କରୁଛନ୍ତି। ଆଳିର ଡେମାଳସ୍ଥିତ ଲକ୍ଷ୍ମୀବରାହ ମନ୍ଦିର, କେରଡ଼ାଗଡ଼ ସ୍ଥିତ ଜଗନ୍ନାଥ ମନ୍ଦିର ଓ ବାୟାବାବା ମଠ ପରିଦର୍ଶନ କରି ଏହିସବୁର ଉନ୍ନତିକରଣ ଓ ସୌନ୍ଦର୍ଯ୍ୟକରଣ ପାଇଁ ଜିଲ୍ଲାପାଳଙ୍କୁ ନିର୍ଦ୍ଦେଶ ଦେଇଛନ୍ତି। କେବଳ ସେତିକି ନୁହେଁ, ସାତଭାୟାରେ ଥଇଥାନ ପ୍ରକଳ୍ପ ଲୋକମାନଙ୍କ ସମସ୍ୟା ବୁଝି ମନ୍ଦିର ଉନ୍ନତିକରଣ ଓ ସୌନ୍ଦର୍ଯ୍ୟକରଣ କଥା ବି ବୁଝିଛନ୍ତି। କେନ୍ଦ୍ରାପଡ଼ା ଜିଲ୍ଲାର କଲେଜ୍ ଛାତ୍ରଛାତ୍ରୀଙ୍କ ସମସ୍ୟା ବୁଝି ସେଗୁଡ଼ିକର ଆବଶ୍ୟକତା ପୂରଣ ନିମନ୍ତେ ନିର୍ଦ୍ଦିଷ୍ଟ ପ୍ରସ୍ତାବ ଦେବା ପାଇଁ ଜିଲ୍ଲାପାଳଙ୍କୁ କହିଛନ୍ତି। ନଦୀବନ୍ଧ ଓ ଜଳ ନିଷ୍କାସନ ପ୍ରକ୍ରିୟା ନିର୍ମାଣ କାର୍ଯ୍ୟଗୁଡ଼ିକୁ ସମୀକ୍ଷା ସହିତ ସ୍ୱାସ୍ଥ୍ୟକେନ୍ଦ୍ରଗୁଡ଼ିକର ଅବସ୍ଥା ନିରୀକ୍ଷଣ କରିଛନ୍ତି। ବିଭିନ୍ନ ସ୍ଥାନରେ ଷ୍ଟାଡିୟମ୍ ନିର୍ମାଣ କାର୍ଯ୍ୟ ଦେଖିବା ସହିତ ପ୍ରତ୍ୟେକ ବିକାଶମୂଳକ କାର୍ଯ୍ୟ ଉପରେ ସେ ଯେପରି ଭାବରେ ସମୀକ୍ଷା କରିଛନ୍ତି, ସେଥିରେ ସେ ଜଣେ ସାଧାରଣ ଅଫିସର ବୋଲି କେହିବି ଭାବିବେ ନାହିଁ।

ବାସ୍ତବରେ ସରକାରୀ ଦଳ ତାଙ୍କ ପାଇଁ ଯେଉଁ ପ୍ରକାର ବ୍ୟବସ୍ଥା ସବୁ କରିଛନ୍ତି, ତାହା କେବଳ ମୁଖ୍ୟମନ୍ତ୍ରୀଙ୍କ ଗସ୍ତ ସମୟରେ ବା ସମୀକ୍ଷା ସମୟରେ କରାଯିବା ସମ୍ଭବ। ଯଦିଓ କେନ୍ଦ୍ରାପଡ଼ା ଜିଲ୍ଲାରେ ପ୍ରତାପ ଦେବଙ୍କ ପରି ଜଣେ ବରିଷ୍ଠ କ୍ୟାବିନେଟ୍ ମନ୍ତ୍ରୀ ଅଛନ୍ତି, ଯିଏକି ଏହି ସମସ୍ତ କାମ ମଧ୍ୟ ସମୀକ୍ଷା କରି ଆବଶ୍ୟକ ନିର୍ଦ୍ଦେଶ ଦେଇପାରିଥାନ୍ତେ। କିନ୍ତୁ ଦେଖାଗଲା କେବଳ ପାଣ୍ଡିଆନ୍ ଗସ୍ତ କରିଛନ୍ତି ବୋଲି ସରକାରୀ କଳ ସବୁ ଦୃଷ୍ଟିରୁ ସକ୍ରିୟତା ପ୍ରଦର୍ଶନ କଲା। ଅତୀତରେ ପାଣ୍ଡିଆନ୍ ଯେଉଁ ଅଞ୍ଚଳକୁ ଯାଉଛନ୍ତି ସେଠାରେ ସରକାରୀ କଳ ଏହିଭଳି ଭାବରେ ବ୍ୟବହାର କରୁଛି। ଜନସାଧାରଣ ଯେହେତୁ ଜାଣିସାରିଲେଣି ଯେ ମୁଖ୍ୟମନ୍ତ୍ରୀଙ୍କୁ ସେମାନେ ସାକ୍ଷାତ କରି କୌଣସି ସମସ୍ୟା ସମାଧାନ କରିବା ଆଶା ନାହିଁ, ସେହେତୁ ପାଣ୍ଡିଆନଙ୍କ ଗସ୍ତକୁ ମୁଖ୍ୟମନ୍ତ୍ରୀଙ୍କ ଗସ୍ତ ଭାବି ଜନସାଧାରଣ ଖୁସିବ୍ୟକ୍ତ କରୁଛନ୍ତି। କିନ୍ତୁ ଜଣେ ସରକାରୀ ଅଫିସର ରାଜ୍ୟର ପ୍ରକୃତ ସୁପର୍ ଚିଫ୍ ମିନିଷ୍ଟର ହେବାର ଯେଉଁ ପରମ୍ପରା ପ୍ରତିଷ୍ଠା ହୋଇଛି ତାହା ରାଜ୍ୟର ଗଣତାନ୍ତ୍ରିକ ଶାସନ ବ୍ୟବସ୍ଥାକୁ ସବୁ ଦୃଷ୍ଟିରୁ ନ୍ୟୁନ କରି ଚାଲିଛି। ନବୀନ ପଟ୍ଟନାୟକଙ୍କୁ ଦିଆଯାଇଥିବା ଜନମତ ବା ରାୟର ଏହା ଅତ୍ୟନ୍ତ ଦୁରୁପଯୋଗ। ରାଜ୍ୟର ପ୍ରତ୍ୟେକ ଚିନ୍ତାଶୀଳ ବ୍ୟକ୍ତି ଓ ବୁଦ୍ଧିଜୀବୀ ଜଣେ ସରକାରୀ ଅଫିସର ସୁପର୍ ଚିଫ୍ ମିନିଷ୍ଟର ଭାବରେ ଖ୍ୟାତି ଅର୍ଜନ କରିବା ଓ କାମ କରିବା ରାଜ୍ୟ ସଂପର୍କରେ ବାହାରେ କି ଧାରଣା ସୃଷ୍ଟି କରୁଥିବ ତାହା ଚିନ୍ତା କରିବାର ସମୟ ଆସିଛି।

ରବି ଦାସ, ବରିଷ୍ଠ ସାମ୍ବାଦିକ

ମୋ-୮୦୧୮୦୯୪୪୫୫

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos

Next Story